STORYMIRROR

Er. Prakash Majhi

Romance Tragedy Inspirational

3  

Er. Prakash Majhi

Romance Tragedy Inspirational

କାଳଚକ୍ର

କାଳଚକ୍ର

6 mins
236

ଝଡ ପରବର୍ତ୍ତୀ ପୃଥିବୀ ଶାନ୍ତ ହୋଇଉଠେ। ଏଇ ପ୍ରାକ୍ତନ ବଚନକୁ ମିଥ୍ୟା ପ୍ରମାଣିତ କଲା ନିକଟ ଅତୀତର ମହାବାତ୍ୟା। କିୟତ କାଳ ମଧ୍ୟରେ କାଳଚକ୍ର ଘୁର୍ଣ୍ଣନର କରାଳତା ଗ୍ରାମ କଲା। ଶୌର୍ଯ୍ୟ, ବୀର୍ଯ୍ୟ, ତେଜ ଓ ଐଶ୍ଚର୍ଯ୍ୟମୟ ଉତ୍କଳ ଜନନୀର ଉଚ୍ଛଳ ପ୍ରାଣ ପ୍ରବାହକୁ। ମାତ୍ର ସମୟ କାଳଚକ୍ରରେ ଏଭଳି ପରିବର୍ତ୍ତନ ଆସିଥିଲା ଯୋଗେଶ ବାବୁଙ୍କର ସେ ମହାବାତ୍ୟାକୁ ଧନ୍ୟବାଦ ନଦେଇ ରହିପାରୁ ନଥା'ନ୍ତି।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ସାରା ମହାବାତ୍ୟାର ପ୍ରକୋପରେ ସବୁଜ ବନାନୀ ଘେରା ଓଡିଶାର ଶତ-ସହସ୍ର ମହୀରୁହ ହେଲେ ଧରାଶାୟୀ। ନଗରାଞ୍ଚଳର ବିଦ୍ୟୁତ ଓ ଦୂର ସଂଚାର ସ୍ତମ୍ଭମାନ ଆହତ ସୈନିକ ସମ ଟଳି ପଡିଥିଲେ। ମାତା ପିତା ହେଲେ ସନ୍ତାନ ହରା, ପୁତ୍ର କନ୍ୟା ହେଲେ ଛେଉଣ୍ଡ, ବଧୂ ହେଲା ସ୍ୱାମୀହରା, ସ୍ୱାମୀ ହେଲା ପତ୍ନୀହରା। ଶୋକ-କାରୁଣ୍ୟ ଶୁଣିବାକୁ କେହି ନାହିଁ। ଛିନ୍ନ ମୂଳ ବୃକ୍ଷ ବଲ୍ଲରୀ, ଗୃହଶୂନ୍ୟ ଜୀବନ, ଜନଶୂନ୍ଯ ଗ୍ରାମ-ନଗର, ସର୍ବଗ୍ରାସୀ ଜିହ୍ନା ବିସ୍ତାର କରି ଶୋଷି ନେଲା ଧନ-ଜୀବନ।

ଯୌବନରେ ପତ୍ନୀ ଓ ପ୍ରେମିକାକୁ ହରାଇବାର ଗଭୀର ଦୁଃଖ ଯୋଗେଶ ବାବୁଙ୍କର ଥିଲା ମହାବାତ୍ୟା ଠାରୁ ଆହୁରି ଭୟଙ୍କର। ସେତେବେଳେର ଝଡ ପରେ ବହୁତ କଷ୍ଟରେ ନିଜକୁ ସନ୍ତୁଳିତ କରି ଏବେ ସେ ଜଣେ ସମାଜସେବୀ ଦୀନ-ପୀଡିତ ଲୋକଙ୍କର ପ୍ରାଣ ମୁଖରେ ଥିଲା ଦୁଃଖ ଓ ବେଦନାର ଚିହ୍ନ। ଚକ୍ଷୁରେ ଥିଲା ଲୋତକର ବନ୍ୟା ଓ ହୃଦୟରେ ଥିଲା କୋହ। ଲୁଗା-ପଟା, ଚୂଡା-ଚାଉଳ, ଔଷଧ ଧରି ସେ ବିପନ୍ନ ଲୋକଙ୍କ ନିକଟରେ ଦେବଦୂତ ପରି ପହଞ୍ଚି ଯାଇଥିଲେ।

ଶହ ଶହ ନିଃସହାୟ ଲୋକ ରୁଣ୍ଡ ହୋଇଥାନ୍ତି। ଏକ ଲମ୍ବା ଲାଇନରେ ଛିଡା ହୋଇ ଅପେକ୍ଷା କରିଥାନ୍ତି ରିଲିଫକୁ। ଜଣକ ପରେ ଜଣେ ଯୋଗେଶ ବାବୁଙ୍କ ହାତରୁ ଚୂଡା-ଚାଉଳ ଓ ଔଷଧ ନେଇ ଯାଉଥାନ୍ତି। ତା' ପରେ ପାଳି ପଡିଲା ଜଣେ ସ୍ତ୍ରୀ ଲୋକର। ଯେତେବେଳେ ଯୋଗେଶ ବାବୁ ରିଲିଫ ପକେଟଟିକୁ ତାଙ୍କ ହାତକୁ ବଢାଇଦେଲେ ତାଙ୍କ ପାଦ ତଳୁ ଯେମିତି ମାଟି ଖସି ଗଲା। ତାଙ୍କ ହୃଦୟରେ ସୃଷ୍ଟି ହେଲା ଭୂମିକମ୍ପ ପରି କମ୍ପନ। କମ୍ପନରେ ତାଙ୍କ ଆଖିରେ ଭରିଗଲା ଅଶ୍ରୁ ଯେପରି ଜଳରାଶି ଉତ୍ତାଳ ହୁଏ, ତରଙ୍ଗ ସୀମା ଲଘଂନ କଲେ ଅଶାନ୍ତ ହୋଇଉଠେ ସାଗର ବକ୍ଷ। ଅତୀତର ସେହି ଝଡଠାରୁ ଆଜିର ଝଡ କିଛି ନୁହଁ। ତେବେ ସେ ସ୍ତ୍ରୀ ଲୋକଟି କିଏ କ'ଣ ଥିଲା ତାଙ୍କ ଅତୀତ। ଆସନ୍ତୁ ଜାଣିବା

ଯୋଗେଶ ନୂଆ କି ବାହା ହୋଇଥିଲା। ତା'ର ଅନିଚ୍ଛା ସତ୍ତ୍ବେ ପ୍ରମିଳାକୁ ପତ୍ନୀର ଅଧିକାର ଦେଲା। ଯୋଗେଶର କିନ୍ତୁ ଅନ୍ଯଠାରେ ମନ ଯିଏକି ତା'ର ଅଳ୍ପ ବୟସରୁ ବାନ୍ଧବୀ ଥିଲା। ବାପା ଓ ମାଆଙ୍କର କଥାକୁ ଟାଳି ନ ପାରି ପ୍ରମିଳାକୁ ବିବାହ କଲା। ଆଜି ଯୋଗେଶ ମନଟା ହାଇଁପାଇଁ ହେଉଛି। ତା'ର ଅତି ଆପଣାର ବାନ୍ଧବୀ ପାଇଁ ଯାହା ସହିତ ବିବାହ କରିବ ହେଲେ ମରିଗଲେ ବି ଜୀବନରେ ଆଉ କାହା ସହିତ ବିବାହ ନ କରିବାକୁ ଅଙ୍ଗୀକାର ହୋଇଥିଲେ। ଆଜି ଯୋଗେଶ ସାରା ଜୀବନ ତା' ଦେହଟାକୁ ସୁଖାଇ ମାରି ଦେବାକୁ ଯେଉଁ ନିଷ୍ପତି ନେଇଛି ଏ କଥା ଭାବିବା ବେଳେ ଯୋଗେଶର ଆତ୍ମା ଡହଳ ବିଖଳ ହେଉଛି। ଅଳ୍ପ ବୟସରେ ଜଣକୁ ଜୀବନ ସାଥୀ କରିବାର ସଙ୍କଳ୍ପ କରିବାର ନ ଥିଲା। ଆଜି ଏ ସଙ୍କଳ୍ପ ପାଇଁ ଗୋଟିଏ ନୁହେଁ ଦୁଇଟି ଜୀବନ ଛାରଖାର ହୋଇ ଯିବାକୁ ବସିଛି। ତୁହାଇ ତୁହାଇ ତା'ର ମନ ଘାଣ୍ଟିଚକଟି ଦେଉଥିଲା।

ଯୋଗେଶ ଯାହାକୁ ଶୟନେ ସପନେ ଭାବି ଚାଲୁଥିବା ବେଳେ ଶୁଣିବାକୁ ପାଇଲା। ତା'ର ଅତି ଆଦରର ବାନ୍ଧବୀ ଧରିପଳା ହୋଇ ଯାଇଛି। ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କର ପତ୍ନୀ ହେବାର ସୌଭାଗ୍ଯ ଲାଭ କରି ସାରିଲାଣି। ଏ କଥା ଶୁଣିବା କ୍ଷଣି ଯୋଗେଶର ହୃଦୟ ଆହୁରି ବିଦାରି ହୋଇଗଲା। କେତେ ଆଶାଥିଲା ଆଜି ନ ହେଲେ କାଲି ପ୍ରମିଳାକୁ ହଟେଇ ତାକୁ ଘରକୁ ଆଣିବି। ଶଙ୍ଖା ଓ ସିନ୍ଦୂର ଦେଇ ଘରଣୀ କରିବ ହେଲେ ସେ କଲା କ'ଣ? ମୋତେ ନ ଜଣେଇ ଧରିପଳା ହୋଇଗଲା। ଯୋଗେଶର ମନ ଆଜି ବିଗିଡି଼ ଗଲାଣି। ବାୟା ପାଗଳା ପରି ଗୁଣୁଗୁଣୁ ହେଉଛି। ତା'ର ଏହି ମନୋଭାବ ଦେଖି ତା'ର ବାପା ଓ ମାଆ ବହୁତ ବୁଝାଇଲେ ହେଲେ ସବୁ ବିଫଳ। ଯୋଗେଶ ଦିନରାତି ତା'ର କଥା ଭାବିଭାବି କେତେବେଳେ ହସୁଛି ତ କେତେବେଳେ କାନ୍ଦୁଛି। ଏମିତି ସାମ୍ନାରେ ନିତି ଦେଖିଦେଖି ପ୍ରମିଳା ନିଜକୁ ଅସହାୟ ମନେକଲା। ସ୍ବାମୀଙ୍କ ପାଖରେ ରହିଲେ ଦିନେ ନିଜେ ବି ପାଗିଳୀ ହୋଇଯିବ ଭାବି ବାପ ଘରକୁ ଚାଲିଗଲା।

ଆଜି ଯୋଗେଶ ପୂରା ଏକୁଟିଆ। ବାପା ଓ ମାଆ ବ୍ଯତୀତ ପାଖରେ ଆହା କହିବାକୁ କେହି ବି ନାହାଁନ୍ତି। ଯୋଗେଶ ପ୍ରମିଳା ପଳେଇବା ପରେ ଏତେ ଅସହାୟ ହୋଇଗଲା ଯେ ଦିନରାତି ଅନୁତାପ ଗ୍ଳାନୀରେ ଖାଲି ସଢି଼ଲା। ସେ ଯେତେ ସଢି଼ଲେ କି ଆଉ ପାଖକୁ ପ୍ରମିଳା ଆସିବ? ନିଜେ ତ ମସ୍ତବଡ଼ ଭୁଲ କାମଟିଏ କରି ଦେଇଛି। ବିବାହ କରି ବି ଧର୍ମ ପତ୍ନୀର ଦୁଃଖକୁ ବୁଝିଲା ନାହିଁ। ସେ ଏ କୁଳରେ ହେଲା ନା ସେ କୁଳରେ। ଯାହାକୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇଥିଲା ସେ ତ ଅନ୍ଯ ଜଣଙ୍କର ହୋଇ ସାରିଛି। ଯାହାକୁ ବିବାହ କରି ଘରକୁ ଆଣିଥିଲା ସେ ଆଜି ନିଜ ବାପ ଘରକୁ ଚାଲି ଗଲାଣି ଆଉ ଯେ ପ୍ରମିଳା ଫେରିବ ଏଇ ଭରଷା ବି ଯୋଗେଶ ହୃଦୟ ଓ ମନରୁ କାଟିବା ଆରମ୍ଭ କରିଛି। ପ୍ରମିଳା ବାପ ଘରକୁ ଚାଲି ଯିବାର ଦୁଇ ବର୍ଷ ହୋଇ ଗଲାଣି। ଦିନେ ବାପା,ମାଆ ଓ ପ୍ରମିଳା ଗାଡି଼ଟିଏ ଆଣି ଦେଇଥିବା ଯୌତୁକ ଓ ଚଳିବା ସରଞ୍ଜାମ ପୋଲିସର ସହାୟତାରେ ଧରି ଚାଲିଗଲେ। ଯୋଗେଶ ସବୁ ଆଖି ଆଗରେ ଜଳଜଳ ଦେଖୁଥିଲେ ବି କହିବାକୁ ଜୁ ହିଁ ନ ଥିଲା।

ପ୍ରମିଳା ନିଜର ସବୁ ସରଞ୍ଜାମ ନେଇ ଯିବାର ଅଳ୍ପ କିଛିଦିନ ପରେ ଜଣଙ୍କ ସହ ପ୍ରମିଳାର ବିବାହ ହୋଇଗଲା। ସେ ଆଜି ଯେଉଁ ଯୁବକର ହାତ ଧରିଲା ସେ ବହୁତ ଭଲ ଚରିତ୍ରବାନ ଓ ସଂଯମୀ ଥିଲା ତ ପ୍ରମିଳାର ଯାବତୀୟ ଆବଶ୍ଯକତା ପୂରଣ କରୁଥିଲା । ଦିନେ ନିକଟସ୍ଥ ବଜାର ଘଟଗାଁରେ ଚଇତି ପର୍ବ ଦେଖିବାକୁ ଦୁହେଁ ଗଲେ ତ ମାଆ ତାରିଣୀ ଦର୍ଶନ ସହ ପଣା ପିଇଲେ। ମେଲୋଡି଼ ଦେଖି ଆନନ୍ଦିତ ହେଲେ। ଭୋଗଖାଇ କୃତାର୍ଥ ମଣିଲେ ଓ ସେତେବେଳକୁ ସଞ୍ଜ ହୋଇ ସାରିଥିଲା। ପାଞ୍ଚଟା ବେଳକୁ ପ୍ରବଚନ ଆରମ୍ଭ ହେଲା। ପୁରୀ,ସମ୍ବଲପୁର ଓ ବ୍ରହ୍ମପୁରରୁ ଆସିଥିଲେ ଭଲ ନାମକରା ପ୍ରବଚକ। ପ୍ରଥମ ପ୍ରବଚକ ଭାବରେ ପୁରୀର ସତ୍ଯାନନ୍ଦ ଗୋସ୍ବାମୀ ପ୍ରବଚନ ଦେଲେ ତ ପ୍ରମିଳା ଓ ତାଙ୍କ ସ୍ବାମୀ ଘରକୁ ଫେରିବା ପୂର୍ବରୁ ଶୁଣି ନେବାକୁ ଇଛାକଲେ। ସତ୍ଯାନନ୍ଦ ଗୋସ୍ବାମୀ ପ୍ରଥମରୁ ଗୁଢ଼ତତ୍ତ୍ବକୁ ବଖାଣିଲେ। ସେ କହିଲେ କି ସଂସାର କରିବାକୁ ହେଲେ ସ୍ବାମୀ ଓ ସ୍ତ୍ରୀ ମୁଦ୍ରାର ଦୁଇଟି ପାର୍ଶ୍ବଭଳି ହେବାକୁ ହେବ। ସ୍ବାମୀର ସ୍ତ୍ରୀ ହୋଇଥାଏ ଶକ୍ତି ଆଉ ସ୍ତ୍ରୀର ସର୍ବସ୍ବ ହୋଇଥାନ୍ତି ସ୍ବାମୀ। ଏଣୁ ପରସ୍ପର ପରସ୍ପର ପ୍ରତି ସ୍ନେହ,ପ୍ରେମ,ଭଲ ପାଇବା ଓ ସମ୍ମାନ ରହିବା ଉଚିତ୍।

ବାସ୍ ! ଏତିକି ଶୁଣି ପ୍ରମିଳା କହିଲା,"ସ୍ବାମୀ ! ଚାଲନ୍ତୁ ଘରକୁ ପଳେଇବା। ବେଶି କିଛି ଶୁଣିବା ତ ଶୁଣିଥିବା ନୀତି ଓ ଆଦର୍ଶକୁ ଭୁଲିଯିବା। ଯାହା ଶୁଣିଲେ ତାକୁ ହିଁ ଗଣ୍ଠିକରି ଦୁହେଁ ମାନି ଚଳିବା।" ଏ କଥା ଶୁଣି ସ୍ବାମୀ ଓ ସ୍ତ୍ରୀ ଫେରି ଆସିଲେ। ଆସିବାର କିଛି ବାଟ ଯାଇଛି ଯୋଗେଶ ପ୍ରମିଳା ପଛରେ ଦୌଡି଼ଯାଇ ଅଟକାଇଲା। ହୋଇଥିବା ଭୁଲକୁ କ୍ଷମା ମାଗିଲା ହେଲେ ପ୍ରମିଳା ତାଙ୍କର କୌଣସି କଥାକୁ ଗୁରୁତ୍ତ୍ବ ନ ଦେଇ ନିଜର ସ୍ବାମୀଙ୍କୁ ଧରି ଘରକୁ ଫେରିଗଲା। ଯୋଗେଶ ଆଜି ଛଟପଟ। ସେ ବି ଶୁଣିଛି କି ସତ୍ଯାନନ୍ଦ ଗୋସ୍ବାମୀ ମହୋଦୟ ଯାହା କିଛି କହିଗଲେ। ସେ କାହିଁକି ନିଜକୁ କଣ୍ଟ୍ରୋଲ କରି ପାରିଲା ନାହିଁ। ପ୍ରେମୀକକୁ କି ବିବାହିତ ପତ୍ନୀ କାହାକୁ ସୁଦ୍ଧା ନିଜର କରି ପାରିଲା ନାହିଁ। ଲୁହ କୋହରେ ଆଖିରୁ ବୋହିଗଲା ପାଣି। ସେ ସିଦ୍ଧାନ୍ତ ନେଲା ଏ ଅଲାଜୁକ ମୁହଁକୁ ରଖିବ କାହିଁକି? ବଞ୍ଚିଥାଉଁ ମରିଗଲା ପରି ତା' ଜୀବନ ହୋଇଗଲା। ସେ ଧରିଥିବା ଶହେଟି ଶହେ ଟଙ୍କିଆ ନୋଟରେ ଲେଖିଦେଲା କି ହେ ସମାଜ ଓ ଦେଶର ଭାଇ ଓ ଭଉଣୀ ଗଣ। ଆପଣମାନେ ଭଲ କି ନିଜକୁ ବୁଝନ୍ତୁ। ପ୍ରେମ କରିବା ମନା ନାହିଁ ହେଲେ ଅସଫଳ ହେବ ତ ଆତ୍ମହତ୍ଯା ଠାରୁ ବଳି ନିଜକୁ ଲାଗିବ।

ନିଜକୁ ସର୍ବଦା ଜଣେ ଭଲ ମଣିଷ ଭାବି ବାପା ଓ ମାଆଙ୍କର କଥାକୁ ସମ୍ମାନ ଦେବ। ତାଙ୍କର ଇଛା ଓ ଆଶାକୁ ସଫଳ ନ କରିବ ତ ମୋ'ରି ପରି ଆତ୍ମହତ୍ଯା କରିବାକୁ ପଛେଇବ ନାହିଁ ଆଉ ହଁ,ହେ ଭାଇ ଓ ଭଉଣୀ ଗଣ ଯଦି ବିବାହ ବନ୍ଧନରେ ଆବଦ୍ଧ ହୋଇଥାଅ ତେବେ ସର୍ବଦା ବୁଝିବ କି ସ୍ବାମୀର ଶକ୍ତି ହେଉଛି ସ୍ତ୍ରୀ, ଓ ସ୍ତ୍ରୀର ସର୍ବସ୍ବ ହେଉଛନ୍ତି ସ୍ବାମୀ ଏତିକି ମାନି ବଞ୍ଚି ରହିବାକୁ ଦୃଢ଼ ପରିକର ହେବ ଓ ପରସ୍ପରକୁ ସମ୍ମାନ ଦେଇ ଭବିଷ୍ଯତ ଗଢି଼ବ। ଆଜି ମୁଁ ଏ ସବୁକୁ ନ ମାନି ବହୁତ କଷ୍ଟ ପାଉଛି। ମୋ'ର ବଞ୍ଚିବାର ଅଧିକାର ନାହିଁ ଭାବି ଆତ୍ମହତ୍ଯାକୁ ଆପଣେଇଲି ହେଲେ ମୋ'ର ଆତ୍ମହତ୍ଯାରେ କେହି ବି ସାମିଲ ନାହାଁନ୍ତି। ମୁଁ ହିଁ ନିଜେ ଦୋଷ କରି ଫଳ ଭୋଗିବାକୁ ସ୍ବେଚ୍ଛାରେ ଆଗେଇ ଆସିଛି। ସବୁ ଭାଇ ଭଉଣୀଙ୍କ ମୋ'ର ଆନ୍ତରିକ ପ୍ରଣାମ ଓ ଧନ୍ଯବାଦ।

ଏହା ଏକ ପତ୍ର ମଧ୍ୟରେ ଲେଖି ଏକ ରେଳଲାଇନରେ ଲମ୍ଫ ପ୍ରଦାନ କରିବାକୁ ପଦକ୍ଷେପ ନେଲା ବେଳେ ବିବେକ ଛୋଟରାୟ ତାଙ୍କୁ ବଞ୍ଚାଇଥିଲେ। ଛୋଟରାୟ ଜଣେ ଥିଲେ କୋମଳ କବି ଶକ୍ତିର ସାଧକ। ଆଧ୍ୟାତ୍ମିକ ଭାବ ଭାବନାରେ ଥିଲେ ସେ ତଦ୍ ବୁଦ୍ଧ। ତାଙ୍କର ତ୍ୟାଗପୂତ ଜୀବନର ମହାବ୍ରତ ଥିଲା। ଯୋଗେଶଙ୍କୁ ସେ ତାଙ୍କ ସହ ନେଇ ଯାଇଥିଲେ ଓ ଆଶ୍ୱାସନା ଦେଇଥିଲେ। ତାଙ୍କରି ଅନୁପ୍ରାଣିତରେ ଯୋଗେଶ ଆଜି ଜନପ୍ରିୟ ସମାଜ ସେବୀ।

ଆଉ ସେହି ସେବା ଆଜି ପୁଣି ଥରେ ତାଙ୍କ ସ୍ତ୍ରୀ ସହ ସାକ୍ଷାତ କରାଇଛି। ତାଙ୍କ ସ୍ତ୍ରୀ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ମହାବାତ୍ୟାରେ ହରାଇ ଦେଇଛି। ଅସହ୍ୟତା ଦେଖି ପୁଣି ସେ ତାଙ୍କୁ ଆପଣାଇବା ପାଇଁ ମନସ୍ଥ କରିଥିଲେ। ଯୋଗେଶର ଏଭଳି ପରିବର୍ତ୍ତନ ଦେଖି ପୁଣି ତାଙ୍କ ସ୍ତ୍ରୀର ଆଖିରେ ଯୋଗେଶ ପ୍ରତି ଏକ ନୂଆ ପ୍ରେମ ଜାଗରଣ ହେଲା। ଆଜି ଏକ ପ୍ରାକୃତିକ ଝଡ କୃତ୍ରିମ ଝଡକୁ ବିନାଶ କରିବାରେ ସହାୟ ହେଲା। ପୁଣି ଗଢି ଉଠିଲା ଯୋଗେଶର ସଂସାର।


Rate this content
Log in

Similar oriya story from Romance