ଅନ୍ଧବିଶ୍ୱାସ
ଅନ୍ଧବିଶ୍ୱାସ
ପରମ୍ପରାକୁ ସମ୍ମାନିତ କରିବା, ଭାରତୀୟ ସଂସ୍କୃତିର ଏକ ଲକ୍ଷଣ । ମାତ୍ର ଏପରି ପ୍ରତିଟି ପରମ୍ପରା ସଂସ୍କାର ଆଧାରିତ ନୁହେଁ । କେତେକ ପରମ୍ପରା ବିବିଧ କୁସଂସ୍କାର ଓ ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ । ସେଇ ଧରଣର ପରମ୍ପରାକୁ ମାନ୍ୟତା ପ୍ରଦାନ କରିବା ହେଉଛି ପ୍ରଗତିର ପଥକୁ ସଂପୂର୍ଣ୍ଣ ପ୍ରତିରୋଧ କରିବା । ଭାରତୀୟ ସଂସ୍କୃତିର ମହାନତା ଥିବା ସତ୍ତ୍ୱେ । ଏହା କିନ୍ତୁ କେତୋଟି ଅନ୍ଧବିଶ୍ୱାସ କବଳରୁ ମୁକ୍ତ ନହେବା, ପ୍ରକୃତିରେ ଯୋର ଦୁଃଖ ଓ ପରିତାପର ବିଷୟ । ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା ଗୋଟିଏ ଗୋଟିଏ ଗ୍ରାମରେ, ଯାହା ମାନବର ଅମାନବିକତା ସ୍ପଷ୍ଟ ପ୍ରତିଫଳିତ ହୁଏ ଓ ମଣିଷ ଏକ ସାମାଜିକ ପ୍ରାଣୀ ବୋଲି କହିବାକୁ ଘୃଣା ଲାଗେ ।
ରାତ୍ର ୯ଘଣ୍ଟିକା ସମୟ । ନିଜେ ନିଜର କାମଧନ୍ଦା ସମାପ୍ତ କରି ଘରେ ବିଶ୍ରାମ ନିଅନ୍ତି । ଗ୍ରାମାଞ୍ଚଳ ପରିବେଶ ରାତ୍ରିରେ ଶୂନଶାନ ଥାଏ । ବହୁତ ଦିନ ଧରି ଘନଶ୍ୟାମ ବାବୁ ରୋଗ ଶଯ୍ୟାରେ ପୀଡିତ ଥାଆନ୍ତି । ତାଙ୍କର ଗୋଟିଏ ବୋଲି ଝିଅ, ତାର ନାମ ମମତା । ସ୍ତ୍ରୀ ଆଗରୁ ଆରପାରିକୁ ଚାଲି ଯାଇଥାଏ । କୌଣସି ତାଙ୍କର ପୁତ୍ର ନଥିଲେ । ତେଣୁ ୧୫ବର୍ଷର ଝିଅଟି ଉପରେ ବହୁତ ବୋଝ ଥାଏ । ସେ ବାପାଙ୍କର ବହୁତ ସେବା ଶ୍ରୁଶୁଷା କରେ । ସାହି, ପଡିଶା ତାଙ୍କୁ ମଧ୍ୟ କୌଣସି ସାହାଯ୍ୟ ସହଯୋଗ କରନ୍ତି ନାହିଁ । କାରଣ ଘନଶ୍ୟାମ ବାବୁ ବହୁଦିନ ପୂର୍ବେ ସର୍ଭିକାଲ ସ୍ମଣ୍ଡିଲାଇଜର ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ଅପରେସନ ବହୁତ କଷ୍ଟରେ ଜମି ବିକ୍ରି କରି ମମତା ଭୁବନେଶ୍ୱରରେ କରିଥିଲା । ମାତ୍ର କିଛି ଫଳ ମିଳିଲା ନାହିଁ । ପୁନର୍ବାର ତାଙ୍କ ରୋଗ ତେଜିୟାନ ହେଲା । ଏକ ଘା' ହୋଇଥିଲା । ଯଦ୍ୱାରା ଘନସ୍ୟାମ ବାବୁଙ୍କୁ ବହୁତ ଯନ୍ତ୍ରଣା ହେଉଥାଏ । ମମତା ଅତି ଅସୁବିଧାରେ ଥାଇ ମଧ୍ୟ ବାପାଙ୍କର ସେବା ଶୁଶ୍ରୁଷା କରୁଥିଲା ।
ଏଭଳି ଦିନକୁ ଦିନ ବିତି ଚାଲିଥାଏ । ଘନଶ୍ୟାମ ବାବୁଙ୍କର କ୍ଷତ ଦିନକୁ ଦିନ ବଢିବାକୁ ଲାଗିଲା । ପରିଶେଷରେ ସେଇ କ୍ଷତ ଜାଗାରେ ମାଛିଆ ପାତକ ହୋଇଯାଇଥିଲା । ଫଳରେ ସମାଜ ତାଙ୍କୁ ବାରଣ କଲା । ତାଙ୍କ ଘରକୁ କେହି ଯିବା ଆସିବା କଲେ ନାହିଁ । କିନ୍ତୁ ମମତା ହାରିନଥିଲା । ଶେଷ ପର୍ଯ୍ୟନ୍ତ ସେ ମଧ୍ୟ ଚେଷ୍ଟା କରୁଥିଲା । ବାପାଙ୍କୁ କିପରି ଭଲ କରିପାରିବ ସେ ଅନେକ ଚିନ୍ତା ମଧ୍ୟ କରୁଥିଲା । ମାତ୍ର ସେ ଆହୁରି ଖରାପ ହେବାକୁ ଲାଗିଲେ । ଠିକ୍ ରାତ୍ର ନଅ ଘଣ୍ଟିକା ସମୟ । ବାପା ଝିଅକୁ ପାଣି ଟିକେ ମାଗିଲେ । ଆଗରୁ ତ ସେ କିଛି ଖାଉନଥିଲେ । ବାପା ପାଣି ମାଗିବା ଶୁଣି ଝିଅ ମନରେ ଖୁସି ଜାଗ୍ରତ ହୋଇଥିଲା । ଅତି ଖୁସି ମନରେ ଯାଇ ପାଣି ଗ୍ଲାସଟିଏ ନେଇ ଆସି ତାଙ୍କୁ ପିଇବାକୁ ଦେଲା । ବାପା ଖୁସି ମନରେ ପିଇଲେ; ମମତାଙ୍କୁ ପାଦରୁ ଗୋଡ ଯାଏ ଆଖି ପୁରେଇ ଦେଖି ନେଲେ; ବାପାଙ୍କ କରୁଣ ଚାହାଣୀରେ ମମତା ଆଖିରେ ଆଶାର ଆଲୋକ ଦେଖା ଯାଇଥିଲା । ସତେ ଯେମିତି ପଶ୍ଚିମ ଆକାଶରେ ସୂର୍ଯ୍ୟର ଅସ୍ତର ମନୋରମ ଦୃଶ୍ୟ ପରି ।
କ୍ଷଣକ ପରେ ଯେପରି ସେ ମନୋରମ ଦୃଶ୍ୟ ଉଭେଇ ଯାଇଥାଏ । ଠିକ ସେହିପରି ତା' ମନରେ ଉଦ୍ ଜୀବିତ ଆଶାର ଆଲୋକ କ୍ଷଣିକରେ ଉଭେଇ ଗଲା । ମାଡି ଆସିଲା ଅନ୍ଧାର । ବାପାଙ୍କ ପିଠିକୁ ଖୁସିରେ ସାଉଁଳି ଦେଉ ଦେଉ ତାଙ୍କର ଜୀବନ ଦୀପ ଲିଭି ଗଲା । କେହି ତା' ପଛ ଆଡକୁ ନଥା'ନ୍ତି । ତା' ଶରୀର ଯେମିତି ପଥର ପାଲଟି ଗଲା । ଗ୍ରାମର ଲୋକମାନେ ସେମିତି ନିରବ ହୋଇ ଦେଖୁଥାନ୍ତି । ବନ୍ଧୁ, ବାନ୍ଧବ ତାଙ୍କୁ ମଧ୍ୟ ସାନ୍ତ୍ୱନା ଦେବାକୁ ଆସିଲେନି । ଶଗଡ ଗାଡିରେ ଏକୁଟିଆ ଧୈର୍ଯ୍ୟ ଓ ସାହାସର ସହିତ ନେଇ ସେଇ ଗ୍ରାମର ବିକାଶ ସହିତ ଶବକୁ ପୋତି ଦେଇଥିଲା । ବିଧି ଅନୁଯାୟୀ ଶୁଦ୍ଧ କର୍ମ କରିଥିଲା । କିଛି ଦିନ ପରେ ବିକାଶ ସହ ତାର ବିବାହ ହେଲା । ସମାଜ ଓ ଗ୍ରାମ ସେମିତି ଚାହିଁ ରହିଥାଏ । ବିପରୀତ ପରିସ୍ଥିତିରେ ଥାଇ ମଧ୍ୟ ସେ ଜଣେ ଉଚ୍ଚ ସମାଜ ସେବୀ ଭାବରେ ବର୍ତ୍ତମାନ ପରିଚିତ । ସଂଗ୍ରାମ କରି କରି ତା' ଅନୁଭବ ତା'କୁ ଅନେକ ଶିକ୍ଷା ଦେଇଥିଲା । ସେହି ଶିକ୍ଷାରୁ ଆଜି ସେ ଅନେକ କବିତା, ଗଳ୍ପ ରଚନା କରିପାରୁଛି । ଆଜି ସେ ସର୍ବ ଭାରତୀୟ ସ୍ତରରେ ଜଣେ ଆଗଧାଡିର ଗାଳ୍ପିକ।
