Samar Ballav Bhoi

Children Stories Inspirational Children

4  

Samar Ballav Bhoi

Children Stories Inspirational Children

ମଣିଷର ମନ ବଦଳିବା ଦରକାର

ମଣିଷର ମନ ବଦଳିବା ଦରକାର

5 mins
343



ଥରେ ଜଣେ ସାହିତ୍ୟ ଶିକ୍ଷକ ଶ୍ରେଣୀ କକ୍ଷରେ ପିଲାଙ୍କୁ ମଣିଷର ମନ ବଦଳିବା ଦରକାର ବିଷୟରେ ଆଲୋଚନା କରୁଥିଲେ। ପିଲାମାନେ ମନଦେଇ ବୁଝିବା ଦରକାର। ମଣିଷ ଚତୁର ଓ ବୁଦ୍ଧିମାନ୍, ୫ଟି ଇଂଦ୍ରିୟର ଅଧିକାରୀ, ମଣିଷ ର ଶରୀରରେ ମନ ଏକ ଅବାସ୍ତବ ଶକ୍ତି । କମ ସମୟ ରେ ଅନେକ କିଛି ଭାବି ନିଏ । ମଣିଷ ମନ ବିଜୁଳି ପରି ଅତ୍ୟନ୍ତ କ୍ଷୀପ୍ର ଓ ତୀବ୍ର। ମନ ଏକ ମଣିଷ ବିଶ୍ୱାସର ପ୍ରତିକ୍ରିୟା । ମନ ଓ ଭାବନା ସବୁବେଳେ ରହସ୍ୟ ମୟ। ମନନେଇ ଅନ୍ୟକୁ ବିଶ୍ୱାସ କରେ । ମନନେଇ ଅନ୍ୟର ହସ ଖୁସିରେ ସ୍ୱାର୍ଥପରତା ଭରିଯାଏ। ସମୟର ଚକ୍ରରେ ଭଲ ପାଉଥିବା ମଣିଷ ପାଇଁ ମନୋଭାବ କୁ ବଦଳାଇ ଦିଏ। ଅନ୍ୟପରି ସମାନତା ଆଣିବାକୁ ମନରେ ବସା ବାନ୍ଧେ। ସେହି ପରିପ୍ରେକ୍ଷୀରେ କେତେ ବେଳେ ସଫଳତା ମିଳେ ତ କେତେବେଳେ ବିଫଳତା, ଯେତେବେଳେ ମଣିଷ ଆଖିକୁ ବନ୍ଦ ରଖେ, ସେତେବେଳେ ମନର ବେଗ ଆଲୋକର ବେଗଠୁ ଅଧିକ ହୋଇଥାଏ, କିନ୍ତୁ ଆଖି ଖୋଲିଗଲେ ମନର ବେଗ ଶୂନକୁ ଚାଲିଯାଏ। ସେଥିପାଇଁ ମଣିଷଟି ଶୋଇ ଥିଲାବେଳେ ସ୍ବପ୍ନରେ ତାର ମନ ଆମେରିକାରେ ନହେଲେ ଲଣ୍ଡନରେ ଥାଏ। କିନ୍ତୁ ସ୍ବପ୍ନ ସରିଗଲେ ମନ ବିଛଣା ଉପରେ ପଡିରହି ଭାବୁଥାଏ। ମନ ମଣିଷ ଭାବନାର ଧନସମ୍ପତି, କେତେବେଳେ ଉପରେ ତ କେତେ ବେଳେ ତଳେ, ମନ ମଣିଷର କେତେ ବେଳେ ମାନବୀକତା ସ୍ଥାପନ କରେ, କେତେବେଳେ ଅତି ନିମ୍ନଗାମି କରିଦିଏ ।ଜୀବନର ପ୍ରତିଟି ସଫଳତା ଅବା ବିଫଳତା ମଣିଷ ମନର ଏକ ମାଧ୍ୟମର ରୁପାୟନ ମାତ୍ର। ଏସବୁ ମଣିଷର ସକରାତ୍ମକ ଅବା ନକରାତ୍ମକ ଭାବନାର ପରିଣତି ହୋଇଥାଏ। 

ସମୟରୁ ଉଦାହରଣଟି ଜନ୍ମ ନିଏ। ଉପଲଦ୍ଧ ଗପଟି ମଣିଷ ମନ ବଦଳିବାର ଏକ ଉଦାହରଣ ଓ ପରିବର୍ତନର ମାଧ୍ୟମ । ଏହି ଗପ ମାଧ୍ୟମରେ ମଣିଷର ଭାବନା କୁ ପରିବର୍ତ୍ତନ କରିବାକୁ ପ୍ର୍ରୟାସ କରାଯାଇଛି. ଗପଟି ଏମିତି ..., ଗାଁ ପାଖ ପୋଖରୀ କୂଳ ବରଗଛ ଡାଳରେ କାଉଟିଏ ବସିଥାଏ। ସେହି ପୋଖରୀରେ ଦଳ ଦଳ ହୋଇ ବତକ ଭାସୁଥାନ୍ତି। ମଝିରେ ମଝିରେ ପାଣିକୁଆଗୁଡିକ ପାଣିରେ ବୁଡି ଯାଇ ଅନ୍ୟ ଏକ ପାଖରେ ଉପରକୁ ଉଠିଯାଉ ଥାଆନ୍ତି। ଏ ସବୁ ଦୃଶ୍ୟକୁ କାଉଟି ଦେଖୁଥାଏ।ମନେ ମନେ ଭାବୁଥାଏ -ବାହାରେ ଏତେ ଗରମ ହେଉଛି।ଏମାନେ କେତେ ଆନନ୍ଦରେ ଦିନସାରା ପାଣିରେ ପହଁରୁଛନ୍ତି। ପାଣିରୁ ନିଜ ଖାଦ୍ୟ ସବୁ ଖୋଜି ଖୋଜି ମଜାରେ ଖାଉଛନ୍ତି। ପାଣି ଭିତରେ ଥାଇ ସୁଧା ପରରେ ଟିକିଏ ବି ପାଣି ଲାଗୁନାହିଁ।କିନ୍ତୁ ମୁଁ ଥରେ ବର୍ଷାରେ ବାହରକୁ ବାହାରିଲେ ମୋ ପର ସବୁ ଭିଜି ଯାଉଛି। ସତରେ ଏମାନେ କେଡେ ଭାଗ୍ୟବାନ୍। ମୁଁ ଏମାନଙ୍କ ପରି ପାଣିରେ ପହଁରିପାରନ୍ତି କି? ଠିକ୍ ଏହି ସମୟରେ ୨ଟି ବତକ ପାଣି ଭିତରୁ ଉଠି ଆସି କୂଳରେ ଛିଡାହେବାରେ କାଉଟି ଦେଖିଲା। ନିଜ ଦେହକୁ ଥଣ୍ଟ ଦୂାରା ସଫା କରୁଥିଲେ।କାଉ ଗଛ ଡାଳରୁ ଉଡିଯାଇ ବତକଙ୍କ ପାଖରେ ବସିଲା । ଗୋଟିଏ ବତକ କୁ କାଉ ପଚାରିଲା , ଭାଇ ମୁଁ ଭାରି ଦୁଃଖୀ ଭଉଣିଟିଏ। ତମେ ମାନେ ଜଳ ଭିତରେ କେତେ ଆନନ୍ଦରେ ଦୋଳି ଖେଳୁଛ। ମୋର ବି ଜଳକ୍ରୀଡା କରିବାକୁ ବହୁତ ଇଚ୍ଛା । ମୋତେ ଟିକିଏ ଶିଖେଇ ଦିଅନ୍ତିନି।ବତକଟି ଆସି କହିଲା ଆରେ କାଉ ଭଉଣି , ମୋ ପାଦ ଦେଖୁଛ, ପାଦଟି ଆହୁଲା ପରି ତେଣୁ କରି ପାଣିରେ ପହଁରିପାରେ। ଆଉ ତୈଳ ଭାଗ ଅଛି ଲାଞ୍ଜ ଓ ପରରେ। ଥଣ୍ଟରେ ଆଣି ପରରେ ଲଗାଏ। ତେଣୁ ପାଣିରେ ବୁଡିଲାବେଳେ ପରରେ ପାଣି ଲାଗେ ନାହିଁ। ଏ କଥା ଶୁଣି କାଉ ନିଜ ପାଦକୁ ଚାହିଁ କହିଲା, "ଆରେ ସତ ତ" ପାଦରେ ଆଙ୍ଗୁଠିକୁ ଆଙ୍ଗୁଠି ଚମଡା ଲାଗିରହିଛି ବତକର । କିନ୍ତୁ୍ ମୋର ଆଙ୍ଗୁଳି ଛାଡି ଛାଡି ଅଛି। ବତକ କାଉକୁ କହିଲା- ତମର ଶରୀର ଟା ବହୁତ ହାଲକା, ତେଣୁ ତୁମେ ଡେଣା ସାହାଯ୍ୟରେ ଆକାଶରେ ଅନାୟସରେ ଉଡିପାର। ତୁମେ ଦଳ ଦଳ ହୋଇ ଆକାଶରେ ଉଡିଲା ବେଳେ ଭାରି ସୁନ୍ଦର ଦେଖାଯାଅ। ଏତେ ମନ ଦୁଃଖ କରୁଛ କାହିଁକି? ମୋର ତ ମନ ହେଉଛି, ତୁମ ପରି ଆକାଶରେ ଉଡିପାରନ୍ତି କି? ସଞ୍ଜ ହେଲେ ମାଲିକ ମୋତେ ନେଇ ଏକ ଛୋଟ ଅନ୍ଧାରୁଆ ଘର ଭିତରେ ରଖନ୍ତି।ମୋର ଇଛାତ ହୁଏ ସେ ଘରେ ନ ରହି ଖୋଲା ଆକାଶ ତଳେ ତୁମ ପରି ଗଛରେ ବସା କରି ରହନ୍ତି କି ? କିନ୍ତୁ ସମସ୍ତଙ୍କ ପାଖରେ ସମାନ ପ୍ରକାର ର ସୁବିଧା ସୁଯୋଗ ନଥାଏ। ଭଗବାନ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ସୁବିଧା ସୁଯୋଗ ରଖିଥାନ୍ତି। ତେଣୁ ଆମର ଯାହା ଅଛି ତାକୁ ନେଇ ଚଳିବା ଓ ସନ୍ତୁଷ୍ଟ ରହିବା। ପାଖରେ ନ ଥିବା ଜିନିଷ ପ୍ରତି ଆଶା ରଖିଲେ କିମ୍ବା ମନଦୁଃଖ କଲେ ସୁଖଶାନ୍ତିରେ ରହିପାରିବା ନାହିଁ। ବରଂ ସୁଖଶାନ୍ତି ବଦଳରେ ଦୁଃଖ ଆମର ଚିର ସାଥୀ ହୋଇଯିବ।ଏକଥା ଶୁଣି କାଉ ଭାବିଲା - ସତରେ ସେ ବତକ ଅପେକ୍ଷା ବହୁତ ସୁଖୀ ଅଛି। ସେ ମନଇଛା ବୁଲୁଛି, ଖାଉଛି, ନିଜ ବସାରେ ଶାନ୍ତିର ଶୋଇପାରୁଛି। ସାଙ୍ଗ ସାଥି ମାନେ ବହୁତ ଭଲ।ବତକ ସତ କହୁଛି,ତା ମାଂସ, ଅଣ୍ଡା ଖାଇବା ପାଇଁ ମଣିଷ ତାକୁ ଆଦର କରୁଛି।ମୋର ଏମିତି ଆଦର ଦରକାର ନାହିଁ । ନିଜ ଇଚ୍ଛାରେ ଚଳିବା ସବୁଠୁ ଆନନ୍ଦ ଦିଏ। ଏହା କହି କାଉଟି ଆନନ୍ଦରେ ଉଡିଗଲା।

ଉପରୋକ୍ତ ଗପରୁ ମଣିଷକୁ କିଛି ଶିଖିବାର ଆବଶ୍ୟକତା ଅନେକ ଅଛି। ମଣିଷ ପ୍ରତିଟି କାର୍ଯ୍ୟକୁ ସରସ ସୁନ୍ଦରଭାବରେ କଲେ ସମାଜରେ ଉପକୃତ ହେବ। ମଣିଷର ମାନସୀକତା ଏକ ସୁପ୍ତ ଅନୁଭବ ଓ ଚିନ୍ତନ। ମାନସୀକତା ଓ ମନ ପରସ୍ପର ପରିପୂରକ। ଅନ୍ୟର ଚାଲିଚଳଣି ଓ ବ୍ୟବହାରରେ ଅତିଷ୍ଠ ହେବା ଆଦୌ ଉଚିତ ନୁହେଁ। ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ଆମେ ମାନେ ସୁବିଧା ସୁଯୋଗ ପଛରେ ଧାଇଁ ଧାଇଁ ନୟାନ୍ତ ହୋଇପଡୁ। ତଥାପି ମଣିଷର ମନ ସବୁବେଳେ ଅନ୍ୟର ଭଲମନ୍ଦ ରେ ଲାଖି ରହିଥାଏ। ଅନ୍ୟର ଭଲ ଓ ସଫଳତାରେ ଟିକିଏ ଇର୍ଷାପରାୟଣ ହୁଏ।ଅନ୍ୟର ଭଲଗୁଣରେ ପ୍ରସଂସା ବଦଳରେ ଇର୍ଷା କରିବାରେ ଲାଗେ। ମଣିଷଟି ବାସ୍ତବ। ହେଲେ ସମୟ ସମୟରେ ମନ ଅବାସ୍ତବ ଥାଏ କିମ୍ବା ଚାପରେ ଥାଏ। ଆଉ ମନ କେତେବେଳେ ବଦଳିବାର ଲକ୍ଷ ହୁଏନା। ଜଣେ ଭଲ ଚାଳକ ସିଏ, ଯିଏ ଜୀବନରେ କେବେ ଦୁର୍ଘଟଣା ଘଟାଇ ନଥାଏ। କାରଣ ସେ କେତେ ଆଗକୁ ମାଡିବ ଓ କେତେ ମୋଡିବ ଉପରେ ଜୋର ଦେଇଥାଏ ଓ ସାଥିରେ ଆୟତାଧିନ ବ୍ରେକ ମାରିବାର କୌଶଳ ଜଣାଥାଏ। ମଣିଷ ଜୀବନ ଯାତ୍ରାରେ ମନ ହେଲା ଚାଳକ, ବିବେକ ବ୍ରେକ ଓ କ୍ଲଜ। ମନ ଓ ବିବେକ ମୂଳେ ଏ ଜଗତ। ମନ ଓ ବିବେକ କୁ ଆୟତ୍ତ କରିପାରିଲେ ମଣିଷ ଭଲ ବୋଲି ବିବେଚନା କରାଯାଏ। ନେତା ହୁଅନ୍ତୁ କି ଜନତା, ଡାକ୍ତର ହୁଅନ୍ତୁ କି ଓକିଲ, ଯନ୍ତ୍ରୀ ହୁଅନ୍ତୁ କି ମନ୍ତ୍ରୀ, ଅଧ୍ୟାପକ ହୁଅନ୍ତୁ କି ପ୍ରାଧ୍ୟାପକ, ଅଫିସର ହୁଅନ୍ତୁ କି କର୍ମଚାରି ସମସ୍ତେ ଜଣେ ଜଣେ ବାସ୍ତବ ମଣିଷ। ସମସ୍ତଙ୍କ ନକରାତ୍ମକ ମାନସୀକତା ମଣିଷ ସମାଜ ପାଇଁ ବିପଦ। ନେତା, ଜନତା, ଡାକ୍ତର, ଓକିଲ, ଯନ୍ତ୍ରୀ, ମନ୍ତ୍ରୀ, ଅଧ୍ୟାପକ, ପ୍ରାଧ୍ୟାପକ, ଅଫିସର ଓ କର୍ମଚାରି ମାନେ ଯଦି ନିଜ ନିଜର ବାସ୍ତବ କାମ କରନ୍ତେ, ତେବେ ସମାଜରେ ପ୍ରତିଦିନ ଘଟୁଥିବା କଳୁଷିତ ଓ କଳଙ୍କିତ ଘଟଣା ସବୁ ସବୁଦିନ ପାଇଁ ବନ୍ଦ ହୋଇଯାଆନ୍ତା, ଯଦି ଏମାନେ ସଚେତନ ହୁଅନ୍ତେ, ତେବେ ସାରାରାଜ୍ୟରେ ଓ ଦେଶରେ ଘଟୁଥିବା ଶିଶୁକନ୍ୟାଙ୍କୁ ଅତ୍ୟାଚାର, ନାରୀ ନିର୍ଯାତନା, ଚୋରି, ସାଇବର କ୍ରାଇମ୍ ଓ ଦୁଃର୍ନୀତି ଆଦି ମଣିଷ ମନରୁ ଦୂରେଇ ଯାଆନ୍ତା, ଶିଶୁକନ୍ୟାଙ୍କୁ ଅତ୍ୟାଚାର, ନାରୀ ନିର୍ଯାତନା ଆଜି ଚରମ ସୀମାରେ, ଶିଶୁକନ୍ୟା ମାନେ ସାରାରାଜ୍ୟରେ ଓ ଦେଶରେ ନର ରୁପି ଦାନବ ମାନଙ୍କ କବଳରେ କବଳଳିତ, ଅତ୍ୟାଚାର ଓ ନିର୍ଯାତନା ସତେ ଯେମିତି ଏମାନଙ୍କର ଅତି ପ୍ରିୟ କର୍ତ୍ତବ୍ୟ ହୋଇସାରିଛି । ଏସବୁ ମଣିଷର ନକରାତ୍ମକ ଭାବନା,  ନକରାତ୍ମକ ମନୋଭାବ ମଣିଷର ମନକୁ କେବେ ବଦଳାଇ ପାରିବ ନାହିଁ। ନକରାତ୍ମକ ଚିନ୍ତା ଏକ ବାହ୍ୟ ଶକ୍ତି , ଯଦି ପଶୁପକ୍ଷୀଙ୍କ ମନ ସ୍ଥାନକାଳ ପାତ୍ରରେ ବଦଳିପାରୁଛି, ତେବେ ମଣିଷ କାହିଁକି ତାର ମନକୁ ବଦଳାଇ ପାରିବ ନାହିଁ? ଏ ପ୍ରଶ୍ନ ସମସ୍ତଙ୍କ ଲାଗି, ମଣିଷ ସବୁବେଳେ ମନନେଇ ତାର ଆଖପାଖ ଓ ପୃଥିବୀକୁ ଦେଖିଥାଏ। ଶୈଶବରେ ମଣିଷର ମନ ଟି ଖେଳ ଓ ଖେଳନା ରେ ଆବଦ୍ଧ ଥାଏ, ଯୁବାବସ୍ଥାରେ ମଣିଷର ମନ ଟି ବ୍ୟସ୍ତ ଓ ଭାରାକ୍ରାନ୍ତ ଥାଏ, ସେଥିପାଇଂ ମନ ମାନିଥିଲେ ଖୁସିରେ ଚାନ୍ଦଟିଏ ଆଣିବାକୁ ପଛାଇନଥାଏ, କିନ୍ତୁ ମନ ବିଷାକ୍ତଥିଲେ କାଣି କଉଡିଟିଏ ଦିଏନାହିଁ। “ଯିଏ ସକରାତ୍ମକ ଚିନ୍ତକ ତା ପାଖରେ ସବୁ ସମସ୍ୟାର ସମାଧାନ ଥାଏ, କିନ୍ତୁ ଯିଏ ନକରାତ୍ମକ ଚିନ୍ତକ ତା ପାଖରେ ସବୁ ସମାଧାନର ସମସ୍ୟା ଥାଏ” । ମନ ବିଷାକ୍ତ ହେଉ ବା ଅମୃତ ସବୁବେଳେ ସକରାତ୍ମକ ଆଡକୁ ମନନିବେଶ କରିବା ବିଧେୟ। ସ୍ଥଳ ବିଶେଷରେ ମନକୁ ସକରାତ୍ମକ ଦିଗକୁ ବଦଳାଇବା ଆବଶ୍ୟକ। ସକରାତ୍ମକ ଧାରା କୁ ବଜାଇ ରଖନ୍ତୁ, ତେବେ ଯାଇ ସମାଜରେ ସାମାଜିକତାର ପ୍ରତିଛବି ପ୍ରତିଫଳିତ ହେବ। ସୁନାର ସମାଜ ଓ ରାମରାଜ୍ୟ ଗଠିତ ହେବ।


                  




Rate this content
Log in