Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଅଲଗା ଅଲଗା

ଅଲଗା ଅଲଗା

3 mins
330



ଏ ବର୍ଷ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହୋଇ ସାରିଥାଏ। ଆରେ ସୁରେନ୍ଦ୍ର କୁଆଡେ଼ ଯାଇଥିଲୁ କି? ବାପା ମୁଁ ଟିକିଏ ପ୍ରଚାର ପାଇଁ ଯାଇଥିଲି। ତୁ ପ୍ରଚାର ପାଇଁ ଯାଇଥିଲୁ? ତୁ କ'ଣ ? ନା ବାପା ମୁଁ ନୁହେଁ। ଖାଲି ମୁଁ ନୁହେଁ , ବଡ଼ଭାଇ ବି ଯାଇଛନ୍ତି। ଆଛା ଆଛା ତମେ ସବୁ ଗୋଟେ ଗୋଟେ ଅଲଗା ଦଳ ତିଆରି କରିଛ ନା? ହଉ ଠିକ୍ ଅଛି, ମୋତେ ନ ପଚାରି କାହା ଦଳର ଯାଇ ପ୍ରଚାର ଆରମ୍ଭ କରିସାରିଲଣି। ଦେଶ ଦୁନିଆ ଯେମିତି ତମ ଦୁଇଙ୍କ ଈଶାରା ରେ ଚାଲିଛି। ସୁରେନ୍ଦ୍ର, ବିକାଶ, ବିକ୍ରମ ଓ ଦେବେନ୍ଦ୍ର ଚାରିଜଣ ଶିକ୍ଷକ ବିନୋଦ ବାବୁଙ୍କ ପୁଅ ମାନେ। ସମସ୍ତେ ସାଂସାରିକ। ଦେବେନ୍ଦ୍ର ବଡ଼ , ବିକ୍ରମ ମଝିଆଁ , ବିକାଶ ସାନ ମଝିଆଁ, ସୁରେନ୍ଦ୍ର ସବୁଠାରୁ ସାନ ପୁଅ। ଦେବେନ୍ଦ୍ର ଓ ସୁରେନ୍ଦ୍ର ଦୁହେଁ ସାଥିରେ ରହନ୍ତି, ବିକାଶ ଓ ବିକ୍ରମ ବାପା ମାଆଙ୍କ ସହିତ ରୁହନ୍ତି। ଦଶ ବର୍ଷ ହେବ ସେମାନେ ଅଲଗା ଅଲଗା ଚଳୁଛନ୍ତି। ବଡ଼ ପୁଅ ଓ ସାନପୁଅ ଦୁହେଁ ବାପା ମାଆ ଙ୍କ କଥା କିଛି ବୁଝନ୍ତି ନାହିଁ। ରାଜନୀତି ର ପଶାପାଲି ରେ ବଡ଼ପୁଅ ଦେବେନ୍ଦ୍ର ଓ ସାନପୁଅ ସୁରେନ୍ଦ୍ର। ଏ ଦୁହେଁ ମିଶି ଅଧାରୁ ଅଧିକ ପୈତୃକ ସଂପତ୍ତି ଅଧିକାର କରିଛନ୍ତି। ଜୋର ଜବରଦସ୍ତ ସମ୍ପତ୍ତି ଉପରେ ଅଧିକାର ଜାହିର କରିଛନ୍ତି ରାଜନୈତିକ ଚାପ ବଳରେ। ବିକାଶ ଓ ବିକ୍ରମ ଦୁହେଁ ବହୁତ ସକରାତ୍ମକ ଚିନ୍ତାଧାରା ର ମଣିଷ। କାହା ସହ ଜମିବାଡ଼ି ସମ୍ପର୍କିତ ମାମଲା କୁ କେବେବି କହିନାହାନ୍ତି। ଘର ପରିବାର କଥା ବାହାରେ ବୁଲିଲେ ଖରାପ। ଏ ଦୁହେଁ ସରଳ ବ୍ୟକ୍ତିତ୍ଵ। ସେ ଦୁହେଁ ରାଜନୀତି ର ଗୋଟି ଚାଳନା କରି ଶାସନ କଳ ସହ ମିଶି , ନାଲି ଆଖି ଦେଖାଇ ସମ୍ପତ୍ତି ଉପରେ ଅଧିକାର ଜାହିର କରିଛନ୍ତି। ଦେବେନ୍ଦ୍ର କୁ ଥରେ ବାପା ମାଆ ପଚାରିଲେ , ଆରେ ଦେବେନ୍ଦ୍ର ! ସମ୍ପତ୍ତି ବାଡ଼ି ଉପରେ ଯାହା ତ କଲ। ସେ ଦୁହିଁଙ୍କୁ ହଇରାଣ ହରକତ କରିବାକୁ କାହିଁକି ମନସ୍ଥ କରୁଛ? ଦେବେନ୍ଦ୍ର ଉତ୍ତର ରଖିଲେ, ଆମର ସମାଜରେ ଗୋଟେ ନାଁ ଅଛି, ଆମ ବିରୋଧରେ ବିକାଶ ଓ ବିକ୍ରମ ଦୁହେଁ ଏକ ଦଳ ଗଠନ କରି ସବୁଆଡ଼େ ଅପମାନିତ କରୁଛନ୍ତି। ମୁଁ ସେମାନଙ୍କୁ ଛାଡ଼ିବି ନାହିଁ। ଦେଖ! ଦେବେନ୍ଦ୍ର ସେମାନେ ତମ ସହ ଲଢୁନାହାନ୍ତି। ବରଂ ତୁମେ ଦୁଇଜଣ ନିଜର ଅହଙ୍କାର ଓ ସ୍ୱାର୍ଥ ପାଇଁ ତାଙ୍କ କାନ୍ଧରେ ବନ୍ଧୁକ ରଖି ଅନ୍ୟ ର ଶିକାର କରୁଛ। ସେମାନେ ବିଚରା ନିରିହ , ସରଳ ସବୁଆଡ଼େ ହଇରାଣ ହେବାକୁ ପଡୁଛି। ଏମିତି କିଛି କର ନାହିଁ । ବିକାଶ ,ବିକ୍ରମ ମୋ ବିରୋଧରେ ଅଲଗା ଦଳ ତିଆରି କରି ଆମର ପରିଚୟ ଓ ସ୍ବାଭିମାନ କୁ ଆଘାତ କରୁଛନ୍ତି। ଏ କଥା କେବେ ସମ୍ଭବ ନୁହେଁ। ମୁଁ ସେମାନଙ୍କୁ ଭଲଭାବେ ଜାଣିଛି। ତମେ ଦୁହେଁ ସମାଜ ରେ ପ୍ରତିଷ୍ଠିତ ଓ ପରିଚିତ ହେଲେ ତାଙ୍କର କିଛି କ୍ଷତି ନାହିଁ। ବରଂ ତୁମେ ଦୁହେଁ ରାଜନୀତି ର ଲୋଭନୀୟ ପରିସ୍ଥିତି କୁ ଛାଡି ପାରୁନାହୁଁ। ଅଲଗା ଦଳ ତିଆରି କରିବା ବଡ଼କଥା ନୁହେଁ। ଯେଉଁ ଦଳରେ ଏକତା ଅଛି, ଦେଶ ପାଇଁ, ଜାତି ପାଇଁ, ନିଃସ୍ଵାର୍ଥପରତା ଅଛି, ସେମାନେ କେବଳ ଆଜି ର ଦୁନିଆରେ ପଥର ପରି ଦୃଢ଼ ବିଶ୍ୱାସ ର ସହ ଲଢେଇ କରୁଛନ୍ତି। ଯେଉଁଟି ଅହଂକାର ଓ ଈର୍ଷା, ଅହମିକା ଓ ଘୃଣା ଅଛି ସେଠାରେ ସଫଳତାର କୋୖଣସି ସ୍ବାଦ ବାରି ହୁଏ ନାହିଁ। ଥାଉ ଥାଉ , ତମର ସେ ଉପଦେଶ ମୋର କିଛି କାମରେ ଲାଗିବ ନାହିଁ। ରଖ ତୁମ ଉପଦେଶ। ହଉରେ ଦେବେନ୍ଦ୍ର! ଆଜି ନହେଲେ କାଲି , ସମୟ ଆସିବ, ସେତେବେଳେ ବୁଝି ପାରିବୁ ମୁଁ କ'ଣ କହୁଥିଲି। ହୁଏତ ମୁଁ କାଲି ନଥିଲି। ହେଲେ ମୋ କଥା ଥରେ ହେଜିବୁ ରେ ଦେବେନ୍ଦ୍ର ! ହେଜିବୁ ! ମାଙ୍କଡ ମାନେ ସିନା ଏ ଗଛରୁ ସେଗଛ କୁ ଡେଇଁ ଯାଆନ୍ତି, ହେଲେ ଆଜିର ମଣିଷ କିନ୍ତୁ ଅଲଗା ଦଳ ତିଆରି କରି ସେ ଦଳ ବିଷୟରେ ଆଲୋଚନା କରନ୍ତି। ଏଇତ ଆମର ପର ପିଢ଼ି ଙ୍କ ଜ୍ଞାନ।



Rate this content
Log in

Similar oriya story from Abstract