Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ମନଟା ପୁରା ଖୋଲା

ମନଟା ପୁରା ଖୋଲା

2 mins
320



ମଣିଷର ମନ ଭଲ ଥିଲେ ସମସ୍ତେ ଭଲ। ମନ ଖରାପ ହେଲେ ସବୁ ତ ଖରାପ। ରାକେଶ ଜଣେ ବହୁତ ଧନୀ ଘରର ମଣିଷଟିଏ। ଧନ ସମ୍ପତ୍ତି ଅମାପ। ବର୍ଷଯାକ ସମାଜରେ ଅବହେଳିତ ତଥା ସମସ୍ତ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ସହରର ସବୁଠାରୁ ଚର୍ଚ୍ଚିତ ଚେହେରା। ଯିଏ କିଛି ମାଗନ୍ତି ସେ କେବେ କାହାକୁ ନିରାଶ କରନ୍ତି ନାହିଁ। ଖୋଲା ମନରେ ସବୁ କିଛି ଦିଅନ୍ତି। 

ବନ୍ୟା ବାତ୍ୟା ମରୁଡି ବିପନ୍ନ ଲୋକଙ୍କ ମୁହଁରେ ଦାନା ଦେବାକୁ ପ୍ରଥମେ ଯାଇ ହାଜର ହୋଇଯାଆନ୍ତି। ସବୁବେଳେ ହସ ହସ ମୁହଁରେ ବୁଲୁଥିବାର ପରିଲକ୍ଷିତ ହୁଅନ୍ତି। ଦାନ ଦେବାରେ କୁଣ୍ଠାବୋଧ କରନ୍ତି ନାହିଁ।


ଥରେ ଦଳେ ବଦମାସୀ କରୁଥିବା ଲୋକମାନେ ଆସି ଜବରଦସ୍ତ କିଛି ଅର୍ଥ ସାହାଯ୍ୟ ମାଗିଲେ। ରାକେଶ ବାବୁ କହିଲେ ମୁଁ ତମ ମାନଙ୍କୁ କେବେ ମୋ ଇଲାକାରେ ଦେଖି ନାହିଁ। ଆପଣ କ'ଣ ସମସ୍ତଙ୍କୁ ଭଲଭାବରେ ଜାଣିଛନ୍ତି। ହଁ ମୁଁ ଆଜି କେବେଠାରୁ ସାରା ଅଞ୍ଚଳରେ ମୋର ପରିଚୟ ଦେଇସାରିଛି। ହେଲେ ତମମାନଙ୍କୁ କେବେ ହେଲେ ଦେଖି ନାହିଁ। ରାକେଶ ବାବୁଙ୍କ ସହଯୋଗୀ ରମାକାନ୍ତ ଘରୁ ବାହାରି ଆସି କହିଲେ, ହଁ ଆମ ରାକେଶ ବାବୁ ଓ ମୁଁ ମଧ୍ୟ ତମ ମାନଙ୍କୁ କେବେ ହେଲେ କେଉଁଠି ଏ ଅଞ୍ଚଳରେ ଦେଖି ନାହୁଁ। ବଦମାସୀ ଲୋକମାନେ ସାଙ୍ଗେ ସାଙ୍ଗେ ନିଜର ଭାଷା ବଦଳାଇ ରାକେଶ ବାବୁଙ୍କ ସହ ଭଲରେ କଥା ହେଲେ, ଆମେ ଆପଣଙ୍କୁ ଭଲଭାବରେ ଚିହ୍ନିଚୁ, ସତରେ ଆପଣ ଜଣେ ନିଆରା ବ୍ୟକ୍ତିତ୍ଵ। ଆପଣଙ୍କ ମନଟା ପୁରା ଖୋଲା ମନ। ଏକଥା ଏ ସାରା ଅଞ୍ଚଳ ରେ କୁହାକୁହି ହୁଅନ୍ତି।


ଆଜ୍ଞା ଆମେ ଆପଣଙ୍କୁ ମାଗିବାର ତରିକା ଟିକିଏ ଭୁଲ କରି ଦେଇଛୁ। ସେଥିପାଇଁ ଆମେ ସମସ୍ତେ କ୍ଷମାପ୍ରାର୍ଥନା ମାଗୁଛୁ। ଆପଣଙ୍କ ପରି ବ୍ୟକ୍ତିଙ୍କର କେବେ ହେଲେ କେହି ଏମିତି ତରିକା ରେ ସାହାଯ୍ୟ ମାଗି ନଥିବେ। ରାକେଶ ବାବୁ ବୁଝିଲେ ଏବଂ କହିଲେ। ଠିକ୍ ଅଛି ଭିତରକୁ ଆସନ୍ତୁ କଥା କ'ଣ ବୁଝିବା। ସେ ଲୋକ ମାନେ କହିଲେ ଯେ ଆମେ ସମସ୍ତେ ଏକାଠି ହୋଇ ଏକ ସ୍ବତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ କରିବା କୁ ଚାହୁଁ ଚୁ। ସେଥିପାଇଁ ପାଇଁ କିଛି ଅର୍ଥ ର ଆବଶ୍ୟକତା ପଡୁଛି। ସେହି ଆଶା ନେଇ ଆପଣଙ୍କ ପାଖକୁ ଆସିଥିଲୁ। ଆଛା !! ଆଛା !! ଏହି କଥା। ଠିକ୍ ଅଛି ମୁଁ ତମ ମାନଙ୍କ ପ୍ରସ୍ତାବ ରେ ଅନୁମତି ଯୋଗଦାନ କରୁଛି, ମୁଁ ବି ଏହି ଜନ ସଚେତନତା କାର୍ଯ୍ୟକ୍ରମ କୁ ପରିଚାଳିତ କରିବି।


ସେମାନେ ସମସ୍ତେ ବହୁତ ଖୁସି ହୋଇଗଲେ। ସତରେ ଆପଣଙ୍କୁ ଆମେ କେମିତି ସମ୍ମାନିତ କରିବୁ ଜାଣି ପାରୁନୁ। ରାକେଶ ବାବୁ ରମାକାନ୍ତ କୁ ଡାକିଲେ ଏବଂ କହିଲେ , ଶୁଣ ଏଥର ଏ ନୁଆ କାର୍ଯ୍ୟକ୍ରମ ଆମେ ହାତକୁ ନେବା , କିନ୍ତୁ ସେମାନେ ଆମ ସହ ରହିବେ ଓ ପରିଚାଳନା ମଧ୍ୟ କରିବେ। ରମାକାନ୍ତ ତାଙ୍କ ର ସାହାଯ୍ୟ ପାଇଁ ଅର୍ଥ କିଛି ଦେଇଦିଅ। ସେମାନେ ନିରାଶ ନ ହୁଅନ୍ତୁ। ଏଭଳି ଯୁବକ ମାନେ ହିଁ ଦେଶ ପାଇଁ ନିତ୍ୟାନ୍ତ ଆବଶ୍ୟକ। ରମାକାନ୍ତ କହିଲେ, ସତରେ ଆପଣ ଜଣେ ନିଆରା ବ୍ୟକ୍ତିତ୍ଵ। ମନଟା ଆପଣଙ୍କ ର ପୁରା ପୁରି ଖୋଲା।



Rate this content
Log in

Similar oriya story from Abstract