Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଏମିତିକା ଜୀବନ ରଙ୍ଗ

ଏମିତିକା ଜୀବନ ରଙ୍ଗ

2 mins
218



ରମାକାନ୍ତ ବାବୁ ଜଣେ ଶିକ୍ଷକ, ପ୍ରତି ଦିନ ଖବରକାଗଜ ପଢିବାକୁ ଭାରି ଭଲ ପାଆନ୍ତି, ଏମିତି ଦିନେ ସକାଳେ ଖବରକାଗଜ ପଢୁ ପଢୁ ଦେଖିବାକୁ ପାଇଲେ ଯେ ଗୋଟିଏ ଆର୍ଟିକିଲ୍ (ସ୍ତମ୍ଭ) ଲେଖା" ଏମିତିକା ଜୀବନ ରଙ୍ଗ" , କ'ଣ ସେ ଏମିତିକା ଜୀବନ ରଙ୍ଗ, ଟିକିଏ ମନ ଦେଇ ପଢ଼ିବା , କ'ଣ ଲେଖା ଅଛି? ସେଥିରେ ଲେଖା ଥିଲା , ରଙ୍ଗର ପ୍ରକାର ଭେଦରେ ମଣିଷର ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ।ଭାରତ ସ୍ବାଧୀନତା ପ୍ରାପ୍ତିର ବୟସ ବଢି ବଢିବାରେ ଲାଗିଛି, ଅବହେଳା ଓ ଅପହଞ୍ଚ ର ଇଲାକା ଏବେ ବି ସ୍ପଷ୍ଟ ବାରି ପଡୁଛି। କିନ୍ତୁ ଆଜି ବି ଏମିତି ମଣିଷ ଅଛନ୍ତି ଯାହାର ଜୀବନ ଯାତ୍ରା ଅତ୍ୟନ୍ତ ଶୋଚନୀୟ ଓ ଦୟନୀୟ। ଗରୀବର ସଂଜ୍ଞା କୁ ନିରେଖି ଦେଖିଲେ, ଗାଁ ସନାଭାଇ କଥା ମନେ ପଡେ, ସକାଳୁଠୁ ସଞ୍ଜ ପର୍ଯ୍ୟନ୍ତ ପଚାରି ବୁଝିଲେ ଜଣାପଡେ ଯେ ଭଙ୍ଗାଚାଳ ଘରେ ସ୍ବର୍ଯ୍ୟଙ୍କର ରକ୍ତିମ କିରଣ ଠାରୁ ଆରମ୍ଭ କରି ଦ୍ୱିପ୍ରହର ନିଦାଘ ଖରା ଓ ସ୍ବର୍ଯ୍ୟାସ୍ତ ହେବା ସମୟର ଆଲୁଅ ଘର ଭିତରକୁ ପ୍ରତି ଦିନ ପଡେ।ପେଟ ପାଇଁ ନିତି ଖାଦ୍ୟ ସନ୍ଧାନରେ ସନାଭାଇ କାମ ଖୋଜି ଖୋଜି ବୁଲୁଥାଏ, କାମ ଟିକିଏ ମିଳୁ ମିଳୁ ଅନେକ ପ୍ରଶ୍ନରେ ଛନ୍ଦି ପଡେ ସନାଭାଇ, ଆଉ ଜୀବନ ରାସ୍ତାଟା ଅଧା ଶୂନ୍ୟରେ ଝୁଲୁଥାଏ।ପୁଅ ଝିଅ ଦୁଇଟି, ଅତି ସାନ ସାନ , ଭାରିଜା ଅତ୍ୟନ୍ତ ରୋଗାକ୍ରାନ୍ତ,ଘର ପାଇଟିର କାମ କରି କରି ଶରୀରଟା ପୁରା ସର୍ବଂସହା ହୋଇ ପଡ଼ିଛି। ପିତୃ ସମ୍ପତ୍ତିର ଭଙ୍ଗାରୁଜା ଆବାସ ଭିତରେ ଜୀବନର ଆଶା ଦ୍ବୀପ ଧରି ବଂଚିଛି ସନାଭାଇ।ବର୍ଷ ପରେ ବର୍ଷ ବିତି ଚାଲିଛି, ରାଜନୈତିକ ନେତାଙ୍କ ଭିଡ଼ ଭିତରେ ନେତା ପରେ ନେତା ସବୁ ଆସିବା ଯିବା ଲାଗି ରହିଥାଏ, ହେଲେ ଏଠି ଭୋଟ ଖଣ୍ଡକ ପାଇଁ ନାରା ବାଜି ଲାଗି ରହିଥାଏ।ଗଣତନ୍ତ୍ରର ଅନ୍ଧାରୀ ଶାସନ ଭିତରେ ,ଏ ପର୍ଯ୍ୟନ୍ତ ଇନ୍ଦିରା ଆବାସଟେ ମିଳି ନାହିଁ ସନା ଭାଇ କୁ, ହାତବାରିସ ଠୁଁ ବହୁତ ଦୁରରେ ସନାଭାଇ, ସବୁ ପ୍ରକାର ସରକାରୀ ଯୋଜନାରୁ ବଂଚିତ ସନା ଭାଇ।ସନା ଭାଇ ଆଜି ଅପେକ୍ଷା ରେ ନାହିଁ, କାହାର ସାହାଯ୍ୟ ଟିକକ ପାଇଁ ଅପେକ୍ଷା କରି ନାହିଁ ସନା ଭାଇ, ହାତ ଗୋଡ଼ ଥିଲେ ଜୀବନ ବଂଚିବା ର ମାନେ ହିଁ ଥିବ, ସଂସାର ରଥ ଚାଲିବାକୁ କାହାର ସାହାଯ୍ୟ ଦରକାର ନୁହେଁ ,ଏଥିରେ କିଛି ସନ୍ଦେହ କରିବାର ନାହିଁ। କେତେ ଆତ୍ମବିଶ୍ବାସ ର ସହ ସନାଭାଇ ଭଙ୍ଗାରୁଜା ଚାଳ ଛପର ଘର ଭିତରେ ସ୍ବାଧୀନତା ର ସମସ୍ତ ବୟସକୁ ଅତିକ୍ରମ କରି ଚାଲିଛି। ଜୀବନ ର ରଥ ବିଶ୍ବାସ ର ରାସ୍ତା ଦେଇ ଏମିତି ଚାଲେ ଚାଲିଥିବ ଚାଲୁଥିବ। ଘର କାନ୍ଥରେ ରଙ୍ଗ ଦେଲେ କିଛି ବର୍ଷ ପରେ ରଙ୍ଗ ସବୁ ଫିକା ପଡ଼ିଯାଏ, ପୁଣି ଥରେ ରଙ୍ଗର ପ୍ରଲେପ ଦିଆଯାଏ କିଛି ଦିନ ଝଲସିବା ପାଇଁ। ମଣିଷର ଜୀବନ ତ ଏମିତି କେତେବେଳେ ଦୁଃଖର ରଙ୍ଗ ଲେସିଯାଏ ବା ଲାଗିଯାଏ ତ କେତେବେଳେ ସୁଖର ରଙ୍ଗ।  

ଅତ୍ୟନ୍ତ ହୃଦୟସ୍ପର୍ଶୀ ଲେଖା ଥିଲା ସେହି ସମ୍ପାଦକୀୟ ପୃଷ୍ଠାରେ , ପଢି ସାରିବା ପରେ ରମାକାନ୍ତ ବାବୁ , ସେହି ଲେଖା ଲେଖିଥିବା ଲେଖକ ଙ୍କ ମୋବାଇଲ ନମ୍ବରକୁ ଫୋନ କରି ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କଲେ, ଆଜ୍ଞା ଆପଣଙ୍କ ଲେଖା ଟି ପଢି ଫୋନ କରିବାକୁ ବାଧ୍ୟ ହେଲି, ଧନ୍ୟବାଦ ଆପଣଙ୍କୁ ମୋ ତରଫରୁ, ଯାହା ହେଉ ଆଜି ଲେଖାକୁ ହୃଦୟକୁ ନେଇ ମୋତେ ଧନ୍ୟ କରିଛନ୍ତି, ଏମିତି ଲେଖି ଚାଲନ୍ତୁ, ଆପଣଙ୍କ କଲମ ମୁନରୁ ଆହୁରି ଏମିତି ଅନେକ ସନାଭାଇଙ୍କ ଜୀବନ ପରିପ୍ରକାଶ କରନ୍ତୁ। ସମସ୍ତେ ତ ଏମିତିକା ଜୀବନ ରଙ୍ଗର ପ୍ରକାର ଖୋଜୁ ଖୋଜୁ ଜୀବନର ବୟସ ଅପରାହ୍ନର ରଙ୍ଗ ହଠାତ୍ ମାଡି ଆସେ। 


Rate this content
Log in

Similar oriya story from Abstract