STORYMIRROR

Samar Ballav Bhoi

Abstract Children Stories Inspirational

4  

Samar Ballav Bhoi

Abstract Children Stories Inspirational

ଦିନ ପରେ

ଦିନ ପରେ

2 mins
317


ବୁଝିଲୁ ରବିନ୍ଦ୍ର, ଆଉ ଏ ଦୁନିଆରେ ଭଲ ବୋଲି କିଛି ଗୋଟାଏ ଖୋଜିଲେ ମିଳିବା କଷ୍ଟକର। ରବିନ୍ଦ୍ର କହିଲା ଆରେ ରମାକାନ୍ତ କ'ଣ ହେଲା କି? ଏତେ ବ୍ୟସ୍ତ ବିବ୍ରତ ? କ'ଣ କହିବି? ତୁ କ'ଣ ଦେଖୁନୁ କି ବୁଝିପାରୁନୁ। କ'ଣ ଘଟଣା କଥା କ'ଣ? ଅନେକ ଦିନ ତଳେ, ତଥାପି ୨ ରୁ ୩ ବର୍ଷ ଭିତରେ ଉତ୍ତରପ୍ରଦେଶର ଘଟଣାଟିଏ : ପ୍ରାୟତଃ ମା` ର ବୟସ ୮୦ ବର୍ଷ ପାଖାପାଖି, ଆଖିକୁ ଟିକିଏ କମ ଦେଖାଯାଉଥିଲା, ପୁଅର ବିଶ୍ବାସରେ ମା ସହଳ ସହଳ ଭାରିପଡିଥିଲା ବାହର ଦୁନିଆକୁ ଟିକିଏ ବୁଲିଯିବା ପାଇଁ। ପୁଅ କାରରେ ମା ବସି କିଛି ଦୂର ଗଲାପରେ, ପୁଅର ବିଷାକ୍ତ ମନର ବିଷ ଶୀରା ପ୍ରଶିରାରେ ଆଗରୁ ଘାରି ସାରିଥିଲା, କେମିତି ମା କୁ ଆଖିରୁ ଦୁରେଇ ଦବ। ସତରେ କିଛିବାଟ ଗଲାପରେ କାରରେ ପେଟ୍ରୋଲ ପକାଇବ ବୋଲି କହି ରାସ୍ତାକଢରେ ମାକୁ ଛାଡିଦେଇ କୁଆଡେ ଚାଲିଯାଇଥିଲା। ମା ଅପେକ୍ଷାରତ, ପୁଅର ଫେରିବା ବାଟକୁ। ଦିନ ପରେ ଦିନ ବିତିଗଲା, ହେଲେ ପୁଅ ଆଉ ଫେରିଲା ନାହିଁ। ମା ର ସରଳ ବିଶ୍ବାସ ଓ ମନ ନିକଟରେ ପୁଅର ଅବିଶୂାସ କେତେ ବଡକଷ୍ଟ । ବୟସର ଅପରାହ୍ନରେ ସେହି ମା’ର ବଂଚି ରହିବାର ବିଶ୍ବାସ ଯେମିତି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇସାରିଥିଲା। ବିଶ୍ବାସ ତୁଟିଗଲେ ଜୀବନର ମହତ୍ତ୍ବ ଓ ମୁଲ୍ୟ ହଜିଯାଏ। ମା ସହିତ କଣ ଏମିତି ବ୍ୟବହାର କରାଯାଇ ପାରେ? ସେହି ସମୟରେ ଜଣେ ସୁହୃଦୟ ବ୍ୟକ୍ତି ଜଣକ ସେ ବୁଢ଼ୀ ମା'ର ଯତ୍ନ ନେଲେ,ପଚାରି ପଚାରି ତାଙ୍କ ଗାଁ ଘରେ ଛାଡ଼ିଦେଇ ଆସିଲେ। 

ଆଉ ତା`ପରର ଘଟଣାକୁ ଦେଖିବା ଓ ଶୁଣିବା ଧୈର୍ଯ୍ୟର ଅନେକ ଦୂର।କିଛି ଦିନ ପୁର୍ବରୁ ଟିଭିରେ ଆଉ ଏକ ହୃଦୟସ୍ପର୍ଶୀ ଉଦାହରଣ ଦେଖିବାକୁ ମିଳିଥିଲା। ତାହା ବି ଏକ ମା`ର କୋହଭରା କାହାଣୀ। ବୟସର ଅପରାହ୍ନଟା ବେଳେ ବେଳେ ଲୋମଟାଙ୍କୁରା ହୋଇଥାଏ। ସେହି ମା`ର ୬ ପୁଅ ଆଉ ଜଣେ ଝିଅ। ସବୁ ପୁଅ ମାନେ ବଡ ବଡ ସହରରେ ଅଛନ୍ତି। ସମସ୍ତେ ବଡ ବଡ ଅଫିସର। କିନ୍ତୁ ତାଙ୍କ ମଧ୍ୟରୁ କେହି ଜଣେ ହେଲେ, ମା`ର ଅନ୍ତିମକ୍ଷଣ କୁ ଭୃକ୍ଷେପ କରି ନାହାଁନ୍ତି । ଝିଅଟି କେବଳ ମା ପାଇଁ ଅସହାୟର ସହାୟ ପାଲଟିଛି। ସେହି ଝିଅ ବି ସବୁସମୟ ମା ପାଇଁ ଦେଇ ପାରେନାହିଁ। କାରଣ ତାର ପରିବାର କଥା ବୁଝିବାକୁ ମଧ୍ୟ ପଡେ। ଝିଅ ମା ପାଇଁ ଯେତେ କଲେ ମଧ୍ୟ, ହେଲେ ମା`ର ଅଶୁମାରୀ ଆଶା କିନ୍ତୁ ସେହି ପୁଅ ମାନଙ୍କ ଅପେକ୍ଷାରେ। ଯେଉଁ ମା ୧୦ ମାସ ୧୦ ଦିନ ଗର୍ଭରେ ଧାରଣ କରି ଜନ୍ମ ଦେଇଥିଲା, ସେହି ମା ଆଜି ୧୦ ଦିନର ସହାୟତା ପାଇବା ଦୁରର କଥା, ତାଙ୍କୁ ଟିକିଏ କେହି ଜଣେ ହେଲେ ପୁଅ ଆଡଆଖିରେ ଚାହୁଁ ନାହାଁନ୍ତି। ସେହି ମା ପାଇଁ ବୟସର ଅପରାହ୍ନ ପାଲଟିଛି ଅମାବସ୍ୟାର ଅନ୍ଧାର। ବୟସର ଅପରାହ୍ନରେ ହଜିଯାଇଛି ମା`ର ମମତା ଓ ସ୍ନେହ-ଶ୍ରଦ୍ଧା ର ପରିଭାଷା। ସତେଯେମିତି ସେହି ସନ୍ତାନ ମାନଙ୍କ ପାଇଁ ମା ଶଦ୍ଦଟି ଲିଭିଯାଇଛି ଶଦ୍ଦକୋଷରୁ। ମା’ର ଅଶ୍ରୁଭିଜା ନୟନ ର ଦୃଶ୍ୟ ସତେଯେମିତି ଟିଭି ପର୍ଦାକୁ ଭିଯାଇଦେଲା ଭଳି ଲାଗୁଥିଲା । ମା'ର ସେହି ପଣତକାନୀ କୁ କେମିତିକା ବିସ୍ମୃତିର ପରଦାରେ ଚାପିଦେଇଛନ୍ତି ଆଜିର ସନ୍ତାନ ମାନେ। କିନ୍ତୁ ସେହି ମା ଅପେକ୍ଷା କରିଛି ସେହି ସନ୍ତାନ ମାନଙ୍କୁ ଦିନ ପରେ ଦିନ ବିତି ଚାଲିଥାଏ। ରମାକାନ୍ତ ରବିନ୍ଦ୍ର କୁ କହିଲା, ଆମକୁ ସେ କାମ କରିବାପାଇଁ ସମୟ ନାହିଁ। ଯେଉଁ ମାନେ ଆମ ପାଇଁ ଏତେ କଷ୍ଟ କରିଛନ୍ତି , ଛୋଟରୁ ବଡ ପର୍ଯ୍ୟନ୍ତ ଅନେକ କଷ୍ଟ କରିଛନ୍ତି , ସେମାନଙ୍କ ପାଇଁ ଆମର କର୍ତ୍ତବ୍ୟ ନିର୍ବିକାର ହେବା ଉଚିତ। ଆମେ ଆମର କର୍ତ୍ତବ୍ୟବୋଧକୁ କର୍ତ୍ତବ୍ୟର ବୋଝ ବୋଲି ଭାବିବା ଅନୁଚିତ। ଠିକ୍ କହିଚୁ ରମାକାନ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract