Samar Ballav Bhoi

Abstract Drama Inspirational

3  

Samar Ballav Bhoi

Abstract Drama Inspirational

ଫୋଟରେ କଥା

ଫୋଟରେ କଥା

2 mins
442



କୋର୍ଟ କାଠଗଡ଼ାରେ ଛିଡ଼ା ହୋଇ ଅନେକ କିଛି କହି ଚାଲିଥାନ୍ତି ଅମର ପ୍ରସାଦ। ଅମର ଜଣେ ଜଣାଶୁଣା ଘାତକ ମଣିଷ। ଅନେକ ଅପରାଧରେ ଜଡିତ। ଆଜକୁ ଆଠବର୍ଷ ତଳେ ଏକ ମଡର କେଶରେ ଜେଲ ଦଣ୍ଡ ମିଳିଥିଲା। ରତନ କୁମାର ବହୁତ ଶାନ୍ତ ସ୍ବଭାବର ମଣିଷ। ନିଜ କର୍ତ୍ତବ୍ୟକୁ ନେଇ ସେ ସବୁବେଳେ ଚର୍ଚ୍ଚିତ ଚେହେରା।


ଦିନେ ରାତିରେ ଘରକୁ ଫେରୁଥିବା ସମୟରେ, ଏକ ନିଛାଟିଆ ରାସ୍ତାରେ କିଛି ଲୋକ ଅସ୍ତ୍ର ଶସ୍ତ୍ର ଧରି ଛିଡ଼ା ହୋଇଥାନ୍ତି। ରତନ ସେହି ଯାଗାରେ ଟିକିଏ ଅଟକି ଗଲେ। ମନରେ ଭୟର ବାତାବରଣ। କାହିଁକି ନା ସମସ୍ତେ ଧାରୁଆ ଅସ୍ତ୍ର ସବୁ ଧରି ଛିଡ଼ା ହୋଇ ଥାନ୍ତି। ରତନ କୁମାର କିଛି ବୁଝି ନପାରି ହଠାତ୍ ଗାଡ଼ି ଠିଆ କରି ଅଟକି ଗଲେ। ଏହି ସମୟରେ ସେମାନେ ରତନ କୁମାରକୁ ତାଙ୍କ ଭିତରୁ ଦୁଇ ଜଣ ଧରି ପକେଇ ପାଖରେ ଥିବା ଗଛରେ ବାନ୍ଧି ଦେଲେ। ରତନ ଦେଖିବାକୁ ପାଇଲେ ଯେ ଜଣେ କିଏ ମରି ପଡ଼ିଛି, ରକ୍ତ ଜୁଡୁବୁଡ ପୁରା ଶରୀରଟା। ଏ କିଛି ବୁଝିବା ଆଗରୁ ତାଙ୍କ ଭିତରେ ତାଙ୍କ ସର୍ଦ୍ଦାର ଅମର ପ୍ରସାଦ ଆସିଗଲେ ରତନ କୁମାରଙ୍କ ସାମ୍ନାକୁ।


ଅମର ପ୍ରସାଦ ରତନଙ୍କ ବେକକୁ ଚାପି ଧରି କହିଲେ, ଏ ମଡର ଯେଉଁ ଦେଖିଛୁ ଏ ବିଷୟରେ କାହାକୁ କିଛି କହିବୁ ତ ତୋ ପରିବାର ଓ ତୋର ଏମିତିକା ଅବସ୍ଥା କରିବି ସବୁ ଦିନ ପାଇଁ ଉପରକୁ ଚାଲିଯିବୁ। ରତନ କୁମାର କହିଲେ, ଆଜ୍ଞା ମୁଁ ତ ମୋ ବାଟରେ ଯାଉଛି, ଏ ସବୁ କଥା ବିଷୟରେ ମୁଁ କିଛି ଜାଣିନି। ରତନ କୁମାର ସବୁବେଳେ ଗୋଟିଏ କ୍ୟାମେରା ବାଲା କଲମ ପକେଟରେ ରଖିଥାନ୍ତି। ଏହି ସବୁ ଘଟଣା ସେହି କ୍ୟାମେରାରେ ଉଠି ଯାଇଥାଏ। ସେଦିନର ସେହି ଭୟାନକ ସମୟକୁ ପାର କରି ଘରେ ଆସି ପହଁଚିଲେ। ରତନ କୁମାର ଏ ଘଟଣା ବିଷୟରେ ଘରେ କିଛି କହିଲେ ନାହିଁ। ଚୁପଚାପ୍ ରହିଲେ। କହିଲେ ଘରେ ସବୁ ବିବ୍ରତ ହେବେ।


ଯାହାହେଉ ସେଦିନ ରାତି ବିତିଗଲା। ତା' ପରଦିନ ସକାଳେ ପୁଲିସ ଆସି ରତନ କୁମାର ଘରେ ପହଞ୍ଚିଲେ। ସବୁ ପଚରା ଉଚରା ପରେ ରତନ କୁମାର କୁ ପୋଲିସ ଥାନା କୁ ନେଇ ଗଲେ। ଘରେ ସମସ୍ତେ ଅବାକ୍ ଯେ କ'ଣ ହେଲା। ହାଜତରେ ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡିଥିଲେ ରତନ କୁମାର। ପୋଲିସ ର ଜେରା ଚାଲିଥାଏ, ହଠାତ୍ ଗୋଟିଏ କଥା ମନେ ପଡ଼ିଲା ଯେ, ତାଙ୍କର ସେହି କ୍ୟାମେରା ବାଲା କଲମ ର କଥା, ସତରେ ସେ କଲମରେ ସେହି ସମୟର ସବୁ ଫୋଟ କୟଦ୍ ହୋଇ ରହିଥିଲା, ଏ ବିଷୟରେ କେବଳ ରତନ ହିଁ ଜାଣିଥିଲେ। ପୋଲିସ ର ହସ୍ତଗତ ହେଲା ସେହି କଲମ। ଏଥିରେ ସବୁ ପ୍ରମାଣ ଥିଲା ସେହି ଅମର ପ୍ରସାଦର ମଡର ସମୟର ଦୃଶ୍ୟମାନ।  

କୋର୍ଟରେ ହାଜର ହେଲେ ରତନ କୁମାର। ସବୁ କଥା କୋର୍ଟ କୁ କହିଲେ। ଏବଂ ସର୍ବ ଶେଷରେ ଏହି କଲମ ଯୋଗୁଁ ସେ ନିଜର ମୁଣ୍ଡରୁ ଦୋଷ ବାହାର କରି ଅମର ପ୍ରସାଦକୁ ଜେଲ ଦଣ୍ଡ ରେ ଦଣ୍ଡିତ କରାଇବାରେ ସହାୟକ ହେଲେ। ସତରେ ସେହି ଫୋଟ ର ଦୃଶ୍ୟମାନ ରତନ କୁମାର କୁ ନିର୍ଦୋଷରେ ଖଲାସ କରିବା। ଫୋଟ ରେ ଅନେକ କଥା ମଣିଷ ର ଭାବନା କୁ କେତେବେଳେ କ୍ଷତି କରାଏ ତ କେତେବେଳେ କାହାକୁ ଏକ ଅନ୍ୟାୟ ଅନୀତି ରୁ ରକ୍ଷା କରେ। ତେଣୁ ଫୋଟରେ କଥା ବହୁତ କିଛି କହିଥାଏ। 



Rate this content
Log in

Similar oriya story from Abstract