STORYMIRROR

Samar Ballav Bhoi

Children Stories Action Inspirational

3  

Samar Ballav Bhoi

Children Stories Action Inspirational

ଶପଥ ଜନ୍ମ ଜନ୍ମର

ଶପଥ ଜନ୍ମ ଜନ୍ମର

1 min
269


ସୁନୀଲ ଜଣେ ସଫଳ ବ୍ୟକ୍ତିତ୍ଵ ଥିଲେ। ପିଲାବେଳରୁ ରାଜନୈତିକ ଚିନ୍ତାଧାରା ବେଶ ଭାବରେ ପ୍ରଭାବିତ କରିଥିଲା। ରାଜା କିମ୍ବା ରାଜନୀତିଜ୍ଞଙ୍କ କଥା ଆସିଲେ ସେ ବହୁତ ତତ୍ପରେ ହୋଇପଡ଼େ। ସବୁବେଳେ ଏ ସବୁ ବିଷୟରେ ବାପା ଓ ଜେଜେ ବାପାଙ୍କ ସହ ପରାମର୍ଶ ଓ ପଚାରି ବୁଝନ୍ତି। ଜେଜେ କହନ୍ତି, ଆରେ ସୁନୀଲ ରାଜନୀତି ଓ କୁଟନୀତି ଏ ଦୁଇଟି ଭାରି କଷ୍ଟକର। ଏଥିପାଇଁ ଓ ଏଥିରେ ଅନେକ ଶତୃ ଜନ୍ମ ନିଅନ୍ତି। ଇତିହାସ କହେ , ନନ୍ଦ ବଂଶର ରାଜା ଧନାନନ୍ଦ ମଗଧର ଶାସକ ଥିଲେ, ଅତ୍ୟନ୍ତ କ୍ରୂର ଓ ଅତ୍ୟାଚାରୀ ଶାସକ ଥିଲେ। ତାଙ୍କ ଶାସନ କାଳରେ ପ୍ରଜାମାନଙ୍କୁ ଅନେକ କଷ୍ଟ ସହିବାକୁ ପଡୁଥିଲା। ସେତେବେଳେ ଚାଣକ୍ୟ ଜଣେ ବିଶିଷ୍ଟ ଜ୍ଞାନୀ ବ୍ୟକ୍ତି ଥିଲେ। ଚାଣକ୍ୟ ଯେତେବେଳେ ଧନାନନ୍ଦଙ୍କୁ ଅବଗତ କରାଇଥିଲେ ଯେ ବିଦେଶୀ ଶତୃ ଗ୍ରୀକ୍ ବୀର ଆଲେକଜାଣ୍ଡାର ଆମ ଭାରତ କୁ ଆକ୍ରମଣ କରିବାକୁ ଆସୁଛନ୍ତି, ସେତେବେଳେ ଧନାନନ୍ଦର ଅତ୍ୟାଚାର ଅତିଶୟ ସ୍ତରରେ ପହଞ୍ଚି ସାରିଥାଏ, ଧନାନନ୍ଦ ଚାଣକ୍ୟଙ୍କୁ ଅପମାନିତ କରି ସଭାଗୃହ ମଧ୍ୟରୁ ଚୁଟିକୁ ଟାଣି ଟାଣି ବାହାରକୁ ଫିଙ୍ଗି ଦେଲେ। ତାପରେ ଚାଣକ୍ୟ ପ୍ରତିଜ୍ଞା କରିଥିଲେ ଯେ ନନ୍ଦ ବଂଶର ପତନ କରିବା ପାଇଁ। ସେଥିପାଇଁ ସେ ଶପଥ ନେଇଥିଲେ ଯେ ତାଙ୍କୁ ଶାସନ ଗାଦିଚ୍ୟୁତ କରି ଜଣେ ସୁଶାସକୁ ସେହି ସ୍ଥାନରେ ବସାଇବା। ସେଥିପାଇଁ ସେ ଏମିତି ଏକ ଶାସକ ଖୋଜିଲେ ଯେକି ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନକାଳ। ଠିକ୍ କହିଲେ ଜେଜେ, ମୁଁ ବି ଜଣେ ଏମିତି ଏକ ରାଜନୈତିକ ନେତା ହେବାକୁ ଚାହୁଁଛି। ସମସ୍ତ ଅଞ୍ଚଳର ଶାସନ ବ୍ୟବସ୍ଥାକୁ ନେଇ ମୁଁ ସବୁବେଳେ ତତ୍ପର ରହିବି। ସେଥିପାଇଁ ମୁଁ ଶପଥ କରୁଛି ଜେଜେ, ଆପଣଙ୍କ ପ୍ରେରଣା ଓ ମତାମତ ମୋ ପାଇଁ ରାସ୍ତା ହେବ। ଆପଣଙ୍କୁ ମୋ ସଂଘର୍ଷର ପରିଚୟ ବନାଇବି। 

ଏ ହେଉଛି ମୋର ଶପଥ ଜନ୍ମ ଜନ୍ମର।



Rate this content
Log in