STORYMIRROR

Samar Ballav Bhoi

Drama Action Inspirational

3  

Samar Ballav Bhoi

Drama Action Inspirational

ଜୀବନ ତ ସିନେମା ପରି

ଜୀବନ ତ ସିନେମା ପରି

2 mins
445


ଆରେ ସଦାନନ୍ଦ ତମ ବାପା ଅଛନ୍ତି? ବାପା ! ପାଞ୍ଚ ବର୍ଷ ହେଲା ଇହଧାମ ଛାଡି ଚାଲି ଗଲେଣି। ଆପଣ ଙ୍କୁ ମୁଁ କେବେ ଦେଖି ନାହିଁ। ଆପଣ ସନା ମଉସା କି? ହଁ ମୁଁ ତମ ସନା ମଉସା, ବହୁତ ଦିନ ହେବ ମୁଁ ତମ ଘରକୁ ଆସି ନଥିଲି। ସୁର ବାବୁ ଚାଲିଗଲେଣି କଥା ମୁଁ ଶୁଣି ନଥିଲି। ବହୁତ ଦୁଃଖ ଲାଗିଲା। ସଦାନନ୍ଦ ! ଏକଥା ଶୁଣି ପାଖରେ ପଡିଥିବା ଚେୟାର ରେ ବସିପଡିଲେ

ମନଟା ଭାରାକ୍ରାନ୍ତ ହୋଇଗଲା। ସଦାନନ୍ଦ! ମୋ ପାଇଁ ପାଣି ଗ୍ଲାସ୍ ଆଣ ପିଇବି ଭାରି ଶୋଷ ଲାଗିଲାଣି। 

ହଉ ମଉସା ପାଣି ଆଣୁଛି! ହଁ ତମ ମାଆ କୁଆଡେ଼ ଗଲେ ମୁଁ ଦେଖିବାକୁ ପାଉନାହିଁ। ମାଆ ଏହି ଗାଁ ଭିତରକୁ ଯାଇଛି। ବହୁତ ସମୟ ହେଲା ଗଲାଣି ଏବେ ଆସି ଯିବ ବୋଧେ! ବୁଝିଲୁ ସଦାନନ୍ଦ ! ଏ ଦୁନିଆ ଟା ବଡ଼ ବିଚିତ୍ର ରଙ୍ଗମଞ୍ଚ। ଆମେ ସମସ୍ତେ ଜଣେ ଜଣେ ଅଭିନେତା ଅଭିନେତ୍ରୀ ରୂପେ ଜନ୍ମଗ୍ରହଣ କରିଛେ। କିଏ ଆଜି ଏହି ମୁହୁର୍ତ୍ତ ବିଦାୟ ନେବା ତ କିଏ କାଲି ବିଦାୟ ନେବ ଏହା ସୁନିଶ୍ଚିତ। ମୃତ୍ୟୁ ତ ସତ୍ୟ। ମଣିଷର ମୃତ୍ୟୁ ହେଉଛି ଶେଷ ଅଭିନୟ ଏ ଜୀବନ ସିନେମା ର। ଏ ଜୀବନ ତ ଏକ ଚଳଚ୍ଚିତ୍ର ବା ସିନେମା ପରି। ଦୃଶ୍ୟ ପରେ ଦୃଶ୍ୟ ଆସୁଥାଏ ପୁଣି ଯାଉଥାଏ। ସିନେମା ଟା ଯେମିତି ଚିତ୍ର ମାନଙ୍କ ସମାହାର ରେ ନିର୍ମିତ, ଠିକ୍ ଜୀବନର ସିନେମା ଅନେକ ଦୃଶ୍ୟାନ୍ତର ସହିତ ବୟସର ପାଦ ଥାପି ଶୈଶବରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଅତିକ୍ରମ କରି ଚାଲିଥାଏ। ମଉସା! ଆପଣ ବୟସ ? ମୋର ବୟସ ଚଉଷଠି ବର୍ଷ। ବାପାଙ୍କ ସହ ଆପଣଙ୍କର ଶେଷ ଭେଟ କେଉଁଠି ଥିଲା। ବୋଧେ ପୁରୀରେ ଥିଲା। କାହିଁକି ନା ତା ପୂର୍ବରୁ ଆମେ ସବୁ ଏକାଠି ଦ୍ବାରିକାନାଥ ଯାଇଥିଲୁ। ତା ପରଠାରୁ ମୋ ସହିତ ତୋ ବାପାଙ୍କ ର ଦେଖା ସାକ୍ଷାତ ହୋଇପାରିନାହିଁ। କାରଣ କ'ଣ ଜାଣିଛୁ ସଦାନନ୍ଦ ! ମୋର ଗୋଟେ ନାତି ଟୋକା ଅଛି, ସେ ନାତିଆ ଟୋକା ଟା ଭାରି ଚଗଲା। ତାର ସେବାରେ ମୋର ଜୀବନ ସିନେମା ର ମଧ୍ୟାନ୍ତର ଚାଲିଛି, ତା ସହିତ ମୋତେ ତା ସ୍କୁଲ କୁ ନେଇ ଯାଏ ପୁଣି ଛୁଟି ହେଲେ ଘରକୁ ନେଇ ଆସେ। ଏ ହେଉ ଜୀବନ ସିନେମା ର ମଧ୍ୟାନ୍ତର ର ଦୃଶ୍ୟ। ଜୀବନର ପ୍ରତି ଟି ମୁହୁର୍ତ୍ତ ସମସ୍ତ ଙ୍କ ପାଇଁ ଜୀବନ ସିନେମା ର ଗୋଟିଏ ଗୋଟିଏ ଦୃଶ୍ୟାନ୍ତର। ପରିବାର ର ପ୍ରତ୍ୟେକ ଟି ସମୟ ଓ ବୟସ ସବୁ ଗୋଟିଏ ଗୋଟିଏ ଦୃଶ୍ୟ ଏ ଜୀବନ ସିନେମା ର। ସିନେମା ହେଉ କି ଚଳଚ୍ଚିତ୍ର ହେଉ କିମ୍ବା ମଞ୍ଚସ୍ଥ ନାଟକ ହେଉ, ସେଥିରେ ଯେମିତି ଅଭିନେତ୍ରୀ ଓ ଅଭିନେତା ହେବାକୁ ପଡିଥିଏ। ବାସ୍ତବ ଜୀବନର ଅଭିନୟ ଓ ପରଦା ଉପରେ ଯେଉଁ ଅଭିନେୟ ତା ଭିତର ଅନେକ ଆକାଶ ପାତାଳ ପ୍ରଭେଦ। ହେଇ ତ ତୋ ମାଆ ଆସିଗଲାଣି । ଯାହା ହେଉ ଦେଖା ସାକ୍ଷାତ ହୋଇଯିବ। କେମିତି ଅଛନ୍ତି? ଦୁଃଖ ସୁଖେ ବଂଚିବା କଥା ଆଉ କ'ଣ ବା ଏ ଜୀବନ ସିନେମା ରେ ଅଭିନୟ କରିବୁ? ବସନ୍ତୁ ମୁଁ ଟିକିଏ ଚା କରିଦିଏ ପିଇସାରି ଘରକୁ ଯିବେ। ଏତେ ଦିନ ପରେ ଆସିଛନ୍ତି । ଦ୍ବିପହରରେ ଭାତ ଖାଇସାରି ଯିବେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama