STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ପୃଷ୍ଠା ପତ୍ର ପରି ଭାବନା

ପୃଷ୍ଠା ପତ୍ର ପରି ଭାବନା

2 mins
241


ଗୋବିନ୍ଦ ଚନ୍ଦ୍ର ବହୁତ ଭାଙ୍ଗି ପଡିଥାଏ। ଏକ ବିରାଟ ଗଛର ତଳେ ବସି ଗୋବିନ୍ଦ କ'ଣ ସବୁ ଭାବି ଚାଲିଥାନ୍ତି। ଏହି ସମୟରେ ଜଣେ ସ୍କୁଲ ସାର ସେହି ରାସ୍ତା ଦେଇ ଯାଉଥିଲେ। ଗୋବିନ୍ଦ ର ବିଜ୍ଞାନ ସାର , ସହଦେବ ଦାସ, ଗୋବିନ୍ଦ ଏତେ ଅନ୍ୟ ମନସ୍କ ହୋଇ ବସିଥାଏ ସତରେ ଯେମିତି ସାରଙ୍କୁ କେବେ ଦେଖି ନାହିଁ କି ଚିହ୍ନି ନାହିଁ। ସାର ସେହି ଠାରେ ଅଟକି ଗୋବିନ୍ଦ ପାଖକୁ ଆସିଲେ। ସାର ପଚାରିଲେ, ତମେ ଗୋବିନ୍ଦ ତ? ଗୋବିନ୍ଦ ଚନ୍ଦ୍ର ପାତ୍ର? ଗୋବିନ୍ଦ ପୁରାପୁରି ଅନ୍ୟ ମନସ୍କ ହୋଇ ବସିଥାଏ, ହଠାତ୍ ଚମକି ପଡ଼ିଲା, କହିଲା ସାର ଆପଣ! ପାଦ ଛୁଇଁ ପ୍ରଣାମ କରିନେଲା, ଛିଡ଼ା ହୋଇ ପଡିଲା। ସାର ପଚାରିଲେ ! ଆରେ ତମେ ଏତେ ଉଦାସ ଜଣାପଡୁଛ ? କ'ଣ ହେଇଛି ଗୋବିନ୍ଦ? ଏତେ ଉଦାସ କ'ଣ ପାଇଁ? ତମ ପରି ପିଲା କେବେ ଉଦାସୀନ ହେବା ଠିକ୍ କଥା ନୁହେଁ। ତମେ ସେହି ପିଲା ଯେ କି ସ୍କୁଲ ସମୟରେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇ ଦେଉଥିଲ, ସେମାନଙ୍କ ଜୀବନ ର ମୂଲ୍ୟ କୁ ଅତି ଗୁରୁତ୍ୱ ଦେଉଥିଲ, କିନ୍ତୁ ଆଜି ଏତେ ଭାଙ୍ଗି ପଡ଼ିବାର କାରଣ କ'ଣ? ସାର ସତରେ ମୋ ଘରେ ମୋତେ କିଛି ସମର୍ଥନ ମିଳୁନାହିଁ। ମୋର ବିଷୟରେ କେହି କିଛି ଶୁଣୁନାହାନ୍ତି। ମୁଁ ଏବେ ସେଇଥିପାଇଁ ଭାବନାର ପୃଷ୍ଠା ପତ୍ର ଗୁଡ଼ିକୁ ଲେଉଟାଇ ଦେଖୁଛି ଯେ ଅତୀତ ମୋ ପାଇଁ କେମିତି ଥିଲା , ବର୍ତ୍ତମାନ ସମୟର ପୃଷ୍ଠାଟି ମୋ ପାଇଁ ଉଡ଼ି ଯାଉଛି ତ କେତେବେଳେ ପୃଷ୍ଠା ପତ୍ର ଗୁଡ଼ିକ ଛନ୍ଦି ପଡୁଛି। ଆଛା ତମେ ତେବେ ଏହି ଘଟଣା ପାଇଁ ଏତେ ଉଦାସୀନତା ଅବଲମ୍ବନ କରୁଛ। ସେସବୁକୁ ଛାଡ଼ିଦେଇ ପରିବାର ର ପ୍ରକୃତ ଅର୍ଥ କୁ ଗୁରୁତ୍ୱ ଦିଅ। ଦେଖିବ ସବୁବେଳେ ସବୁଥିରେ ସମର୍ଥନ ଆପେ ଆପେ ଆସିବ। ପରିବାର ପରା ସମର୍ଥନ ର ଏକ ସ୍ବତନ୍ତ୍ର ଓ ବାସ୍ତବ କ୍ଷେତ୍ର। ହଁ କିଛି ପରିବାର ରେ ଏମିତି ହୁଏ। କିନ୍ତୁ ତମ ପରିବାର ତ ଏକ ସ୍ବତନ୍ତ୍ର ପରିବାର ଏଥିରେ ଟିକିଏ ସନ୍ଦେହ ନାହିଁ।ଉପଯୁକ୍ତ ଓ ଉଚିତ ପଦକ୍ଷେପ ନେବାକୁ ନିଜ ମନ ଓ ବିବେକ ହିଁ ନିର୍ଧାରଣ କରିଥାଏ। ତମେ ଉଦାସ ନ ହୋଇ ଫେରିଯାଅ ଦେଖିବ ସବୁ ଠିକ୍ ହେବ। ମୁଁ ଆସୁଛି ଗୋବିନ୍ଦ! ତମେ ଫେରିଯାଅ! ଆଜ୍ଞା ସାର୍! ନମସ୍କାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract