Saswati Samal

Fantasy Abstract

2  

Saswati Samal

Fantasy Abstract

ପରିଚୟ

ପରିଚୟ

1 min
459


କିଏ ସେ କଣ ତାର ପରିଚୟ ? ସେ ଏକ ନାରୀ,ଏଇ ସମାଜ ଆଖିରେ କେତେବେଳେ କାହା କନ୍ୟା ତ କେତେବେଳେ କାହା ସ୍ତ୍ରୀ ଓ ଏମିତି ଅନେକ ରୂପରେ ସେ ଦଣ୍ଡାୟମାନ ଏବଂ ପ୍ରତ୍ୟେକ ରୂପରେ ସେ ନିଜକୁ ସ୍ତବ୍ୟସ୍ତ କରିଛି ।


କେବେ ତା କର୍ତ୍ତବ୍ୟରେ ଅବହେଳା କରିନାହିଁ କିନ୍ତୁ ଏ ସବୁ ଭିତରେ ସେ ଯେମିତି ନିଜକୁ ଭୁଲିଯାଇଛି । ପୁଣି କେବେକେବେ ଇଛା ହୁଏ ନିଜ ପାଇଁ କିଛି ଭାବିବାକୁ କିଛି କରିବାକୁ କିନ୍ତୁ ମନ ଭିତରେ କିଏ ଯେମିତି ତାକୁ ଭିଡି ଧରେ । ଆତ୍ମଗ୍ଲାନିରେ ମନ ଭରି ଉଠେ । ସତେ ଯେମିତି ସେ କିଛି ଅପରାଧ କରି ବସିଛି । ଏଇଟା କରିବା କଣ ତାର ସ୍ବାର୍ଥପରତା ସ୍ବପ୍ନ ଦେଖିବାର ଅଧିକାର କଣ ତାର ନାହିଁ । କିନ୍ତୁ ଆଜି ଏତେ ଦିନ ପରେ ତା ସ୍ବପ୍ନରେ କଲମ ରୂପକ ପଙ୍ଖ ଲାଗି ଯାଇଛି , ସେ ଗଗନରେ ଉଡି ପାରିବ , ପୁନର୍ବାର ନିଜକୁ ଖୋଜି ପାରିବ, ସମାଜରେ ନିଜ ପରିଚୟ ନିଜେ ତିଆରି କରିବ ଓ ଗର୍ବର ସହିତ କହି ପାରିବ " ହଁ ମୁଁ ଏକ ଲେଖିକା ". ।


రచనకు రేటింగ్ ఇవ్వండి
లాగిన్

Similar oriya story from Fantasy