ଲେଟେରାଲ୍ ଇନଭରସନ୍: ଅ କ୍ୟୁଟ୍ ଲବ୍
ଲେଟେରାଲ୍ ଇନଭରସନ୍: ଅ କ୍ୟୁଟ୍ ଲବ୍
ସେଦିନ ପଢ଼ଉଥିବା ସମୟରେ ମୋର କାନରେ ପଡିଲା ଯେମିତି କେହି ଜଣେ ଭାରି ଆକୁଳ ହେଇ ନିବେଦନ କରୁଛି ପ୍ଲିଜ୍ ସର୍ ଦୋଣ୍ଟ୍ କମ୍ପ୍ଲେନ ଟୁ ଦ ଡିନ୍ । ପ୍ଲିଜ୍ ସାର୍...... । ଚୁପ୍ ହେଇ ରହି ପାରିଲିନି ଏସବୁ ଶୁଣି । ସେଥିପାଇଁ କ୍ଲାସରେ ଟାସ୍କ ଦେଇ ବାହାରକୁ ଆସି ଦେଖିଲି ଫିଜିକ୍ସ ଟିଚର୍ ଇନ୍ଦ୍ରଜିତର ହାତରେ ଗୋଟେ ପେପର୍ ଆଉ ତା ସାମ୍ନାରେ ଠିଆ ହେଇଥିବା ଦୁଇ ପୁଅ ଝିଅ ଆୟୁଷ ଆଉ ସୁଲଗ୍ନାକୁ । କ'ଣ ହେଲା ଇନ୍ଦ୍ରଜିତ???? ଆରେ ଏ ପିଲା କ୍ଲାସ ନକରି ଏଠି କାହିଁକି ଠିଆ ହେଇଛନ୍ତି??? ଆଉ ତୁମ ହାତରେ ଏ କ'ଣ????
ମାମ ଲଭ୍ ଲେଟର, ସେଭନ୍ଥ ଷ୍ଟାଣ୍ଡର୍ଡରୁ ଏମାନେ ଏମିତି ହେଲେଣି!!!!ଆଗକୁ ଆଉ କ'ଣ ହେବେ କେଜାଣି???? ଡିନ ସାରଙ୍କୁ ନେଇ ଦେଇଦେବି ଏ ଲେଟେରାଲ୍ ଇନଭରସନ୍ ଲଭ୍ ଲେଟର,ସେମାନଙ୍କ ପ୍ୟାରନ୍ଟ ଆସନ୍ତୁ ଆଉ ଦେଖନ୍ତୁ ପୁଅ ଝିଅ ଏଠି ଆସି ସବୁ କ'ଣ କରୁଛନ୍ତି???? ଏବେଠୁ ମନ ଉଚ୍ଛନ୍ନ ହେଲାଣି ଏମାନଙ୍କର ।
କିଛି ନକହି ମୁଁ ଚୁପ୍ ରହିଲି କିଛି ସମୟ । ଆୟୁଷ୍ ଆଉ ସୁଲଗ୍ନାକୁ ବୁଝେଇ କ୍ଲାସକୁ ପଠେଇ ଦେଲି । ଦୁଇ ଜଣ କାନ୍ଦୁଛନ୍ତି ଦେଖି ମୋତେ ଟିକେ ଭଲ ଲାଗିଲା ନାହିଁ । ନରମ ସ୍ୱରରେ ମୁଁ କହିଲି, ଗୋ ଟୁ ଇଓର କ୍ଲାସ ରୁମ୍, ଆଇ ଉଇଲ କଲ୍ ୟୁ ଲାଟର । ସେମାନେ ଯିବା ପରେ ଇନ୍ଦ୍ରଜିତ ଠାରୁ ସେ ଚିଠି ନେଲି ଆଉ ତାକୁ ବୁଝେଇବା ପାଇଁ ପ୍ରୟାସ କଲି ।
ଦେଖ ଇନ୍ଦ୍ରଜିତ ତୁମେ ମୋ ଠୁ ପାଞ୍ଚ ବର୍ଷ ସାନ, ତୁମେ ଏମାନଙ୍କୁ ବେଶି ବୁଝିବା କଥା । ଏମାନେ ଏବେ ଯୋଉ ଷ୍ଟେଜରେ ଅଛନ୍ତି ସେ ଷ୍ଟେଜକୁ ତମେ ଆଉ ମୁଁ କେବେଠୁ ପାରି କରି ସାରିଛେ । ଏ ସମୟଟା ତାଙ୍କର ଚଗଲା ହେବା ସମୟ ମାନେ ମନ ଉପରେ କାହାର ଅବା ନିୟନ୍ତ୍ରଣ ଅଛି ଯେ ସେମାନଙ୍କର ରହିବ???? ତୁମର ଅଛି କହିଲ ମୋତେ ଟିକିଏ, ଯଦି ଥାଆନ୍ତା ତେବେ ଇଂଲିସ୍ ମାମ ଫ୍ଲୋରାକୁ କ'ଣ ତମେ ଏମିତି ଅନେକ ସମୟ ନିରେଖି ଦେଖୁଥାନ୍ତ???? ତମେ ଟିଚର୍ ,ସେଥିପାଇଁ ତୁମ ନାଆଁରେ କେହି କମ୍ପ୍ଲେନ୍ କରୁନାହାନ୍ତି । ଆଉ ଯଦି ତୁମେ ଷ୍ଟୁଡେଣ୍ଟ୍ ହେଇଥାନ୍ତ ତେବେ???? ଜଷ୍ଟ୍ ଫର୍ ନାଓ , ଫରଗିଭ୍ ଦେମ୍ । ଏ ଚିଠି ମୋ ପାଖେ ଅଛି, ଆଉ ଥରେ ହେଲେ ମୁଁ ଯେହେତୁ କ୍ଲାସ ଟିଚର୍ ମୁଁ ନିଜେ ଡିନ ସାରଙ୍କୁ କମ୍ପ୍ଲେନ୍ କରିବି । ଏବେ ତୁମେ ଆସିପାର ।
ମାମ, ଫ୍ଲୋରା ମାମଙ୍କୁ କହିବେନି ମୁଁ ତାଙ୍କୁ ଦେଖେ ବୋଲି ।
ଟିକିଏ ମୁଁ ହସିକି କହିଲି ଓକେ ଡନ୍ । ବଟ୍ ଏ ଲେଟର କଥା ଯେମିତି କେହି ନ ଜାଣନ୍ତି । ଆଉ ଷ୍ଟାଫ୍ କମନ୍ ରୁମରେ ଏଇ ବିଷୟରେ ଯେମିତି କେହି କଥା ନହେବେ ।
ଓକେ ମାମ, ଆଇ ଉଇଲ ଟେକ୍ କେୟାର ଅଫ୍ ଦ୍ୟାଟ୍ ।
ଗୁଡ୍,ତମେ ଏବେ କ୍ଲାସ କର । ଆୟୁଷ ଆଉ ସୁଲଗ୍ନାକୁ ପଠେଇଦେବ । ମୁଁ କ୍ଲାସ ରୁମ୍ ୧୩ରେ ଅଛି ।
କିଛି ସମୟ ପରେ ସୁଲଗ୍ନା ଆଉ ଆୟୁଷ ଆସିଲେ । କାନ୍ଦିକି ଆଖି ଲାଲ ପଡ଼ିଯାଇଛି ସେମାନଙ୍କର ।
ଟିଚର୍ ଉଇ ଆର୍ ଭେରି ସରି । ଆଉ କେବେ ଏମିତି ହେବନି ।
ଲୁହ ପୋଛ ଦୁଇ ଜଣ, ପାଣି ପିଇବ???
ନୋ ଟିଚର୍, ଆମକୁ କ୍ଷମା କରନ୍ତୁ । ଭୁଲ ହେଇ ଯାଇଛି ଆମର । ଘରେ ଜାଣିଲେ ଖୁବ୍ ମନ ଦୁଃଖ କରିବେ । ଆପଣ ପ୍ଲିଜ୍ ଆମକୁ ରକ୍ଷା କରନ୍ତୁ ।
ଓକେ ବ୍ୟସ୍ତ ହୁଅନି । ଏସବୁ କରିବା ପାଇଁ ଅନେକ ସମୟ ବାକି ଅଛି । ଏ ଚିଠି ଫିଟି ନ ଲେଖି ପାଠ ପଢାରେ ଧ୍ୟାନ ଦିଅ । ନହେଲେ ଏବେଠୁ ଯଦି ଏସବୁର ମୁଣ୍ଡ ରହେ ତେବେ ପାଠପଢ଼ା ଖରାପ ହେବ । ଏଇ ଥର ତୁମକୁ ମାଫ୍ କରାଗଲା । ଆଗକୁ ଯେମିତି ଭୁଲ ନ ହୁଏ । ହେଲେ ଏବେ ଆଉ ମନ ଦୁଃଖ ନକରି ହସି କି କ୍ଲାସକୁ ଯାଅ । ଚକୋଲେଟ୍ ଖାଇବ????
ନୋ ଟିଚର୍, ଥାଙ୍କ ୟୁ ।
ଓକେ ମେନସନ ନଟ୍ ।
ସେ ଦୁଇ ଜଣଙ୍କୁ ଦେଖି ମୋ ପୁରୁଣା ସ୍ମୃତି ତାଜା ହେଇଗଲା । ସ୍କୁଲ୍ ସମୟରେ ରାଜ୍ ପକେଇଥିବା ଚିଠି ମୋ ସାହିତ୍ୟ ମାମ ପାଇଥିଲେ । ଆଉ ଠିକ୍ ଏମିତି ବୁଝେଇଥିଲେ । ସେ ଚିଠିକୁ ଦେଖି ହସୁଥିଲି ମୁଁ । ତିରିଶିଟି ଫଗୁଣ ବହି ଯାଇଛି ଏ ଜୀବନରେ, ବୟସର ଦବଦବାରେ ରହିଛି ଏ ଶରୀର କିନ୍ତୁ ମୋ ମନ ଏବେ ବି ସେ ସ୍କୁଲରେ ପଢୁଥିବା କୁନି ଚଗଲି ଲାବନ୍ୟା ତ୍ରିପାଠୀ, ଯାହାକୁ ଆଜି ବି ରାଜ୍ ମିଶ୍ର ପକେଇଥିବା ସେ ଚିଠି କଥା ମନେ ଅଛି । ମନେ ଅଛି ସାଙ୍ଗ ମାନଙ୍କୁ ମିଛ କହି ନିଜ ସାଇକେଲ ଚେନ ବାରମ୍ବାର ଖସି ଯାଉଛି କହି ତା ସହ ଏକା ସହ ଘରକୁ ଫେରିବା, ସେ ଭଲ ପଢ଼େ ବୋଲି ତା ନୋଟସ୍ ନେବା ତ ଗୋଟେ ବାହାନା ଥିଲା ହେଲେ ସେ ଖାତା ଭିତରେ ପ୍ରେମ ପତ୍ର ପଢ଼ିବା କଥା ତା ଆଉ ମୋ ଛଡା କାହାକୁ ଜଣା ନଥିଲା । ଆଉ ସେ ଦେଇଥିବା କିସ୍ ମି ଚକୋଲେଟ୍ ରାପର୍ ଡାଇରୀରେ ସେଲୋଟେପରେ ବଡ଼ ଯତ୍ନରେ ଆଜି ବି ସାଇତା ହେଇ ରହିଛି । ଆଉ ଚିଠି କାଳେ କିଏ ପଢିଦେବ ବୋଲି ଲେଟେରାଲ୍ ଇନଭରସନରେ ଚିଠି ଦେଇଥିଲା ହେଲେ ସିଏ କ'ଣ ଜାଣିଥିଲା ଚିଠି ଆସି ଫିଜିକ୍ସ ମାମଙ୍କ ହାତରେ ପଡ଼ିବ ବୋଲି । ଆଉ ଫିଜିକ୍ସ ମାମଙ୍କ ହୃଦୟ ସାହିତ୍ୟ ମାମଙ୍କ ପରି ବିଶାଳ ହେଇ ନଥିବ । ସେଦିନ ତାହାର ଅବସ୍ଥା ଯାହା ହେଇଥିଲା, ନକହିବା ହିଁ ଭଲ । ଯେହେତୁ ଚିଠି ବେନାମୀ ଥିଲା ତେଣୁ ମୁଁ ଖସି ଯାଇଥିଲି ।
ଅନେକ ଗୁଡ଼ିଏ ସ୍ମୃତି ମୋତେ ମୋ ପିଲା ଦିନକୁ ଟାଣି ନେଉଥିଲା, ଆଖି ଭିଜିଗଲା ଆଉ ଓଠରେ ଗୋଟେ ହସର ଫୁଆର ଜୁଆର ଭାଙ୍ଗୁଥିଲା । ଏତିକିବେଳେ ମୋ ସ୍କ୍ରିନରେ ରାଜଙ୍କ ଫୋନ୍ ଦେଖି ମୁଁ ଫୋନ୍ ରିସିଭ୍ କଲି । ଆଉ ଭାବପ୍ରବଣ ହେଇ କିଛି କହି ପାରିଲି ନାହିଁ ଖାଲି ଶୁଣିଲି ଯାହା ।
ହାଲୋ ଲବୁ, ଅଫିସରୁ ଫେରିବା ଲେଟ୍ ହେବ । ତେଣୁ ଘରେ ପହଞ୍ଚି ଆଗେ ଖାଇନେବ । ଅପେକ୍ଷା କରିବନି ମୋ ପାଇଁ । ଲଭ୍ ୟୁ ।
ମୁଁ କିଛି କହିବା ପୂର୍ବରୁ ଫୋନ୍ କଟି ଯାଇଥିଲା ।