Arundhati Jena

Abstract Inspirational Others

3  

Arundhati Jena

Abstract Inspirational Others

ଅନୀମେଶ ରୁ ଅନ୍ୱେଷା

ଅନୀମେଶ ରୁ ଅନ୍ୱେଷା

4 mins
236


ପବିତ୍ରା ଆଜି ଅଫିସ୍ ଯିବାକୁ ସଅଳ ବାହାରିବାର ଦେଖି ମାଆ ପ୍ରଶ୍ନ କରୁଥିଲେ,ତୁମ ସାମ୍ବାଦିକ ମାନଙ୍କର କିଛି ଛୁଟି ଫୁଟି ନାହିଁ ନାଁ କ'ଣ???ଯେତେବେଳେ ଦେଖ କୋଉଠି କଣ ଘଟିଲା ତା ପଛରେ ଦଉଡ଼ି ଦଉଡ଼ି ତୁମ ଜୀବନ ଯିବ।ମୋ ଭାଇ ଆଉ ଭଉଣୀ ମାନଙ୍କ ଝିଅ ମାନଙ୍କୁ ଦେଖେ କେମିତି ଗୋଡ଼ରେ ଗୋଡ଼ ପକେଇ ଶୀତ ତାପ ନିୟନ୍ତ୍ରଣ କୋଠରୀ ରେ ବସିଛନ୍ତି।ଆଉ ତୁ????


ଏସବୁ ଶୁଣି ବାପା ଆଉ ଥୟ ରହିପାରିଲେ ନାହିଁ ଆଉ କହିଲେ ସେମାନଙ୍କୁ ଜାଣେ କିଏ, ଚିହ୍ନେ କିଏ???ମୋ ଝିଅ ଫେମସ୍ ରିପୋର୍ଟର ପବିତ୍ରା ସାମନ୍ତ ରାୟ।


    ବାପା ମାଆ ଙ୍କ କଥା ଶୁଣି ପବିତ୍ରା ସାମାନ୍ୟ ହସି ଦେଇ କହିଲା ମାଆ ମୁଁ ମୋ ଏଇ ଚାକିରି ରେ ଖୁବ୍ ଖୁସି ଅଛି।ଆଉ ମୁଁ ମୋ ଜବ୍ କୁ ବହୁତ ଭଲ ପାଏ।ତୁମେ ଦୁଇ ଜଣ ଆଉ ଏମିତି ଟମ୍ ଆଉ ଜେରି ଭଳି ହୁଅନି।କ୍ୟାଣ୍ଟିନ ରେ ଖାଇ ନେବି।ବହୁତ ଡେରି ହେଲାଣି।ଆଜି ଫିଲ୍ଡ ୱାର୍କ କିଛି ନାହିଁ।ଷ୍ଟୁଡିଓ ରେ ଜଣେ ଫେମସ ପର୍ଶନାଲିଟି ଙ୍କ ସହ ସାକ୍ଷାତକାର ଅଛି। ଲାଇଭ ଆସିବ,ବସିକି ଦେଖିବ ତୁମେ ମାନେ।ପାଦ ଛୁଇଁ ବାପା ମାଆ ଙ୍କ ର ସେ ବାହାରିଗଲା।


   ମାଆ କହୁଥିଲେ ଆରେ ପବି କିଛି ଖାଇ କି ଯାଆ।ପୁରା ବାପା ଭଳି ହେଇଛି,ଖାଲି କାମ ଉପରେ ଫୋକସ୍।ଓହୋ ସୁମି ତୁମେ ଆଉ ସେ କେତେ ବଡ଼ ହେବା ଯାଏଁ ତା ପାଇଁ ଏମିତି ଫିକର କରିବ। ଯାଅ କଫି କପେ ଆଣ।


ହଉ ହଉ ଆଣି ଦେଉଛି କହି ଚାଲିଗଲେ ସୁମିତ୍ରା ଦେବି ଗାଉଁ ଗାଉଁ ହେଇ ରୋଷେଇ ଘର ଭିତରକୁ। ପ୍ରଭାକର ବାବୁ ଝିଅ କୁ ଲାଇଭ ଦେଖିବା ପାଇଁ ଟିଭି ସାମ୍ନାରେ ବସିଲେ ହାତରେ ରିମୋଟ ଧରି।

ପବିତ୍ରା ଅଫିସ୍ ରେ ପହଞ୍ଚି ନିଜ ପିନ୍ଧିଥିବା ଟି ଶାର୍ଟ୍ କୁ ଠିକ୍ କରି ମାଇକ ଲଗେଇ ଷ୍ଟୁଡିଓ ଭିତରକୁ ଗଲା।ଆଉ ନିଜର ପ୍ରୋଗ୍ରାମ ଆରମ୍ଭ କଲା। ହାଲୋ ହାୟ ନମସ୍କାର ଜୟ ଜଗନ୍ନାଥ।ମୁଁ ପବିତ୍ରା ସାମନ୍ତ ରାୟ, ଆଉ ମୋ ସହ ଅଛନ୍ତି ଫେମସ ପର୍ଶନାଲଟି ଟ୍ରାଂଶଯେଣ୍ଡର ମିସ୍ ଅନ୍ୱେଷା ମିଶ୍ର।


ମାମ ଆପଣଙ୍କୁ ସ୍ଵାଗତ ଆଉ ନମସ୍କାର ଜଣାଉଛି।

ଆଜ୍ଞା ନମସ୍କାର।ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀ ଆଉ ଗୁରୁଜନ ମାନଙ୍କୁ ମୋର ନମସ୍କାର ଜଣାଉଛି।ଜୟ ଜଗନ୍ନାଥ।

ମାମ ଆପଣ ବୋଧେ ଜଗନ୍ନାଥ ଙ୍କୁ ଖୁବ୍ ମାନନ୍ତି।

ସବୁ ଓଡ଼ିଆ ଙ୍କ ପ୍ରାଣରେ ଜଗନ୍ନାଥ ଯେତେବେଳେ ବସିଛନ୍ତି,ମୁଁ କେମିତି ସେଥିରୁ ବାଦ୍ ଯିବି କହିଲେ???ସେଇ ଜଗନ୍ନାଥ ଙ୍କ କୃପାରୁ ଆଜି ଜୀବନ ରାସ୍ତାରେ ଚାଲିବା ସହଜ ହେଇ ପାରିଛି।ମୁଁ ତ ବହୁତ ମାନେ ତାଙ୍କୁ।ତାଙ୍କ ବିନା ମୋ ଜୀବନ ଯେମିତି ଅସମ୍ଭବ।

ଖୁବ୍ ଭଲ ମାମ,ଆପଣ ଠିକ୍ କହିଲେ ଯେ ପ୍ରତି ଓଡ଼ିଆ ଙ୍କ ପ୍ରାଣ ହେଉଛନ୍ତି ଜଗନ୍ନାଥ।


ମାମ ଆପଣ ଜଣେ ଟ୍ରାନ୍ସ ଜେଣ୍ଡର,ଜଣେ ଭିନ୍ନ ମଣିଷ।ଜୀବନ ନିହାତି ସଂଘର୍ଷ ମୟ ରହିଥିବ।ପରିବାର ଆଉ ସମାଜ ଭିତରେ ଯୁଝି ଏତେ ଆଗକୁ ଆଦି ଦୁଇ ଦୁଇ ଟା ଏନଜିଓ ଚଳେଇବା,ଅନାଥ ଆଶ୍ରମ ଚଳେଇବା କାଠିକର ପାଠ ହେଇଥିଵ।ସେ ବିଷୟରେ ଟିକିଏ ଆମ ଦର୍ଶକ ମାନଙ୍କୁ ଜଣେଇବେ କି ମାମ????


ଆଜ୍ଞା ନିଶ୍ଚିତ ଭାବେ ଜଣେଇବି।ମୋ ବାପା ମାଆ ଙ୍କ ପାଞ୍ଚ ଟା ଝିଅ ଜନ୍ମ ହେବା ପରେ ମୁଁ ଜନ୍ମ ହେଇଥିଲି।ସେମାନେ ପୁରା ଖୁସି ହେଇ ଯାଇଥିଲେ।ମୋ ପାଇଁ ପୁଅ ପୋଷାକ ପିନ୍ଧେଇ ଭାରି ଖୁସି ହେଉଥିଲେ। ମୋ ନାଆଁ ରଖିଥିଲେ ଅନୀମେଶ୍।ହେଲେ ମୋର ଚାଲି ଚଳନି ସବୁ ଝିଅ ମାନଂକ ପରି ଥିଲା।ସେଥିପାଇଁ ମୋତେ ଅନିମେଶ ରୁ ସାହି ପିଲାମାନେ ଅନି ମାଈଚିଆ ବୋଲି ଡାକୁଥିଲେ।ଅଣ୍ଟା ରେ ହାତ ମାରି ଦେଉଥିଲେ।କେହି କେହି ମୋତେ ଜାବୁଡ଼ି ଧରି ଭାରି ମଜା ଉଡାଉଥିଲେ।ମୋତେ ଏସବୁ ଭାରି କଷ୍ଟ ଦେଉଥିଲା।ମୋ ସ୍କୁଲ୍ ରେ ବି ପିଲାମାନେ ଠିକ୍ ଏମିତି କରୁଥିଲେ ଆଉ କେହି ସାଙ୍ଗ ହେଉ ନଥିଲେ।ଦିନକର କଥା ମୁଁ ମୋ ଉପର ଅପାର ଫ୍ରକ୍ ପିନ୍ଧି, ନେଲପଲିସ୍ ଆଉ ବିନ୍ଦି ଲଗେଇ ଦର୍ପଣ ଆଗରେ ଠିଆ ହେଇ ଖୁସି ହେଉଥିଲି ଆଉ ନାଚୁଥିଲି।


ଏସବୁ ଦେଖି ବାପା ମୋତେ ଖୁବ୍ ଗାଳି ଦେଇଥିଲେ,ପିଟିଥିଲେ ମଧ୍ୟ।ମୋ ଦୁଃଖ ଦେଖି ମାଆ ମୋ ବ୍ୟାଗ୍ ସେଦିନ ସଜାଡି ଦେଇଥିଲା।ଆଉ ତା ପାଖରେ ଥିବା ୫୦ ଟଙ୍କା କୁ ନେଇ ମୁଁ ଏକୁଟିଆ ବାହାରି ଆସିଥିଲି ସେ ରାତିରେ।ମୋ ଶିକ୍ଷା କହୁଥିଲା ମୁଁ ମୋ ନିଜର ବାସ୍ତବତା କୁ କେବେହେଲେ ନିଜ ଠାରୁ ଲୁଚେଇ ପାରିବି ନାହିଁ। କମସେ କମ୍ ମୁଁ ନିଜକୁ ଆଦୌ ଠକି ପାରିବି ନାହିଁ।ମୋତେ ପ୍ରକୃତି ଗଢ଼ିବା ବେଳେ ଗୋଟେ ଭୁଲ୍ କରିଛି ଆଉ ତାକୁ ଠିକ୍ କରିବି ମୁଁ।ପ୍ରକୃତି ର ଏ ନିଷ୍ପତି ପାଇଁ ମୋର ଆଦୌ ଅଭିଯୋଗ ନାହିଁ।ସେଦିନ ଏକୁଟିଆ ରାସ୍ତାରେ ପାଇ କିଛି ଯୁବକ ମୋତେ ଖୁବ୍ ଅତ୍ୟାଚାର କରିଥିଲେ।ସେ ଲୋମଟାଙ୍କୁରା କଥା କୁ ମୁଁ ଆଜି ଭାବିଲେ ମୋ ରକ୍ତ ଶୁଖି ଯାଉଛି।ତା ପରେ ମୁଁ ନିଜକୁ ମୋ ଭଳି ଅନେକ ଭିନ୍ନ ମଣିଷ ଙ୍କ ଭିଡ଼ରେ ହଜେଇ ଦେଲି।ଆଗରୁ ରେଳ ରେ ବହୁତ ଥର ତାଳି ବଜେଇ ଭିକ ମାଗିଛି।ହେଲେ ସେଥିରେ ମୋ ମନ କି ପେଟ ପୁରିଲା ନାହିଁ।ତା ପରେ ପେପର୍ ବିକିଛି,ମାଳି ବିକିଛି।ଶେଷକୁ ଗୋଟେ ଅନାଥ ଆଶ୍ରମ ରେ ରହି ମୁଁ ପଢେଇ ନିଜେ ପଢିଲି।ଆଉ ନିଜକୁ ଆଜି ଏଇ ଜାଗାରେ ପହଞ୍ଚେଇ ପାରିଛି।


ମୋତେ ଫେମସ ଟ୍ରାଂସ ଜେଣ୍ଡର ଲିଂଡା ଥମ୍ପସନ୍ ଖୁବ୍ ପ୍ରଭାବିତ କରିଛନ୍ତି।ତାଙ୍କ ମତରେ , ବିଙ୍ଗ ଟ୍ରାନ୍ସଜେଣ୍ଡର, ଲାଇକ ବିଙ୍ଗ ଗେ, ଟାଲ, ଶର୍ଟ, ୱ।ଇଟ, ବ୍ଲାକ, ମେଲ, ଅର ଫିମେଲ ଇସ ଆନାଦର କଂଡିସାନ ଡ୍ୟାଟ୍ ମେକ୍ସ ଇଛ ଇଂଡିବିସୁଆଲ ୟୁନିକ ଅଣ୍ଡ ସମଥିଙ୍ଗ ଓଭର ହୁଇଛ ଉଇ ହାବ ନୋ କଂଟ୍ରୋଲ। ଉଇ ଅର ହୁ ଉଇ ଅର ଇଂନ ଦ ଡିପେଷ୍ଟ ରିସେସ ଆଫ ଆଉଆର ମାଇଣ୍ଡ, ହାର୍ଟ ଅଣ୍ଡ ଆଇଡେନଟିଟି।


 “Being transgender, like being gay, tall, short, white, black, male, or female, is another part of the human condition that makes each individual unique and something over which we have no control. We are who we are in the deepest recesses of our minds, hearts, and identities.”

ଆପଣଙ୍କର ଏଇ ଅନୀମେଶ ରୁ ଅନ୍ୱେଷା ହେବାର ଜର୍ନି ଖୁବ୍ ରୋମାଞ୍ଚକର ଆଉ ସଂଘର୍ଷପୂର୍ଣ୍ଣ।ଆପଣଙ୍କ କାହାଣୀ ରୁ ଆମ ସମସ୍ତଙ୍କୁ ଖୁବ୍ ଶିକ୍ଷା ଆଉ ପ୍ରେରଣା ମିଳିବ।


    ଲାଇଭ ପ୍ରୋଗ୍ରାମ ଚାଲିଥିଲା ଆଉ ପବିତ୍ରା କୁ ଅନ୍ୱେଷା ଗୋଟେ ଟଙ୍କିକିଆ କଏନ କୁ ଓଠରେ ଚୁମି ନେକ୍ ଦେଉଥିଲେ।

   ପବିତ୍ରା ର ବାପା ମାଆ ଏସବୁ ଦେଖି ଖୁବ୍ ଖୁସି ହେଉଥିଲେ।

    



Rate this content
Log in

Similar oriya story from Abstract