Arundhati Jena

Abstract Others

4  

Arundhati Jena

Abstract Others

ଟପ୍ ସୀକ୍ରେଟ ଅକୁହା କୋହ

ଟପ୍ ସୀକ୍ରେଟ ଅକୁହା କୋହ

3 mins
304


ବିବାହ ପାଇଁ ସବୁ ଝିଅର ଆଖିରେ ଆଖିଏ ସ୍ବପ୍ନ ଥାଏ।ସେଇ ମେଞ୍ଚାଏ ସ୍ଵପ୍ନକୁ ନିଜ ପାପୁଲିରେ କଏଦୀ କରି ବଡ଼ ସାବଧାନ ସହକାରେ ଜୀବନ ପଥରେ ସେ ଚାଲିବାର ପ୍ରୟାସରେ, ସେ ଅନେକ କିଛି ସହେ। କିଛି ପାଏ ଆଉ କିଛି ହରାଏ, ଆଉ ସେଥିରେ ସେ ଜୀବନର ବିଚିତ୍ର ପରିସୀମାକୁ ନିଜ ଦୁଃଖର ବ୍ୟାସରେ ମାପିନିଏ ଆଉ ଭାବନା ସବୁକୁ ପୁଣି ସେଇ ପରିସୀମା ଭିତରେ ଜାବୁଡି ଧରି ରଖିବାରେ କେତେ ଯେ କ୍ଷତାକ୍ତ ହୁଏ, ତାର ହିସାବ କେହି ରଖେନା। ଆଉ କଥା ଦେଇଥିବା ମନର ମଣିଷ, ଏକା ସାଥିରେ ଚାଲିବା ପାଇଁ ସେଇ ଦୁର୍ଗମ ପଥକୁ ଆବୋରି ନେଇଥିବା ମଣିଷ ଯେତେବେଳେ ଠିକ୍ ସମୟରେ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନିଏ ଭାରି କଷ୍ଟ ହୁଏ ଏଇ ମନରେ। ଜୀବନ ଆଉ ମୃତ୍ୟୁ ବରାବର ସମାନ ଅନୁଭବ ଦିଏ। ଏତେ ବାଟ ଆଗକୁ ଆସି ଫେରିଯିବାକୁ ବି କଷ୍ଟ ଲାଗେ ଆଉ ମନ କହେ ଆଉ ଟିକିଏ ଆଗକୁ ଯାଇ ଦେଖେ କାଳେ ବଞ୍ଚିବାର ରାହା ମିଳିଯିବ।

      ଆରେ ରୋହିଣୀ, ଏତେ କ'ଣ ଭାବୁଛ ? ଚାଲ ଉପହାର ବାକ୍ସ ସବୁ ଖୋଲି ଦେଖିବା। କିଏ କଣ ଦେଇଛି।ପ୍ରଥମେ ସେଇ ଗୋଲାପୀ ରଙ୍ଗର ବାକ୍ସ ଖୋଲ।

   ଓହୋ ପ୍ରତ୍ୟୁଷ ମୋର ମନ ନାହିଁ, ଥକା ଲାଗୁଛି। ତୁମ ଇଚ୍ଛା ହେଉଛି ତୁମେ ଖୋଲିକି ଦେଖି ନିଅ, ମୋର ଆଦୌ ଇଚ୍ଛା ନାହିଁ। ତମେ ଠିକ୍ ଜାଣିଛ ଏଇଟା କିଏ ଦେଇଛି ଆଉ ତା'ର କିଛି ବି ଉପହାର ମୋ ଜୀବନରେ ଆବଶ୍ୟକ ନାହିଁ। ନିଅ, ପାରୁଛ ଯଦି ଫିଙ୍ଗି ଦିଅ।

    ପ୍ଲିଜ୍ ରୋହୁ, ତା ଉପରେ ରାଗନି। ଥରେ ମାତ୍ର ସେ ଉପହାର ବାକ୍ସକୁ ଖୋଲି ଦେଖି ନିଅ।ତମେ ବି ବିନା କିଛି ଜାଣି ତାକୁ ଏତେ ଖରାପ ଭାବୁଛ।

    ଶୁଣ ପ୍ରତ୍ୟୁଷ, ତୁମେ ମୋତେ ବାହା ହେଇଛ। ତା' ମାନେ ନୁହେଁ ମୋତେ ଭଲ ଲାଗୁନଥିବା ଜିନିଷକୁ ବାଧ୍ୟ କରି ମୋ ଦ୍ଵାରା କରେଇବ। ତୁମ ସାଙ୍ଗ ସିଏ, ତୁମେ ମିଶି ପାର ଆଉ ସମୟ ବି ବିତେଇ ପାର ହେଲେ ମୋ ସହ ସେ ଯାହା କଲେ, ତା' ପରେ ବି ତୁମେ ଯଦି ମୋତେ ବାଧ୍ୟ କରିବ ତେବେ ମୁଁ କହିବି ତମେ ମୋତେ ଜାଣି ଶୁଣି ଆଘାତ କରୁଛ।

   ଆରେ ରୋହୁ, ତମେ ମୋତେ ଠିକ୍ ସେ ବୁଝି ପାରୁନ। ମୁଁ ସେମିତି..........।

ଓହୋ ତମେ ଯାଅ କହି କବାଟ ରାଗରେ ଧଡ୍ କିନା ବନ୍ଦ କରିଦେଲା ରୋହିଣୀ। ଖୁବ୍ ରାଗିଥିଲା ଆଉ ଜୋର୍ ରେ କାନ୍ଦିକି ସେ ଗୋଲାପୀ ରଙ୍ଗର ଉପହାର ବାକ୍ସକୁ କାନ୍ଥକୁ ଛାଟି ଫିଙ୍ଗିଦେଲା। ସେ ଉପହାର ବାକ୍ସଟି ଖୋଲିଗଲା ଆଉ ତା ଭିତରୁ ଖଣ୍ଡିଏ ଚିଠି ଆଉ ହଳେ ପାଉଁଜି ବାହାରି ଆସିଲା। ନ ଚାହିଁବି ସିଏ ସେ ଚିଠିକୁ ଖୋଲି ପଡ଼ିଲା।

    ଡିଅର ରୋହୁ

          ମୋର ପ୍ରୀତିଭରା ଶୁଭେଚ୍ଛା ଆଉ ଶୁଭକାମନା ଗ୍ରହଣ କରିବ। ଆଜି ବେଶି କିଛି ଲେଖିବିନି ଖାଲି ଏତିକି କହିବି ପ୍ରତ୍ୟୁଷ ଖୁବ୍ ଭଲ ପିଲା। ତା ସହ ମନ ମିଶେଇ ଚଳିବ। ସମସ୍ତେ ପ୍ରେମ ବନ୍ଧନରେ ବାନ୍ଧି ହୁଅନ୍ତି ହେଲେ ସବୁ ପ୍ରେମର ପରିଣାମ ବିବାହ ନୁହେଁ। କାରଣ କିଛି କିଛି ପ୍ରେମ ଭଗବାନଙ୍କ ଆଗରେ ଦୁର୍ବଳ ହେଇଯାଏ, ତାର ଆଉ ଶକ୍ତି ନଥାଏ ଆଗକୁ ଲଢ଼ିବା ପାଇଁ। ଯେମିତିକି ମୋର। ତମେ ଏ ଚିଠି ପାଇବା ବେଳକୁ ମୁଁ ଆଉ ଏ ଦୁନିଆଁରେ ନଥିବି, ସବୁଦିନ ପାଇଁ ହୁଏତ ସେ ଅଫେରା ରାଇଜକୁ ଚାଲି ଯାଇଥିବି। ମନ ଦୁଃଖ କରିବନି ଆଉ ହଁ ଲୁହ ଝରେଇବନି କାରଣ ମୋ ରୋହିଣୀ ଏତେ ଦୁର୍ବଳ ନୁହେଁ। ପ୍ରତ୍ୟୁଷ ମୋ ବିଷୟରେ ସବୁ ଜାଣିଛି। ମୁଁ ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ଆଉ ଖୁବ୍ କମ୍ ଦିନ ମୋ ହାତରେ ଅଛି। ଏସବୁ ଜଣେଇ ତୁମକୁ ଏତେ କଷ୍ଟ ଦେବି କାହିଁକି। ଛୁଆ ବେଳୁ ବିନା ବାପା ମାଆରେ ବଢ଼ିଛ ତୁମେ, କେତେ କଷ୍ଟ ସହିଛ। ଆଉ ଦୁଃଖ ଦେବାକୁ ଚାହିଁଲିନି।ତେଣୁ ଏତେ ସବୁ ନାଟକ କରିବାକୁ ପଡିଲା ତୁମକୁ ଛାଡ଼ିବା ପାଇଁ.....................।

ଇତି

(ପ୍ରୟାସ)

    ଚିଠିକୁ ପଢି ରୋହିଣୀ କାନ୍ଦୁଥିଲା ଆଉ ସେ ଉପହାର ବାକ୍ସକୁ ଉଠେଇ ନିଜ ପିନ୍ଧା କାନିରେ ଝାଡି ଦେଲା ଆଉ ଛାତିରେ ଲଗେଇ ସେ ଚିଠିକୁ ଭାଙ୍ଗି ପୁଣି ତା ଭିତରେ ରଖିଦେଲା ଆଉ ସେ ପାଉଁଜିକୁ ନିଜ ପାଦରେ ଖୁବ୍ ଯତ୍ନର ସହକାରେ ପିନ୍ଧିଲା ଆଉ ବାହାରୁ ଶାଶୁଙ୍କ ଡାକ ଶୁଣି ସେ ଗମ୍ଭୀର ସ୍ଵରରେ କହୁଥିଲା ଆଜ୍ଞା ମାଆ ଆସୁଛି।


Rate this content
Log in

Similar oriya story from Abstract