ପିଅକଡ
ପିଅକଡ
ପିକେ ବାବୁ ରବିବାର ର ସକାଳୁ ଉଠି ଚାହା ପିଉଥିଲେ ,ତାଙ୍କ ଫୋନ ରିଂ ହେଲା | ଆପାର୍ଟମେଣ୍ଟ ଗେଟ୍ ରୁ କଲ ଆସିଥିଲା ,କିଏ ଜଣେ ଲୀନl ମାଡାମ ଆପଣଙ୍କ ଘରକୁ ଆସିଛନ୍ତି | ଓକେ ତାଙ୍କୁ ଘରକୁ ଆସିବାକୁ ଦିଅ କହି ଫୋନ ରଖିଲେ ପିକେ ,ଓ ଅନେକ ଭାବନାରେ ବୁଡ଼ିଗଲେ ସେ |
ଲୀନl ଏଠି ଏତେଦିନ ପରେ କଣ ପାଇଁ ଆସିଛି କିଛି ବୁଝି ହେଉନି | ଲୀନା ତାଙ୍କ ପିଲାଦିନର ସାଙ୍ଗ ପଞ୍ଚମ ଶ୍ରେଣୀ ରେ ପଢିଲା ବେଳେ ତା ପାଖେ ବସିବାକୁ କହୁଥିଲା ଓ କହୁଥିଲା "ତୁ ପାଖରେ ଥିଲେ ମତେ ଡର ଲାଗେନି" | ଆଉ କେଉଁ ଝିଅ ପିକେ ସଂଗେ କଥା ହେଲେ ସେ ଟିକେ ଚିଡିଯାଉଥିଲା |
ଗଣେଷ ପୂଜା ସରିବା ପରେ ଦିଜଣ ସାଙ୍ଗ ହୋଇ ଘରକୁ ଫେରିବା ବାଟରେ ପିକେ ଲୀନl କୁ ପଚାରିଲା ,ଗଣେଷ ଙ୍କୁକଣ ମାଗିଲୁ ? ସେ କହିଲା ଆମ ଦି'ଜଣକ ପାଇଁ ଭଲ ପାଠ ଓ ଭଲ ଜୀବନ | ଦୁହେଁ ହସିଦେଲେ |
ତା ପରେ ଲୀନା ବାପାଙ୍କର ବଦଳି ହୋଇଗଲା ଅନ୍ୟ ସହରକୁ | ଲୀନl ସବୁ ବର୍ଷ ଗ୍ରୀଟିଙ୍ଗସ ପଠାଉଥିଲା ପିକେ କୁ ଆଉ ପିକେ ବି ପଠାଉଥିଲା ଲୀନl କୁ | ଅନେକ ଦିନ ବିତିଗଲା | ୟୁନିଭର୍ସିଟି ରେ ଆଡ଼ମିସନ ପାଇଁ ଆସିଥିଲା ଲୀନା ଓ ଦେଖା ହୋଇଗଲା ପିକେ ସହିତ | ଦି ଜଣ କେମିଷ୍ଟ୍ରି ପିଜି ରେ ଆଡ଼ମିସନ କଲେ ଓ ହଷ୍ଟେଲ ରେ ରହିଲେ | ଏତେ ଦିନ ପରେ ଲୀନl ପିକେ କୁ ଦେଖି ବହୁତ ଖୁସିଥିଲା ,ଆଉ ପିକେ ବି | ଦି ଜଣଙ୍କ ଭିତରେ ବନ୍ଧୁତା ବଢ଼ିବାରେ ଲାଗିଲା ଓ ଦିନ କୁ ଦିନ ଲୀନl ଭାରି ପଜେସିଭ ହୋଇଯାଉଥିଲା ପିକେ କୁ ନେଇ | ପିକେ କୁ ସବୁ ଆଡେ ଫଲୋ କରୁଥିଲା ଲୀନl , କ୍ଲାସ ରୁ କ୍କ୍ୟାଣ୍ଟିନ ଓ ହଷ୍ଟେଲ ରୁ ଖେଳ ପଡିଆ ଯାଏଁ |
ପିକେର ଜନ୍ମ ଦିନ ପାଇଁ ଗୋଟେ ପାର୍ଟି ଆରେଞ୍ଜ କରିଥିଲା ଲୀନl ,ବହୁତ ଖୁସି ଥିଲା ସେ ,ହେଲେ ପିକେର ସାଙ୍ଗ ମାନେ ପିଇ କରି ପହଁଚି ଗଲେ ସେଠି ଓ ବହୁ ହଂଗାମା କଲେ |ଲୀନl ରାଗି ଗଲ| ଓ ସେଠୁ ପଳାଇଲା | ଅନେକ ଦିନ ଯାଏଁ ସେ ଆଉ ଫେରିଲାନି ପିକେ ପାଖକୁ | ଦିନେ ସନ୍ଧ୍ୟାରେ ଲୀନl ପହଁଚି ଥିଲା ପିକେ ହଷ୍ଟେଲ ରେ ,ହେଲେ ସେଠି ସମସ୍ତେ ବସି ଗୀତ ବୋଲୁ ଥିଲେ ଓ ପିଉଥିଲେ | ଜଣେ କିଏ ତା ଭିତରୁ କହିଲା ଭାଉଜ ନମସ୍କାର ,ସେ ରାଗିକରି ବାହାରିଗଲା ସେଦିନ ପିକେକୁ ଗୁଡ଼ ବାୟ କହି ଓ ତା ସାଙ୍ଗଙ୍କୁ ଗାଳି ଦେଇ ଦେଇ |
କଲିଂବେଲ ର ଶବ୍ଦରେ ପ୍ପ୍ରକୃତିସ୍ତ ହେଲା ପିକେ , ଦୁଆର ଖୋଲି ଚାହିଁ ରହିଲା ଲୀନl କୁ , ସେଇ କଲେଜ ବେଳର ଲୀନl ସେଇ ଡ୍ରେସ ଜିନ ପ୍ୟାଣ୍ଟ ,ସାର୍ଟ ଓ କପlଳ ରେ ଏକ ଛୋଟ ବିନ୍ଦି ଖାଲି ଆଖିରେ ଥିଲାଏକ ଦାମୀ ଚଶ୍ମା | ଲୀନl ପଚାରିଲା କଣ ଚିହ୍ନି ପାରୁନୁ କି, ଘର କୁ ଡାକିବୁନl ନାହିଁ ? ଆରେ ଆସେ ଆସେ ଘର ଭିତର କୁ ଆସିଲା ସେ | ସୋଫାରେ ବସିବା ପରେ ତାଆଖି ଆଉ କାହାକୁ ଖୋଜୁଥିଲା | କିଛି ସମୟ ପରେ ପିକେର ଶ୍ରୀମତୀ ପାଣି ନେଇଆସିଲେ | ଲୀନl ତାଙ୍କୁ ପୁରା କିଛି ସମୟ ଧରି ଚାହିଁ ରହିଲା ଓ ପଚାରିଲା ତୋର ଶ୍ରୀମତୀ ବୋଧେ ,ପିକେ ହଁ କହିଲା | ତାପରେ କିଛି ପୁରୁଣା କଥା ଆଲୋଚନା ପରେ ତା ଭାନିଟିରୁ କାଢି ଗୋଟେ ନିମନ୍ତ୍ରଣ କlଡ଼ ବଢ଼ାଇଦେଲା ପିକେ ହାତକୁ ଓ କହିଲା ଝିଅର ବାହାଘର ଦିଜଣ ଆସିବ ,ମୁଁ ଚାଲିଲି କହି ଉଠିଲା ସେ | ଗଲାବେଳେ କହିଲା ତୁ ସିନl ମୋର ଖବର ରଖିନୁ ମୁଁ କିନ୍ତୁ ତୋର ସବୁ ଖବର ରଖିଛି |
ପିକେ ଭାବୁଥିଲା ଲୀନା ଝିଅ ବାହା ଘର ରେ ଯିବ ନl ନାହିଁ ବୋଲି | ତା ଶ୍ରୀମତୀ ଅନ୍ୟ ଏକ ପାର୍ଟିରେ ଚାଲିଗଲେ ଓ ପିକେ କୁ ଏକl ଯିବାକୁ କହି ଗଲେ ଲୀନା ଝିଅ ବାହାଘର କୁ | ଗିଫ୍ଟ ଧରି ପିକେ ଲୀନା ଝିଅ ବାହାଘର ମଣ୍ଡପ ରେ ପହଁଚିଲେ ,ପ୍ରାୟ ରାତି ୯ ଟା ହେବ | ବେଶୀ ଲୋକ ନଥିଲେ ବର ଆସିବାକୁ ବି ଡେରି ଥିଲା | ଲୀନl ତା ଘର ଲୋକଙ୍କ ସଂଗେ ପିକେ ର ପରିଚୟ କରାଇଦେଲା ତା ବାପା ମା ଓ ଜଣେ ଦିଜଣ ସାଙ୍ଗ ପିକେ କୁ ଚିହ୍ନି ପାରିଲେ | ପିକେ ପଚାରିଲା ଆରେ ତୋର ବର କାହାନ୍ତି,ସେ କିଛି ସମୟ ଚୁପ ରହି କହିଲା ତାଙ୍କୁ ମୁଁ ଛାଡି ଦେଇଛି | ପିକେ ଚମକି ପଡିଲା ଓ ପଚାରିଲା ଏବେ କଣ କରୁଚୁ ? ସେ କହିଲା ପିଲାଙ୍କୁ ପଢାଉଛି ଓ କିଛି ଲେଖା ଲେଖି କରୁଛି | ହଁ ଗୋଟେ ସର୍ଟ ଷ୍ଟୋରି ବହି ଲେଖିଛି, ତୋ ଉପରେ ବି କିଛି ଲେଖିଚି, ଗୋଟେ କପି ତତେ ଦେବି ପଢ଼ିବୁ | ତାପରେ କହିଲା ସେ ଗଧ ପିଅକଡ ଗୁଡ଼ାଙ୍କ ସାଙ୍ଗରେ ପଡି ତୁ ଖରାପ ହୋଇଗଲୁ ନହେଲେ ଏଠି ମୋ ଝିଅର ବାପହୋଇ ତୁ ବସିଥାନ୍ତୁ | ପିକେ ହସୁ ଥିଲେ | କିଏ ଜଣେ ଲୀନାକୁ କହିଲା ବର ଆସିଲାଣି | ସେ ଚାଲିଗଲା ଓ କହିଗଲା ଭୋଜି ଖାଇକି ଯିବୁ ,ପଛରୁ ଚାହିଁ ରହିଥିଲେ ପିକେ ଲୀନା କୁ |
