STORYMIRROR

kamal kumar dash

Drama Action Thriller

3  

kamal kumar dash

Drama Action Thriller

ବିକାଶ

ବିକାଶ

1 min
227

ବିକାଶ ବିଏ ପରୀକ୍ଷାରେ କମ ନମ୍ବର ରଖିବାରୁ ତା ବାପା ତାକୁବହୁତ ଗାଳି ଦେଲେ ,ସେ ଘର ଛାଡି ଯିବାକୁ ବାହାରିଲା ତା ବ୍ୟାଙ୍କରେ ଥିବା କିଛି ଟଙ୍କା ଉଠାଇ ସନ୍ଧ୍ୟାରେ ଟ୍ରେନରେ ବସି ପଡିଲା କିନ୍ତୁ ଜାଣି ନଥିଲା କି ଟ୍ରେନ କୁଆଡେ ଯାଉଛି ।ତା ପାଖ ସିଟ ରେ ଦିଜଣ ବୁଢା ବୁଢ଼ୀ ବସି ଥିଲେ  ସେମାନେ ତାଙ୍କ ଝିଅର ଆଖି ଦେଖାଇବାକୁ ଭୁବନେଶ୍ୱର ଆସିଥିଲେ |ବିକାଶ କିଛି କଦଳୀ କିଣି ଖାଇଲା ଓ ବସି ବସି ଶୋଇଗଲା ।ଟ୍ରେନ ସକାଳୁ ରlଏଗଡା ପହଞ୍ଚିଲା ସେମାନେ  ଟିଫିନ  ଆଣି ଖାଇଲେ କିନ୍ତୁ ବିକାଶ ଶୋଇରହି ଥାଏ । କିଛି ସମୟ ପରେ ବିକାଶ ଉଠିଲା ଓ ଚାହା ପିଇଲା ।ସେମାନେ  ବିକାଶକୁ  ପଚାରିଲେ ବାବା ତୁମେ କୁଆଡେ ଯିବ ? ବିକାଶ ତାଙ୍କୁ ସବୁ 

କହିଲା ସେମାନେ କହିଲେ ଚାଲ ଆମ ସାଥିରେ ଆମ ଘରକୁ ଆମର ଛୋଟ ଦୋକାନ ଅଛି ସେଠି ରହିବ। ବିକାଶ କିଛି ଭାବି ପାରୁ ନଥିଲା କଣ କରିବ ଓ ଚୁପ ଚାପ୍ ବସି ରହିଲା କିଛିସମୟ ପରେ କହିଲା ହଉ । କୋରାପୁଟରେ ପାତ୍ର ଫ୍ୟାମିଲି ସେ ବୁଢା ବୁଢ଼ୀ ଓ ତାଙ୍କ ଝିଅ ରୋଜା ଓହ୍ଲାଇଲେ ।ତାଙ୍କ  ସାଥିରେ ବିକାଶ ବି ଓହ୍ଲାଇଲl ପାତ୍ର ବାବୁ ତାଙ୍କ ଦୋକାନର ସବୁ କାମ ବିକାଶକୁ ଶିଖାଇଲେ । ବିକାଶ ତାଙ୍କ ଘରେ ରହିଲା ତେଣୁ ତାର ଖାଇବା ପିଇବାର ଚିନ୍ତା ନଥିଲା ସେ ଦୋକାନରେ  କାମ କରିବା ଆରମ୍ଭକଲା ଓ ଦିନ ଗଡି ଚାଲିଲା ।ଦି ମାସ  ପରେ ଝିଅର ଆଖି ଦେଖାଇବାକୁ ପୁଣି ବାହାରିଲେ  ପlତ୍ର  ଫ୍ୟାମିଲି ଏଥର ବିକାଶ କୁ ବି ତାଙ୍କ ସାଙ୍ଗରେ ଡାକିଲେ।ବହୁତ ଚିନ୍ତା କରିବା ପରେ ସେ ରାଜି ହେଲା । ଦି ଦିନ ପରେ  ସେମାନେ ବାହାରିଲେ ଭୁବନେଶ୍ୱର । ଭୁବନେଶ୍ୱରରେ  ପହଁଚିବା ପରେ ହୋଟେଲ୍ ରେ ଟିକେ ଫ୍ରେଶ ହୋଇ ସମସ୍ତେ ହସ୍ପିଟାଲ କୁ ବାହାରିଲେ । ହସ୍ପିଟାଲ୍ ରେ ରୋଜlର ନାଁ ରେଜିଷ୍ଟ୍ରେସନ କରି ସେମାନେ ବସିଲେ ଓ଼ଟିଙ୍ଗ ହଲରେ ।ବିକାଶ ଦେଖିଲା ତା ପାଖରେ ତା ମା ବସିଛି ହେଲେ ତାର 

ଆଖି ବହୁତ ଖରାପ ଥିବାରୁ ସେ ବିକାଶକୁ ଚିହ୍ନି ପାରୁନି ବିକାଶର ଆଖିରେ ଲୁହ ଆସିଗଲା ସେ ମା ର ପାଦ ଛୁଇଁ ମୁଣ୍ଡିଆ 

ମାରିଲା ମା ଜାଣି ପାରିଲା ଓ ତାକୁ କୁଣ୍ଢାଇ ପକାଇଲା ।ପାତ୍ର ବାବୁ ଓ ତାଙ୍କ ଝିଅ ମାଙ୍କୁ ନମସ୍କାର ହେଲେ ଓ ମାଙ୍କୁ ସବୁକଥା କହିଲେ । ବିକାଶ ର ସାନ ଭାଇ ମେଡ଼ିସିନ ନେଇ ଆସିଲା ଓ କହିଲା ଭାଈ  ତୁ ଗଲା ପରେ ମାଆ କାନ୍ଦି କାନ୍ଦି ତାର ଆଖି ଖରାପ ହୋଇ ଯାଇଛି । ଡାକ୍ତର କହୁଛନ୍ତି ଦି ତିନି ମାସ ମେଡ଼ିସିନ ପକାଇଲେ ଆଖି ଠିକ ହୋଇଯିବ । ମା ପlତ୍ର ବାବୁଙ୍କ ପରିବାର କୁ ତାଙ୍କ ଘରକୁ ଡାକିଲେ।ଝିଅର ଆଖି ଦେଖାଇଲା ପରେ ସମସ୍ତେ ବିକାଶ ଘରକୁ ଗଲେ ।ବିକାଶ କୁ ଦେଖି ତା ବାପା ବି କାନ୍ଦି ପକାଇଲେ ଓ ପାତ୍ର ବାବୁଙ୍କୁ ଅନେକ ଧନ୍ୟବାଦ ଦେଲେ । ବିକାଶ ର ମା କହିଲେ ଆମେ ରୋଜା କୁ ବୋହୁ କରିବୁ ପାତ୍ରବାବୁ ଆପଣ ରାଜିତ ପାତ୍ର ବାବୁ ଖୁସିରେ କାନ୍ଦି ପକାଇଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama