kamal kumar dash

Action Thriller

4  

kamal kumar dash

Action Thriller

ମନ ଡାକ୍ତର

ମନ ଡାକ୍ତର

1 min
264


ଅଫିସ ର କାମ ପ୍ରେସର ରେ ସାଗର ର ଟେନସନ ବଢି ଯାଇଛି | ତାକୁ କିଛି ଭଲ ଲାଗୁନି, ତା ହାର୍ଟ ରେଟ ଓ ବିପି ଅଚାନକ ବଢି ଯାଇଛି, ନିଦ ବି ଆସୁନି ରାତିରେ | ଖାଇବା ପିଇବା କମି ଯାଇଛି, କୁଆଡେ ଯିବାକୁ ବି ବାହାରୁନି, ଚୁପ ଚାପ ବସୀ କଣ କଣ ଭାବୁଛି, ହେଲେ କିଛି ଡ଼ିସିସନ ନେଇ ପାରୁନି ସେ | ବେଳେ ବେଳ ଭାବୁଛି ଚାକିରୀ ଛାଡି ଦେବାକୁ ହେଲେ ସାଙ୍ଗ ମାନେ ମନା କରୁଛନ୍ତି | ଡାକ୍ତର ଙ୍କ ପାଖକୁ ନେଇ ଗଲେ ତା ସ୍ତ୍ରୀ ସବୁ ଚେକ କଲା ପରେ ଡାକ୍ତର କହିଲେ ମାଡାମ ସାର ଙ୍କୁ ଟିକେ ମାନସିକ ରୋଗ ବିଭାଗରେ ଦେଖlନ୍ତୁ | ଟିକଟ କରି ମାନସିକ ରୋଗ ବିଭାଗରେ ବସିଲେ ଦୁଇଜଣ | ପ୍ରଥମ କରି ଏଠାକୁ ଆସିଥିବାରୁ ତାଙ୍କୁ ଟିକେ ଖରାପ ଲାଗୁଥିଲା | ତାଙ୍କର ଡାକ୍ତର ଥିଲେ ଡାକ୍ତର ମାନସୀ ମିଶ୍ର | ମାନସୀ ମିଶ୍ର ନାଁ ଟା ସାଗର କୁ ଚିହ୍ନା ଚିହ୍ନା ଲାଗୁଥିଲା | ରେ ଡାକ୍ତରଙ୍କ ଚାମ୍ବର ଭିତର କୁ ଯାଇ ଦେଖିଲା ତା ସାଙ୍ଗ ମାନସୀ ଥିଲା ପ୍ରାୟ ୩୦ ବର୍ଷ ତଳେ ସେମାନେ ସାଙ୍ଗ ହୋଇ ପଢୁ ଥିଲେ ,ମାନସୀ ଟିକେ ମୋଟା ହୋଇ ଯାଇଥିଲା ଓ ଚଶ୍ମା ଲଗାଇ ଥିଲା | ସେ ଟିକେ ଡେରିରେ ଚିହ୍ନିଲା ଓ କହିଲା ଏବେ ଟେନ୍ସନ କମ କର ସବୁ ଠିକ ହୋଇଯିବ | ମାନସୀ ପାଖରେ ଥିବା ଗୋଟେ ପିଜି ପଢ଼ୁଥିବା ଝିଅ ସାଗରର କୁ ଅନେକ ପ୍ରଶ୍ନ ପଚାରି ତା ଫାଇଲ୍ ରେ ଲେଖିଲା l ସେ ସବୁ ପଢି ମାନସୀ କିଛି ମେଡ଼ିସିନ ଲେଖିଲା ଓ କହିଲା ୧୫ ଦିନ ପରେ ଆସି ଦେଖା କରିବୁ | ତା ଫୋନ ନମ୍ବର ବି ଦେଲା ଦରକାର ହେଲେ ମତେ ଫୋନ କରିବୁ | ୧୫ ଦିନ ପରେ ଟିକେ ଠିକ ଦେଖାଯାଉଥିଲା ସାଗର ଓ ହସ୍ପିଟାଲ ବାହାରିଲା ବେଳେ ପଛରୁ ଶ୍ରୀମତୀ ମଜାରେ କହିଲେ କଣ ମେଡ଼ିସିନ ପାଇଁ ଯାଉଛ ନାଁ ମାନସୀ ମ୍ୟାଡମଙ୍କ ସଂଗେ ଦେଖା କରିବାକୁ ? ସାଗର କହିଲା ମାନସୀ ସଂଗେ ଦେଖା କରିବାକୁ , କାରଣ ଏତେ ଦିନ ପରେ ଗୋଟେ ସାଙ୍ଗ ମିଳିଛି ନା ମେଡ଼ିସିନ ନଦେଲେ ବି ତା ପାଖକୁ ଯିବାକୁ ତ ପଡିବ | ଦି ଜଣ ଯାକ ହସୁଥିଲେ | 


Rate this content
Log in

Similar oriya story from Action