STORYMIRROR

kamal kumar dash

Inspirational

3  

kamal kumar dash

Inspirational

ବୁଟ ବୟ

ବୁଟ ବୟ

2 mins
173

 ବୁଟ ବୟ

      ଷ୍ଟେସନରେ ଜଣେ ଫରେନ ଫୋଟୋ ଗ୍ରାଫର ଷ୍ଟିଭ ଓହ୍ଲାଇଲେ ଓ ସେଠି କିଛି ସମୟ ବସିଲା ପରେ ନିଜର କ୍ୟାମେରା କାଢି ଫଟୋ ଉଠାଇଲେ | ଷ୍ଟେସନ ବାହରେ ଗୋଟେ ପିଲା ଜୋତା ମରାମତି କାମ କରୁଥିଲା ତା ପାଖରେ ଗୋଟେ ଚାହା ଦୋକାନ ଥିଲା | ଷ୍ଟିଭ ସେ ଚାହା ଦୋକାନର ବେଞ୍ଚରେ ବସି ଚାହା ପିଇଲେ ଓ ସେ ପିଲାର ଜୋତା ମରାମତି କାମ ଦେଖିଲେ |ସେ ପିଲାର ନାଁ ସିଲୁ | ତାଙ୍କୁ ସିଲୁର କାମ ଓ ବ୍ୟବହାର ଖୁବ ଭଲ ଲାଗିଲା | ସେ ସିଲୁ ପାଖକୁ ଗଲେ ଓ ତାକୁ ପଚାରିବା ପରେ ତାର କିଛି ଫଟୋ ଉଠାଇ ତାକୁ ଦେଖାଇଲେ | ସିଲୁ ବହୁତ ଖୁସି ହୋଇଗଲା ଓ ତାଙ୍କ ସଂଗେ ଇଂଲିଶରେ କଥା ହେଲା |ଜୋତା ମରାମତି କାମ ଛଡା ଆଉ କଣ ଜାଣିଛ ବୋଲି ଷ୍ଟିଭ ତାକୁ ପଚାରିଲେ | ସେ କହିଲା ଏ ସହର ଓ ପାଖର ଜଙ୍ଗଲ ଝରଣା ସବୁ ମୁଁ ଜାଣିଛି | ଷ୍ଟିଭ ତାକୁ ପଚାରିଲା କେବେଠାରୁ ତୁମେ ଏ କାମ କରୁଛ ? ସେ କହିଲା ତା ବାପା ଏ କାମ କରୁଥିଲେ ,ବାପା ଗଲାପରେ ତା ଫ୍ୟାମିଲି ପାଇଁ ସେ ଏ କାମ କରୁଛି ପ୍ରାୟ ୫ ବର୍ଷ ହେବ | ତା ପର ଦିନ ଷ୍ଟିଭ ଗୋଟେ କlର ଧରି ଆସିଲା , ସିଲୁ ଓ ସେ କାରରେ ବସି ସହର ପାଖ ଜଙ୍ଗଲ ବୁଲି ବାହାରିଲେ | ସିଲୁ ଷ୍ଟିଭକୁ ପାଖ ଜଙ୍ଗଲ ଝରଣା ଓ ପାହାଡ଼ ଓ ମିୟୁଜିୟମ ସବୁ ବୁଲାଇ ଦେଖାଇଲା | ଷ୍ଟିଭ ବହୁତ ଖୁସି ହୋଇଗଲା ଓ କହିଲା ସିଲୁ ମୁଁ ତୋ ଉପରେ ଗୋଟେ ଫିଲ୍ମ କରିବାକୁ ଚାହୁଁଛି | ସିଲୁ କହିଲା ଓକେ ସାର | ଷ୍ଟିଭ ସିଲୁ ଉପରେ ଫିଲ୍ମ ଆରମ୍ଭ କଲା ଓ ପ୍ରାୟ ୧୦ ଦିନରେ ତାର କାମ ସାରି ସେ ଦିଲ୍ଲୀ ଫେରିଗଲା ଓ ସେଠୁ ନିଜ ଦେଶକୁ | ଷ୍ଟିଭ ଗଲା ବେଳେ ସିଲୁକୁ କିଛି ଟଙ୍କା ଦେଇ ଗଲା ଓ ସିଲୁ ଫୋନ ନଂ ମାଗିଲା, ହେଲେ ସିଲୁର ଫୋନ ନଥିଲା | ଷ୍ଟିଭ ସିଲୁ ପାଇଁ ଏକ ଫୋନ କିଣି ଦେଲା | ଷ୍ଟିଭ ଚାଲିଗଲା ପରେ ସିଲୁ ତା କାମରେ ଲାଗିଗଲା | ଅନେକ ଦିନ ପରେ ଷ୍ଟିଭ ସିଲୁକୁ କଲ କଲl ଓ କହିଲା ସିଲୁ ଗୋଟେ ଗୁଡ଼ ନିଉଜ ଅଛି ଆମ ଫିଲ୍ମ ଓସ୍କାର ପାଇଁ ନୋମିନେଟ ହୋଇଛି | ତା ପର ଦିନ ଦେଶର ସବୁ ନିଉଜ ପେପର ରେ ସିଲୁର ଫଟୋ ସହ ସେ ଫିଲ୍ମ ବୁଟ ବୟ ଉପରେ ଅନେକ ଲେଖା ବାହାରିଲା କିଛି ସାମ୍ବାଦିକ ତା ପାଖକୁ ଆସି ତାର ସାକ୍ଷାତକlର ଛାପିଲେ ନିଜ ପେପରରେ, ହେଲେ ସେ କାମ କରିବା ବନ୍ଦ କଲାନି | ଓସ୍କାର ପର ଦିନ ସେ ଜାଣିଲା ଯେ ତା ଫିଲ୍ମ ଓସ୍କାର ଆୱାର୍ଡ ପାଇଛି | ତାକୁ ଅନେକ ଲୋକ ମିଶି ବାକୁ ଆସିଲେ କିଛି ଫିଲ୍ମ ଵାଲା କହିଲେ ଆମେ ବି ତୁମକୁ ନେଇ ଫିଲ୍ମ କରିବୁ ଷ୍ଟିଭ ତାକୁ କଲ କରି ବହୁତ ବଧାଇ ଜଣାଇଲା ଓ ପାଞ୍ଚ ଲକ୍ଷ ତାଙ୍କ ତାକୁ ପଠାଇଲା | ସିଲୁ ସେ ଟଙ୍କାରେ ଗୋଟେ ଛୋଟ ଜୋତା ଦୋକାନ କଲା ଓ ତାର ନାମ ରଖିଲା ବୁଟ ବୟ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational