Sonali Garnayak

Classics

4  

Sonali Garnayak

Classics

ଅସରା ବର୍ଷା

ଅସରା ବର୍ଷା

3 mins
297


କଣ ଦେବିରେ ତୋତେ କାଳିଆ ଠାକୁର କେଉଁ ଜିନିଷରେ ତୋର ଅଭାବ, ବଡଦାଣ୍ଡର ରାଜା ତୁ ଭକ୍ତଙ୍କ ବଡ଼ ଠାକୁର |ଏ ନଡ଼ିଆ, କଦଳୀ, ଫଳମୂଳ ସବୁକିଛି ତୁଚ୍ଛ ତୋ ଆଗରେ, ଗୋପପୁରରେ ଏତେ କ୍ଷୀର ଲହୁଣୀ ଖାଇଛୁ ଯେ ଏ ଯାଏଁ ତୋ ପାଟିରୁ ଛାଡିନଥିବ ଆଉ ତୋତେ କଣ ଦେବୀ !ହଁ ଯଦି ତୋ ପାଖରେ କିଛି ଉତ୍ସର୍ଗ କରିବାର ଅଛି ମୋ ଅହେତୁକ ଭକ୍ତି, ଶୁଦ୍ଧଭାବନା ଏବଂ ଭଲ ପାଇବାର ପବିତ୍ରତା ସମର୍ପଣ କରୁଛି |ଏମିତି ଦୁଇ ସାଙ୍ଗ ଯିଏ କି ଜଗନ୍ନାଥଙ୍କ ପରମ ଭକ୍ତ, ଗୋଟିଏ ସାଙ୍ଗ ଅସୁବିଧାରେ ଦେଖି  ଅନ୍ୟ ସାଙ୍ଗ ଜଗନ୍ନାଥଙ୍କୁ ସ୍ମରଣ କରିଛି ଏବଂ ତାଙ୍କ ଡାକ ଶୁଣି  ମହାବାହୁ  ସେମାନଙ୍କୁ ମହାବିପଦରୁ ଉଦ୍ଧାର କରିଛନ୍ତି |

       ସୁଶ୍ରୀ ଓ ସୋନାଲି ଦୁଇଜଣ ପରସ୍ପରକୁ ଅତି ନିବିଡ଼ ଭାବରେ ଭଲ ପାଉଥିବା ସାଙ୍ଗ |କେହି କାହାଠାରୁ ତିଳେ ହେଲେ ଅନ୍ତର ହୋଇ ରହିପାରିବେନି, ଗାଁ ବାଟରେ ଚାଲିଗଲେ ଲୋକ କୁହନ୍ତି ଲିଳିତା ଏବଂ ପଦମାବତୀ ଯୋଡି ବୋଲି କୁହନ୍ତି |ଦୁହେଁ କିନ୍ତୁ ଜଗନ୍ନାଥ ପ୍ରେମରେ ପାଗଳ ପ୍ରତି ପର୍ବପର୍ବାଣି ହେଉ ବା କୌଣସି ଶୁଭ କାମ ହେଉ ଚାଲିଆସନ୍ତି ସେ ଜଗା ପାଖକୁ ଦୁଃଖ ସୁଖ ବାଣ୍ଟିବାକୁ |ସୁଶ୍ରୀ ଓ ସୋନାଲି ଦୁହେଁ ଦେଖା ହୋଇଥିଲେ ଅଷ୍ଟମ ଶ୍ରେଣୀରେ ସେହିଦିନ ଠାରୁ ସୁଶ୍ରୀ ହାତ ବଢ଼ାଇଥିଲା ସୋନାଲିକୁ ବନ୍ଧୁତାର |ସୋନାଲି ବନ୍ଧୁତା ସ୍ୱୀକାର କରିଥିଲା ସତ କିନ୍ତୁ ସୁଶ୍ରୀ ପ୍ରତି ଏତେଟା ଆସ୍ଥା ନଥିଲା ତାର |ସୁଶ୍ରୀ କିନ୍ତୁ ପୂର୍ଣ୍ଣ ରୂପରେ ତା ବନ୍ଧୁତା ସମର୍ପଣ କରିଥିଲା ସୋନାଲି ପାଖରେ, କିନ୍ତୁ ସୋନାଲି ସେ ବନ୍ଧୁତାର ଫାଇଦା ଉଠାଇ ସୁଶ୍ରୀଠାରୁ ସବୁକିଛି ହାସଲ କରିନିଏ |ଦିନେ ସୋନାଲି ସୁଶ୍ରୀ ପାଖରେ ଚାବିରିଙ୍ଗିଟେ ପାଇଁ ଅଳିକରିଥିଲା, ଆଉ ସୁଶ୍ରୀ ସେ ବର୍ଷା ଭିଜା ରାତିରେ ଯାଇକି ତା ପାଇଁ ଆଣିଦେଇଥିଲା |ତଥାପି ସେ ସବୁ ଜିନିଷ ମଜାରେ ଉଡାଇ ଦେଇଥିଲା ସୋନାଲି, ହଜେଇଦେଇଥିଲା ସେ ଚାବିରିଙ୍ଗିଟା |ସୁଶ୍ରୀ ସେଦିନ ବହୁତ ମନଦୁଃଖ ହୋଇଥିଲା ହେଲେ ବି ପ୍ରକାଶ କରିନଥିଲା ସେ |ଏମିତି ଦିନେ ସ୍କୁଲର ହଲ୍ ଉପରେ ଖେଳୁ ଖେଳୁ ସୋନାଲିର ପାଦ ଖସି ତଳକୁ ଖସି ଯାଇଥିଲା ଏବଂ ସୁଶ୍ରୀ ଧରିନେଇଥିଲା ତା ହାତ ଆଉ ଉପରକୁ ଟାଣି ଆଣିଥିଲା |ସେହିଦିନଠାରୁ ସୋନାଲି ତା ଭୁଲ୍ ବୁଝିପାରିଥିଲା ଏବଂ ବନ୍ଧୁତା ମୂଲ୍ୟର ଆଭାସ ପାଇଥିଲା |ତା ପରଠାରୁ ପ୍ରତିମୁହୂର୍ତରେ ସୋନାଲି ସୁଶ୍ରୀର ସୁରକ୍ଷାଢାଲ ହୋଇଆସିଛି |ସେ ଚାବିରିଙ୍ଗିଟା ସିନା ହଜେଇଦେଇଥିଲା କିନ୍ତୁ ତାର ପ୍ରତ୍ୟେକଟି ଜିନିଷକୁ ଅଧା କରିଦିଏ ତା ସାଙ୍ଗସହ |ଦଶମ ପରେ ଦୁହିଁଙ୍କ ପଥ ଅଲଗା ହୋଇଥିଲା ଶିକ୍ଷା ପାଇଁ କିନ୍ତୁ ଆତ୍ମା ଆଉ ମନ ଗୋଟାଏଜାଗାରେ ତାଙ୍କ ଗାଁ ଜଗନ୍ନାଥ ମନ୍ଦିର ଠାରେ, ପ୍ରତିବର୍ଷ ଛୁଟିରେ ଦୁହେଁ ଚାଲିଆସନ୍ତି ସେଠାକୁ ଏକାଠି ଭେଟ ହେବା ପାଇଁ |ପୁରା ଛୁଟିଟା ସେମାନେ ଗାଁଟା ଯାକ ଏମିତି ହୁଲୁସ୍ତୁଲୁ କରନ୍ତି ଯେ ଗାଁରୁ ଗଲାପରେ ଲୋକମାନେ ଝୁରନ୍ତି |ଏଥର କିନ୍ତୁ ପୁରା ତିନି ବର୍ଷ ପରେ ମିଳନ ପାଠପଢ଼ା ପରେ ଚାକିରୀ ଯୋଗୁଁ ଏକାଠି ହୋଇନଥିଲେ ଦୁହେଁ, ତ ଏ ବର୍ଷ ରଜକୁ ଆସିବେ ବୋଲି ପୂର୍ଵରୁ କଥାହୋଇସାରିଛନ୍ତି |ଗାଁରେ ଚହଳ ପଡ଼ିଗଲାଣି ଯେ ଲଳିତା ଓ ପଦ୍ମାବତୀ ଆସୁଛନ୍ତି, ଦୁହେଁ ଗାଁରେ ପହଞ୍ଚି ସିଧା ଚାଲିଯାଇଥିଲେ ଜଗନ୍ନାଥ ମନ୍ଦିର ଯେଉଁ ଦିଅଁକୁ ତାଙ୍କ ବନ୍ଧୁତା ସମର୍ପଣ କରିଦେଇଥିଲେ |ଏତେ ବର୍ଷ ଅପେକ୍ଷାର ପରିସମାପ୍ତି କର୍ମମୟ ଜଞ୍ଜାଳର ବେଡି କାଢି ଦେଇ ଉଭୟ ଚାଲିଆସନ୍ତି କିଛି ସୁଖର ସନ୍ଧାନରେ କିଛି ଆତ୍ମୀୟତାର ଭାବରେ |ଦୁହେଁ ଛୁଟି ସରିବା ପୂର୍ଵରୁ ଅନେକ ଯାଗା ଯାଇ ବୁଲାବୁଲି କରିବେ ଆଉ ରମଣର ଆନନ୍ଦ ନେବେ ବୋଲି ସ୍ଥିର କଲେ |ତେଣୁ ଦୁହେଁ ବାହାରିଗଲେ ଅନନ୍ତ ଶୟନ ଭ୍ରମଣ ନିମନ୍ତେ ସେଠି ସ୍ୱୟଂ ମହାବାହୁ ବ୍ରାହ୍ମଣି ନଦୀ କୂଳରେ ଶୟନ ମୁଦ୍ରାରେ ସ୍ଥାପିତ, ସେଥିପାଇଁ ନାମକରଣ କରାଯାଇଛି ଅନନ୍ତ ଶୟନ |ସେଠି କିଛି ସମୟ ବୁଲାବୁଲି କରି ଫେରୁଥିଲେ ଦୁହେଁ |ସୁଶ୍ରୀ ଗାଡି ଚଲଉଥିଲା ଏବଂ ସୋନାଲି ପଛରେ ବସିଥାଏ |ସୁଶ୍ରୀ ଗାଡ଼ିଟାକୁ ରାସ୍ତା ପାର କରୁଥିବା ବେଳେ, ଏକ ଟ୍ରକ ଆସି ପଛରୁ ଧକ୍କା ଦେଲା |ସୋନାଲି ଛିଟିକି ହୋଇ ପଡିଲା ପାଖରେ ଥିବା ରାସ୍ତାକୁ କିନ୍ତୁ ସୁଶ୍ରୀ ପୁରା ଗାଡିସହ ପେଲି ହୋଇ ଚାଲିଯାଇଥିଲା ଆଗକୁ |ସୋନାଲିର ମୁଣ୍ଡ ଫାଟି ରକ୍ତ ବାହାରୁଥାଏ ଏବଂ ପିନ୍ଧିଥିବା ଜିନିସ୍ ପେଣ୍ଟଟା ଆଣ୍ଠୁ ପାଖରୁ ଛିଣ୍ଡି ରକ୍ତନଦୀ ବହିଚାଲିଥାଏ |ତଥାପି ଛୁଟେଇ ଛୁଟେଇ ସୋନାଲି ପହଞ୍ଚିଥିଲା ସୁଶ୍ରୀ ପାଖରେ ତାକୁ ଉଠାଇ କୋଳରେ ଧରିଲା ଦେଖିଲା ତା ସାଙ୍ଗ ଜୀବନ ଦୁକ୍ ଦୁକ୍ କରୁଛି ମୁହଁରେ ଗୋଟିଏ ଫଳ ଆଉ କିଛି ନଥାଏ |ପାଣି ପାଣି ବୋଲି ଖନେଇ କହୁଥାଏ ସୁଶ୍ରୀ, ସୋନାଲି ସବୁଆଡେ ଖୋଜିଥିଲା ହେଲେ ତାକୁ ମିଳିନଥିଲା, ପାଖରେ ଥିବା ଲୋକମାନେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରୁନାହାନ୍ତି, ମଣିଷ ଯେତେବେଳେ ସବୁ ଆଶା ଛାଡିଦିଏ ତାର ଶେଷଆଶା ସେ ନୀଳମାଧବ |ସୁଶ୍ରୀକୁ କୋଳରେ ଧରି ଜୋରରେ ସୋନାଲି ଉପରକୁ ଚାହିଁଡାକିଲା ହେ ଜଗନ୍ନାଥ !ଥରୁଟେ ସେ ଡାକିଛି କି ନାହିଁ ପ୍ରଚଣ୍ଡ ଖରାତାତିରେ ଦେହ ସିଝିଯାଉଥିବା ବେଳେ ହଠାତ୍ କଳାବାଦଲ ଘେରିଗଲା ଏବଂ ଝିପିଝିପି ହୋଇ ବର୍ଷିବାକୁ ଲାଗିଲା |ସେ ବର୍ଷା ପାଣିରେ ଦୁହିଁଙ୍କ ରକ୍ତ ଧୋଇ ହୋଇ ରାସ୍ତାକୁ ଗଡିଚାଲିଥିଲା ଏବଂ ପାଣି ପାଇଁ ସୁଶ୍ରୀର ହୋସ ଆସିଲା |ପୋଲିସ ଗାଡି ଓ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା |ସେଠି ଡାକ୍ତର କହିଥିଲେ ରୋଗୀକୁ ଠିକ୍ ସମୟରେ ପାଣିଦେଇ ହୋସ୍ କୁ ଅଣିଥିବାରୁ ସେ ବିପଦମୁକ୍ତ |ସୋନାଲି ସେ ରକ୍ତଭିଜା ମଥାକୁ ଧରି ଚଳିଯାଇଥିଲା ଜଗନ୍ନାଥଙ୍କ ପାଖକୁ ସେଠି ହାତଯୋଡି ବହୁତ କାନ୍ଦିଥିଲା ଏବଂ କହିଥିଲା ତମେ ନ ଥିଲେ ଆଜି କଣ ହୋଇଥାନ୍ତା ମୋ ସାଙ୍ଗର !ତାର ଆଜି ଯଦି କିଛି ହୋଇଥାନ୍ତା ମୁଁ ବଞ୍ଚିପାରିନଥାନ୍ତି ପ୍ରଭୁ |ଧନ୍ୟ ତମେ !ଧନ୍ୟ ତମ ଲୀଳା ଏବଂ ଅଶେଷ ଅଶେଷ ଧନ୍ୟବାଦ ସେ ଅସରା ବର୍ଷା ନିମନ୍ତେ, ଏମିତି ମୋ ସାଙ୍ଗକୁ ଘଣ୍ଟ ଘୋଡେଇ ରଖିଥିବ ତା ଦାୟିତ୍ୱ ତୁମକୁ ଲାଗିଲା ଏତିକି କହି ଟଳି ପଡିଲା ସୋନାଲି ସେହି ଜାଗାରେ |


Rate this content
Log in

Similar oriya story from Classics