Sonali Garnayak

Action

4  

Sonali Garnayak

Action

ଉପହାର

ଉପହାର

7 mins
224


କାହା ଠାରୁ ଉପହାର ଗ୍ରହଣ କରିବା ଯେତିକି ଖୁସି ଲାଗେ କାହାକୁ ଉପହାର ଦେବା ମଧ୍ୟ ସେତିକି ଆନନ୍ଦଦାୟକ |କାହାକୁ କେମିତି ଉପହାର ଦିଆଯିବ ତାହାର ରୂପ ମଧ୍ୟ ଅଲଗା |ଅତି ଘନିଷ୍ଠ ବନ୍ଧୁର ଉପହାର ଅଲଗା, ଜନ୍ମ ଦିନ ଉପହାର ଅଲଗା, ବିବାହ ବାର୍ଷିକ ଉପହାର ଅଲଗା ଉପହାରର ମଧ୍ୟ ବିଭିନ୍ନ ପ୍ରକାରର ଦିଗ, ରୂପ, ରଙ୍ଗ, ଆକାର, ମୂଲ୍ୟ ରହିଛି |କାହା ପାଇଁ ଉପହାରର ମୂଲ୍ୟ ନିଛକ ଥାଏ, କାହା ପାଇଁ ଉପହାରର ମୂଲ୍ୟ ଜୀବନଠୂ ବି ଅଧିକା ମୂଲ୍ୟବାନ ଥାଏ |ଏମିତି ଏକ ଗଳ୍ପ ଯେଉଁଥିରେ ଗୋଟେ ସାଙ୍ଗ ଆଉ ଗୋଟେ ସାଙ୍ଗ କୁ ଉପହାର ଦେବା ପାଇଁ କଷ୍ଟ ସହ ମିତ୍ରତା କରିଛି ଓ ଶେଷରେ ଉପହାର ନେଇ ପହଁଚିଲା ବେଳକୁ ସାଙ୍ଗ ଚାଲିଯାଇଛି ତା ଶାଶୂଘର |

  ବନ୍ଧୁ ର ବନ୍ଧୁତା ଭଗବାନ ଙ୍କ ଉପହାର |କେବଳ ପୁଅର ପୁଅ ସହ ଆଉ ଝିଅ ର ଝିଅ ସହ ସାଙ୍ଗ ହୋଇପାରିବେ ତାହା ନୁହଁ |ଯେମିତି ଭଲ ପାଇବାର ପବିତ୍ର ବନ୍ଧନରେ ଉଚ୍ଚନୀଚ, ଧନୀଗରିବ, ବୟସର କୌଣସି ଚାପ ନ ଥାଏ ସେମିତି ବନ୍ଧୁତା କାହା ସହ ବି ହୋଇପାରେ ଛୁଆ ସହ ବୁଢାର, ମଣିଷ ସହ ପଶୁପକ୍ଷୀରେ, ଭାଇ ସହ ଭଉଣୀର, ଜେଜେ ସହ ନାତିର, ବାପ ସହ ପୁଅର ଏମିତିକି ଗୋଟେ ଝିଅ ସହ ପୁଅର ବି |ବନ୍ଧୁତା ଏକ ପବିତ୍ର ସମ୍ପର୍କ ତା କେବେ କଳଙ୍କିତ ହୁଏ ନାହିଁ |

   ଗପ ର ଆରମ୍ଭ କରିବା ପୂର୍ବରୁ ମୁଁ ସମ୍ପୂର୍ଣ ଗପ କୁ ମୋ ଜଗନ୍ନାଥ ଙ୍କ ପାଦତଳେ ଆଉ ମୋ ସାଙ୍ଗର ଚିକୁନୁ ର ସ୍ନେହ କୁ ପାଥେୟ କରି ଲେଖିନି କୁ କଳ୍ପନାରୁ ଜୀବନ୍ତ କରିଛି |ଏହାର କିଛି କଥା ସତ୍ୟ ଆଉ କିଛି ମନର ଭାବନା କୁ ଦେଇ ମୁଁ ଗପଟିକୁ ପରିପୂର୍ଣ କରିବାକୁ ଯାଉଛି |ନୂଆ ନୂଆ ଜାଗା, ନୂଆ କଲେଜ, ନୂଆ ହଷ୍ଟେଲ ସବୁ କିଛି ନୂଆ ଟିକି ପାଇଁ |ଯୁକ୍ତ ୩ ଗଣିତ ସନମାନ ରଖି ସ୍ଵଂୟଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଛି ଟିକି |ବାପା ତାକୁ କଲେଜ ଠାରୁ ଏକ କିଲୋମିଟର ଥିବା ଏକ ବେସରକାରୀ ହଷ୍ଟେଲେ ରେ ଆଣି ଛାଡ଼ିଦେଇ ଯାଇଛନ୍ତି |ନୂଆ ସକାଳ ସହ ତାକୁ ସବୁ କିଛି ନୂଆ କରି ଆରମ୍ଭ କରିବାକୁ ପଡିବ |ଏକା ଏକା ଚାଲି ଚାଲି ତାକୁ କଲେଜ ଯିବାକୁ ପଡିବ |ସେଠି ପୁଣି ଯାଇ ତାକୁ ତା ଗଣିତ ଡିପାର୍ଟମେଣ୍ଟ ଖୋଜିବାକୁ ପଡିବ |ତାକୁ ଟିକିଏ ଟିକିଏ ଡର ଲାଗୁଥାଏ ଏତେ ବଡ କଲେଜରେ ଖୋଜିବ କେମିତି !ତଥାପି ଯାଇ ପହଁଚିଲା କଲେଜ ରେ |କଲେଜ ରେ ରୁମ ଖୋଜୁ ଖୋଜୁ  ତା ପାଖକୁ ପୁଅଟେ ଆସି ପଚାରିଲା ଆପଣ ଏ କଲେଜରେ ଗଣିତ ଡିପାର୍ଟମେଣ୍ଟ ଦେଖିଛନ୍ତି କି? ସରି ମୁଁ ବି ଏଠାରେ ନୂଆ, ମୁଁ ମଧ୍ୟ ସେ ଗଣିତ ଡିପାର୍ଟମେଣ୍ଟ ଖୋଜୁଛି |ଆରେ ବା ଭଲ ହେଲା ତ ଚାଲ ମିଶିକି ଖୋଜିବା |ଆପଣଙ୍କ ନାମ କଣ? ଟିକି !ଆଉ ଆପଣଙ୍କର?  ଚିକୁନୁ !ଦୁହେଁ ମିଶି ଖୋଜିପାଇଥିଲେ ତାଙ୍କ ଡିପାର୍ଟମେଣ୍ଟ କୁ |କ୍ଲାସ ସରିବା ପରେ ଦୁହେଁ ମଧ୍ୟ ଏକାଠି ବାହାରିଥିଲେ |ଚିକୁନୁ ଟିକି କୁ ପଚାରିଲା ଆପଣ କଣ ହଷ୍ଟେଲରେ ରୁହନ୍ତି? ହଁ ମୁଁ ଏ ଆଗକୁ ଥିବା ବେସରକାରୀ ହଷ୍ଟେଲରେ ରୁହେ |ଆଉ ଆପଣ? ମୁଁ କିନ୍ତୁ କଲେଜ ହଷ୍ଟେଲରେ ରହୁଛି |ଚିକୁନୁ ସଙ୍ଗେ ସଙ୍ଗେ କହିଲା ଆମେ ଏକାଠି ଗୋଟିଏ ଅନର୍ସ ରେ ପଢୁଛେ ମାନେ ଆମେ ସାଙ୍ଗ ତ ଆଜିଠୁ ଆପଣ ନ କହି ପରସ୍ପର କୁ ତୁ କହିବା ଠିକ ହେବ |ଟିକି ମଧ୍ୟ ସଂମତି ପ୍ରଦାନ କରିଥିଲା ଏ କଥାରେ |ଚିକୁନୁ ଟିକିକୁ ତା ହଷ୍ଟେଲ କୁ ଚାଲିଯାଇଥିଲା |ଏମିତି ସବୁଦିନ ଚିକୁନୁ ଆଉ ଟିକି ମିଶି ଏକାଠି କଲେଜ ନୀତିଦିନ ଯାଆନ୍ତି |ଏହା ଭିତରେ ସେମାନେ ହୋଇଯାଇଥିଲେ ପରସ୍ପରର ଉତ୍ତମ ବନ୍ଧୁ |କିନ୍ତୁ ଚିକୁନୁ ସ୍ଵଭାଵରେ ବହୁତ ରାଗିଥିଲା, କିଛି ଛୋଟ ଛୋଟ କଥା କହିଲେ ମଧ୍ୟ ରାଗରେ ସେ ପୁରା ଚିଡି ଯାଉଥିଲା |ଏମିତିକି ରାଗିଲେ ସେ ଟିକି କୁ ଗାଳି କରେ ତା ସହ ମଧ୍ୟ ଦୁଇ ତିନି ଯାଏ କଥା ହୁଏନି |ଟିକି କିନ୍ତୁ ତାକୁ ସବୁବେଳେ ବୁଝାଇବାକୁ ଚେଷ୍ଟା କରେ, ଡର ପଡିଲେ ତା ଗାଳି ମଧ୍ୟ ଶୁଣେ |କିନ୍ତୁ ଚିକୁନୁ କେବେ ରାଗରେ ତା ବନ୍ଧୁତା ଭୁଲିନଥାଏ |ନିତି ଟିକି କୁ ଆସି ହଷ୍ଟେଲରୁ ନେଇକି ଯାଏ ହେଲେ ତା ସହ ପଦିଏ ବି ହେଲେ କଥା ହୁଏନି |ତାପରେ ଦିନେ ଦୁଇଦିନ ପରେ ପୁଣି ପୂର୍ବଅବସ୍ଥା କୁ ଫେରିଆସେ ଚିକୁନୁ |କ୍ଲାସର ପାଠ କିଛି ଅବୁଝା ରହିଲେ ଚିକୁନୁ ସିଧା ଧାଇଁ ଆସେ ଟିକି ପାଖକୁ ଆଉ ନିଜ ଅବୁଝା ପାଠ କୁ ବୁଝି ଚାଲିଯାଏ |ଦୁହେଁ କଲେଜରୁ ଫେରିବା ପରେ ଏକାଠି କଲେଜ ସାମନାରେ ଗୁପଚୁପ ଷ୍ଟଲ ରୁ ଗୁପଚୁପ ଖାନ୍ତି, ଏମିତିକି ଲେଡ଼ିଜ ହଷ୍ଟେଲ ରୁ ଟିକି ବାହାରକୁ ନ ଆସିପାରିଲେ ଚିକୁନୁ ତା ପାଖରେ ନେଇ ଖାଇବା ଜିନିଷ ପହଞ୍ଚେଇ ଦିଏ ବିନା ଦ୍ୱିଧାରେ |ଥରେ ଏମିତି କିଛି କଥା କଟା କଟିରେ ଚିକୁନୁ ରାଗିଯାଇ ଟିକି କୁ ଜୋରରେ ଗାଳି କରିଥିଲା, ଆଉ ଟିକି କାନ୍ଦି କାନ୍ଦି ହଷ୍ଟେଲ ଯାଇଥିଲା |ସେ ଦିନ ସେ କିଛି ବି ଖାଈନଥିଲା ତାକୁ ଏତେ କଷ୍ଟ ହୋଇଥିଲା କାରଣ ଚିକୁନୁ ରାଗିଲେ ଜାଣିପାରେନି ସେ କେମିତି କଥା ସବୁ କହିଯାଏ ଯାହା ବହୁତ କଷ୍ଟ ଦାୟକ |କଲେଜରେ ସମସ୍ତଙ୍କ ସହ ମାଡ଼ ପିଟି, ନିଶାସେବନ, ନିଜର ଯତ୍ନ ନ ନେବା, ବତାର ଙ୍କ ଭଳି ବୁଲିବା ସମସ୍ତ ବଦଭ୍ୟାସ ଥାଏ |ସେ ଦିନେ ଟିକିକୁ ତା ସହବାସର ଛାତ୍ରୀ ମଧୁ, ସୋନି, ସନ୍ଧ୍ୟା ସବୁ ବୁଝାଇଥିଲେ ଆଉ ସନ୍ଧ୍ୟା ଚିକୁନୁ କୁ ମଧ୍ୟ ବହୁତ ପାଟି କରିଥିଲେ |ଟିକିର ସାଙ୍ଗ ତାକୁ ଗାଲିକରିବା ରାଗ ଚିକୁନୁର ଏତେ ଚଡିଯାଇଥିଲା ଯେ ସେ ଟିକିକୁ ଆହୁରି ଗାଳି କରିଥିଲା ଓ ତା ସହ ଆଉ ସାଙ୍ଗ ହେବନି ବୋଲି କହି ଚାଲିଯାଇଥିଲି |ଟିକି ମଧ୍ୟ ଏଥର ପ୍ରତିଜ୍ଞା କରିଥିଲା ସେ ଆଉ ଚିକୁନୁକୁ ବୁଝେଇବନି ଯାହା ବି ହୋଇଯାଉ |ଚିକୁନୁ କୁ ବହୁତ ଦିନ ପର୍ଯ୍ୟନ୍ତ ଟିକିର ନିଃସଙ୍ଗତା ବହୁତ ଵାଧିଥିଲା,  ସେ ଶିବରାତ୍ରି ଦିନ ଯାଇ ଶିବପାଖରେ ପ୍ରତିଜ୍ଞା କରିଥିଲା ଆଉ କେବେ ବି ସେ ଟିକି ଉପରେ ରାଗିବନି |ସେ ମନ୍ଦିରରୁ ସିଧା ଟିକି ପାଖକୁ ଯାଇ ତାକୁ କ୍ଷମା ମାଗିଲା |ଚିକୁନୁର ତ ନିଶା ବଦଭ୍ୟାସ ଥାଏ, ସେ ତା ହଷ୍ଟେଲର ସ୍ୱାଗତ ପାଟିରେ ନିଶା କରି ପଡ଼ିରହିଲା |ଟିକି ଏ କଥା ଜାଣିପାରିଥିଲା ଏବଂ ଚିକୁନୁ ସହ କଥା ହେବା ବନ୍ଦ କରିଦେଇଥିଲା ଚିକୁନୁ କୁ ଭାରିଵାଧିଥିଲା ଆଉ ଟିକି ମଧ୍ୟ ତା ମୁଣ୍ଡରେ ହାତ  ରଖି ଚିକୁନୁ କୁ ନିଶା ଅଭ୍ୟାସ ଛାଡିବ ପାଇଁ ବାଧ୍ୟ କରିଥିଲା |ଆଉ ତାପର ଠାରୁ ବଦଳିଯାଇଥିଲା ଚିକୁନୁ, ଆଉ ସେ ମାଡ଼ପିଟି ନାହିଁ, ନିଶା ନାହିଁ, ରାଗ ମଧ୍ୟ ନାହିଁ |କଲେଜରେ ସମସ୍ତେ ଚିକୁନୁ ଓ ଟିକିର ସମ୍ପର୍କ କୁ ନେଇ ବହୁତ କଥା କୁହନ୍ତି |କିନ୍ତୁ ଟିକି ଆଉ ଚିକୁନୁ ଜାଣନ୍ତି ତାଙ୍କ ସମ୍ପକର ପବିତ୍ରତା କେତେ ଦୁହେଁ ଦୁହିଁଙ୍କୁ ବନ୍ଧୁର ନଜର ବିନା ଅନ୍ୟ କୌଣସି ନଜରରେ ଦେଖନ୍ତିନି |

     ବନ୍ଧୁତାର ସମ୍ପର୍କ ସର୍ବଶ୍ରେଷ୍ଠ, ଯାହା ପାଖରେ ମହାରଥୀ କର୍ଣ୍ଣ, ବିଶ୍ୱନାୟକ କୃଷ୍ଣ ବି ହାରିଯାଇଥିଲେ |ବନ୍ଧୁତା ଯେଉଁଠି ଥାଏ ସେଠି ପାପର ଭାବନା ନଥାଏ |ସବୁଠୂ ପବିତ୍ର ସମ୍ପର୍କ ଥିଲା ଚିକୁନୁ ଆଉ ଟିକିର |ଯୁକ୍ତ ୩ ସମାପ୍ତ ଆଉ ଟିକି ମାଗିଥିଲା ଚିକୁନୁ ଏକ ଉପହାର ପାଉଁଜି |ଟିକି କହିଦେଇଥିଲା ଚିକୁନୁ କୁ କି ସେ ତା ବାହାଘରେ ପାଉଁଜି ନେଇ ଆସିବ ଆଉ ତାକୁ ପିନ୍ଧାଇ ଦେବ ନହେଲେ ସେ ସେମିତ ଖାଲିପାଦରେ ଯାଇ ବେଦିରେ ବସିବ |ସେ ଯେଉଁଠି ଥାଉ ନା କାହିଁକି ସେ ଟିକି ବାହାଘରରେ ନିଶ୍ଚୟ ଆସିବ ଆଉ ସେ ତାକୁ ମଧ୍ୟ ସେମିତି ଅପେକ୍ଷା କରିଥିବ |ତାପରେ ଅଲଗା ହୋଇଯାଇଥିଲେ ଦୁହେଁ, ଦୁହିଁଙ୍କ ଜୀବନ ସଂଘର୍ଷ ପାଇଁ ଅଲଗା ଅଲଗା ଜାଗାକୁ ଚାଲିଯାଇଥିଲେ ପଢିବା ପାଇଁ କିନ୍ତୁ ଦୁହେଁ ଦୁହିଁଙ୍କ ସହ ଫୋନ ରେ ସମ୍ପର୍କ ରେ ଥିଲେ |ଉଭୟ ଉଭୟ ଙ୍କ ଅସୁବିଧା ସମୟରେ ଆସି ପହଁଚିଯାନ୍ତି |ଏହା ମଧ୍ୟରେ ଟିକିର ବାହାଘର ଠିକ ହୋଇଯାଇଥାଏ |ଚିକୁନୁ କୁ ସେ ଜଣେଇବାପରେ ଚିକୁନୁ ର ମୁଣ୍ଡ କିଛି କାମ କରୁନଥାଏ |ଏତେ ଜଲଦି ତା ସାଙ୍ଗର ବାହାଘର ଠିକ ହୋଇଗଲା ଆଉ ତାକୁ ଏବେ ପାଉଁଜି ଯୋଗାଡ଼ କରିବାକୁ ପଡିବ |କେମିତି କରିବ ସେ ତା ପାଖରେ ଏଇ ପାଞ୍ଚ ସହ କି ଛଅଶ ଥିବ ସେଥିରେ ତା ପାଉଁଜି ହବନି, ଯାହା ହେଲେ ପାଞ୍ଚ ହଜାର କି ଦଶ ହଜାର ଦରକାର |ଘରୁ ବି ସେ ମାଗିପାରିବନି, ଯଦି ତା ସାଙ୍ଗ ତାକୁ କିଛି ମାଗିଛି ତାହେଲେ ସେ ଘରୁ କଣ ପାଇଁ ଆଣିକି ଦେବ ସେ ନିଜ ରୋଜଗାରରେ ଦେବ |ସେ ଏବେ କଣ କରିବ ଜାଣିପାରୁନଥାଏ |ଏକ ମାସ ଭିତରେ ଟଙ୍କା ଯୋଗାଡ଼ କରିବାକୁ ପଡିବ, ସେ ଅଧା ସମୟ କଲେଜରେ ପାଠ ପଢିବା ସହ ଆଉ ଅଧା ସମୟ କାମକୁ ଚାଲିଯାଏ |କେଉଁ ଦିନ ହୋଟେଲରେ ବାସନ ମାଜି ତା ସହ କୁଲିଗିର କରିବା ଏମିତି ଚାଲିଥାଏ |ଏମିତି ରାତିରେ କିଛି ନ ଖାଇ ସେ ପଇସାକୁ ସଂଚୟ କରିଥାଏ |ଦିନେ ସେ ଗୋଟେ ସାଙ୍ଗର ସହାୟତାରେ ଗ୍ୟାରେଜ ରେ କାମ ପାଇଲା |ସେଠି ଦିନ ରାତି ଖଟିବା ପରେ ମାଲିକ ତାକୁ ମାତ୍ର ଦୁଇ ହଜାର ଟଙ୍କା ଦେଇଥିଲା |ଚିକୁନୁ କୁ ଲାଗିଲା ତା ହାତରେ ଆଉ ସମୟ ନାହିଁ ଆଉ ଦଶ ଦିନ ଭିତରେ ତାକୁ ଟଙ୍କା ଯୋଗାଡ଼ କରିବାକୁ ପଡିବ |ଶେଷରେ ସେ ପିନ୍ଧିଥିବା ସୁନା ଚେନ କୁ ମଧ୍ୟ ବନ୍ଧା ରଖିଥିଲା |ସାଙ୍ଗର ଖୁସି ଆଗରେ ତାକୁ କିଛି ଦେଖାଯାଉନଥିଲା |ଯେଉଁଠୁ ଯେମିତି କରି ସେ ଯୋଗାଡ଼ କରିଥିଲା ଦଶ ହଜାର ଟଙ୍କା |ଖୁସିରେ ଚାଲିଯାଇଥିଲା ରୁପା ଦୋକାନକୁ ଆଜି ତା ସାଙ୍ଗ ପାଇଁ ସବୁଠୂ ସୁନ୍ଦର ପାଉଁଜି ହଲେ କିଣିନେବ ଆଉ ତା ଲକ୍ଷ୍ମୀ ପାଦ ଯୋଡ଼ିକରେ ପିନ୍ଧେଇ ତାକୁ ପୂର୍ଣ୍ଣ କରିଦେବ |ପାଉଁଜି ବାଛି ସାରି ସେ ଯେତେବେଳେ ପକେଟ ଖୋଜିଛି ତା ପର୍ସ ନଥିଲା |ଏ କଣ କଉଠି ହଜେଇଦେଲା ତା ପର୍ସ ଆଉ ତା ସହ ପୁର ଦଶ ହଜାର ଟଙ୍କା |ନା !ତା ପକେଟ କିଏ ମାରିନେଇଛି !ବହୁତ ନେହୁରା ହେଲା ସେ ଦୋକାନୀକୁ ସେ ପାଉଁଜି ହଳକ ତାକୁ ଦେଇଦେବା ପାଇଁ ଆଉ ସେ ନିଶ୍ଚୟ ଆସି ପଇସା ଶୁଝିଦେବ କିନ୍ତୁ ମନ କରିଦେଇଥିଲା ଦୋକାନୀ |ସମୁଦ୍ରର ଘାଇ ଭିତରକୁ ସେ ଧୀରେ ଧୀରେ ପସୀଚାଲିଛି |କଣ କରିବ ସେ !ରାତି ପାହିଲେ ତା ସାଙ୍ଗ ବାହାଘର ଆଉ ତା ସାଙ୍ଗ ଏତେ ପାଗିଲି ଯେ ତାକୁ ଅନେଇ ବସିଥିବ ପାଉଁଜି ପାଇଁ |ଧିକାରୁ ଥିଲା ସେ ନିଜକୁ ତା ସାଙ୍ଗର ଏ ଗୋଟେ ଇଛା ବି ସେ ପୂରଣ କରିପାରୁନି, କେମିତିକା ସାଙ୍ଗ ସେ !

   ସେ ରାସ୍ତାର ଗୋଟେ ପାର୍ଶ୍ୱରେ ବସି କାନ୍ଦୁଥିଲା କେମିତି ଯୋଗାଡ଼ କରିବ ସେ ପଇସା ଆଉ କିଣିନେଇଯିବ ତା ସାଙ୍ଗ ପାଇଁ ପାଉଁଜି ତାକୁ କାନ୍ଦୁଥିବା ଦେଖି ତା ପାଖକୁ ଜଣେ ଲୋକ ଆସି ପଚାରିଲେ କାନ୍ଦିବାର କାରଣ? ଚିକୁନୁ ସବୁ କଥା କହିଥିଲା ଆଉ ସେ ତା ପିଠିରେ ହାତ ରଖି କଥା ଦେଇଥିଲେ ନିଶ୍ଚୟ ତାକୁ ସାହାର୍ଯ୍ୟ କରିବେ କିନ୍ତୁ ତା ବଦଳରେ ତାକୁ କିଛି ତାଙ୍କର କାମ କରିବାକୁ ପଡିବ |କୁହନ୍ତୁ ମୁଁ ଆପଣଙ୍କର ସବୁ କାମ କରିବାକୁ ରାଜି ଯେତେ କଷ୍ଟ ହେଉ ନା କାହିଁକି !ଆମ ସିନରେ ଗୋଟେ ଷ୍ଟଣ୍ଟ କରିବାର ଅଛି ଆଉ ତା ବଦଳରେ ତୁମକୁ ମିଳିବ ପଚାଶହଜାର ଟଙ୍କା |ଆଜ୍ଞା !ମୁଁ ରାଜି ମୁଁ କରିବି ସେ ଷ୍ଟଣ୍ଟ |ସକାଳ ହେବା କ୍ଷଣି ଚିକୁନୁ ଚାଲିଯାଇଥିଲା ସେ ଜାଗାକୁ ଆଉ ଗାଡି କୁ ପୁରା ଏକ ବ୍ରିଜ ଉପରେ ଛଡେଇ ନେଇ ଯିବାର ଥିଲା, ସାଙ୍ଗର ପାଉଁଜି ଆଶା ପୂରଣ କରିବା ଆଗରେ ତାକୁ କିଛି ଦେଖାଯାଉନଥିଲା |ଚିକୁନୁ ତାକୁ ସଫଳତାର ସହ ପାରି କରିଦେଲା ସତ କିନ୍ତୁ ଗାଡ଼ିରୁ ଛିଟିକି ପଡି ପଡିଯାଇଥିଲା ଆଉ ତା ମୁଣ୍ଡ ଫାଟି ବାହାରିଯାଇଥିଲା ରକ୍ତ |ତାକୁ ନେଇ ଲୋକ ସଙ୍ଗେ ସଙ୍ଗେ ଭର୍ତି କରିଥିଲେ ହସ୍ପିଟାଲରେ |ଏପଟେ କିନ୍ତୁ ଟିକି  ଅପେକ୍ଷା କରିଛି ଚିକୁନୁ କୁ କେତେବେଳେ ପାଉଁଜି ନେଇ ଆସିବ ଆଉ ତାକୁ ପିନ୍ଧେଇଦେବ |ଏ ପଟେ ତାର ବେଦୀକୁ ଯିବାକୁ ସମୟ ହେଲାଣି |ତା ବୋଉ ଯେତେ ବାଧ୍ୟ କରୁଛନ୍ତି ସେ ମନ କରୁଛି ପାଉଁଜି ପିନ୍ଧିବା ପାଇଁ |ଟିକିର ଅଭିମାନ ଆସିଯାଇଥିଲା ଚିକୁନୁ ଉପରେ, ଏତିକି ଟିକିଏ ଇଚ୍ଛା ତାର ପୂରଣ କରିପାରିଲାନି |

    ସେପଟେ ଡାକ୍ତରଖାନରେ ହୋସ ଆସିଲା ଚିକୁନୁର ସେଠି ଥିବା କମ୍ପାନୀର ଲୋକ ତାକୁ ପଚାଶହଜାର ଟଙ୍କାର ଚେକଟି ବଢ଼େଇଦେଇଥିଲା |ଟିକି ଅପେକ୍ଷା କରି କରି ଶେଷରେ ଯାଇ ବସିଥିଲା ବେଦିରେ |ଚିକୁନୁ ଆସି ପାଉଁଜି ନେଇ ପହଁଚିଲା ବେଳକୁ ଟିକିର ବାହାଘର ସରିଯାଇଥାଏ ଆଉ ବିଦା ହୋଇ ଚାଲିଯାଇଥାଏ ତା ଶାଶୁ ଘରକୁ |ଆଉ ଚିକୁନୁ ସେମିତି ଠିଆ ହୋଇଥାଏ ପାଉଁଜି ଧରିକି !


Rate this content
Log in

Similar oriya story from Action