Sonali Garnayak

Drama

4  

Sonali Garnayak

Drama

ନୂଆ ବୋହୂ -୨

ନୂଆ ବୋହୂ -୨

6 mins
233


 ଘରେ ପହଞ୍ଚି ଦେଖିଲା ତା ନୂଆବୋହୂ ତାକୁ ଦେଖି ବହୁତ ଖୁସି ତା ନୂଆବୋହୂ ତାକୁ କୋଳେଇ ନେଲା ଏବଂ ତା ମୁଣ୍ଡରେ ଏକ ସ୍ନେହଭରା ଚୁମା ଦେଲା |ତା ମା ଆସି କହିଲେ ଶୀଘ୍ର ଯାଇ ଧୋଇହୋଇ  ପଡ ତୋ ନୂଆବୋହୂ ସକାଳୁ ଉଠି କେତେ ରକମର ଜିନିଷ କରିଛି ତୋ ମନ ଜାଣି ବେଶରେ ପୁଡା ମାଛ, ଆଳୁଭେଣ୍ଡି ଭଜା, ସୋୟାବିନ ତରକାରୀ କେତେ କଣ !ଶୋଭା ବିଶ୍ୱାସ ବି କରିପାରୁନଥାଏ ତା ନୂଆବୋହୂ ତା ପାଇଁ ଏତେ ରାନ୍ଧିଛି, ହଁ ସେ ସବୁ ନିଶ୍ଚୟ ଖାଇବ ଯେ ହେଲେ ତା ନୂଆବୋହୂ ତାକୁ ଖୁଆଇ ଦେବ କୋଳରେ ବସାଇ |ତାପରଦିନ ଭାଇଙ୍କୁ ଛୁଟି ମିଳୁଛି ସେ ବି ଘରକୁ ଆସିବେ, ସେ ତା ଭାଇ ଆଉ ନୂଆବୋହୂ ମିଶିକି ବହୁତ ମଜ଼ା କରିବେ ଯେମିତିକି ଫିଲ୍ମ ଦେଖିଯିବେ , ହୋଟେଲରେ ଖାଇବେ, ତା ପାଇଁ ଆଉ ତା ନୂଆବୋହୂ ପାଇଁ ମିଶିକି କିଣାକିଣି କରିବେ |ଭାଇ ଆସି ଘରେ ପହଁଚିଲେ ତା ନୂଆବୋହୂ ଏତେ ଖୁସି ଯେମିତି ସେ ଯେମିତି ସମୁଦ୍ର ପଥରରୁ ମୁକ୍ତାର ଆବିଷ୍କାର କରିଛନ୍ତି |ତା ନୂଆବୋହୂ ମୁହଁରେ ଖୁସି ଦେଖି ଶୋଭା ବହୁତ ଆନନ୍ଦ ପାଏ |ସେ କରିଥିବା ଯୋଜନା ଅନୁଯାଇ ସବୁକିଛି ହେଲା, ତା ନୂଆବୋହୂ ତାଙ୍କ ନିଜ ଅପେକ୍ଷା ଶୋଭା ପାଇଁ ଡ୍ରେସ୍, ପାଉଁଜି, ଟେଡିବିୟର ସବୁକିଛି କିଣିଦେଇଥିଲେ ଏବଂ କହିଥିଲେ ଝିଅ ଲକ୍ଷ୍ମୀଙ୍କର ରୂପ ମୋ ଘରର ଲକ୍ଷ୍ମୀର କେବେ କିଛି ଅସୁବିଧା ନ ରହୁ |ଏମିତି ଭାବରେ ଶୋଭାର ଛୁଟି କାଟୁଥାଏ, କେବେ ତା ନୂଆବୋହୂର ପାଖରେ ବସି ଗପୁଥାଏ, କେବେ ତା ନୂଆବୋହୂର କାମରେ ହାତ ବଢ଼େଇ ଦିଏ ଆଉ କେବେ ତା ନୂଆବୋହୂର ପଣତକାନିରେ ନିଜର ସବୁ ସୁଖ ସାଉଣ୍ଟୁ ଥାଏ |ଦିନେ ମା  ଆସି ଭାଇଙ୍କୁ କହିଲା ବୋହୂଟା ଘରେ ବସିରହୁଛି ତାକୁ ବୁଲେଇବାକୁ ଟିକିଏ ବାହାରକୁ କୁଆଡେ ନେଇଯାଆ  |ଶୋଭା ବି କହିଲା ହଁ ଭାଇ ବୋଉ ଠିକ୍ କହୁଛି |ଭାଇ କହିଲେ ଠିକ୍ ଅଛି ମୋର ଏହାପରେ କୋଲକାତାରେ ପ୍ରୋଜେକ୍ଟ କାମ ପଡିବ ମୁଁ ତାକୁ ନେଇଯିବି ଆଉ କିଛିଦିନ ବୁଲାବୁଲି କରିକି ତାକୁ ନେଇ ଆସିବ, ଏକଥା ଶୁଣି ଶୋଭା ଆଉ ତା ନୂଆବୋହୂ ବହୁତ ଖୁସି |ଛୁଟି ସରିଯାଇ ଥାଏ, ଶୋଭା ହଷ୍ଟେଲକୁ ଯିବାକୁ ବାହାରିଲା ନୂଆବୋହୂ ଭାଇକୁ କହିଛି ଛାଡ଼ିଦେଇ ଆସିବାପାଇଁ ଆଉ ତା ସହ ଯାହା ଦରକାର ସବୁକିଛି ଦେଇ ଆସିବା ପାଇଁ |ଭାଇ ରାସ୍ତା ସାରା ଶୋଭାକୁ ବୁଝେଇ ବୁଝେଇ ଯାଉଥାନ୍ତି ମନ ଦେଇକି ପାଠ ପଢ଼ିବୁ, ନିଜ ଦେହର ଯତ୍ନ ନେବୁ ଘରର ଇଜ୍ଜତର ଧ୍ୟାନ ଦେବୁ, କିନ୍ତୁ ଶୋଭାର ମନଥାଏ ତା ନୂଆବୋହୂ ପାଖରେ |ଭାଇ ତାକୁ ଛାଡ଼ିଦେଇ ଘରକୁ ବାହାରିଗଲେ, ତା ପରଦିନ ଭାଇ ଆଉ ତା ନୂଆବୋହୂ ବାହାରିଗଲେ କୋଲକାତା ବୁଲିବାକୁ |ସକାଳୁ ଶୋଭାକୁ ମଧ୍ୟ ଫୋନ୍ କରିକି ଜଣାଇଥିଲେ ଆମେ କୋଲକାତା ବାହାରିଗଲୁଣି ରାତିରେ ୧. ୩0ରେ କୋଲକାତାରେ ଯାଇକି ପହଁଚିବେ |ଶୋଭା ତା କ୍ଲାସ ସରିକି ରୁମ୍ ରେ ପହଁଚିଲା ଆସିକି ଭାବିଲା ଆରେ ଏତେବେଳ ହେଲାନି ଭାଇ ଆଉ ତା ନୂଆବୋହୂ ପହଁଚିଲେନି କି ନାହିଁ ଆଉ କେତେ ସମୟ ଲାଗିବ ମୁଁ ଟିକିଏ ଫୋନ୍ କରିକି ପଚାରିଦିଏ |ଶୋଭା ଫୋନ୍ କରିବା ପରେ ତା ନୂଆବୋହୂର କହିଲେ ମୋ "ଲାଡୋ ରାଣୀର "କଣ ଏବେ ମନେପଡ଼ିଲ ତା ନୂଆବୋହୂର କଥା |କ୍ଷମା କର ନୂଆବୋହୂ ମୁଁ କ୍ଲାସ ଚାଲିଯାଇଥିଲି ସେଥିପାଇଁ କଲ୍ କରି ପାରିନି, ସବୁ କଥା ପଚାରିବୁଝିନେଲା, ଏବଂ ସେ କହିଲା କୋଲକାତାରେ ପହଁଚିକି କଲ୍ କରିବ ମୁଁ ଅପେକ୍ଷାରେ ଥିବି |ପ୍ରାୟ ରାତିରେ ପହଂଚିକି ତା ଭାଇ ଆଉ ନୂଆବୋହୂ ତାକୁ ଫୋନ୍ କରିକି ଜଣାଇ ଦେଲେ |ତା ନୂଆବୋହୂ ଭାଇଙ୍କ ପାଖରେ କିଛି ଦିନ ରହିକି ବୁଲାବୁଲି କଲେ, ଭାଇଙ୍କର କାମ ବହୁତଥିବାରୁ ସେ ନୂଆବୋହୂ କୁ ଘରକୁ ଛାଡିନେବାକୁ ମନା କଲେ |ଶୋଭା ମା ଙ୍କ ଦେହ ମଧ୍ୟ ଭଲ ନଥିବାରୁ ନୂଆବୋହୂ ସେଠି ବେଶୀଦିନ ରହିବାକୁ ଚାହିଁଲେ ନାହିଁ ସେଥିପାଇଁ ଏକା ଘରକୁ ଆସିବେ ବୋଲି ନିଷ୍ପତି ନେଲେ |ଭାଇ ତା ନୂଆବୋହୂକୁ ଟ୍ରେନରେ ଚଢ଼ାଇଦେଇ ପଳେଇ ଆସିଥିଲେ, ଭାଇକୁ ଛାଡିଆସିବାର ଦୁଃଖ ତା ନୂଆବୋହୂ ସହ ଫୋନ୍ ରେ କଥା ହୋଇକି ହେଉଥାଏ, ତା ନୂଆବୋହୂ ଶୋଭାକୁ କହିଲେ "ତମେ ଆଜି ନଥିଲେ ମୋର କଣ ହୋଇଥାନ୍ତା "ଶୋଭା ଆଶ୍ୱାସନା ଦେଇକି କହିଲା ତମେ ଚିନ୍ତା କରନି ନୂଆବୋହୂ ମୁଁ ତମ ସହ ସବୁବେଳେ ଏମିତି ଥିବି" |

      ଶୋଭା ଆଉ ତା ନୂଆବୋହୂ ଭିତରେ ଏମିତି ଏକ ଅନ୍ତରଙ୍ଗ ବନ୍ଧୁତା ହୋଇ ସାରିଥିଲା ଯେ ଦୁହେଁ ଦୁହିଁକି ବିନା ଗୋଟେ ମୁହୂର୍ତ ବି ବଞ୍ଚିପାରିବେନି |ଜଣଙ୍କ ଦେହର କଣ୍ଟା ଫୁଟିଗଲେ ଆଉଜଣଙ୍କ ଆଖିରେ ଲୁହ ଆସିଯାଏ, ଯାହା ବି ହଉ ତା ନୂଆବୋହୂ କୋଲକାତାରୁ ଆସିକି ଘରେ ପହଁଚିଲେ, ଶୋଭା ପାଇଁ ମଧ୍ୟ କେତେ କଣ ଜିନିଷ ନେଇକି ଆସିଛନ୍ତି |ଏମିତି ଭାବରେ ଦିନଚାଲିଥାଏ ଶୋଭାର ତା ନୂଆବୋହୂ ସହ |ଦିନେ ନୂଆବୋହୂ ଜାଣିବାକୁ ପାଇଲା ଶୋଭାର ଦେହ ବହୁତ ଖରାପ, ତାକୁ ପ୍ରବଳ ଜ୍ୱର ହୋଇଛି |ବାପାଙ୍କୁ କହି ସେ ଶୋଭାକୁ ହଷ୍ଟେଲ ରୁ ନେଇ ଆସିଲା, ଦିନ ରାତି ତାରି ପାଖରେ ବସି ବହୁତ ସେବା କରିଛି ତାରି ପାଇଁ ଠାକୁର ମଧ୍ୟ କେତେ ଡାକିଛି ମା ତାକୁ ସବୁ କହିଛି |ଶୋଭା ଭଲହେବା ପରେ ତା ନୂଆବହୁକୁ କହିଲା "ନୂଆବୋହୂ ମୁଁ ଯେବେ ମରିଯିବ ନା ମୋ ମୁଣ୍ଡକୁ ତମ କୋଳରେ ରଖିକି ମୋ ମଥାରେ ଗୋଟେ ସ୍ନେହଭରା ଚୁମା ଦେବ "|ଛି ଏମିତି କଥା କହିବନି ତା ନୂଆବୋହୂ କହିଲା |ତା ନୂଆବୋହୂକୁ ନାଲିଗୋଲାପ ବହୁତ ଭଲ ଲାଗେ |ଶୋଭା ଯେବେ ବି ଘରକୁ ଆସେ ତା ନୂଆବୋହୂ ପାଇଁ ନାଲିଗୋଲାପ  ଯୋଡ଼ା ନେଇ ଆସେ, ଆଉ ତା ନୂଆବୋହୂ ସେ ଗୋଲାପକୁ ତାଙ୍କ ଗଭାରେ ସଜେଇଦିଅନ୍ତି |

        ଏମିତି ସେ ତା ନୂଆବୋହୂକୁ ତା ଜୀବନଠୂ ଅଧିକା ଭଲପାଏ, ଦିନେ ସେ ଖବର ଶୁଣିଲା ତା ନୂଆବୋହୂ ମା ହେବାକୁ ଯାଉଛନ୍ତି |ଶୋଭାର ଖୁସି କହିଲେ ନସରେ, ବାପା ବୋଉ ସମସ୍ତେ ଖୁସି |ଗୋଟେ ଛୋଟ କୁନି ପିଲାଟେ ତାଙ୍କ ଘରକୁ ଆସିବ, ଶୋଭା ତା ସହ ଖେଳିବ ତାକୁ ବୁଲେଇ ନବ, ତା ପାଇଁ ଚକୋଲାଟେ ନେଇକି ଆସିବ ଆଉ ସେ ଶୋଭା ପାଖକୁ ସବୁ ଅଳି କରିବ |ଶୋଭା ତା ମାକୁ କହିଦେଇଥାଏ ନୂଆବହୁକୁ ବେଶୀ କାମ କରିବାକୁ ଦେବୁନି |ତା ମା ନୂଆବୋହୂକୁ କହିଦେଇଥାଏ କିଛି ଦିନ ଯାଇ ବାପଘରେ ରହିଆସିବା ପାଇଁ ଆଉ ଟିକିଏ ବିଶ୍ରାମ ନେବୁ |କେତେଦିନ ନୂଆବୋହୂ ତା ବାପଘରେ ରହି ଫେରିଆସିଥିଲେ ମା  ମଧ୍ୟ ଏଠି ତାଙ୍କର ଯତ୍ନ ନେଉଥାଏ ଆଉ ଶୋଭାର ଭାଇ ମଧ୍ୟ ନୂଆବୋହୂ ପାଖରେ ନଥାନ୍ତି |

     ଜାନୁଆରୀ ମାସରେ ଶୋଭାର ନୂଆବୋହୁର ଜନ୍ମଦିନ ଆସୁଥାଏ |ଶୋଭା ତା ହଷ୍ଟେଲ ଖର୍ଚ୍ଚ ତା ନୂଆବୋହୂ ପାଇଁ ଶାଢ଼ୀଟିଏ ଆଣିଥିଲା ଆଉ ତା ନୂଆବୋହୂକୁ କହିଥିଲା ଜନ୍ମଦିନ ଶାଢ଼ୀଟା ପିନ୍ଧିବ |

       ମଣିଷ ଯାହା ଭାବିଥାଏ ତାକୁ ଯଦି ସବୁ କିଛି ମିଳିଯାଇଥାନ୍ତା ତାହେଲେ ସେ ତାର ଆଉ କାହାକୁ ଭୟ ରୁହନ୍ତାନି |ହଠାତ୍ ସବୁ କିଛି ବଦଳିଗଲା ଯଉ ନୂଆବୋହୂ ତାକୁ ଜୀବନ ଠାରୁ ଭଲ ପାଉଥିଲା ସେ ତାକୁ ଆଜି ଦୁରକୁ ଠେଲି ଦଉଚି ତା ଶାଢ଼ୀଟା ପିନ୍ଧିବାକୁ ମନା କରୁଛି, ତା ସହ କଥା ହେବାକୁ ଫୋନ୍ କରିବାକୁ ମନା କରିଦେଉଛି ତାର କାରଣ ମଧ୍ୟ ତାକୁ ଅଜଣା |କେତେ କାନ୍ଦିଛି କେତେ ନେହୁରା ହୋଇଛି କଣ ଭୁଲ ମୋର ନୂଆବୋହୂ? ମୁଁ ଯଦି ଅଜାଣତରେ କିଛି ଭୁଲ କରିଦେଇଛି ମୋତେ କ୍ଷମା କରିଦିଅ "ଶୋଭା କହିଛି, ତା ନୂଆବୋହୂ ତାକୁ ଏତିକି କୁହେ ବାସ୍ ମୋ ଠାରୁ ଦୁରେଇ ରୁହ ମୁଁ ତମ ସହ କଥା ହେବାକୁ ଚାହେଁନି |ଶୋଭା ମୁଣ୍ଡ କିଛି କାମ କରିନଥାଏ କଣ କରିବ କାହିଁକି ତା ନୂଆବୋହୂ ତା ସହ କଥା ହେଉନି ତା ଠାରୁ ଦୁରେଇ ଯାଉଛି !ସେ ତ କେବେ କିଛି ମାଗିନି ତ ନୂଆବୋହୂକୁ ସ୍ନେହ ଟିକକ ଛଡା ତାହେଲେ ତା ନୂଆବୋହୂ ଆଜି କାହିଁକି ତା ଠାରୁ ମୁଁହ ଫେରେଇ ନେଉଛି |ତା ଭାଇ ମଧ୍ୟ ନୂଆବୋହୂକୁ ବହୁତ ପଚାରିଛନ୍ତି ବୁଝେଛନ୍ତି ହେଲେ ତା ନୂଆବୋହୁର ମନ ପରିବର୍ତ୍ତନ ହୋଇନି |

      ଶୋଭା ପୂର୍ଵ କଥା ମନେପକେଇ ବହୁତ କାନ୍ଦେ କେତେବେଳେ ଲୁଚି ଲୁଚାଇ ଆଉ କେତେବେଳେ ମନଖୋଲା କାନ୍ଦେ କେହି ନଥିବା ବେଳେ, କାହିଁକି ତା ନୂଆବୋହୂ ତାକୁ ଏତେ ଭଲପାଇଥିଲେ ସେ ତ କିଛି କହିନଥିଲା ତା ନିଜ ଆଡୁ ନୂଆବୋହୂ ବନ୍ଧୁତ୍ୱର ହାତ ବଢ଼େଇଥିଲେ, ଢାଳିଦେଇଥିଲେ ଅଜସ୍ର ଭଲ ପାଇବା |ଆଜି କାହିଁକି ତା ହାତ ଛାଡିଦେଲା, ଜଗନ୍ନାଥଙ୍କ ପାଖରେ ବହୁତ ଗୁହାରି କରିଛି ମୋ ନୂଆବୋହୂକୁ ମୋ ପାଖକୁ ପୁଣି ଫେରେଇ ଦିଅ ପ୍ରଭୁ |ଶୋଭା ତା ନୂଆବୋହୂ ବି କହିବ "ଦେଖ ନୂଆବୋହୂ ତମେ ମୋ ସହ କଥା ହେଉନ ଦିନେ ମୁଁ ଚାଲିଗଲେ ତମେ ବହୁତ କାନ୍ଦିବ" |

     ତା ପରଠୂ ଶୋଭା ପୁରା ଚୁପଚାପ ହୋଇଯାଉଛି, ଯେମିତି ତାର ସବୁକିଛି କିଏ ଛଡେଇ ନେଇଛି |ସବୁସମୟରେ ଚୁଲୁବୁଲ ହୋଇଥିବା ଝିଅଟା ଆଜି କିଛି ନ ପଚାରିଲେ ଉତ୍ତର ଦିଏନି |ଶୋଭାର ମା ସବୁ ଦେଖନ୍ତି କିନ୍ତୁ ନୂଆବୋହୂ କୁ କିଛି ମୁଁହ ଖୋଲି କହିପାରେନି ଶୋଭା ବି ବୁଝେଇ ଦିଏ ତା ମାକୁ ଏଥିରେ ନୂଆବୋହୂର କିଛି ଭୁଲ୍ ନାହିଁ, ସବୁ ତାର ଭୁଲ୍ ତାର ତୁ ନୂଆବୋହୂ ମନରେ କେବେ କଷ୍ଟ ଦେବୁନି |ଆଜି ବି ଶୋଭା ତା ନୂଆବୋହୂକୁ ଭଲ ପାଏ, କେବେ ବି ତା ନୂଆବୋହୂକୁ ଭୁଲ ବୁଝିନି |ଖାଲି ଏତିକି କଷ୍ଟ ଲାଗେ ହଠାତ୍ ତା ନୂଆବୋହୂ ତା ଠୁ କଣ ପାଇଁ ଦୁରେଇ ଗଲା |ତାର ଯଦିବି କିଛି ଭୁଲ ଥିଲା ସେ କଣ ତା ପାଇଁ ଶାସ୍ତି ଦେଇ ପାରିନଥାନ୍ତା, ସେ ତ କେବେ ତା ନୂଆବୋହୂ କଥାରୁ ଓହରି ଯାଇନି ଥରେ ତାକୁ କାହିଁକି ଦେଖିଥାନ୍ତା |

   (କିଛି ଦିନ ପରେ )

ଶୋଭା ମନ ମାରି କ୍ଲାସରେ ବସିଥାଏ |ହାଏ ଆଇ ଆମ ଶନି ଗୋଟେ ପୁଅଟେ ଆସି ଶୋଭାକୁ କହିଲା |ହ୍ୟାଲୋ ଆଇ ଆମ ଶୋଭା ପ୍ରତିଉତ୍ତର ଦେଇଥିଲା ଶୋଭା |ସମସ୍ତେ ଏଠି ହସ ଖୁସିରେ କଥାହେଉଛନ୍ତି ତମେ କାହିଁକି ଗୁମସୁମ ହୋଇବସିଛ ଶନି ପଚାରିଥିଲା |ଏଇଟା ମୋ ଇଚ୍ଛା ତମର ମୁଣ୍ଡ ଖୋଳେବା ଦରକାର ନାହିଁ ଶୋଭା କହିଥିଲା |ଆରେ ଏମିତି ରାଗୁଛ କାହିଁକି, ମୁଁ ତମକୁ ଏମିତି ପଚାରିଦେଲି ଆଇ ଆମ ସାରି !ଇଟ୍ସ ଓକେ କହି ଶୋଭା ସେଠୁ ଚାଲିଆସିଲା,  ଏମିତି ଏକାଠି କଲେଜ ଯିବା ନୋଟ ସେୟାର କରିବା, ଶୋଭାକୁ ବିଭିନ୍ନ କାମରେ ସାହାଯ୍ୟ କରିବା ହେଉ ଏମିତି ଭାବରେ ଶନି ଆଉ ଶୋଭାର ବନ୍ଧୁତା ହୋଇଥିଲା |ହେଲେ ବି ଶନି ଅନୁଭବ କରିପାରୁଥିଲା କଉଠି ନା କଉଠି ଶୋଭା ମନଭିତରେ ଦୁଃଖ ରହିଯାଇଛି |


Rate this content
Log in

Similar oriya story from Drama