Sonali Garnayak

Inspirational

4  

Sonali Garnayak

Inspirational

ବାଇଶି ପାହାଚେ ମୋ ଦିଅଁ

ବାଇଶି ପାହାଚେ ମୋ ଦିଅଁ

4 mins
222


ସେ ମଦନମୋହନ ପାଖରେ ପହଞ୍ଚିବାକୁ ହେଲେ ବାଇଶି ପାହାଚ ଚଢ଼ି ଚଢ଼ି ଯିବାକୁ ପଡିବ ।କଥାରେ ଅଛି ବାଇଶି ପାହାଚେ ଥରେ ଗଡିଗଲେ ସବୁ ପାପ କ୍ଷୟ ହୁଏ ।ରଥଯାତ୍ରା ସମୟରେ ସେ ବାଇଶି ପାହାଚରେ ଝୁଲି ଝୁଲି ଆସେ ମୋ କାଳିଆ ହାତୀ ।ଏମିତିକି ସେ ବାଇଶି ପାହାଚରେ ପିଣ୍ଡଦାନ କଲେ ଆମ ବଡବଡୁଆ ମୋକ୍ଷ ପାଆନ୍ତି ।କିନ୍ତୁ ଅଭିମାନ କରି ଫେରିଯାଉଥିବା ଭକ୍ତଟି ପାଇଁ ସ୍ୱୟଂ ଜଗନ୍ନାଥ କେମିତି ନିଜେ ବାଇଶି ପାହାଚକୁ ଓହ୍ଲାଇ ଆସିଛନ୍ତି ନା ଭକ୍ତ ଆଖିରେ ବୁଣା ହୋଇଥିବା ମାୟାଜାଲର ଛଳନା, ତା'ର ଉତ୍ତର ଏବେ ବି ପ୍ରଶ୍ନବାଚୀ !

     ମୁନା ଓ ସତ୍ୟ ଦୁହେଁ ପୁରୀ ଯିବାକୁ ସ୍ଥିର କଲେ ।ଏତେ ଦିନ ପରେ ଛୁଟି ମିଳିଛି ଏମିତି ସୁଯୋଗ ଆଉ କେବେବି ଆସିବନି, ଏହା ଭିତରେ ଯାଇକି ପୁରୀ ବୁଲିଆସିବେ ।ଦୁହେଁ ଏ ଛୁଟିରେ ହଷ୍ଟେଲ୍ ରୁ ଘରକୁ ଯିବେ ନାହିଁ ବୋଲି ମନସ୍ଥ କରିସାରିଥିଲେ ।ମୁନା କହିଥିଲା ଛୁଟିରେ ଘରକୁ ଗଲେ ତାକୁ  ଭାରି ବୋରିଂ ଲାଗେ, ଯେହେତୁ ସେ ଛୋଟରୁ ଗାଁରୁ ନରହି ହଷ୍ଟେଲ୍ ରେ ରହି ପଢ଼ିଛି ବିଶେଷ କାହାକୁ ଚିହ୍ନିନାହିଁ ଏବଂ ତା' ବାପା ମଧ୍ୟ ତାକୁ ତାଗିଦ କରନ୍ତି ଗାଁ ପିଲାଙ୍କ ସହ ମିଶିଲେ । ତା'ର କେହି ସାନଭାଇ କି ଭଉଣୀ ନାହାନ୍ତି,ବଡ଼ ଭଉଣୀର ବାହାଘର ସରିଛି ।ଘରକୁ ଗଲେ ସେ ରୁମ୍ ରେ ପଡ଼ିରହି ଟିଭି ଦେଖିବା ବଦଳରେ ପୁରୀ ଆଡେ ଯାଇକି ବୁଲିଆସିବା  ସବୁଠୁ ଉତ୍ତମ ।

      ସତ୍ୟ କିନ୍ତୁ କାଳିଆ ପ୍ରେମରେ ବାୟା, ମୁନା ଠାରୁ ଏ କଥା ଶୁଣିବା ପରେ ତାକୁ ଲାଗିଲା ସତେ ଯେମିତି କାଳିଆ ଠାକୁର ତାକୁ ହାତ ଠାରି ଡାକୁଛି। ହେଲେ ସେ ଯିବେ କେମିତି ତା' ପାଖରେ ପଇସାଟେବି ନାହିଁ ।ବହୁତ କଷ୍ଟକରି ତା' ବାପା ତାକୁ ହଷ୍ଟେଲ୍ ରେ ରଖି ପଢ଼ାନ୍ତି, ଆଉ ତାଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସତ୍ୟ ମଧ୍ୟ ଅହରହ ଚେଷ୍ଟା କରୁଥାଏ ଆଉ ସେ ଯଦି ଏ କଥା ବାପାଙ୍କୁ କହିବ ତା' ଉପରେ ବର୍ଷିଯିବେ ।

      କିନ୍ତୁ ଥରେ ଯଦି ତା' ଡୋରି ଲାଗିଛି, ତାକୁ ବା କିଏ ରୋକିପାରିବ ?ମୁନା ତାକୁ ସାହସ ଦେଇ କହିଥିଲା ତୁ ସାଙ୍ଗରେ ଚାଲ ମୁଁ ଆଉ ସବୁ କଥା ବୁଝିବି ।ସତ୍ୟବି ପଛକୁ ହଟିନଥିଲା ସେ ମୁନାକୁ କଥା ଦେଇଥିଲା ତା ପାଇଁ ଖର୍ଚ୍ଚ କରିଥିବା ପଇସା ଆରମାସରେ ବାପା ପଠେଇଲେ ହଷ୍ଟେଲ୍ ଖର୍ଚ୍ଚରୁ କାଟି ତାକୁ ସୁଝିଦେବ ।ଦୁହେଁ ସ୍ଥିର କଲେ କାଲି ସକାଳୁ ଟ୍ରେନ୍ ରେ ଚାଲିଯିବେ।ହେଲେ ଜାଣିବାକୁ ପାଇଲେ ପୁରୀ ଅଭିମୁଖେ ଥିବା ସମସ୍ତ ଟ୍ରେନ୍ ବାତିଲ ଅଛି ।ସତ୍ୟର ମନ ଶୁଖିଗଲା, ତା ଇଚ୍ଛା ଇଚ୍ଛାରେ ରହିଗଲା ।ମୁନା କିନ୍ତୁ ଏତେ ଜଲ୍ଦି ସାର୍ ମାନିବା ପିଲା ନୁହେଁ, "ଆମକୁ ପୁରୀ ଯିବାର ଅଛି ସେ ଟ୍ରେନ୍ ରେ ହେଉ କି ବସ୍ ରେ ହଉ ଯିବାତ ଯେମିତି ହେଲେ "!ଦୁହେଁ ଏକ ପାସେଞ୍ଜର୍ ବସ୍ ରେ ଚଢିଥିଲେ ।ଭିତରେ ପଶି ଦେଖିଲେ ହୁଏତ ପୁରା ଅନୁଗୁଳ ସହରଟା ଯାକ ଲୋକ ଏଇଠି ଅଛନ୍ତି ।ତାଙ୍କୁ ଦେଖିବାକୁ ଥରେ ଯଦି ନିଶା ଲାଗିଛି କି କଷ୍ଟ !ଦୁହେଁ ଏକଗୋଡ଼ିଆ ଠିଆ ହୋଇ ଆସିଲେ । ବସ୍ କିନ୍ତୁ ପୁରୀଠାରୁ ୨କି.ମି ପୂର୍ବରୁ ଖରାପ ହୋଇଗଲା, କଣ୍ଡକଟର୍ ସେମାନଙ୍କୁ ସେଇଠାରେ ଓହ୍ଲାଇଦେଲେ ।ଦୁହେଁ ରିକ୍ସାରେ ଆସି ଶେଷରେ ପହଞ୍ଚିଲେ ପୁରୀରେ ।ପୁରୀରେ ପାଦ ଦଉ ଦଉ ସବୁ କ୍ଲାନ୍ତି ମେଣ୍ଟି ଯାଇଥିଲା ସତ୍ୟର ।ମୁନା କହିଥିଲା ପ୍ରଥମେ ସମୁଦ୍ର କୂଳରେ ଗାଧୋଇବା ତା ପରେ ଯାଇ, ଜଗା ଦର୍ଶନ କରିବା କିନ୍ତୁ ସତ୍ୟର ଇଚ୍ଛା ଥାଏ ଆଗ ସେ ନୀଳାଚଳିଆକୁ ଦର୍ଶନ କରିବ ହେଲେ ସେତ ଆସିଛି ମୁନା ସାହାଯ୍ୟରେ ତାରି କଥା ହିଁ ରଖିବାକୁ ପଡିବ । ଏମିତିରେବି ଯେତେ ଅପେକ୍ଷା କରିବ ତାକୁ ଦର୍ଶନ କରିବାରେ ସେତିକି ମଜା ଆସିବ ।ସତ୍ୟର ସମୁଦ୍ର ପାଣିକୁ ଭାରି ଭୟ ସେ କୂଳରେ ବସିରହିଲା ଆଉ ମୁନା ଚାଲିଗଲା ସମୁଦ୍ରପାଣିର ମଜା ଉଠାଇବାକୁ ହଁ !ଯିବା ପୂର୍ବରୁ ସତ୍ୟକୁ ତା ମନିପର୍ସ୍ ଟି ଧରେଇ ଦେଇଯାଇଥିଲା ।ମୁନା ମନଭରି ସମୁଦ୍ରକୁ ଉପଭୋଗ କରିବା ପରେ ଦୁହେଁ ଚାଲିଥିଲେ ବଡ଼ଦାଣ୍ଡ ଆଡେ, ସେତେବେଳକୁ ବାରଟା ବାଜିସାରିଥିଲା ଲମ୍ବା ଧାଡିରେ ଠିଆହୋଇଥିଲେ ଦୁହେଁ ଦର୍ଶନ ପାଇଁ କିନ୍ତୁ ଠିକ୍ ସିଂହଦ୍ଵାରରେ ପହଞ୍ଚିଲା ବେଳକୁ ସାହାଣ ବନ୍ଦ ହୋଇଯାଇଥିଲା ।ସତ୍ୟ ମନେମନେ ବହୁତ ଦୁଃଖ କଲା, ଅଭିମାନ ହେଲା କାଳିଆ ଉପରେ ଏତେ ବାଟ ପ୍ରଭୁ ଧାଇଁ ଧାଇଁ ଆସିଥିଲି ତମରି ଦର୍ଶନ ପାଇଁ ସବୁ କଷ୍ଟକୁ ଫୁ କରି ଉଡେଇଦେଇଥିଲି ଆଉ ଶେଷରେ ଟିକିଏ ଦର୍ଶନବି ଦେଲେନାହିଁ ।ଠିକ୍ ଅଛି ପ୍ରଭୁ ମୁଁ ଫେରିଯାଉଛି ଆଉ ଥରେ ତମେ ଡାକିଲେବି ଆସିବିନି ।ତମେ ନାଟୁଆ ଠାକୁର ବୋଲି ନିଜ ଇଚ୍ଛାରେ ହିଁ ସବୁ କରିଥାଅ, ଥରେ ବି ମୋ ପ୍ରତି ତମର ଦୟା ହେଲାନି !

   ମୁନା ଓ ସତ୍ୟ କିଛି ସମୟ ମନ୍ଦିର ଭିତରେ ଥିବା ନୀଳଚକ୍ର ପତାକାକୁ ସାମ୍ନା କରି ଛାଇରେ ଟିକିଏ ବସି ଥକା ମାରୁଥିଲେ ।ସକାଳୁ ବାହାରି ଆସିଛନ୍ତି ଯେ ପାଟିରେ ପାଣି ଟିକିଏବି ପଡିନି ଦୁହିଁଙ୍କୁ ପ୍ରବଳ ଭୋକ ।ହଉ ଦିଅଁ ଦର୍ଶନ ସିନା ହେଲାନି ଚାଲ ଅଭଡ଼ା ଖାଇ ତାପରେ ବାହାରିଯିବା, ମୁନା ସେହି ସମୟରେ ସତ୍ୟକୁ ତା ମନିପର୍ସ୍ ଟି ମାଗିଥିଲା, ଦିଅଁ ଦର୍ଶନ ମଜ଼ାରେ ସତ୍ୟ ମଧ୍ୟ ଭୁଲିଯାଇଥିଲା ସତ୍ୟ ପର୍ସ୍  ତା' ପାଖରେ ଅଛି ସେ ଯେତେବେଳେ ପକେଟ୍ ରେ ହାତମାରିଛି ଦେଖିଲା ପର୍ସ୍ ନାହିଁ ।ସବୁଆଡେ ଖୋଜିଥିଲେ ଦୁହେଁ ହେଲେ କିଛି ଫଳ ମିଳିନଥିଲା ହୁଏତ ସେ ଧାଡିର ଠେଲାପେଲାରେ କୁଆଡେ ପଡିଯାଇଛି ନହେଲେ କିଏ ପକେଟ୍ ମାରି ନେଇଛି ।ସତ୍ୟର ରାଗ ଆହୁରି ବଢିଯାଇଥିଲା କାଳିଆ ଉପରେ ତୋ ମନ ଏଥର ଶାନ୍ତି ତ !ପ୍ରଥମେ ଦର୍ଶନ ଦେଲୁନି ଆଉ ତାପରେ ଏଇ କଥା ଆଉ କେବେବି ଆସିବିନି ପୁରୀ !ଦୁହେଁ ଶେଷରେ ଭୋକ ପେଟରେ ବାହାରିଯାଉଥିଲେ ।ବାଇଶି ପାହାଚରେ ଓହ୍ଲାଇ ଯାଉଥିବା ବେଳେ ହଠାତ୍ କିଏ ଜଣେ ତାଙ୍କୁ ପଛରୁ ଡାକିଥିଲେ, ସତ୍ୟ ବୁଲିପଡ଼ି ଦେଖିଥିଲା କଳା ଚେହେରା ସହ ଚନ୍ଦନ ମାଖିଛି, ପେଟରେ ପଇତା ପଡିଛି ଆଉ ଆଖି ଦୁଇଟି ଗୋଲ ଗୋଲ ।ସେମାନେ ତାଙ୍କ ପାଖକୁ ଯାଇଥିଲେ ଏବଂ ସେ ତାଙ୍କୁ ଗୋଟିଏ ପର୍ସ୍ ଟିଏ ବଢ଼େଇଦେଇ କହିଲେ ଏ ପର୍ସ୍ ଟି ସିଂହଦ୍ୱାର ପାଖରେ ପଡିଯାଇଥିଲା ।ପର୍ସ୍ ଟି ଦେଖି ଜାଣିବାକୁ ପାଇଲେ ପର୍ସ୍ ଟି ମୁନାର ଦୁହିଁଙ୍କ ମୁଖମଣ୍ଡଳ ହଠାତ୍ ପ୍ରସନ୍ନ ଦିଶିଲା ।ସେମାନେ ଚାହିଁଦେଲା ବେଳକୁ ସେ ଲୋକଟି ଆଉନଥିଲେ ।ଏ କ'ଣ ସତରେ କାଳିଆ ଠାକୁର ସତ୍ୟର ଅଭିମାନ ରଖିଲେ ।ସତ୍ୟ ବାଇଶି ପାହାଚରେ ତଳକୁ ଓହ୍ଲାଇ ଯେତେବେଳେ ପଛକୁ ଚାହିଁ ଦେଖିଲା ତାକୁ ଯେମିତି ଲାଗିଲା ସ୍ୱୟଂ ଜଗନ୍ନାଥ ସେ ବାଇଶି ପାହାଚରେ ଛିଡା ହୋଇଛନ୍ତି ।ଇଏ କ'ଣ କୁହୁକ ନା ମୋ ଠାକୁରଙ୍କର ମାୟାଜାଲ ତା ଆଖି ଲୁହରେ ଛଳ ଛଳ ହୋଇଗଲା, କ'ଣ ଟିକିଏ ରାଗିକି କହିଦେଲି ବୋଲି ରତ୍ନସିଂହାସନରୁ ମୋ ଠାକୁର ଉଠି ଚାଲିଆସିଲେ ।ଖୁସିରେ ଆତ୍ମବିଭୋର ହୋଇ ସତ୍ୟ ନାଚି ନାଚି କହୁଥାଏ ବାଇଶି ପାହାଚେ ମୋ ଦିଅଁ ।



Rate this content
Log in

Similar oriya story from Inspirational