Sonali Garnayak

Drama

4  

Sonali Garnayak

Drama

ଭାଗ -୬

ଭାଗ -୬

7 mins
290


ଘରେ ପହଁଞ୍ଚିବା କ୍ଷଣି ତାଙ୍କ ମନଟା ଖାଲି ଗୁଡେଇ ତୁଡ଼େଇ ହଉଥାଏ, ଭଲ କି ଟିକିଏ ତାଙ୍କ ନାତି ଆଉ ଝିଅକୁ ଦେଖିପାରିଲେନି, ସେଇଠୁ ସେ ଚାଲିଯାଇଥିଲେ ତାଙ୍କ ଟେବୁଲ ପାଖକୁ ଏବଂ କିଛି କାଗଜ କଲମ କାଢି ମେଘା ଶଶୁରଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଲେ ଆସନ୍ତା ଆଉ ଦୁଇ ଦିନ ପରେ ମୋ ବଡ଼ ପୁଅ ଶୁଭମ ଯିବ ଆପଣଙ୍କ ଘରୁ, ଆପଣ ତା ସାଙ୍ଗରେ ମେଘାକୁ କିଛି ଦିନ ପାଇଁ ଆମ ଘରକୁ ଛାଡ଼ିଦେବି, ଆଶା କରେ ଶୁଭମ ସବୁଥର ଭଳି ଏଥର ଯେମିତି ନିରାଶ ହୋଇ ନଫେରେ, ଏତିକି ବିନତି ରହିଲା ତମ ପାଖରେ ସମୁଦି |ଚିଠି ଅନୁସାରେ ଶୁଭମ ଯାଇ ପହଞ୍ଚିଥିଲା ମେଘା ଶଶୁର ଘରେ, ତାକୁ ଦେଖି ମେଘାର ମନ ପୁରା କୁଣ୍ଢେମୋଟ ହୋଇଯାଇଛି, ଯେମିତି ବର୍ଷା ଆସିବା ଦେଖି ଚାତକ ପକ୍ଷୀର ଖୁସି ଅସରନ୍ତି ସେହିଭଳି ମେଘା କିଛି ଦିନ ପାଇଁ ହେଉ ଏ ବନ୍ଧୀ ଜୀବନରୁ ମୁକ୍ତି ପାଇବ, କିଛି ଦିନ ପାଇଁ ଖୋଲା ଆକାଶର ଏକ ମୁକ୍ତ ବିହଙ୍ଗ ଭଳି ଉଡି ବୁଲିବ ସମସ୍ତ ଦାୟିତ୍ୱରୁ ଚିନ୍ତା ମୁକ୍ତ ହୋଇ |ହେଲେ ତା ଶଶୁର ଏ ପର୍ଯ୍ୟନ୍ତ ଯିବାକୁ ହୁକୁମ ଜାରି କରିନାହାନ୍ତି…ଆସି ବେଳ ବୁଡ଼ିଲାଣି ହେଲେ ସାଆନ୍ତେ କୌଣସି ନିଷ୍ପତି ଶୁଣାଇନାହାନ୍ତି!ମେଘା ମନକୁ ବୁଝେଇନେଇଥିଲା ହୁଏତ ଏଇଥର ଵି ତାର ଘରକୁ ଯିବା ଛୁଟି ରଧ ହୋଇଯିବ |ସମସ୍ତ ପ୍ରତୀକ୍ଷାକୁ ଅନ୍ତ ଘଟାଇ ଶେଷରେ ଡେଙ୍ଗୁରା ଦିଆଗଲା ଶୁଭମ ଆଜି ତ ବେଳ ବୁଡ଼ିଲାଣି ତମେ ଆଜି ରାତିଟା ଏଇଠି ବିଶ୍ରାମ କର, କାଲି ସକାଳ ପ୍ରଥମ ପହରରୁ ମେଘାକୁ ନେଇ ଘରକୁ ବାହାରିଯିବ |ଏତେବେଳକୁ ଯାଇ ମେଘା ଦେହରେ ଜୀବନ ପଶିଲା, ଆଉ କଣ ରାତିରେ ସେ ଶୋଇବ! ଖୁସିରେ ତା ଆଖିରେ ପଲକ ପଡୁନଥାଏ…. କାଲି ପୁଣି ସେ ଫେରିଯିବ ସେହି ଦୁନିଆକୁ ଯଉଠି ସେ ଛାଡି ଆସିଥିଲା ତା ଅତୀତର ସାଇତା ପେନ୍ଥା ପେନ୍ଥା ଖୁସିର ମାଳ |ଆଦେଶ ଅନୁସାରେ ସକାଳର ପ୍ରଥମ ପ୍ରହରରେ ହିଁ ମେଘା ତା ପୁଅ ପିନୁକୁ ଧରି ଶୁଭମ ସହ ବାହାରିଗଲା |ଗାଡିର କାଚକୁ ଟିକିଏ ଧିର କରି ତଳକୁ କରିଦେଲା ମେଘା, ନିଜ ଛୁଆକୁ ଶୁଭମ ହାତରେ ଧରେଇ ଦେଇ ଅନୁଭବ କରୁଥିଲା ଖୋଲା ଆକାଶର ସେହି ମୁକ୍ତ ପବନକୁ ଯାହାର ଶିହରଣ ତା ଚିତ୍ତ ଆଉ ମସ୍ତିଷ୍କ ଆନ୍ଦୋଳିତ କରିପକାଉଥାଏ, ଯାହାକୁ କେଉଁ ଦିନଠୁ ସେ ଅପେକ୍ଷା କରି ବସିଥାଏ ତା ବାପା ଏତେ ସମୟ ପରେ ଗୋଟାଏ ବହୁତ ଭଲ କାମଟେ କରିଛନ୍ତି |ଘରେ ପହଞ୍ଚି ସମସ୍ତ ଦାୟିତ୍ୱ ଦେଇଥିଲା ତା ମାକୁ, ଏବେ କେବଳ ଆଉ କେବଳ ସେ ବିଶ୍ରାମ କରିବ ତା ଛଡା ଆଉ କୌଣସି କାମ ନୁହଁ, ସେ ଯେତେବେଳେ ବାଘ ଯନ୍ତା ରୁ କିଛି ଦିନ ପାଇଁ ବଉଳା ଗାଈର କଣ୍ଟ ଦେଇ ଆସିଛି ମାନେ ମନ ଭରିକି ଉପଭୋଗ କରିବ |ମେଘାର ବାପା ମଧ୍ୟ ତର ତର ହୋଇ ଝିଅକୁ ଛାଡିବାକୁ ଚାହିଁଲେଣି, କିଛି ଦିନ ବ୍ୟବଧାନରେ ପୁନଃ ଏକ ଚିଠି ତାଙ୍କ ସମୁଦି ପାଖକୁ ଲେଖିଲେ," ସମୁଦି ଝିଅର ଆସନ୍ତା ସପ୍ତାହରେ ପରୀକ୍ଷା ଅଛି ତେଣୁ ଏକାଥରେ ପରୀକ୍ଷା ସାରି ସେ ଯିବ "|ସେଇଥିଲାଗି ଆହୁରି ମାସେ ମେଘାର ଛୁଟି ମଂଜୁର ହୋଇଯାଇଛି |ହେଲେ ଏତେ ଦିନର ବ୍ୟବଧାନ ଅନୟକୁ ବହୁତ ବଢୁଥାଏ, ଦୁଇ ମାସ ହେବ ତାଙ୍କ ସ୍ତ୍ରୀ ଆଉ ଛୁଆ ଯାଇଛନ୍ତି ମାମୁଁ ଘରକୁ ଏ ଘରଟାରେ ତାଙ୍କର ମନ ଲାଗୁନି, ହେଲେ ଏ କଥା କାହା ଆଗରେ ପ୍ରକାଶ ମଧ୍ୟ କରିପାରୁନାହାନ୍ତି, ନଚେତ ବହୁ କଥା ଶୁଣିବାକୁ ପଡିବ ଭଉଣୀ ମାନଙ୍କଠୁ |ସେ ମାଛ ପୋଖରୀ ପାଖରେ ବସି ଗଛ ଉହାଡ଼ରେ ବସି ମେଘା ପଖାକୁ ଚିଠି ଖଣ୍ଡେ ଲେଖିଥିଲେ, ପ୍ରିୟ ମେଘା ଏତେ ଦିନ ହେଲା ଯାଇଛ ଯେ ଚିଠି ନାହିଁ କି ଖବର ନାହିଁ, ଯେତେବେଳେ ତୁମ ପଟୁ କିଛି ଚିଠି ଆସୁଛି ମୁଁ ଭାବୁଛି ମୋ ପାଇଁ ନିଶ୍ଚୟ ଥିବ ହେଲେ ସବୁଥର ନିରାଶ, ଯେତେ ଶୀଘ୍ର ସମ୍ଭବ ତମେ ପିନୁକୁ ନେଇ ଚାଲିଆସ ତମ କଥା ବହୁତ ମନେ ପଡୁଛି, ଘରଟା କେମିତି ଗୋଟାଏ ନିଶବ୍ଦ ହୋଇଯାଇଛି ଏବଂ ମୋ ହୃଦୟର ଚାରିକାନ୍ଥରେ ନୀରବତା ଛାଇଯାଇଛି |ଆଉ ଅପେକ୍ଷାର ମଜା ତୁମେ ଉଠାଅନି, ବିଶ୍ୱାସ ରହିଲା ଚିଠି ପାଇଲାକ୍ଷଣି ଚାଲିଆସିବ |ହେଲେ ଅନୟ ତାଙ୍କ ଚିଠିର ମନପୂର୍ଣ୍ଣ ଉତ୍ତର ନ ପାଇଁ ଘରେ ଗୋଟାଏ କାମ ଅଛି କହି ଚାଲିଯାଇଥିଲେ ମେଘା ବାପ ଘରକୁ!କାହାକୁ କିଛି ନ ଜଣେଇ କାନ୍ଥରେ ଲାଗିଥିବା ପାଇପ ସାହାର୍ଯ୍ୟରେ ଚଢ଼ି ଚଢ଼ି ଯାଇ ମେଘା ଥିବା ଘରେ ପହଞ୍ଚିଗଲେ, ମେଘା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ.. ସେ ତା ଆଖି ତରଟା କରି ଅନୟଙ୍କୁ ଚାଁହିଛି


-ତମେ ଏଇଠି, କେମିତି??

-ଅନୟ ମେଘା ପାଟିରେ ହାତ ଦେଇ ତାକୁ ଚୁପ କରେଇଦେଇ କହିଲେ ପାଟି କରନି ନହେଲେ ଘରେ ସମସ୍ତେ ଜାଣିଯିବେ ମୁଁ ଆସିଛି ବୋଲି |


_ହେଲେ ତମେ ଏଠି ହଠାତ କେମିତି?


-ତମ କଥା ଆଉ ପିନୁ କଥା ମନେପଡିଲା ଏମିତିକି ମୁଁ ଯେଉଁ ଚିଠିଵି ପଠେଇଥିଲି ତାର କୌଣସି ଉତ୍ତର ଵି ନାହିଁ \


_କାହିଁକି ଉତ୍ତର ଦେବୀ ଆଜି ପାଖରେ ନାହିଁ ବୋଲି ମୋତେ ଅନୁଭବ କରି କଷ୍ଟ  ପାଉଛ, ଘରକୁ ଗଲେ ପୁଣି ଦିନ ସାରା ଗଧର ଭାର ବୋହିଦେବ ଏମିତିକି ମୁଁ ମୋ ଛୁଆକୁ କ୍ଷୀର ଟିକିଏ ଵି ଦେଇପାରିବିନି |ଆଉ ତମେ ମୁଁହ ଖୋଲି ତମ ଘରଲୋକମାନଙ୍କୁ କିଛି କହିପାରିବନି!

 

   କହିଦେଇ ରାଗରେ ଚାଲିଯାଉଥିବା ବେଳେ ଅନୟ ମେଘା ହାତ ଟାଣି ନେଇ ନିଜ ହାତରେ ଟେକି ଧରିଲେ ଏବଂ ତାକୁ ନେଇ ବସେଇଥିଲେ ଖଟ ଉପରେ, ତାପରେ ଖଟ ଉପରେ ସୋଇଥିବା ତା ପିନୁକୁ ମନ ଭରି ଗେଲ କରିଥିଲେ |ତା ପରେ ଫେରିଥିଲା ମେଘା ପାଖକୁ ଧୀରେ ଧୀରେ କରି ଯାଇଥିଲା ତା କାନ ପାଖକୁ ଅନୟକୁ ଏମିତି ଆସିବା ଦେଖି ମେଘା ଭୟ ପାଇଯାଇଥିଲା ଆସ୍ତେ କରି କହିଲା ତୁମ ଅପେକ୍ଷାରେ ରହିଲି ଶୀଘ୍ର ଚାଲିଆସିବ କହି ଝରକା ବାଟ ଦେଇ ଚାଲିଯାଇଥିଲା |ହଠାତ ମେଘାର ନିଦ ଭାଙ୍ଗିଗଲା ଆଉ ସେ ଜାଣିବାକୁ ପାଇଲା ସେ ସ୍ବପ୍ନ ହିଁ ଦେଖୁଥିଲା ତାକୁ ଦେଖିବାକୁ ଅନୟ ପୁଣି ଆସିବେ!ଯାହା କି ତା ପାଇଁ ସାତ ସ୍ବପ୍ନ |ଚିଠି ଆସିଛି ମାନେ ତାକୁ ନିଶ୍ଚୟ ଯିବାକୁ ପଡିବ…. ସତକୁ ସତ ଯିବାର ଦିନ ଧାର୍ଯ୍ୟ କରାଗଲା, ଆସନ୍ତା ମାସ ଦୁତୀୟା ଦିନ ତା ବାପା ତାକୁ ନେଇ ଅନୟଙ୍କ ଘରେ ଛାଡି ଦେଇ ଆସିବେ, ଯିବାକୁ ତା ମନର ଅନ୍ତର ଆତ୍ମା ଜମାରୁ ଡାକୁଣି ଗଲେ ପୁଣି ସେଇ ଦୁନିଆ ଯାକର କାମ ପୁଣି ସେଇ କଷ୍ଟ ଦାୟକ କଥା ଶୁଣିବାକୁ ପଡିବ |ତା ଛଡା ତାର ଅନ୍ୟ କୌଣସି ବାଟ ଵି ନାହିଁ, ଜୀବନଟା ହେଉଛି ନଈ ଆରପଟ ସ୍ୱର୍ଗ ପୁରୀ, ସେ ସ୍ୱର୍ଗପୁରୀରେ ପହଞ୍ଚିବାକୁ ହେଲେ ଏ ନଈଟା ଡେଇଁବାକୁ ପଡିବ ତେଣୁ ମନ ମାରି ବାହାରିଲା ସେ ଶାଶୂଘର, ଶାଶୂଘର ନୁହଁ ତ ଯମ ଭୁବନ 😔😔|ଶାଶୂଘରେ ପାଦ ଦେଇଛି କି ନାହିଁ ସାଙ୍ଗେ ସାଙ୍ଗେ ଶାଶୂ କହିଲେ ଗଲ ଟିକିଏ ଶୀଘ୍ର ରୋଷେଇ ଘରକୁ ତମ ଶଶୁର ସକାଳୁ କିଛି ଖାଇନାହାନ୍ତି, ଛୁଆ ଗୁଡାକ ସ୍କୁଲ ପଳେଇଛନ୍ତି ସେଇଥିଲାଗି କିଛି ରୋଷେଇ ହୋଇପାରିନି ଏତିକି କହି ପିନୁକୁ ମେଘା ପାଖରୁ ନେଇଯାଇଥିଲେ |ସଞ୍ଜ ନଇଁ ନଇଁ ଆସୁଥାଏ ଦିନ ଯାକର କାମ ସାରି ଅନୟ ଫେରିଥିଲେ ଘରକୁ ତା ବୋଉ ହାତରେ ପିନୁକୁ ଦେଖି ଜାଣିଗଲେ ଯେ ମେଘା ଘରେ ପହଞ୍ଚିସାରିଛି, ଖାଇ ପିଇ ସାରି ସେ ତାଙ୍କ ଘରେ ଅପେକ୍ଷା କରିଥାନ୍ତି ମେଘାକୁ, କାମସାରି ଆସିଲାବେଳକୁ ମେଘା ରାତି ବହୁତ ହୋଇଯାଇଥାଏ ସେ ଯେତେବେଳେ ଯାଏ ଦେଖେ ଅନୟ ଚେତା ଅଛନ୍ତି ଆଉ ତାଙ୍କ ପାଖରେ ପିନୁ ଶୋଇପଡ଼ିଛି |ମେଘା କିଛି ନ କହି ଚୁପଚାପ ଯାଇ ନିଜ ଯାଗରେ ଶୋଇପଡ଼ିଥିଲା …. ଅନୟ ତା ପିଠିରେ ହାତ ରଖି ପଚାରିଥିଲେ କଣ ମନ ଦୁଃଖ ଅଛି କି? ହଁ ଏବେ କେତେଦିନ ସେମିତି ଲାଗିବ ତାପରେ ପୁଣି ଆଗଭଳି ନିଜକୁ ଢାଳିନବ |ଅନୟ ସବୁବେଳେ କାହିଁକି ମେଘାଠୁ ଉପେକ୍ଷା ରଖନ୍ତି, ତାଙ୍କର କଣ ମେଘା ପ୍ରତି ଆଉ ପିନୁ ପ୍ରତି କୌଣସି କର୍ତଵ୍ୟ ନାହିଁ |କାହିଁ କେତେବେଳେ ନିଜ କର୍ତଵ୍ୟର ତ ଦ୍ୱାହି ସେ ଦିଅନ୍ତିନି!

    ସେଦିନ ସକାଳ ପାହିବା ପୂର୍ବରୁ ଉଠି ଅନୟ କିଛି କାମରେ ନିଜ ଦୁଇ ଚକିଆ ଯାନ ଯୋଗେ ବାହାରକୁ କିଛି କାମରେ ବାହାରିଯାଇଥିଲେ, ମେଘା ମଧ୍ୟ ତାଙ୍କୁ ବାଟେଇ ଦେବାକୁ ବାଟ ଯାଏଁ ଆସିଥିଲା |କାହିଁକି ନା ମେଘାର ମନଟା ସେଦିନ ଗୋଳେଇ ଘାଣ୍ଟି ହେଉଥିଲା, ତାପର କିଛି ସମୟ ପରେ ଖବର ଆସିଲା ଯେ ଅନୟଙ୍କର ରାସ୍ତାରେ ଦୁର୍ଘଟଣା ଘଟିଛି |ଏ କଥା ଶୁଣିବା ମାତ୍ରେ ମେଘା ଛାତି ପଡୁଥିଲା ଉଠୁଥିଲା କଣ କରିବ ଇଚ୍ଛା ହେଉଥିଲା ଯେମିତି ଦୌଡ଼ି ଦୌଡ଼ି ସେ ଚାଲିଯାନ୍ତା ଅନୟଙ୍କ ପାଖକୁ, ଘର ଲୋକ ମଧ୍ୟ ବ୍ୟସ୍ତ ବିବତ୍ର ହୋଇପଡ଼ିଥିଲେ….. ଜଗନ ଓ ଅମିନ ଖବର ପାଇଲା ମାତ୍ରେ ଘରୁ ବାହାରିଯାଇଥିଲେ ଅନୟ ପାଖକୁ |ସେଇଠି ଯାଇ ବୁଝା ବୁଝି କରିବାରୁ ଜଣାପଡିଲା ଯେ ବେଶୀ କ୍ଷତି ହୋଇନାହିଁ ଅନୟର ଆଉ ଗୋଟେ ଚାରିଚକିଆ ଗାଡି ସହ ବାଜି ତା ମୁଣ୍ଡ ଫାଟି ବହୁତ ରକ୍ତ ନିଗିଡି ଯାଇଥିଲା, ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇ ତାକୁ ଚକିତ୍ସା କରାଯାଇଥିଲା ଏବଂ କିଛି ଦିନ ବିଶ୍ରାମ ପାଇଁ ଡାକ୍ତର କହିଥିଲେ |ଘରକୁ ଫେରିବା ପରେ ମେଘା ସମସ୍ତ ଦାୟିତ୍ୱ ସହ ଅନୟଙ୍କ ଦାୟିତ୍ୱ ମଧ୍ୟ ତୁଲାଉଥାଏ, ଦିନ ରାତି ସେବା ଯତ୍ନରେ ଅନୟ ସମ୍ପୂର୍ଣ ସୁସ୍ଥ ହୋଇଯାଇଥିଲେ |ଏଇ ତ ନାରୀର ସଂଜ୍ଞା ନିଜ ଲୋକଙ୍କ ଖୁସି ପାଇଁ ସେ ସର୍ବସ୍ବ ହସି ହସି ତ୍ୟାଗ କରିଦେଇପାରେ |ହେଲେ ଏଠିପାଇଁ ଅନୟ କି ତା ଘର ଲୋକ ମେଘା ପ୍ରତି କୃତଜ୍ଞତା ହାସଲ କରିନାହାନ୍ତି |ମେଘା ସବୁ ପରେ ଟିକିଏ ଯାଇ ଖଟ ଉପରେ ପିନୁକୁ ପେଟ ଉପରେ ଶୁଆଇ ବିଶ୍ରାମ କରୁଥାଏ,ଅନୟ ଗାଡ଼ିଆରୁ ମାଛ ମାରି ଘରକୁ ଆଣିଥାନ୍ତି ସେହି ସମୟରେ ରମ୍ଭା ଦେଵୀ ମେଘାକୁ ଉଠାଇବା ବାହାନାରେ ମାଛ ଆସିଲା ମାଛ ଆସିଲା କହି ଏମିତି ଚିତ୍କାର କଲେ ଯେ ମେଘା ଚମକି ପଡି ପିନୁକୁ ତଳେ ପକେଇଦେଲା, ପିନୁ କାନ୍ଦି କାନ୍ଦି ରାହା ପାଉନ ଥାଏ ସେହି ଅବସ୍ଥାରେ ତା ନଣନ୍ଦ ତା ଠାରୁ ପିନୁକୁ ଛଡେଇ ନେଇ ମାଛ ରନ୍ଧା ବ୍ୟବସ୍ଥାରେ ଲଗେଇ ଦେଇଥିଲେ |ଏ ଘଟଣା ଥରେ ନୁହେଁ ଦୁଇ ତିନି ଥର ପୁନରାବୃତ୍ତି ହୋଇଛି, ସେହି ଡରରେ ମେଘା ପିନୁକୁ ଧରି ଶୋଇବାକୁ ଭୟ ପାଇଯାଏ |ତା ଭିତରେ ବହୁତ କିଛି ଖୋଜି ପାଇଛି ଆଉ ବହୁତ କିଛି ହରେଇଛି ମେଘା ଆଗରେ ଗୋଟି ଗୋଟି କରି ତିନି ନଣନ୍ଦଙ୍କ ବାହାଘର ହୋଇଛି ସକାଳୁ ସଞ୍ଜ ଯାଏଁ ନିଜ ଛୁଆକୁ ପକେଇ ଦେଇଛି ଗଧ ଭଳି ବାହାଘରରେ ଖଟିଛି, ଖାଲି କଣ ବାହାଘର ଝିଅ ଦେଖାଠୁ ଆରମ୍ଭ କରି କନ୍ୟା କରିବା ଯାଏଁ ସବୁଥିରେ ଖଟିଛି,ଏମିତିକି ନୂଆ ଶାଢ଼ୀ ଖଣ୍ଡେ ପିନ୍ଧି ଦେଇ ଯିବାକୁ କେହି ତାକୁ ଡାକି ଦେଇନାହାନ୍ତି, ଜିନିଷ ପତ୍ର କିଣା ବିକା ଠୁ ଆରମ୍ଭ କରି ସବୁ ଶରଧାରେ ସେ ସାଇତି ରଖିଥାଏ ନଣନ୍ଦ ମାନଙ୍କ ବାକ୍ସରେ କେହି ଯେମିତି ଶାଶୂ ଘରକୁ ଯାଇ ନିନ୍ଦା ନ ଶୁଣନ୍ତୁ, ଶାଶୁ ଘରେ ସମସ୍ତେ ଭଲରେ ଆଉ ଖୁସିରେ ରୁହନ୍ତୁ ବୋଲି ଇଷ୍ଟଦେବୀଙ୍କୁ ମୁଣ୍ଡିଆ ମାରୁଥାଏ |ବାପା ମା ସିନା ଝିଅ ମାନଙ୍କୁ ଜନ୍ମ ଦେଇଥିଲେ ହେଲେ ଅନୟ ନେଇଥିଲେ ବାପାଙ୍କ ଯାଗା ଆଉ ମେଘା ନେଇଥିଲା ମା ର ଯାଗା, ଜମିଖଣ୍ଡ ବିକ୍ରି କରି ଭଉଣୀ ବାହାଘର କରିଥିଲା ଅନୟ କଉ ଚିଜରେ ଅଭାବ କରିନି ସେ ଭୋଜି ଠୁ ଜିନିଷ ପତ୍ର ଦିଆନିଆରେ ଭଉଣୀମାନଙ୍କର ଅବହେଳା ହୋଇନି, ମନ ମାଗି ଜିନିଷ ଯୋଗେଇ ଦେଇଛି ଦିନ ରାତି ଖଟି ସଂଗ୍ରହ କରିଥିବା ଧନରେ |ଯିଏ ଏଠି ଗୋଟି ଗୋଟି କରି ସବୁ ତ୍ୟାଗ କରେ ଲୋକ ତାରି ବେଳକୁ ହିଁ ଆଖି ବୁଜିଦିଅନ୍ତି, ତାଙ୍କ ମହାନତା ଦେଖିବା ବଦଳରେ ଖାଲି ଦୋଷର କାଦୁଅ ମେଞ୍ଚା ମେଞ୍ଚା କରି ଫିଙ୍ଗନ୍ତି |ସେ ଯାହା ବି ହଉ ଅନୟ ଓ ମେଘା ନିଜ କର୍ତଵ୍ୟରୁ ଓହରି ଯାଇନାହାନ୍ତି ସବୁ ତୁଲାଇଛନ୍ତି ହେଲେ ବାକି ରହିଯାଇଛି ଭଲ ପୁଅ ବୋହୂର ପଦକ ନେବା ଟା ଯଉଟା ତାଙ୍କ ଭାଗ୍ୟରେ ଆଜି ଯାଏଁ ମଧ୍ୟ ଅର୍ଜନ କରିପାରିନାହାନ୍ତି |

        ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ମେଘା ସେହିଭଳି ଆଜି ବି ଦେଖାଯାଉଛି ଟିକିଏ ବି ପରିବର୍ତ୍ତନ ନାହିଁ ବୋଲି ବସି ଭାବୁଥାଏ ଅନୟ |ମେଘା ବ୍ୟତୀତ ସେ ଆଉ କାହାକୁ ବାହା ହୋଇଥିଲେ ହୁଏତ ଏ ପରିବାରଟା ଭାଙ୍ଗିଯାଇଥାନ୍ତା |କିନ୍ତୁ ତା ଏ ସୁନ୍ଦର ପାଠ ପଢ଼ା ଭବିଷ୍ୟତକୁ ଏ ଚୁଲି ନିଆଁରେ ସେ ସମର୍ପଣ କରିଦେଇଛି |ସେଥିପାଇଁ ବହୁତ ମାତ୍ରରେ ମୁଁ ନିଶ୍ଚୟ ଦାୟୀ, ହେଲେ ବାପା ମା ଙ୍କ ବିରୁଦ୍ଧରେ ଯାଇ ଠିଆ ହେବା ବି କେତେ ଦୂର ଠିକ ହୋଇଥାନ୍ତା |ଦୁଇ ନାଆର ନାଉରି ସାଜିଲେ ଏମିତି ମଝି ନଇରେ ହିଁ ଉବୁଟୁବୁ ହେବାକୁ ପଡିବ |ସୁଯୋଗତଃ ଆଜି ଘରେ କେହି ନାହାନ୍ତି, ସମସ୍ତେ ଆଉ ଗୋଟାଏ ଗାଁକୁ ବାହାଘରିଆ ଯାଇଛନ୍ତି, ଫେରିବାକୁ ଆହୁରି ଦିନେ ଆଜି ରାତିଟା ଘରେ କେବଳ ମେଘା ଆଉ ଅନୟ, ପିନୁକୁ ବି ବାପା ବୋଉ ସାଙ୍ଗରେ ନେଇଯାଇଛନ୍ତି |ମେଘା ଯେତେବେଳେ ଅନୟ ପାଇଁ ଖାଇବା ପରୋଷି ଦେଉଥିଲା ଅନୟ ତା ହାତ ଧରି ଅଟକାଇ ଦେଇଥିଲା ତାକୁ ତା ପାଖରେ ବସିବାକୁ ଇସାରା ଦେଇଥିଲା, ଥାଳିରୁ ମୁଠା ମୁଠା ଭାତ ଧରି ମେଘାକୁ ଗୁଣ୍ଡାଏ ଗୁଣ୍ଡାଏ ଖୁଆଇଦେଉଥାଏ ଆଉ ନିଜେ ମଧ୍ୟ ଖାଉଥାଏ |ଏମିତି ଗୋଟିଏ ଥାଳିରୁ ବଣ୍ଟା ବଣ୍ଟି ହୋଇ ସ୍ୱାମୀ ସ୍ତ୍ରୀ ଖାଇଲେ ଭଲପାଇବା ବଢେ ବୋଲି କଥା ଅଛି |ମେଘାର ଖୁସା ପାରିଥିବା ଚୁଟିକୁ ଅନୟ ଖୋଲିଦେଇଥିଲେ


-ଏ କଣ କରୁଛ ତମେ?


-ଚୁଟି ଗୁଡାକ ଖୋଲା ରହିବାକୁ ଦିଅ, ଦୟାକରି!


-ହେଲେ ରାତିରେ ଚୁଟି ଖୋଲନ୍ତିନି, ନହେଲେ ଦେବୀ ଆସିବେ |

_ଅନୟ ହୋ ହୋ ହୋଇ ହସିଥିଲେ, ଏତେ ସୁନ୍ଦର ଦେବୀଟେ ଘରେ ଥାଉ ଥାଉ ଆଉ କଉ ଦେବୀଙ୍କ ସାହସ ହେବନି ଆସିବାକୁ |


_ଅନୟର କପାଳରେ ମେଘା ଏକ ସ୍ନେହଭରା ପ୍ରେମର ରେଖା ଆଙ୍କି ଦେଇଥିଲା |ତାପରେ ରାତି ହୋଇଥିଲା ଘନ ଅନ୍ଧକାର ଆଉ ନିବିଡ |ସେ ନିବିଡତାରେ ହଜିଯାଇଥିଲେ ଅନୟ ଓ ମେଘା ପରସ୍ପରକୁ ଖୋଜିବାକୁ ଜଳେଇଥିଲେ ପ୍ରେମର ବତୀ ।


Rate this content
Log in

Similar oriya story from Drama