Sonali Garnayak

Drama

4  

Sonali Garnayak

Drama

ନୀରବତା -୫

ନୀରବତା -୫

6 mins
327


ସେଦିନ ଆଇ ଘର ମେଘାକୁ ଖାଇବାକୁ ନିମନ୍ତ୍ରଣ ଦେଇଛନ୍ତି |ସୁରମା କୁଆଡେ ପ୍ରଥମରୁ ଅଳସୁଆ ମନା, କାମ ତାଙ୍କ ଦେହରେ ପଡିଲେ ସୀତ ଦିନେ ଦେହରେ ଥଣ୍ଡା ପାଣି ପଡିଲେ ଯେମିତି ଦାନ୍ତ କୁ ଦାନ୍ତ ବାଜିଯାଏ ସେ ସେମିତି ଦାନ୍ତକୁ ଦାନ୍ତ ବଜାଇ ଦିଅନ୍ତି |ମେଘା ପହଂଚିବା ଦେଖି ସେ ନିଜକୁ ବଡ଼ ଉଷାସିଆ ମନେ କଲେ ଯାହା ହଉ ମଣିଷ ଏବେ ଟିକିଏ ମୁକ୍ତି ପାଇବ ଏ କାମ ରୁ? ସାଙ୍ଗେ ସାଙ୍ଗେ ପାଣି ଦେଇ ଅତିଥି ସତ୍କାର କରିବେ କଣ ତାକୁ ଲଦି ଦିଆଗଲା କାମର ବୋଝ |ନିଜ ଶାଶୂ ସୋଇଥିବା ମାନେ ଆଇଙ୍କ ଶୋଇବାର ସୁଯୋଗ ଉଠାଇ ମେଘାକୁ କାମ ହସ୍ତାନ୍ତର କରାଯାଇଥିଲା

 |ବିଚାର ମେଘା ଏବେ ସାତ ମାସର ଗର୍ଭବତୀ ଆଉ ଏ ଅବସ୍ଥାରେ ଟିକିଏ ଵି ହୁଏତ ସୁରମାର ବିବେକ ବାଧା ଦେଇନଥିଲା, ସଙ୍ଗେ ସଙ୍ଗେ ଶିଳରେ ବିରି ଚାଉଳ ବାଟିବାକୁ ବରାଦ କରିଦେଇଥିଲା ମୁଁହରେ ଏକ ତୀର୍ଯ୍ୟକ ଚାହାଣୀ ରଖି |ମେଘା ଘରେ ପାଦ ଦେଇଛି କି ନାହିଁ ତାକୁ କାମର ବରାଦ ଦିଆଗଲା, ସେ ମନେ ମନେ ଭାବିସାରିଥିଲା କାମ ହୁଏତ ତା ପିଛା କେବେ ଛାଡିବନି ଆଜୀବନ ତାକୁ ଏ କାମ ସହ ବନ୍ଧୁତା କରିବାକୁ ହିଁ ପଡିବ |ଏହାର କୌଣସି ଉତ୍ତର ନଦେଇ ମେଘା ଚୁପଚାପ ଯାଇ ବିରିଚାଉଳ ବାଟିବାକୁ ଲାଗିଲା, ସାତ ମାସର ଗର୍ଭ ସେଇଥିରେ ପୁଣି ଆଣ୍ଠେଇ ଆଣ୍ଠେଇ ଶିଳରେ ବାଟଣା ବହୁତ କଷ୍ଟ ଦାୟକ ହୋଇପଡୁଥାଏ |କୁହନ୍ତି ନା ନୀରୀମାଖିକୁ ଦଇବ ସାହା ଠିକ ଏହି ସମୟରେ ଆଇଙ୍କ ନିଦ ଭାଙ୍ଗିଯାଇଥିଲା ଆଉ ମେଘା କୁ ଏ ଅବସ୍ଥାରେ ଦେଖି ସେ ତ ରାଗରେ ଜର୍ଜରିତ ହୋଇଯାଇଥିଲେ ସଙ୍ଗେ ସଙ୍ଗେ ସୁରମା କୁ ଡାକି ଗୋଟେ ପରେ ଗୋଟେ ଚାର୍ଜ କରିବାକୁ ଲାଗିଲେ, ତମର କଣ ଏତିକି ବିବେକ ନାହିଁ, ଗର୍ଭବତୀ ଅବସ୍ଥାରେ ଛୁଆକୁ ଏଭଳି କଠିନ କାମ କରେଇଦେଉଛ, ଉଠିଲୁ ତୁ ମା ଉଠୁ…ତୋତେ କିଏ କହୁଛି ଏ ସବୁ କରିବାକୁ ତୋତେ ମୁଁ ଖାଇବାକୁ ଡାକିଛି, କାମ କରିବାକୁ ନୁହଁ |ଖିଆପିଆ କରି ସେଦିନ ସନ୍ଧ୍ୟାରେ ଫେରିଯାଇଥିଲେ ମେଘା ଓ ଅନୟ ନିଜ ଘରକୁ |ଘରେ ପହଁଞ୍ଚିଲା ବେଳକୁ ମେଘା ହାତ ପିଠିରେ ଏମିତି ଯନ୍ତ୍ରଣା ହେଲା ଯେ ଯାହା କି ତାକୁ ଅସହ୍ୟ ହୋଇପଡ଼ିଥିଲା, ଏତେ ଯନ୍ତ୍ରଣା ଯେ ଆଖ ପାଖ ସାହିର ଲୋକ ମନେ ଆସି ମାଲିସି କରୁଥାନ୍ତି ହେଲେ ମଧ୍ୟ ଯନ୍ତ୍ରଣା କମ ହେବାର ନାମ ହିଁ ନେଉଥାଏ, ସମସ୍ତେ ଆସିକି ମେଘା ଦେହ ସାଉଁଳି ଦେଉଥାନ୍ତି ହେଲେ ତା ଶାଶୂ ଥରୁଟେ ପାଇଁ ଵି ଡୁଙ୍ଗି ଦେଖି ଦେଇନାହାନ୍ତି, ଅନୟ ମଧ୍ୟ ତାଙ୍କ ଘର ଲୋକଙ୍କ ଡରରେ କିଛି କରିପାରୁନଥାନ୍ତି, ସେ ଵି ଜଣେ ଏ କଷ୍ଟ ଯନ୍ତ୍ରଣାର ଦର୍ଶକ ସାଜିଥିଲେ ନିଜ ଘର ଲୋକଙ୍କୁ ଭୟ କରି |ପଡିଶା ଘରୁ ଜଣେ ଦାଦା ଆସି ଅନୟକୁ କହିଥିଲେ -ଦେଖୁଛୁ କଣ ବୋକାଙ୍କ ପରି, ଯାଉନୁ ଡାକ୍ତର ଡାକିଆଣିବୁ? ହୁଏତ ଦାଦାଙ୍କ କଥା ଅନୟ ପାଇଁ ଗୋଟେ ଅଭୟ ସାଜିଗଲା, ସେଇଠୁ ସଙ୍ଗେ ସଙ୍ଗେ ତାଙ୍କ ସାନ ଭାଇକୁ କହିଥିଲେ ଡ଼କ୍ଟର ଡାକି ଆଣିବାକୁ,ଗାଡି ନେଇ ବାହାରି ଯାଇଥିଲା ଅମିନ ଗାଁ ମୁଣ୍ଡରୁ ଡାକ୍ତର ଆସି ମେଘା କୁ ଦେଖିଥିଲେ କିଛି କଷ୍ଟ ଉପଶମ ନିମନ୍ତେ ଇଞ୍ଜେକ୍ସନ ଆଉ ଟାବଲେଟ ଦେଇଥିଲେ ତା ସହ କହିଥିଲେ ଛୁଆ ବୟସରେ ଗର୍ଭବତୀ ହୋଇଥିବାରୁ ପୋଷଣର ଅଭାବ ଅଛି, ତେଣୁ ପୁଷ୍ଟିକର ଖାଇବା ଦେବେ, ହେଲେ ସେଇଠି ଡ଼କ୍ଟରଙ୍କ ଆଗରେ ତା ଶାଶୂ କହିଲେ ଆମେ ଵି ଆମ ସମୟରେ ଛୁଆ ଜନ୍ମ କରିଛୁ ହେଲେ ମୁଁ ତ କୌଣସି ପୃଷ୍ଟିକର ଖାଇବା ଖାଇନି ଏବେର ବୋହୂ ମାନଙ୍କୁ ଖାଲି ପୃଷ୍ଟିକର ଖାଇବା ଦରକାର ପଡୁଛି |ଟୋପା ଟୋପା ଲୁହ ଗୁଡାକ ଝରି ପଡୁଥାଏ ମେଘା ଆଖିରୁ, ମେଘାର କାହାଣୀଟା ହୁଏତ ଆଜି ଆଖି ଲୁଚାଇ କାନ୍ଦୁଛି |ତାପରେ କିଛି ଭିଟାମିନ ମେଡ଼ିସିନ ଡ଼କ୍ଟର କହିଥିଲେ ଅନୟଙ୍କୁ ମେଘାକୁ ସମୟ ଅନୁଯାୟୀ ଦେବାକୁ, ହେଲେ ତାଙ୍କ ମାଙ୍କ ଭୟରେ ସେ ମେଡ଼ିସିନ ଵି ଆଣିଦେଇନଥିଲେ!ସମୟ ବର୍ତ୍ତମାନ ଉପନୀତ ମେଘାର କଷ୍ଟ ଆରମ୍ଭ ହୋଇସାରିଛି, ସେ ତଳେ ପଡିଯାଇ ଗୋଡ଼ ହାତ ବାଡେଇ ଚିତ୍କାର କରୁଛି, ତରତର ହୋଈ ଅନୟ ଯାଇଥିଲେ ଗାଡିର ବ୍ୟବସ୍ଥା କରିବାକୁ, ସେହି ସମୟରେ ଗାଁରେ ଅଟୋର ହିଁ ସୁବିଧା ଥାଏ, ତା ସାହାଯ୍ୟରେ ହସ୍ପିଟାଲ ନେବାକୁ ବାହାରିଲେ ସାରା ରାସ୍ତା ଯେଉଁ ଧକଡ଼ ଚକଡ଼ ମେଘା କଷ୍ଟ ଆହୁରି ବଢିଯାଇଥିଲା, ଶେଷରେ ସବୁ ବାଧା ବିଗ୍ନକୁ ଅତିକ୍ରମ କରି ଅନୟ, ମେଘା ଆଉ ତା ଶାଶୂ ଯାଇ ଡାକ୍ତରଖାନାରେ ପହଂଚିଥିଲେ |କିଛି ସମୟ ପରେ ଭିତରୁ ଖବର ଆସିଲା ଅନୟ ପୁତ୍ର ସନ୍ତାନର ବାପା ହୋଇଛନ୍ତି |ଘର ଲୋକଙ୍କ ଖୁସିର ସୀମା ନଥାଏ ଜମିଦାରଙ୍କ ଘରେ ପୁତ୍ର ସନ୍ତାନର ଜନ୍ମ, ଯାହା ଅତ୍ୟନ୍ତ ଖୁସିର କଥା |ସମସ୍ତେ ପୁଅକୁ ଦେଖିବାକୁ ଭିତରକୁ ଯାଇଥିଲେ ସେହିସମୟରେ ମେଘା ଜନ୍ମ ଦେବା ଫଳରେ ତା ତଣ୍ଟି ଶୁଖିଯାଉଥାଏ ସେ ଅନୟକୁ ତିନି କି ଚାରିଥର ପାଣି ପାଇଁ ଆବେଦନ କରିଛି ହେଲେ ତାଙ୍କ ମା ଭୟରେ ସେ ନ ଶୁଣିଲା ପରି ହୋଇଛନ୍ତି, କିନ୍ତୁ ତାଙ୍କ ବଡ଼ ଭାଇ ଅଜୟ ବଜାରକୁ ଯାଇ ନୂଆ ବାଲ୍ଟି ଆଉ ମଗଟେ କିଣି ଆଣି ଡାକ୍ତରଖାନା ପାଖରେ ଥିବା ନଳକୂଅରୁ ପାଣି ଆଣିଦେଇଥିଲେ |ଏମିତି କି ଭୟ ଯେ ଜଣେ ଆତୁର ପାଣି ପାଇଁ ହାତ ଯୋଡୁଛି କଣ ଏତିକି କର୍ତଵ୍ୟ ନାହିଁ ସାମାନ୍ୟ ପାଣି ଟିକିଏ ବଢ଼େଇଦେବାକୁ ତାହେଲେ କାହିଁକି ସେ ହାତ ଧରି ବାହା ହୋଇଛି, ଖାଲି ଚାକରାଣୀ ଭଳି ସକାଳୁ ସଞ୍ଜ ଯାଏଁ ଖଟିବ, ପରିବାର ଲୋକଙ୍କୁ ମନ ଜାଣି ପରଷି ଦେବ…କିନ୍ତୁ ତା ସ୍ୱାମୀ ପାଖରେ ତାର କୌଣସି ଅଧିକାର ନାହିଁ!ଇଏ ହେଉଛି ଜମିଦାର ଘରର ନିୟମ !ଭଲରେ ଭଲରେ ପିଲା ଜନ୍ମ ହେଲା ମାନେ ନରମାଲ ବୋଲି ଡାକ୍ତରଖାନାରୁ ଶୀଘ୍ର ଚାଲିଯାଇଥିଲା ମେଘା ଘରକୁ, ତାକୁ ଆଉ ଗୋଟେ ଘର ଦିଆଗଲା ରହିବାକୁ ଯେଉଁଟା କି ଓଡ଼ିଆ ଘରର ନିୟମ ଏକୋଇଶି ଦିନ ପର୍ଯ୍ୟନ୍ତପ ମିଳିଗଲା ଘରର ଯାବତୀୟ କାମରୁ |ସେତିକ ଦିନ ତ କାଳେ ଛୁଆର ଦେହ ଖରାପ ହୋଇଯିବ ମେଘା କୁ କେବଳ ପଖାଳ ଭାତ କୁ ବାଇଗଣ ପୋଡା ଖାଇବାକୁ ମିଳେ, ବିଚାରକୁ ବହୁତ କିଛି ଖାଇବାକୁ ଇଚ୍ଛା ହୁଏ ହେଲେ ସେ ତା ଇଚ୍ଛାକୁ ମନ ଭିତରେ ଗୁଡେଇ ଟୁଡ଼େଇ ହେବାକୁ ଛାଡିଦିଏ, ସେ ଏକୋଇଶି ଦିନ ଭିତରେ ଥରୁଟେ ହେଲେ ଵି ଲାଜରେ ଅନୟ ତାଙ୍କ ଛୁଆକୁ ଦେଖିବାକୁ ଆସିନଥିଲେ |ଏନ୍ତୁଡ଼ିଶାଳରୁ ବାହାରିବା ପରେ ପୁଣି ସେ ଦୃଶ୍ୟର ପୁନରାବୃତ୍ତି, ଏଇଥର ଏତେ କାମ ଯେ ଛୁଆ ତା ଆଗରେ ରାହା ଦେଇ କାନ୍ଦୁଥିବ ହେଲେ ସେ ରୋଷେଇରୁ ଉଠି ଯାଇପାରେନି ତାକୁ କ୍ଷୀର ଖୁଆଇବାକୁ, ଘରେ ଏତେ ଲୋକ ଥାଇ କେହି ଥରେ ମଧ୍ୟ କହିଦିଅନ୍ତିନି ଯା ଛୁଆଟାକୁ ଟିକିଏ ଖାଇଦେବୁ!ତା ବଦଳରେ ତା ନଣନ୍ଦ ରାନୁ ତାକୁ ଆଙ୍ଗୁଠି ଚଟେଇ ଦେଇ ଶୋଇଦିଅନ୍ତି, ଅନ୍ୟମାନଙ୍କ କଥା ଛାଡ଼ ଏମିତି କି ମେଘା ଶାଶୂଙ୍କ ଦେହ କାଟୁନୁ ହୁଏନି, ମେଘା ସିନା ପର ଝିଅ ହେଲେ ନାତିଟା ତ ନିଜ ରକ୍ତର ତା ପାଇଁ ଵି ପଥର ହୃଦୟ |ମା ମନ ତ ଆକାଶଠୁ ବଡ଼, ସାଗର ଠୁ ଗଭୀର କେବଳ ନିଜ ଛୁଆ ନୁହଁ ସବୁ ଛୁଆଙ୍କୁ ନିଜର ଭାବି ପଣତକାନିରେ ଘୋଡାଇ ନିଏ |କିନ୍ତୁ ରମ୍ଭା ଦେବୀ ଯଉଠି ନିଜ ଛୁଆ ଭିତରେ ଅନ୍ତର କରନ୍ତି ସେ କଣ ଆଉ କାହା ଛୁଆକୁ ନିଜର କରିନେବେ |ହଁ ଅନୟ କୁ ଭାତ ବଢିଲା ବେଳେ ଖାଲି ଭାତ ଦେବେ ଆଉ ଜଗନକୁ ଭାତ ତଳେ ଘିଅ ଲୁଚେଇ ଦିଅନ୍ତି,ଆଉ ସବୁ ଝିଅ ମାନଙ୍କ ଠୁ ରାନୁ କୁ ଜୀବନ ଧନ କରନ୍ତି |ଏମିତି ହଉଛି ଜମିଦାର ଘରର ସ୍ନେହ, ପ୍ରେମ, ମମତା…. ବଡ଼ ଘର ବଡ଼ ଗୁମର କଥା ବାବୁ ଇଏ!!ଭିତରେ କଣ ହଉଛି ସବୁ ଜଣା ହେଲେ କଥାରେ ଅଛି ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ |ମେଘା ମନ ମାରି ବହୁତ କାନ୍ଦେ ଛୁଆଟା ଟିକିଏ କୋଳେଇ ନେଇପାରୁନି କି ମନ ଭରି ଛୁଆଟାକୁ କ୍ଷୀର ଦେଇପାରୁନି  ଶୁଖିକି କେମିତି ଦେଖାଗଲାଣି, ମା ମନଟା କେମିତି ସହିବ ଏ ସବୁ?

          ମେଘା ପୁଅର ନାମ ଦେଇଥିଲା ପିନୁ, ପିନୁ ଜନ୍ମ ହେବାର ଖବର ମେଘା ବାପା ଘରକୁ ଦେବାକୁ କାହାର ମନେ ନଥାଏ, ସେଇଠି ଖବର ପହଁଞ୍ଚିଲା ବେଳକୁ ପାଖପାଖି ସପ୍ତାହ ଖଣ୍ଡେ ହବ |ମେଘାର ବାପା ସେ କଥା ଶୁଣି ଚାଲିଆସିଥିଲେ ସୁଦୂର ଗାଁରୁ ମେଘା ଶାଶୂ ଘରକୁ ନାତି ପାଇଁ ମିଠା, ନୂଆ କପଡା ନେଇ ଚାଲିଆସିଥିଲେ |ହେଲେ ସେ ଯେଉଁ ଗାଡିଚାଳକ ସହ ଗାଡି ନେଇ ମେଘା ଘରକୁ ଆସନ୍ତି ତାର ପ୍ରଥମେ ଜାତି ପଚରାଯାଏଁ, ଯଦି ଜମିଦାର ସାଆନ୍ତ ଙ୍କ ଘର ଠାରୁ ଜାତିରେ ଛୋଟ ହୁଅନ୍ତି ତାହେଲେ ସେ ଗାଡିଚାଳକ ସହ ମେଘା ବାପାଙ୍କୁ ଦାଣ୍ଡ ଘରେ ଖାଇବାକୁ ଦିଆଯାଏ |କିନ୍ତୁ ସେ ଆଣିଥିବା ମିଠା ପେଟି ଏବଂ ଅନ୍ୟାନ୍ୟ ଜିନିଷ ସବୁ ଭିତରକୁ ଯାଏ, ସେଇଥିରେ ଦୋଷ ଲାଗେନି |ହେଲେ ସବୁଥର ବାହୁନା ଯାଏ ଏ ଗୁଡାକ କି ମିଠା!କିଛି ଵି ଭଲ ଲାଗୁନି ଏପଟେ ପୁଣି ଲୁଚେଇ ଲୁଚେଇ ମେଘା ଶାଶୂ ଖାଇଚାଲୁଥାନ୍ତି |ସେଇଥି ପାଇଁ ମେଘା ତା ବାପାକୁ ସବୁଥର ଚିଠି ଲେଖେ ବାପା ସବୁବେଳେ ଏଇ ଘର ଲୋକ କହୁଛନ୍ତି ମିଠା ଗୁଡାକ ଭଲ ଲାଗୁନି ତମେ ଭଲ ଯାଗାରୁ ଖୋଜି ଖୋଜି ଆଣ ଯେମିତି ମୋ ଶାଶୂଙ୍କୁ ପସନ୍ଦ ଆସିବ |ମେଘା ତା ବାପାଙ୍କ ପାଖକୁ ଚିଠି ଖଣ୍ଡକ ମଧ୍ୟ ଭାବି ଚିନ୍ତି ଲେଖେ, କାରଣ ପୋଷ୍ଟଅଫିସ ହେଉଛି ତା ଶଶୁରଙ୍କ ମାଲିକାନାରେ ସେଇଥିଲାଗି ତା ନଣନ୍ଦମାନେ ପ୍ରଥମେ ଚିଠି ଖୋଲି ପଢ଼ନ୍ତି ତାପରେ ସେ ଚିଠିବାକ୍ସରେ ପଡେ |ଭାଗ୍ୟବଶତଃ ସେଦିନ ମେଘା ବାପା ମଧ୍ୟ ଜମିଦାର ଘର ଠାରୁ ଟିକିଏ ତଳ ଜାତିର ଲୋକକୁ ନେଇ ଆସିଥିଲେ ନାତିକୁ ଦେଖିବାକୁ ହେଲେ ବିଚାର ଘରଭିତରକୁ ଯାଇପାରିଲେନି କି ତାଙ୍କ ନାତିକୁ ଭଲରେ ଦେଖିପାରିଲେନି |ସେଇଠୁ ମନ ଦୁଃଖରେ ଫେରିଯାଇଥିଲେ ମେଘାର ବାପା, ସବୁ ଭୁଲ ତ ତାଙ୍କର ସେ ଆଉ କହିବେ କାହାକୁ ଅଜାଗା ଘା ଦେଖେଇ ହୁଏନି କି ଦେଖି ହୁଏନି ଠିକ ମେଘା ବାପାଙ୍କ ଅବସ୍ଥା ସେମିତି |କାହାକୁ କହିବେ କଷ୍ଟ ନିଜ ଗୋଡ଼ରେ ତ ନିଜେ କୁରାଢ଼ୀ ମାରିଛନ୍ତି, ଏତେ ଭଲ ପାଠ ପଢ଼ୁଥିବା  ତା ସହ ରୂପରେ ଗୁଣରେ ତ କେଉଁଥିରେ କମି ନଥିବା ଝିଅକୁ ସେ ଟେକି ଦେଇଥିଲେ ଅପାଠୁଆଙ୍କ ଘରକୁ, ସେଇଠି କେବଳ ପଇସାର ମହତ୍ୱ ବୁଝାଯାଏ ସରସ୍ବତୀଙ୍କର ନୁହଁ |ନହେଲେ ଝିଅକୁ ରାଣୀ କରିବେ ବୋଲି କହିକି ନେଲେ ଆଉ ସେଇଠି ମୋ ପନ୍ଦର ବର୍ଷର ଛୁଆଟା କୁ ପୁରା ଚାକରାଣୀ ସଜେଇ ଦେଲେ ଟିକିଏ ଵି ହେଲେ କାହା ହୃଦୟକୁ ଛୁଆର କଷ୍ଟ ଦେଖାଯାଉନି |ସେ ଜଣେ ବଡ଼ ଅଫିସର ତାଙ୍କର ଛଅଟା ଛୁଆ ହେଲେ ମଧ୍ୟ କାହାକୁ ଉପାସ ରଖିନାହାନ୍ତି ଆଉ ମେଘାକୁ ସବୁ ଚିଜ ଗୋଡ଼ରୁ ମୁଣ୍ଡ ଯାଏ ଖଞ୍ଜି ଦେଇଛନ୍ତି, ହେଲେ ଆଜି ଦେଖ ଶାଶୂ ଘରେ ତାକୁ ମିଳେ ବାସୀ ପଖାଳ କୁ ପୁଡାପୁଡ଼ି ତରକାରୀ |ହେଲେ ଵି ଚୁପ ରହିବାର କାରଣ ସେ ଯାହା ଘରେ ବନ୍ଧୁ ବାନ୍ଧିଛନ୍ତି ମାନେ ମେଘା ଶାଶୂ ହେଉଛନ୍ତି ସମ୍ପର୍କରେ ତାଙ୍କ ଭଉଣୀ ଲାଗିବେ, ସେ ହେଲେ ମେଘା ବାପାଙ୍କ ମା ର ଝିଆରୀ!ଯେତେବେଳେ ଅନୟଙ୍କର ମେଘା ସହ ପ୍ରସ୍ତାବ ପଡିଥିଲା ତା ଜେଜେମା ତା ବାପାଙ୍କୁ ବହୁତ କରି ମନା କରିଥିଲା ସେଇଠି ଝିଅ ଜମା ଦେନି ହେଲେ ମେଘା ବାପା ଜମିଦାର ଘରର ଲୋଭରେ କନ୍ୟା ଦାନ କରିଦେଲେ, କେଉଁ ବାପା ଝିଅର ଅମଙ୍ଗଳ ଚାହେଁ ଭଲ ଘର ଭଲ ବର ଦେଖି ଝିଅକୁ ହାତରୁ ଦି ହାତ କରିଥିଲେ ହେଲେ ଫଳରେ ମିଳିଲା ଖାଲି ଲୁହ |ନିଜର ହୋଈ ଯଦି ନିଜ ଲୋକକୁ କଷ୍ଟ ଦେବ ତାହେଲେ କାହାକୁ ଦୁଃଖ ଜଣେଇବ |ତଥାପି ହାରିବନି ସେ ନିଶ୍ଚୟ ଜିତିବ ଭଗବାନ ତାକୁ ନିଶ୍ଚୟ ସାହା ହେବେ…ଏତିକି ହିଁ ଆଶୀର୍ବାଦ କରିପାରିବେ ତା ଛଡା ଆଉ କିଛି ନୁହଁ କହି ରୁମାଲରେ ଲୁହ ପୋଛି ପକେଇଥିଲେ |


Rate this content
Log in

Similar oriya story from Drama