Prasant Kumar Senapati

Others

5.0  

Prasant Kumar Senapati

Others

ସମ୍ପର୍କ

ସମ୍ପର୍କ

2 mins
14.4K


ନିଜ ରକ୍ତ ସମ୍ପର୍କ ଭାଇ ଥାଉ ଥାଉ ସୋସିଆଲ ମିଡିଆରେ କାହା ସହିତ ଏପରି ଭାଇ ସମ୍ପର୍କ ଯୋଡିବା କଣ ଆବଶ୍ୟକ ଥିଲା ?

ଭାଇ ପରି ଏକ ପବିତ୍ର ସମ୍ପର୍କ ଯୋଡିଛି, ପ୍ରେମିକ ନୁହଁ, ଅବନ୍ତିକା ବିରକ୍ତ ହୋଇ କହିଥିଲା ।

ତୁମେ ଜାଣିନାହଁ ଏ ସୋସିଆଲ ମିଡିଆର ଲୋକମାନଙ୍କୁ, ପ୍ରଥମେ ଭାଇ ଭଉଣୀ ସମ୍ପର୍କର ବାହାନାରେ ବିଶ୍ବାସ ଓ ଭାବନାର ଦ୍ବାହି ଦେଇ ଜୀବନ ନଷ୍ଟ କରିଦେବେ ।

ଦେଖ, ଯଦି ବିବାହ ସମାରୋହରେ ଯୋଗ ଦେବନାହିଁ, ତେବେ ନଦିଅ । କିନ୍ତୁ ଏପରି ଏକ ପୁର୍ଣ୍ଣ ବିଶ୍ବାସ ସମ୍ପର୍କରେ କଳଙ୍କ ଲଗାଅ ନାହିଁ । ହଁ, ଏହା ସତ ଯେ ସୋସିଆଲ ମିଡିଆରେ ବହୁତ କିଛି ନକଲି ଅଟେ, କିନ୍ତୁ ଅସଲି ନକଲି ପରଖିବା ଜ୍ଞ୍ୟାନ ମୋର ବି ଅଛି । ଅବନ୍ତିକା ନିଜର ମତ ରଖିଲା ।

ବିଚରା ଦୁଇମାସ ହେବ ଜିଦ୍ଦି କରି ଆସୁଛି "ଦିଦି ମୋ ବାହାଘରକୁ ଭାଇନାଙ୍କୁ ସାଙ୍ଗରେ ଆଣି ନିଶ୍ଚୟ ଆସିବ' । ଆମେ ନଗଲେ ତାକୁ କେତେ ଖରାପ ଲାଗିବ ସତେ ? ମୋ ଭାବନାର ମୂଲ୍ୟ ତ ଆପଣଙ୍କ ନିକଟରେ କିଛି ନାହିଁ, ଏତିକି କହିବା ପରେ ଅବନ୍ତିକା ଆଖିରୁ ଧାର ଧାର ଲୁହ ଝରୁଥିଲା ଓ ନିଜ ମନକୁ ଭୁଲାଇବା ପାଇଁ ବାଧ୍ୟତା ମୁଳକଃ ସେ ଘର କାମରେ ମନଦେଲା।

କିଛିଦିନ ପରେ ସ୍ବରାଜ କମ୍ପାନୀ କାମରେ ରାଉଲକେଲା ଯାଏ । ସେଠାରୁ ଖବର ମିଳିଲା କି ସ୍ବରାଜର ଗାଡି ଦୂର୍ଘଟଣା ହୋଇ ଯାଇଛି । ତତ୍କାଳ କାଳ ବିଳମ୍ବ ନକରି ଅବନ୍ତିକା ରାଉଲକେଲା ଅଭିମୁଖେ ବାହାରିଲା ।

ଯେଉଁ ଅଜଣା ବ୍ୟକ୍ତି ଠିକ୍ ସମୟରେ ସ୍ବରାଜକୁ ହସ୍ପିଟାଲରେ ଆଡ୍ମିସନ କରାଇଥିଲା, ସେ ଆଉ କେହି ନୁହଁ ଆଶିଷ । ସୋସିଆଲ ମିଡିଆର ସମ୍ପର୍କର ଭାଇ, ଯିଏ କି ପାଖ ବେଡ୍ ରେ ଶୋଇ ସ୍ବରାଜକୁ ରକ୍ତ ଦେଉଥାଏ ଓ ତାର ସ୍ତ୍ରୀ ଯାହା ହାତରୁ ଏପର୍ଯ୍ୟନ୍ତ ମେହେନ୍ଦୀର ଦାଗ ଲିଭିନାହିଁ, ଏକାଗ୍ରତାର ସହିତ ସ୍ବରାଜର ସେବା କରୁଥାଏ ।

ମୋତେ କ୍ଷମା କରିଦେ ଆଶିଷ, ମୁଁ ମୋ କଥା ରଖି ପାରିଲିନି । କିନ୍ତୁ ତୁ ରକ୍ତ ସମ୍ପର୍କର ଭାଇ ନହେଲେ ମଧ୍ୟ ନିଜ ରକ୍ତ ଦେଇ ମୋ ସଂଙ୍ଖା ସିନ୍ଦୁରକୁ ମୃତ୍ୟୁ ମୁହଁରୁ ଫେରାଇ ଆଣିଛୁ ।

ନାହିଁ ଦିଦି, ଆପଣ କ୍ଷମା ମାଗି ଲଜ୍ଜିତ କରାନ୍ତୁ ନାହିଁ । ମୁଁ ଜନ୍ମରୁ ମାଆ ଓ ବାପାଙ୍କୁ ହରାଇଛି । ଭାଇ ଭଉଣୀ ସମ୍ପର୍କ କଣ ଜାଣିନାହିଁ । ତଥାପି ତୁମକୁ ସୋସିଆଲ ମିଡିଆରେ ଦେଖିବା ମାତ୍ରେ ମୋ ମଥା ଆପେ ଆପେ ତୁମ ପ୍ରତି ଭକ୍ତିପୂତ ନଇଁଗଲା ଓ ସେଦିନ ଠାରୁ ତୁମକୁ ମୁଁ ମୋ ଦିଦି ଆସନରେ ବସାଇ ରଖିଛି । ବଡ ଭଉଣୀ ମା ସମାନ, କ୍ଷମା ମାଗି ମୋତେ ଛୋଟ କରି ଦିଅନି । କେବଳ ତୁମ ଚରଣରେ ଟିକିଏ ଯାଗା ଦିଅ, ଆଶିଷ ଓ ତାର ସ୍ତ୍ରୀ ଦୁହେଁ ଅବନ୍ତିକାର ପାଦ ଛୁଇଁ ଆଶିର୍ବାଦ ଭିକ୍ଷା କରୁଥିଲେ ।

ସେପାଖେ ସ୍ବରାଜ ଆଖିରୁ ପଶ୍ଚାତ୍ତାପର ଲୁହ ଝରୁଥିଲା ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in