Prasant Kumar Senapati

Classics

3  

Prasant Kumar Senapati

Classics

ବିକ୍ରମ ବେତାଳ-୦୮

ବିକ୍ରମ ବେତାଳ-୦୮

3 mins
14.1K


ପିଣ୍ଡ ଦାନର ଅଧିକାରୀ କିଏ ?

ବକ୍ରଲୋକ ନାମକ ଏକ ନଗରରେ ରାଜା ସୂର୍ଯ୍ୟପ୍ରଭ ରାଜୁତି କରୁଥିଲେ । ରାଜା ନିସନ୍ତାନ ଥିଲେ । ସେହି ନଗରୀରେ ଧନପାଳ ନାମକ ଜଣେ ସାହୁକାର ରହୁଥିଲା । ସାହୁକାର'ର ସ୍ତ୍ରୀ ନାମ ହିରଣ୍ୟବତୀ ଓ ଏକମାତ୍ର କନ୍ୟାର ନାମ ଧନବତୀ ଥିଲା । ଧନବତୀ ଯୌବନରେ ପଦାର୍ପଣ କରିବା ସମୟରେ ଧନପାଳର ମୃତ୍ୟୁ ହେଲା । ସାହୁକାରର ମୃତ୍ୟୁ ପରେ ବନ୍ଧୁ ସହୋଦର ସମସ୍ତ ଧନ ସମ୍ପତ୍ତିକୁ ନିଜ ଅକ୍ତିଆର ନେଇ ମା ଓ ଝିଅକୁ ଘରୁ ତଡିଦେଲେ । ହିରଣ୍ୟବତୀ ନିଜ ଝିଅକୁ ସାଥିରେ ନେଇ ମଧ୍ୟରାତ୍ରିରେ ନଗର ଅନ୍ୟ ଏକ ରାଜ୍ୟକୁ ବାହାରି ଗଲା । ରାସ୍ତାରେ ଏକ ଚୋରକୁ ଶୂଳି ଚଢା ଯାଇଥିବାର ମିଳିଲା, କିନ୍ତୁ ଚୋର'ର ଶରୀରରେ ଏବେ ବି ଜୀବନ ଥାଏ । ଚୋର ହିରଣ୍ୟବତୀକୁ ଦେଖି ନିଜ ପରିଚୟ ଦେଇ କହିଲା "ମୁଁ ତୁମକୁ ଲକ୍ଷାଧୀକ ସ୍ବର୍ଣ୍ଣମୁଦ୍ରା ଦେବି ।' ତୁମେ ତୁମ ଝିଅ ଧନବତୀ ସହିତ ମୋର ବିବାହ କରାଇ ଦିଅ ।

ହିରଣ୍ୟବତୀ ପଚାରିଲା ତୁମକୁ ମୃତ୍ୟୁଦଣ୍ଡ ଦିଆଯାଇଛି, ପୁଣି ବିବାହ କାହିଁକି କରିବ ?

ଚୋର ଉତ୍ତର ଦେଲା ମୋର କେହି ସନ୍ତାନ ନାହାନ୍ତି । ନିସନ୍ତାନକୁ ସଦଗତି ପ୍ରାପ୍ତ ହୁଏନାହିଁ । ଯଦି ମୋ ଆଜ୍ଞାରେ ଅନ୍ୟ କାହା ସହିତ ସମ୍ପର୍କ ରଖି ଧନବତୀ ଗର୍ଭବତି ହେବେ ପରେ ପୁତ୍ର ସନ୍ତାନ ଜନ୍ମ ହୁଏ, ତେବେ ମୋତେ ସଦଗତି ପ୍ରାପ୍ତ ହେବ ।

ହିରଣ୍ୟବତୀ ଲୋଭର ଶୀକାର ହୋଇ ଚୋରର କଥାରେ ରାଜି ହୋଇଗଲା ଓ ଧନବତୀକୁ ଚୋର ସହିତ ବିବାହ ଦେଲା । ନିକଟରେ ଥିବା ଏକ ଅଶ୍ବତ୍ଥ ବୃକ୍ଷ ତଳେ ଲକ୍ଷାଧୀକ ସ୍ବର୍ଣ୍ଣମୁଦ୍ରା ମୁଁ ଲୁଚାଇ ରଖିଛି, ସେଠାରୁ ନେଇଯିବ ଓ ମୋର ମୃତ୍ୟୁ ହେବା ପରେ କ୍ରିୟାକର୍ମ ସାରି ନିଜ ନଗରକୁ ଫେରିଯିବ ଚୋର କହିିଲା ।

କିଛି ସମୟ ପରେ ଚୋର ମରିଗଲା ଓ ମାଆ ଝିଅ ଚୋରର କ୍ରିୟାକର୍ମ କରି ଓ ଅଶ୍ବତ୍ଥ ବୃକ୍ଷ ତଳୁ ସମସ୍ତ ସ୍ବର୍ଣ୍ଣମୁଦ୍ରା ନେଇ ନିଜ ନଗରକୁ ଫେରିଗଲେ ।

ସେହି ନଗରରେ ବସୁଦତ୍ତ ନାମକ ଜଣେ ଗୁରୁ ବସବାସ କରୁଥିଲେ, ଯାହାଙ୍କର ମନସ୍ବାମୀ ନାମରେ ଜଣେ ଶିଷ୍ୟ ଥିଲେ । ସେ ଶିଷ୍ୟ ଏକ ବେଶ୍ୟାକୁ ପ୍ରେମ କରୁଥିଲା ଓ ବେଶ୍ୟା ଶିଷ୍ୟ ନିକଟରେ ପ୍ରେମ ପାଇଁ ହଜାରେ ସ୍ବର୍ଣ୍ଣମୁଦ୍ରା ଦାବୀ କରୁଥିଲା । ଶିଷ୍ୟ ବା ହଜାରେ ସ୍ବର୍ଣ୍ଣମୁଦ୍ରା କେଊଁଠୁ ଆଣିବ ? ସଂଯୋଗବଶତଃ ଧନବତୀ ମନସ୍ବାମୀକୁ ଦେଖି ତା ପ୍ରତି ଆକୃଷ୍ଟ ହୋଇ ଗୋଟିଏ ରାତି ପାଇଁ ଜୀବନସାଥି ରୁପେ ଆଶା କଲା । ତେଣୁ ସେ ଏକ ଦାସିକୁ ମନସ୍ବାମୀ ନିକଟକୁ ପଠାଇ ନିଜ ମନର କଥା ଜଣାଇଲା । ମନସ୍ବାମୀ କହିଲା ଯଦି ମୋତେ ହଜାରେ ସ୍ବର୍ଣ୍ଣମୁଦ୍ରା ମିଳିବ, ତେବେ ମୁଁ ଗୋଟିଏ ରାତି ପାଇଁ ଧନବତୀର ହେବି ।

ଧନବତୀ ରାଜି ହୋଇଗଲା ଓ ସେ ମନସ୍ବାମୀକୁ ହଜାରେ ସ୍ବର୍ଣ୍ଣମୁଦ୍ରା ଦେଇ ଗୋଟିଏ ରାତି ପାଇଁ ନିଜର କରିନେଲା । ପରେ ଧନବତୀ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଲା । ସେହି ରାତି ଭୋଳା ମହେଶ୍ବର ସ୍ବପ୍ନରେ ଦର୍ଶନ ଦେଇ କହିଲେ "ତୁମେ ଏହି ବାଳକକୁ ରାଜମହଲର ଦ୍ବାର ନିକଟରେ ଦଶ ହଜାର ସ୍ବର୍ଣ୍ଣମୁଦ୍ରା ସହିତ ରଖିଆସ' ।

ମାଆ ଓ ଝିଅ ଭୋଳା ମହେଶ୍ବରଙ୍କ ସ୍ବପ୍ନରେ କହିବା ଅନୁଯାୟୀ ଦଶ ହଜାର ସ୍ବର୍ଣ୍ଣମୁଦ୍ରା ସହିତ ବାଳକକୁ ରାଜମହଲ ବାହାରେ ରଖି ଆସିଲେ । ସେପାଖେ ଭୋଳା ମହେଶ୍ବର ରାଜା ସୂର୍ଯ୍ୟପ୍ରଭଙ୍କ ସ୍ବପ୍ନରେ ଆସି କହିଲେ ରାଜମହଲ ଦ୍ବାରରେ କେହି ଦଶହଜାର ସ୍ବର୍ଣ୍ଣମୁଦ୍ରା ସହିତ ଏକ ବାଳକକୁ ଛାଡି ଯାଇଛି, ତୁମେ ସେ ବାଳକକୁ ଗ୍ରହଣ କର ।

ରାଜା ଏକ ଦାଶକୁ ଡକାଇ ରାଜମହଲ ବାହାରେ ଥିବା ବାଳକ ଓ ସ୍ବର୍ଣ୍ଣମୁଦ୍ରା ମଗାଇ ଆଣିଲେ । ରାଜା ବାଳକର ନାମ ଚନ୍ଦ୍ରପ୍ରଭ ରଖିଲେ । ଚନ୍ଦ୍ରପ୍ରଭ ଯୁବକ ଅବସ୍ଥାରେ ପାଦ ରଖିବା ମାତ୍ରେ ରାଜା ରାଜ୍ୟଭାର ତା ହାତରେ ସମର୍ପଣ କରି କାଶି ଅଭିମୁଖେ ତୀର୍ଥ କରିବା ପାଇଁ ବାହାରି ଗଲେ ଓ କିଛିଦିନ ପରେ କାଶି ଠାରେ ପ୍ରାଣତ୍ୟାଗ କଲେ ।

କିଛିବର୍ଷ ପରେ ପିତାଙ୍କ ଋଣ ସୁଝିବା ପାଇଁ ଚନ୍ଦ୍ରପ୍ରଭ ତୀର୍ଥ ଯାତ୍ରା କଲା । ଅନେକ ତୀର୍ଥସ୍ଥାନ ଦର୍ଶନ କରିବା ପରେ ସେ ଗୟାକୂପରେ ପହଞ୍ଚିିଲା ଓ ସେଠାରେ ପିଣ୍ଡଦାନ କଲା । ଚନ୍ଦ୍ରପ୍ରଭ ପିଣ୍ଡଦାନ କରିବା ସମୟରେ ଗୟାକୂପରେ ତିନୋଟି ହାତ ଏକା ସାଥିରେ ପିଣ୍ଡ ନେବା ଉଦ୍ଦେଶ୍ୟରେ ଦୃଶ୍ୟ ହେଲେ । ସେ ଚକିତ ହୋଇ ବ୍ରାହ୍ମଣକୁ ପଚାରିଲା ମୁଁ ପିଣ୍ଡ କେଉଁ ହାତକୁ ବଢାଇବି ?

ବ୍ରାହ୍ମଣ କହିଲା ଲୁହାର ଚାବି ଧରିଥିବା ହାତଟି ଚୋରର, ଧର୍ମଗ୍ରନ୍ଥ ଧରିଥିବା ହାତଟି ଏକ ବ୍ରାହ୍ମଣର(ଶିଷ୍ୟ) ଓ ତଲଓ୍ବାର ଧରିଥିବା ହାତଟି ରାଜାଙ୍କର । ଆପଣ ନିଶ୍ଚିତ କରନ୍ତୁ ପିଣ୍ଡ କାହାକୁ ଦେବେ ।

ଏତିକି କହି ବେତାଳ ପଚାରିଲା "ହେ ରାଜନ ତୁମେ କୁହ ଚନ୍ଦ୍ରପ୍ରଭ କାହାକୁ ପିଣ୍ଡ ଦେବ ?'

ରାଜା ବିକ୍ରମ କହିଲେ ଚନ୍ଦ୍ରପ୍ରଭ ଚୋରକୁ ପିଣ୍ଡ ଦେବା ଯୁକ୍ତିଯୁକ୍ତ । କାହିଁକି ନା ସେ ଚୋର'ର ସନ୍ତାନ ଅଟେ । ଚୋର ଆଜ୍ଞ୍ୟା ପାଇ ଧନବତୀ ବ୍ରାହ୍ମଣ ଶିଷ୍ୟ ମନସ୍ବାମୀ ସହିତ ଏକ ରାତି ପାଇଁ ସମ୍ପର୍କ ଗଢିଥିଲା । ଚନ୍ଦ୍ରପ୍ରଭ ମନସ୍ବାମୀର ପୁତ୍ର ନୁହେଁ ଏହାର କାରଣ ସେ ହଜାରେ ସ୍ବର୍ଣ୍ଣମୁଦ୍ରା ବଦଳରେ ଗୋଟିଏ ରାତି ପାଇଁ କିଣା ହୋଇଥିଲା ଓ ତାର ମନରେ ଧନବତୀ ପ୍ରତି କୌଣସି ପ୍ରେମ ଭାବନା ବି ନଥିଲା । ରାଜା ବି ଚନ୍ଦ୍ରପ୍ରଭର ପିତା ନୁହନ୍ତି କାରଣ ବାଳକର ପାଳନପୋଷଣ ପାଇଁ ଦଶହଜାର ସ୍ବର୍ଣ୍ଣମୁଦ୍ରା ତାଙ୍କୁ ମିଳିଥିଲା । ଯେହେତୁ ଏକମାତ୍ର ଚୋର ଧନବତୀ ସହିତ ବିବାହ କରିଥିଲା, ଚନ୍ଦ୍ରପ୍ରଭର ପିତା ସେ ଅଟନ୍ତି ଓ ସେ ପ୍ରକୃତରେ ପିଣ୍ଡଦାନର ଅଧିକାରୀ ।

ରାଜା ପୂର୍ବ ସର୍ତ୍ତାନୁଯାୟୀ ମୌନତା ଭଙ୍ଗ କରିବା ମାତ୍ରେ ପୁନଶ୍ଚ ବେତାଳ ତାଙ୍କ କାନ୍ଧରୁ ଚାଲିଯାଇ ଅଗନା ଅଗନି ବନସ୍ତର ଏକ ବୃକ୍ଷରେ ଝୁଲି ପଡିଲା ।

©

ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Classics