STORYMIRROR

Satyabati Swain

Inspirational

4  

Satyabati Swain

Inspirational

ତୁମର ତୁଳନା ନାହିଁ

ତୁମର ତୁଳନା ନାହିଁ

3 mins
337

ପୂର୍ବତନ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା !

ପବନ ବୁକୁ ଚିରି ଏ ଛାଞ୍ଚଲ୍ୟ କର ଖବରଟି ଭାରତର କୋଣେନୁଣେ ଉଡ଼ି ବୁଲୁଥିଲା।

ପ୍ରତିଟି ହିନ୍ଦୀ,ଇଂରାଜୀ ଓ ଓଡ଼ିଆ ଖବର କାଗଜ ଏବଂ ବିଭିନ୍ନ ଟିଭି ଚ୍ୟାନେଲର ମୁଖ୍ୟ ଓ ଦମଦାର ଖବର ହୋଇଥିଲା ପୂର୍ବତନ ପ୍ରେମିକାକୁ ଗୁଳି କରି ନିର୍ମମ ଭାବେ ହତ୍ୟା ।

ଆକ୍ରୋଶ ରଖି ଏମ୍ପ୍ଲଇ ଅଫ୍ ଦ ଇଅର୍ ଜଣେ ସୁଦକ୍ଷ ଚାଟାର୍ଡ ଆକାଂଣ୍ଟାଡ଼ ଏତେ ତଳକୁ ଖସି ଯାଇ ପାରନ୍ତି ! ଏଇ ନିକଟରେ ଖୁବ ଅଳ୍ପ ଦିନ ତଳେ ବିବାହିତ ପ୍ରେମିକ। ପୁରୁଣା ପ୍ରେମିକା ଉପରେ ପୁଣି ଲୋଭ। ପ୍ରେମିକାକୁ ନିଜେ ରହୁଥିବା ଏକ ହୋଟେଲରେ ଏକାକୀ ଦେଖି ତାଙ୍କ ଭାଇଙ୍କ ରୁମରେ ଜୋର ଜବରଦସ୍ତ ଭୋଗ କରିବାକୁ ଉଦ୍ୟତ । ପ୍ରତିରୋଧ କରିବାରୁ ଗୁଳି କରି ପ୍ରେମିକାକୁ ନିର୍ମମ ଭାବେ ଗୁଳି କରି ଚିର ଦିନ ଶୁଆଇ ଦେଇଛନ୍ତି ଲମ୍ପଟ ପୁରୁଷ ଟି ! କି ସମୟ ହେଲା ! 

ସମୀର ବାପା ଇନ୍ଦ୍ର ମହାନ୍ତି ସମାଜରେ ଏପରି ଚଡକ ପଡିବା ଖବର ଶୁଣି ଖୁବ ବିଚଳିତ। ଯଦିଓ ସେ ତାକୁ ଘରୁ ତଡି ଦେଇଛନ୍ତି ତେବେ ବି ସେ ତାଙ୍କ ପୁଅ ନା। ବାପା ହୃଦୟ ପୁଅ ପାଇଁ କାନ୍ଦି ଉଠିଲା। ସେ ରାଗରେ ସିନା ସମୀରଙ୍କୁ ନିଜ ଏରୁଣ୍ଡି ଡିଆଇଁ ଦେଇ ନଥିଲେ। କିନ୍ତୁ ସମୀର ଚିଠି ପଢିଲା ପରେ ଖୁବ ଭାଙ୍ଗି ପଡ଼ିଥିଲେ । ମନ ଭିତରେ ସେ ପୁଅକୁ ଝୁରି ହେଉଥିଲେ। ସେ ଜାଣନ୍ତି ତାଙ୍କ ପୁଅ ଖରାପ କାମ କଲା ପରି ପୁଅ ନୁହେଁ। ୟା ବୋଲି ଜଣେ ଗଣ ଧର୍ଷିତା କୁ ବାହା ହେବା ସେ ସହନ୍ତେ କେମିତି ! ପରେ କିନ୍ତୁ ବଡ଼ ପୁଅ ଦୋଷର ପ୍ରାଯଶ୍ଚିତ ସାନ ପୁଅ କରୁଛି ଭାବି ଆମସ୍ତି ଲାଗୁଥିଲା। ମନକୁ ବୁଝେଇ ପୁଅକୁ କ୍ଷମା କରିଦେବାକୁ ବସିଲା ବେଳକୁ ଏ କି ଖବର ତାଙ୍କ ଚାରି ପାଖେ ଘୁରି ବୁଲୁଛି !

 ପାଖ ଦୂର ସମ୍ପର୍କୀୟ ଘନ ଘନ ଫୋନ୍ କରି ଏକଥାର ସତ୍ୟା ସତ୍ୟ ପଚାରି ଅଥୟ କରି ଦେଉଥିଲେ । କେହି କହୁଥିଲା ମହାନ୍ତି ଘର ବଡ଼ ପୁଅଟି ତ ନଷ୍ଟ ହୋଇଥିଲା ଶେଷରେ ସାନ ଟି ବି ବାପା ନାକ କାଟିଥିଲା ଗଣ ଧର୍ଷିତାଟିଏ ବାହା ହୋଇ। ଏବେ ପୁଣି ପ୍ରେମିକାକୁ ହତ୍ୟା ! ହଁ ଏଗୁଡ଼ାକ ଗୋଟିଏରେ କେଉଁଠି ସନ୍ତୁଷ୍ଟ ହେବେ ! ଲମ୍ପଟ ଗୁଡାକ। ଯାହା ହେଉ ମହାନ୍ତିଏ ଦୁଇ ପୁଅ ଜନ୍ମ କରିଛନ୍ତି ବୋଲି ଗର୍ବ କରୁଥିଲେ । ହେଲେ ଏପରି କୁଳବାଳୁଙ୍ଗା ପୁଅ ଜନ୍ମ କରିବା ଅପେକ୍ଷା ନିଃସନ୍ତାନ ହେବା କୋଟି ଗୁଣେ ଭଲ।

 କେହି ବି କହୁଥିଲେ ବ୍ରହ୍ମା ମହାନ୍ତି ନିଶ ମୋଡି କହୁଥିଲେ ମୋ ପୁଅ ଇନ୍ଦ୍ର ଓ ମୋ ନାତି ପବିତ୍ର ଓ ସମୀର କୋଟିଏରେ ଗୋଟିଏ । ତାଛଲ୍ୟ କରି ଅନ୍ୟମାନେ ଏହାର ଉତ୍ତରରେ କହୁଥିଲେ ସତ କଥାଟି ତ ବ୍ରହ୍ମା ମହାନ୍ତି କହୁଥିଲେ। ଏପରି ଗାଁ ,ଭୂଇଁ ,ବାପା ନାଁ ଢ଼ି ଢ଼ି କରି ପକାଉଥିବା ପିଲା ସତରେ କୋଟିରେ ହିଁ ଗୋଟିଏ ଜନ୍ମ ନେଇଥାନ୍ତି । 

 ଏସବୁ ଶୁଣି ଇନ୍ଦ୍ର ମହାନ୍ତି କି ଆଉ ସହ୍ୟ କରି ପାରନ୍ତି। ଘଡ଼ ଘଡି ପରି ରଡି ଛାଡି କହିଲେ, ଏ ସମସ୍ତ ଖବର ମିଛ। ମୁଁ ମୋ ପୁଅକୁ ଜାଣେ । ସେ ସୁନା ମୁଣ୍ଡା ଖଣ୍ଡେ। ମଣିଷ ତ ଛାଡ଼ ପିମ୍ପୁଡିଏ ମାରିବା ବି ତା ଦେଇ ହେବନି। ହଁ ହଁ ମୁଁ ମୋ ପୁଅକୁ ଜାଣେ। ସେ କେବେ ମଣିଷ ମାରି ନଥିବ। ଏ ସମାଜର ଅପରାଧୀଙ୍କ ଅପରାଧ ପାଇଁ ଯେ ନୀଳ କଣ୍ଠ ସାଜି ପାରେ, ଜଣେ ଗଣ ଧର୍ଷିତା ମୁହଁରେ ହସ ଦେବା ପାଇଁ ତାକୁ ଖୁସି ଖୁସି ଜୀବନ ସାଥୀ କରି ପାରେ ସେ ମଣିଷ ମାରିବ ! ନା ଏହାକୁ ମୁଁ ଭୁଲ୍ ପ୍ରମାଣିତ କରି ଦେଖାଇବି ନିଶ୍ଚିତ ।

ଶଚି ଦେବୀ ସମୀରର ମାଆ ଇନ୍ଦ୍ର ମହାନ୍ତିଙ୍କ ଏପରି ରୂପ ଓ କଥା ଶୁଣି ଯେତିକି ଚିକିତ ହେଲେ ସେତିକି ଅବିଶ୍ୱାସ କଲେ ବି।

ସେ ବିଶ୍ୱାସ କଲେନି ଯେ ଏଇ ତାଙ୍କ ସ୍ବାମୀ ଯାହାଙ୍କ ସହ ଦୀର୍ଘ ଚାଳିଶ ବର୍ଷ ହେବ ସେ ଜୀଇଁ ଆସୁଥିଲେ ! ଏଇ ଏଇ କିଛି ଦିନ ତଳେ ସମୀକୁ ଘରୁ ତଡି ଦେଇଛନ୍ତି କି କି କଟୁ କଥା କହି ! ସମୀକୁ ସମର୍ଥନ କଲି ବୋଲି ମୋ ସହ କଥା ବାର୍ତ୍ତା ବନ୍ଦ କରି ଦେଇଛନ୍ତି । ମୋ ହାତରୁ ଖାଦ୍ୟ ବି ଗ୍ରହଣ କରୁ ନାହାନ୍ତି । ସମୀକୁ ତେଜ୍ୟ ପୁତ୍ର କରିବେ କହୁଥିଲେ ଆଜି ଏ କଣ କହୁଛିନ୍ତି !

ତେବେ କଣ ଇନ୍ଦ୍ର ମହାନ୍ତିଙ୍କୁ ଚିହ୍ନିବାରେ ତାଙ୍କର ଭୁଲ୍ ହୋଇ ଯାଇଛି !

ହଁ ଭୁଲ୍ ନିଶ୍ଚିତ ହୋଇଛି ଶଚି।

ହଡ଼ବଡେଇ ଯାଇ ଶଚି ବିସ୍ମୟରେ ଅପଲକ ନୟନରେ ଇନ୍ଦ୍ରଙ୍କ ମୁହଁକୁ ଚାହିଁ ଲୁହ କେଇ ଟୋପା ଝାରି ଦେଲେ।

ସରି ବାବା ମୋର ଭୁଲ୍ ହୋଇ ଯାଇଛି ତୁମ ସହ କଥା ନ ହୋଇ । ଡେରି ନ କରି ବାହାରି ପଡ଼ ଯିବା।

ଯିବା ! କୁଆଡ଼େ !

କେତେ ପଚାରୁଛ ଜାଣିବନି ବଳେ। ଶୀଘ୍ର ବାହାର। ସମୟ ହାତରେ ବହୁତ କମ୍।

ସମୟ !କମ୍ ! କଣ ଏମିତି ଇନ୍ଦ୍ର କହୁଛନ୍ତି ଯେ !

ଆମ ପୁଅକୁ ମୁକୁଳେଇବା ପାଇଁ। ମୁଁ ଜାଣିଛି ମୋ ପୁଅ ନିର୍ଦ୍ଦୋଶ । ହୋଟେଲ ସି ସି ଟିଭି କ୍ୟାମେରା କହୁଛି ସମୀର ଅପରାଧୀ ନୁହେଁ।

 ବିସ୍ମୟ ହୋଇ ତାଙ୍କ ମୁହଁକୁ ଟିକେ ଚାହଁ ହସିଦେଲି। ଏଇ ମଣିଷଟି ମୋ ଜୀବନ ସାଥୀ ! କେତେ ଭଲ । କିନ୍ତୁ ମୁଁ ଭାବୁଥିଲି କଣ ! ହେ ଈଶ୍ୱର କ୍ଷମା କରିଦେବ ଏ ଅବିଶ୍ଵାସୀ ପତ୍ନୀକୁ। ଇନ୍ଦ୍ର ତୁମେ ସତରେ ରାଜା। ମୋ ମନର ,ସଂସାରର ଏବଂ ବିଚାରର।


Satyabati swain, Balikuda, Jagat singhpur


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational