STORYMIRROR

Satyabati Swain

Romance

4.2  

Satyabati Swain

Romance

ନିଃଶବ୍ଦ ଚହଳ

ନିଃଶବ୍ଦ ଚହଳ

3 mins
276

ଏମିତି ହସୁଛ ଯେ !

  ଭାବୁଛ କି ଗୋଟେ ମିଛ ସ୍ୱପ୍ନର ଅପମୃତ୍ୟୁ ହେବ ! ମୃଗତୃଷ୍ନା ପଛେ ଗୋଡାଉଛି ? ମୋ ମନ କହୁଛି ଦିନେ ନା ଦିନେ କେହି ଇଚ୍ଛାକୃତ ମୋ ହାତରେ ହାତ ଦେଇ ମୋ ସହ ଚାଲିବାକୁ ପସନ୍ଦ କରିବ। 

ନା ସେମିତି କାହିଁକି ଭାବିବି ?

ତେବେ ଏ ହସ ମୋ ପୌରୁଷକୁ ଉପହାସ କରି ନୁହେଁ ତ ?

   ଏତେ ବିଚଳିତ ନ ହୋଇ ସ୍ଥିର ହୁଅନ୍ତୁ। କୌଣସି ପୁରୁଷଙ୍କୁ ଉପହାସ କରିବା କଳ୍ପନା ବି ମୋତେ ଛୁଇବା ଏତେ ସହଜ ନୁହେଁ । ସ୍ୱପ୍ନ ଦେଖିବାର ଅଧିକାର ସମସ୍ତଙ୍କର ଅଛି। ହଁ ଏଇଟା ସତ କାହାର ସତ ହୁଏ କାହାର ନୁହେଁ। ତେବେ ବି ସ୍ୱପ୍ନ ଦେଖାରୁ ବିରତ ହୁଏ କି ମଣିଷ ! ସ୍ୱପ୍ନ ନ ଥିଲେ ବଞ୍ଚିବା କାହିଁ ମିଷ୍ଟର ବିବର୍ଣ୍ଣ !

   କେହି କହିବା କି ଉପଦେଶ ଦେବାକୁ ହେଲେ ସରକାରଙ୍କୁ ଟାକ୍ସ ଦେବାକୁ ପଡେନି ଉନ୍ନତି। ନଚେତ୍ ଲୋକେ ଭାବି ଚିନ୍ତି ଖର୍ଚ୍ଚ କରନ୍ତେ ଅନ୍ୟ ଉପରକୁ ବିନା ଶ୍ରମରେ ଫିଙ୍ଗୁଥିବା କଥା।

    ଠିକ୍ ଏକମତ ମୁଁ ଆପଣଙ୍କ କଥାରେ। ତେବେ ମହାତ୍ମା ଗାନ୍ଧିଙ୍କ ନୀତିକୁ ମୋର ପସନ୍ଦ। କଥାରେ ନୁହେଁ କାମରେ କରି ଦେଖାଇବା ମୋର ଅଭ୍ୟାସ।ଯଥେଷ୍ଟ ବୟସ ହୋଇଥିଲେ ବି ଆପଣ ଟିନ୍ ଏଜର ପରି କଥା କହୁଛନ୍ତି। ଉଚ୍ଚ ପଦସ୍ଥ ଅଫିସର ପରା ! ଏତେ ପିଲାଳିଆମୀ !

    ପ୍ରତି ମଣିଷ ଭିତରେ ପିଲାଟିଏ ଲୁଚି ରହି ନଥାଏ କି ! ଅବଶ୍ୟ ମୁଁ ପିଲାବେଳୁ ବୁଢା। କାଳେ ବୁଢ଼ାଙ୍କ ପରି କଥା ହେଉଥିଲି। କିନ୍ତୁ ପିଲା ହେବାକୁ ,ପ୍ରେମ ଏକ ଅମୃତ ଅନୁଭବ ଏସବୁ ମୋ ବନ୍ଧୁ ମୋତେ ଶିଖେଇ ଥିଲା ।ଗୋଟେ ସୁନ୍ଦର ସକାଳର ଚିତ୍ର ମୋ ମନରେ ଆଙ୍କିଥିଲା । ମାତ୍ର ଏଇ କିଛି ଦିନ ତଳେ ମୋ ଭିତରେ ଏସବୁ ଦେଇ ସିଏ ବଦଳି ଗଲା ! ଶକ୍ତ ଏକ ଧକ୍କା ଦେଇଛି ମୋ ଭରସାକୁ। ସତ କହୁଛି ତା କହିବାରେ ପୁଲକିତ ହୋଇଥିଲା ପ୍ରାଣ । ଅପେକ୍ଷା ରଖିଲା ଗୋଟେ ବ୍ରାହ୍ମ ମୁହୂର୍ତ୍ତକୁ। ଗୋଟେ ସୁନ୍ଦର ଭାବ ପୂର୍ଣ୍ଣ ପ୍ରେମ ଭର୍ତ୍ତି ସୁନ୍ଦର ସକାଳକୁ ଆଙ୍ଗୁଠି ଦେଖାଇ କହିଥିଲା ଏଇ ଦେଖ ସୂର୍ଯ୍ୟ ଉଦୟ ହେଲେଣି ସୁକୁମାର ଖରା ବିଛେଇ।କହିଲୁ ବାବି ! ଏ ଖରାର ବୟସ କେତେ ?

     ଖରାର ବୟସ ! ତୁ ଆଲାର୍ଡ ନ ପଡି କବିତା ଲେଖିଥିଲେ ଭଲ ହୋଇଥାନ୍ତା ସମୀର।

    କବି ହୋଇ ନାହିଁ ନା ବାବି। ଯାହା ହୋଇଛି ସେଇଟା ମୋର ବର୍ତ୍ତମାନର ପରିଚୟ। ଏ ସମ୍ଭାବ୍ୟ କଥାଗୁଡା ମୂର୍ଖ ନଚେତ୍ ବୋକା ମାନଙ୍କ ଅଭିଧାନରେ ଦେଖାଯାଏ। ନା ତୁ ମୂର୍ଖ ନା ତୁ ବୋକା। କହ ତୁ ଏଇଟାରୁ କେଉଁଟି କି ! ଏଣୁ ଏସବୁ ଭାବିବା ତୋ ପାଇଁ ନିରର୍ଥକ। ତୁ କେବଳ ତୋ ଧ୍ୟାନ କେନ୍ଦ୍ରିଭୁତ କର ତୋ ଖୁସାଳ ଭବିଷ୍ୟତ ସ୍ୱପ୍ନ ଓ ପ୍ରେମ ଉପରେ । ସୁନ୍ଦର ଜଣେ ଘରଣୀ ଖୁସିର ଏକ ପରିବାର ସ୍ୱପ୍ନରେ ହଜେ ବାବି । 

    ମୋତେ ଉସ୍କାଇ ମୋ ଭିତର ଆଖିରେ ସେ ଚିଠାଟିଏ ଲେଖିଦେଲା ଜଣେ ମଣିଷର ନିଶ୍ଚିତ ଆବଶ୍ୟକତା। ମୁଁ କୃତ୍ୟ କୃତ୍ୟ ହୋଇଗଲି ତା ପରି ବନ୍ଧୁର ସହଯୋଗ ପାଇ। ଜାଣିଛ ଉନ୍ନତି ଏଇ ଏଇ ସେ ନିଜକୁ ଘୃଣାର ନର୍କରେ ବୁଡ଼େଇ ଦେଇ ଭୁଲ୍ ପ୍ରମାଣିତ କରି ଚାଲିଗଲା ମୋତେ। ମୋ ବିଶ୍ବାସରେ ବତୁରି ଥିବା ମଞ୍ଜି ସବୁକୁ ପାଣି ପବନ ନ ଦେଇ କ୍ଷତ କରିଦେଲା। ନଷ୍ଟ କରିଦେଲା ମୋ ଭଉଣୀ ଜୀବନ । ଅଧା ମରା କରିଦେଲା ମୋତେ।

   ବନ୍ଧୁ ଉପରେ ଆପଣଙ୍କର ଏତେ ବିଶ୍ବାସ ଥିଲା ତ ସବୁ ଶେଷ ହେଲା କେମିତି ?

   ସେ ବୋଧେ ନୀଳବର୍ଣ୍ଣ ଶୃଗାଳ ଥିଲା। ମୋ ଚିହ୍ନିବାରେ ଭୁଲ୍ ହୋଇଗଲା ତାକୁ। ଛାଡ଼ନ୍ତୁ ଏହା ମୋର ଏକାନ୍ତ ବ୍ୟକ୍ତିଗତ କଥା।

    ବ୍ୟକ୍ତିଗତ ! ଅର୍ଥାତ 'ମୁଁ' । ନା ନା ମିଷ୍ଟର ବ୍ୟକ୍ତିଗତ ସତ୍ତା ହେଲେ ବନ୍ଧନ ଢ଼ିଲା ହୁଏ। ମୁଁ ରୁ ଓହ୍ଲେଇ ଆମେ ହେଲେ ଭାବ ଓ ସମ୍ପର୍କ ଯେତିକି ଦୃଢ଼ ସେତିକି ଶକ୍ତ ହୁଏ। ଏଣୁ ମୁଁ ନୁହେଁ ଆମେ କୁହନ୍ତୁ। ବନ୍ଧୁଙ୍କ ସ୍ଥାନରେ ନିଜକୁ ରଖି କୁହନ୍ତୁ ବନ୍ଧୁ ଭୁଲ୍ ନା ଆପଣ ।

      ଅର୍ଥାତ୍ ଆପଣ ମୋ ପ୍ରସ୍ତାବରେ ରାଜି ! ମୋର ସମସ୍ତ ସମସ୍ୟା ମୁଣ୍ଡେଇ ମୋ ସହ ଚାଲିପାରିବେ ! ଭବିଷ୍ୟତରେ କେବେ ବି ମୋତେ ସ୍ୱାର୍ଥପର କହିବେ ନାହିଁ !

     ସେ କଥା କେତେବେଳେ କହିଲି ବିବର୍ଣ୍ଣ? ସିଦ୍ଧାନ୍ତରେ ପହଂଚିବା ପୂର୍ବରୁ ମୋତେ କିଛି ସମୟ ଲୋଡ଼ା।

ଜୀବନ ସଉଦା କଥା କଣ ହଠାତ୍ ନିଆଯାଏ ! ମୋତେ ଏବେ ଯିବାକୁ ଦିଅ । ବାବା ଅପେକ୍ଷା କରିଥିବେ। ମୋ ନିଷ୍ପତ୍ତି ଜଣେଇ ଦେବି ଖୁବ୍ ଶୀଘ୍ର। ହଁ ନିଜର ଯତ୍ନ ନେବା ସହ ବନ୍ଧୁଙ୍କୁ ବୁଝିବାକୁ ଚେଷ୍ଟା କରିବେ। ମୋତେ ଲାଗୁଛି

ଆପଣ ଦୁହିଁଙ୍କ ଭିତରେ ଭୁଲ୍ ବୁଝାମଣା ହୋଇ ଯାଇଛି। ସମାଧାନ କରିଦେବ, ପ୍ଲିଜ଼। ଆସୁଛି।

    ଉନ୍ନତିକୁ ଟ୍ରେନରେ ବସାଇ ଖୁବ୍ ଗୋଟେ ଆଶା ରଖି କହିଲି ଆପଣଙ୍କ ଉତ୍ତରକୁ ମୋର ଅପେକ୍ଷା ରହିବ ଉନ୍ନତି।

     ବିନା ଶବ୍ଦରେ ସେ ଟିକେ ମୁଣ୍ଡ ହଲେଇ ଦେଲା। ମୁଁ କିନ୍ତୁ ଠିଆ ହୋଇଥିଲି ଟ୍ରେନ ମୋ ଆଖିରୁ ଉହାଡ଼ ହେବା ପର୍ଯ୍ୟନ୍ତ ।

    ମୋ ଭିତର କେବଳ ନିଃଶବ୍ଦେ ଚହଳ ହେଉଥିଲା

ଉନ୍ନତି ଉନ୍ନତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance