DR SAMIR KUMAR NANDA

Inspirational

4  

DR SAMIR KUMAR NANDA

Inspirational

ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

5 mins
346


ଭାରତର ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିବା ସମସ୍ତ ବୀର ପୁରୁଷମାନଙ୍କ ବିଷୟରେ ସାରା ଭାରତରେ, ବହୁତ ଲୋକ ଜାଣିନଥିବେ । କେତେ ଜଣ ଏମିତି ବୀର ସଂଗ୍ରାମୀ ଯେଉଁମାନେ କି ନିଜର ସଂପୂର୍ଣ୍ଣ ସ୍ୱାର୍ଥକୁ ବହୁତ କାଳ ତ୍ୟାଗକରି ଇଂରେଜମାନଙ୍କୁ ପ୍ରତିରୋଧ କରି ନିଜର ଜନ୍ମମାଟିକୁ ସୁରକ୍ଷିତ ରଖିବା ପାଇଁ ସକ୍ଷମ ହୋଇଥିଲେ ସେମାନେ ଆଜି ସୁଦ୍ଧା ଜାତୀୟ ସ୍ତରରେ ପରିଚିତ ହୋଇ ପାରି ନାହାନ୍ତି ।

        ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇଥିବା ପଶ୍ଚିମ ଓଡିଶାର ବୀର ସଂଗ୍ରାମୀ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏ ଅନ୍ୟତମ । ୧୮୦୯ ମସିହା ଜାନୁୟାରୀ ୨୩ ତାରିଖ ଦିନ ସଂବଲପୁର ଠାରୁ ୪୦ କି.ମି. ଦୂର ଖିଣ୍ଡା ଗ୍ରାମରେ ଧର୍ମ ସିଂ ଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ସାତ ସନ୍ତାନ ମଧ୍ୟରେ ସୁରେନ୍ଦ୍ର ଅନ୍ୟତମ ଥିଲେ ।

        ସୁରେନ୍ଦ୍ର ସାଏ ଆଜନ୍ମ ବିଦ୍ରୋହୀ ଥିଲେ ଏବଂ ଯୁବାବସ୍ଥାରୁ ମାତ୍ର ୧୮ ବର୍ଷ ବୟସରୁ ୧୮୨୭ ମସିହାରେ ପ୍ରଥମ ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ଜୀବନର ଦୀର୍ଘ ୩୭ ବର୍ଷ ଧରି ସେ ସଂଗ୍ରାମ କରି ୧୮୬୪ ମସିହାରେ ବନ୍ଦୀ ହୋଇଥିଲେ । ପଶ୍ଚିମ ଓଡିଶାର ଦୁର୍ଗମ ପାର୍ବତ୍ୟ ଅଂଚଳରେ ମୁଣ୍ଡ ଟେକିଥିବା ୧୮୫୭ ଓ ୧୮୫୮ ବିଦ୍ରୋହକୁ ଆକାର ଦେବାର ସୁରେନ୍ଦ୍ର ସାଏଙ୍କ ଭୂମିକା ବାସ୍ତବିକ ପ୍ରେରଣା ଯୋଗ୍ୟ । ତାଙ୍କ ବିଦ୍ରୋହୀ ଜୀବନରେ ସେ ହଜାରିବାଗ ଜେଲରେ ୧୭ ବର୍ଷ କାରାବରଣ କରିଥିଲେ ଏବଂ ବନ୍ଦୀ ହେଲାପରେ ଦୁର୍ଗମ ଆସିରଗଡ ଦୁର୍ଗରେ ୧୯ ବର୍ଷକୁ ମିଶାଇ ଆଉ ୨୦ ବର୍ଷ କାରାବରଣ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

        ୧୮୫୬ ମସିହାରେ କ୍ରିମିନ ଯୁଦ୍ଧରେ ବିଜୟ ଏବଂ ୧୮୫୮ ରେ ଭାରତର ଆନ୍ଦୋଳନ ଦମନପରେ ଇଂରେଜ ମାନେ ଦୁର୍ଜୟ ହୋଇଯାଇଥିଲେ । ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୁଦ୍ଧରେ ଦୀର୍ଘ ଚାରିବର୍ଷ ଧରି ୧୮୬୨ ପର୍ଯ୍ୟନ୍ତ ସାଲିସ ନକରି ଯୁଦ୍ଧ କରିଥିଲେ । ଏହି ଚାରି ବର୍ଷ ଭାରତ ଛାଡ ଆନ୍ଦୋଳନରେ ସ୍ମରଣୀୟ ବର୍ଷ ଏବଂ ଏହାକୁ ସାଏ ଆଲୋକ ଦେଖାଇଥିଲେ । ୧୮୫୮ ମସିହାର ଭାରତ ବିଦ୍ରୋହ ଦୁର୍ବଳ ହୋଇଗଲା କିନ୍ତୁ ସୁରେନ୍ଦ୍ର ସାଏ ତାଙ୍କର ବିଦ୍ରୋହ ଜାରୀ ରଖିଥିଲେ । ସଂବଲପୁରର ଚତୁର୍ଥ ଚୋøହାନ ବଂଶର ରାଜା ମଧୁକର ସାଏଙ୍କ ବଂଶଧର ଥିଲେ ସୁରେନ୍ଦ୍ର ସାଏ ଏବଂ ସେଥିପାଇଁ ରାଜା ମହାରାଜା ସାଏଙ୍କ ୧୮୨୭ ରେ ମୃତ୍ୟୁ ପରେ ସଂବଲପୁର ସିଂହାସନର ଦାବିଦାର ଥିଲେ ସୁରେନ୍ଦ୍ର । ରାଜା ମହାରାଜା ସାଏ ଙ୍କ କେହି ଦାୟାଦ ନଥିବାରୁ ବ୍ରିଟିଶ ସରକାର ତାଙ୍କ ବିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସିବା ପାଇଁ ଅନୁମତି ଦେଲେ । ଏହାର ଫଳ ସ୍ୱରୂପ ଅନ୍ୟ ଶାସକ ଏବଂ ସଂବଲପୁର ସିଂହାସନର ଦାବିଦାର ମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହା ଦାବିଦାର ମାନଙ୍କ ମଧ୍ୟରେ ସୁରେନ୍ଦ୍ର ଅନ୍ୟତମ ଥିଲେ ।

ଇତି ମଧ୍ୟରେ ରାଣୀ ମୋହନ କୁମାରୀ ସମସ୍ତଙ୍କ ଅପ୍ରିୟ ହେବାକୁ ଲାଗିଲେ । ତାଙ୍କର ଭୂରାଜସ୍ୱ ନୀତି ଗଣ୍ଡ ଓ ବିଝଲ ଆଦିବାସୀ ସଂପ୍ରଦାୟ ଜମିଦାର ମାନଙ୍କ ପସନ୍ଦ ହେଲା ନାହିଁ ଫଳରେ ବ୍ରିଟିଶ ସରକାର ରାଣୀ ମୋହନ କୁମାରୀଙ୍କୁ ଗାଦିଚ୍ୟୁତ କରି ନାରାୟଣ ସିଂ ଙ୍କୁ ସମ୍ବଲପୁର ରାଜା କଲେ । ବ୍ରିଟିଶ ସରକାର ସାଏଙ୍କ ସିଂହାସନ ଦାବୀକୁ ଅଗ୍ରାହ୍ୟ କଲେ । ନାରାୟଣ ସିଂଙ୍କ ରାଜୁତି ସମୟରେ ବିଦ୍ରୋହ ସୁତ୍ରପାତ ହେଲା । ସୁରେନ୍ଦ୍ର ସାଏ ଏବଂ ତାଙ୍କର ସହଯୋଗୀ ଗଣ୍ଡ ଜମିଦାରମାନେ ଏହାର ନେତୃତ୍ୱ ନେଲେ ।

        ଇଂରେଜ ମାନଙ୍କ ସହିତ ମୁକାବିଲାରେ ସୁରେନ୍ଦ୍ର ସାଏ, ଭାଇ ଉଦ୍ୟାନ୍ତ ସାଏ ଓ କକା ବଳରାମ ସିଂ ଧରାପଡି ହଜାରିବାଗ ଜେଲରେ ବନ୍ଦୀ ହେଲେ ଏବଂ ସେଠାରେ ବଳରାମ ସିଂ ମୃତ୍ୟୁ ବରଣ କଲେ । ରାଜା ନାରାୟଣ ସିଂ ୧୮୪୯ ମସିହାରେ ମୃତ୍ୟୁ ବରଣ କଲେ । ନାରାୟଣ ସିଂ ଙ୍କ କେହି ଉତ୍ତରାଧିକାରୀ ନଥିବାରୁ ଲର୍ଡ ଡେଲହାଉସୀ ୧୮୪୯ ମସିହାରେ ସଂବଲପୁରକୁ ବ୍ରିଟିଶ ଶାସନ ଅଧିନକୁ ନେଇଗଲେ ।

        ସାଏଙ୍କ ବିଦ୍ରୋହରେ ବିଚଳିତ ହୋଇ ତାଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ସାରା ଭାରତରୁ ସୈନ୍ୟ ସଂବଲପୁର ଅଣାଇଲେ କିନ୍ତୁ ଇଂରେଜମାନଙ୍କ ସବୁ ପ୍ରଚେଷ୍ଟା ବିଫଳ ହେଲା ଓ ସାଏ ଶେଷରେ ଜୟଲାଭ କଲେ । ଇଂରେଜ ସାମ୍ରାଜ୍ୟର ସୁନାମ ଧନ୍ୟ ଜେନେରାଲ ମେରେ ଫୋରେଷ୍ଟାର ଯାହାଙ୍କୁ କି ସାଏଙ୍କ ବିଦ୍ରୋହ ଦମନ କରିବା ପାଇଁ ଅଧିକାରୀ କ୍ଷମତା ପ୍ରଦାନ କରାଯାଇଥିଲା । ସେ ସେଥିରେ ବିଫଳ ହେଲେ ଏବଂ ମାତ୍ର ୩ ବର୍ଷ ସଂବଲପୁରରେ ଚାକିରୀ ପରେ ବ୍ରିଟିଶ କତ୍ତୃପକ୍ଷଙ୍କ ଦ୍ୱାରା ୧୮୬୧ରେ ବିତାଡିତ ହେଲେ । ତାଙ୍କ ଉତ୍ତରାଧିକାରୀ ମେଜର ଇମ୍ପେ, ସାଏଙ୍କ ବିରୋଧରେ ସୈନ୍ୟବାହିନୀ ଦମନରେ ବିଫଳତାକୁ ହୃଦୟଙ୍ଗମ କଲେ । ସେ ସାଏଙ୍କୁ ଅପରାଜିତ ବୋଲି ଘୋଷଣା କଲେ । ସମ୍ବଲପୁର ଡେପୁଟୀ କମିଶନର ଙ୍କ ଏହି ମନ୍ତବ୍ୟ ସାଏଙ୍କ ମହାନତା ଓ ଶକ୍ତିକୁ ପ୍ରମାଣିତ କଲା । ସାଏଙ୍କର ଶେଷ ଚାରି ବର୍ଷ ବିଦ୍ରୋହରେ ବିଚଳିତ ହୋଇ ଇଂରେଜ ସରକାର ତାଙ୍କର ଖାଦ୍ୟ ଶସ୍ୟ ବନ୍ଦ କରିଦେଲେ ଏବଂ ତାଙ୍କ ପାଖକୁ ଖାଦ୍ୟ ଆସୁଥିବାର ସମସ୍ତ ରାସ୍ତା ମଧ୍ୟ ବନ୍ଦ କରିଦେଲେ ।

        ମେଜର ଇମ୍ପେ ହିଂସାପୂର୍ଣ୍ଣ ଯୁଦ୍ଧକୁ ବିରୋଧ କଲେ ଏବଂ ଶାନ୍ତି ଓ ସହଭାବତା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଲେ । ବ୍ରିଟିଶ ସରକାରଙ୍କ ଏହି ଶାନ୍ତି ପ୍ରସ୍ତାବରେ ଅପରାଜୟ ସାଏ ସହମତି ହେଲେ । କିନ୍ତୁ ଇମ୍ପେଙ୍କ ହଠାତ ମୃତ୍ୟୁ ପରେ ଇଂରେଜ ପୁଣି ସାଏଙ୍କ ପ୍ରତି ଦୃଢମନା ହେଲା । ୧୮୬୨ ଅପ୍ରେଲ ୩୦ ଦିନ ସଂବଲପୁର କୁ ନୂଆ କରି ସୃଷ୍ଟି ହୋଇଥିବା ସୁରେନ୍ଦ୍ର ସାଏ ତାପରେ ଆତ୍ମ ସମର୍ପଣ କରିବା ପାଇଁ ଚିନ୍ତା କଲେ । ବ୍ରିଟିଶ ଅଧିକାରୀ ଦେଖିଲେ ସୁରେନ୍ଦ୍ର ଙ୍କ ଆତ୍ମ ସମର୍ପଣ ପରେ ମଧ୍ୟ ବିଦ୍ରୋହ ଜାରୀ ରହିଛି । ଫଳରେ ସେମାନେ ହଠାତ ସୁରେନ୍ଦ୍ର ସାଏଙ୍କୁ ବନ୍ଦୀ କଲେ ।

        ସୁରେନ୍ଦ୍ର ସାଏଙ୍କ ବିରୋଧ ଯୋଗୁଁ ଶେଷ ପର୍ଯ୍ୟନ୍ତ ଇଂରେଜ ସରକାର ସଂବଲପୁରକୁ ଅକ୍ତିଆର କରିପାରିନଥିଲେ । ତେଣୁ ଜନ ସାଧାରଣ ସୁରେନ୍ଦ୍ର ସାଏଙ୍କୁ ବୀର ବୋଲି ଆଖ୍ୟା ଦେଇଥିଲେ । ନେପୋଲିୟନ କୁ ଯେମିତି ୧୭୮୯ ଫରାସୀ ବିପ୍ଲବ ର ସନ୍ତାନ ବୋଲି କୁହାଯାଏ ସେମିତି ୧୮୫୭ ବିଦ୍ରୋହର ସନ୍ତାନ ଭାବେ ସୁରେନ୍ଦ୍ର ସାଏଙ୍କୁ କୁହାଯାଏ । ସୁରେନ୍ଦ୍ର ସାଏ ୨୮.୦୨.୧୮୮୪ ଦିନ ଆସିରଗଡ ଦୁର୍ଗରେ ମୃତ୍ୟୁବରଣ କଲେ । ସୁରେନ୍ଦ୍ର ସାଏ ପଶ୍ଚିମ ଓଡିଶା ଅଂଚଳର ଲୋକଙ୍କ ପାଇଁ ଦେବତାସମ ଥିଲେ । ସୁରେନ୍ଦ୍ର ସାଏ ଏବଂ ତାଙ୍କ ସହଯୋଗୀ ମାଧୋ ସିଂ, କୁଂଜଲ ସିଂ, ଅଇରି ସିଂ, ବୈରୀ ସିଂ, ଉଦନ୍ତ ସାଏ, ଭଜ୍ଜଲ ସାଏ, ଖଗେଶ୍ୱର, ସାଲେଗ୍ରାମ ବରିହା, ଗୋବିନ୍ଦ ସିଂ, ପାହାଡ ସିଂ, ରାଜୀ ଘାସିଆ, କମଲ ସିଂ, ହାତୀ ସିଂ, ସାଲିକ ରାମ ବରିହା, ଲୋକନାଥ ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଜଗବନ୍ଧୁ ହୋତା, ପଦ୍ମନାଭ ଗୁରୁ. ତ୍ରିଲୋଚନ ପାଣିଗ୍ରାହୀ ଏବଂ ଆଉରି ଅନେକ ଇଂରେଜ ସାମ୍ରାଜ୍ୟକୁ ପ୍ରତିରୋଧ କରି କିଛି ସମୟ ପାଇଁ ପଶ୍ଚିମ ଓଡିଶାକୁ ଇଂରେଜ ସାମ୍ରାଜ୍ୟକୁ ମୁକ୍ତ ରଖିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଯୁଦ୍ଧ କରି ମୃତ୍ୟୁବରଣ କଲେ କେତେକଙ୍କୁ ଫାଶି ଦିଆଗଲା ଏବଂ କେତେକ ଆଣ୍ଡାମାନ ଜେଲରେ ପ୍ରାଣତ୍ୟାଗ କଲେ ।

ସୁରେନ୍ଦ୍ର ସାଏ ତାଙ୍କ ଜୀବନ କାଳରେ କେବଳ ବିଦ୍ରୋହୀ ନଥିଲେ ବଂର ଜନସାଧାରଣଙ୍କ ପାଇଁ ଜଣେ ପ୍ରେରଣାଦାୟୀ ନେତା ମଧ୍ୟ ଥିଲେ । ସମାଜରେ ଉଚ୍ଚ ଜାତିର ଲୋକେ ଏବଂ ଯେଉଁମାନେ ଇଂରେଜମାନଙ୍କ ହାତ ବାରିସି ଥିଲେ ଓ ସଂବଲପୁରରେ ରାଜ ନୈତିକ ଶକ୍ତି ପ୍ରଦର୍ଶନ ପାଇଁ କାମ କରୁଥିଲେ ସେମାନଙ୍କ ଦ୍ୱାରା ଶୋଷିତ ଓ ଅବହେଳିତ ହେଉଥିବା ଆଦିବାସୀ ମାନଙ୍କ ପାଇଁ ଚିନ୍ତାଶୀଳ ଥିଲେ । ତାଙ୍କର ଲକ୍ଷ୍ୟ ଥିଲା ସମ୍ବଲପୁରକୁ ଇଂରେଜ ଶାସନ କବଳରୁ ମୁକ୍ତ ରଖିବା ।

        ଭାରତୀୟ ସ୍ୱାଧିନତା ସଂଗ୍ରାମ ଇତିହାସରେ ବୀର ସୁରେନ୍ଦ୍ର ସାଏଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂବଲପୁରର ଅଂଚଳ ବାସିନ୍ଦା ଅନୁଭବ କଲେ । ସୁରେନ୍ଦ୍ର ସାଏଙ୍କ ସଂପର୍କିତ ବହୁ ନଥିପତ୍ର ଏବେ ସୁଦ୍ଧା ଭୋପାଳ, ନାଗପୁର ଓ ରାୟପୁର ସରକାରଙ୍କ ଅଧିନରେ ରହିଛି । ସଂବଲପୁରର ଅଞ୍ଚଳର ଜନସାଧାରଣ ଙ୍କ ପ୍ରଚେଷ୍ଟା ସ୍ୱରୂପ ସରକାର ପ୍ରଥମେ ବୁର୍ଲାସ୍ଥିତ ମେଡିକାଲ କଲେଜ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କଲେ ।

        ୨୦୦୫ ରେ ଭାରତ ସରକାର ସଂସଦ ଭବନ ପରିସରରେ ବାର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଚିନ୍ତା କଲେ । ଭାରତ ସରକାର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଡାକଟିକଟ ପ୍ରଚଳନ କଲେ । ୨୩ ଜାନୁୟାରୀ ୨୦୦୯ ଦିନ ଓଡିଶା ଜନସାଧାରଣ ସୁରେନ୍ଦ୍ର ସାଏଙ୍କ ଦ୍ୱିତୀୟ ଜନ୍ମ ଶତବାର୍ଷିକ ପାଳନ କଲେ । ଏବଂ ସେହି ବର୍ଷ ଓଡିଶା ସରକାର ବୁର୍ଲାସ୍ଥିତ ଇଂଜିନିୟରିଙ୍ଗ କଲେଜକୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ରୂପେ ନାମିତ କଲେ । 


Rate this content
Log in

Similar oriya story from Inspirational