ମମତାମୟୀ ମୋର
ମମତାମୟୀ ମୋର


ସମୀର ସମୀର କିଏ ଡାକୁଅଛି
ମୋତେ ଆଜି ସତେ ହାତ ଠାରି
ଯେତେ ବୁଝାଇଲେ ମନ ବୁଝୁନାହିଁ
କୋହ ଯାଉଅଛି ଭରି ।
କେତେ ଋତୁ ପୁଣି ଖେଳିତ ଯାଇଛି
ଏ ମର୍ତ୍ତ୍ୟ ଭୂମି ପରେ
ତବ ସାୟା କିନ୍ତୁ ଭୁଲି ମୁଁ ପାରୁନି
କେବେ ହେଲେ ମାତ୍ର ଥରେ ।
ଘରେ ତବ ଖେଳୁ ଅଛି ଆଜି
ଅଜବ ଏ ନୀରବତା
କେଉଁ ଦିଗେ ଯାଇ ରହିଲୁ ଜନନୀ
ଦେଇ ଏତେ ମୋତେ ଚିନ୍ତା ।
ପ୍ରତିଟି ମୁହୁର୍ତ୍ତ ଖୋଜୁଛି ଗୋ
ଜନନୀ ତୋତେ ଦିବା ନିଶି
କେତେ ତିଥି ପର୍ବ ସାଥିରେ ନେଇ
ବର୍ଷଟିଏ ଗଲା ସତେ ବିତି ।
କାହାଠୁ ବୁଝିବି କାହାକୁ କହିବି
ନିତି ଦିନ କଥା ପୁଣି
ଅନାଥ କରିଣ ଚାଲିଗଲୁ ଆହେ
ମଙ୍ଗଳମୟୀ ଜନନୀ ।
ଏକାଦଶୀ ତିଥି ମନେ ପଡୁ ନାହିଁ
ଭୁଲିଗଲିଣି ପର୍ବପର୍ବାଣୀ
ତୋ ଘରେ ଆଉ ଚାଲୁନାହିଁ ଟିଭି
ଆସୁନି ତୋ ବିପି ମେଡିସିନି ।
ଶୋଇବା ଘର ତୋ ଖୋଲା ପଡିଅଛି
ତୋର ଅବର୍ତ୍ତମାନ ରେ
ଝୁରୁଛି ତୋ ଖଟ ଝୁରୁଛି ଚଷମା
ଏ ମନ ମୋ ଝୁରି ମରେ ।
ଉତ୍ତପ୍ତ ନିଦାଘେ ଥଣ୍ଡା ଭଲ ପାଉ
ଖୁସି ହେଉ ଦେଖି ଶାଗ ପଖାଳ
ପାଚିଲା ଆମ୍ବ ଦେଖିଦେଲେ ସତେ
ମନ ଭରିଯାଏ ତୋର ।
ତୋ ନାତି ନିପୁନ ପାଇଲେ ସଂସ୍ଥାନ
ମୁମ୍ବାଇ ନଗରେ ଯାଇ
କିଟି ବାହାଘର ହୋଇଲା ସଂପନ୍ନ
ଦେଖି ତୁ ପାରିଲୁ ନାହିଁ ।
ସେବିବାକୁ ମୋତେ ପଡିବ ବୋଲି
ଘରକୁ ଫେରିଲୁ ନାହିଁ
ଭାବିଲୁ କି ତୋ କାର୍ଯ୍ୟ ସଲା ବୋଲି
ମୋଠାରୁ ନେଲୁ ମୁହଁ ଫେରାଇ ।
ବର୍ଷ ବର୍ଷ କାଳ ରହିଲୁ ତୁ ଏକା
କେତେ ଦହଗଂଜ ହୋଇ
ଏତେ ସୁତ କନ୍ୟା ଜନମ ଦେଇ
କି ଲାଭ ପାଇଲୁ ତୁହି ।
ବୋଝ ବୋଲି ନିଜକୁ ଭାବିଲୁ କି
ହେ ମମତାମୟୀ ମୋର
ଭାବିଲୁ କି ତୁ ଘରୁ ଚାଲିଗଲେ
ହାଲୁକା ହେବ ଏ ପରିବାର ।
ଏତେ ବ
ଡ କାୟା ଲୁଚିଗଲା କାହିଁ
ଥମିଗଲା ହୃତ ସ୍ପନ୍ଦନ
ଯେତେ ଝୁରିଲେ ବି ମିଳିବନି ଆଉ
ଥରେ ହେଲେ ତୋ କୋଳେ ଜନମ ।
ହଜିଗଲା ସ୍ନେହ ହଜିଗଲା ସ୍ମୃତି
ହଜିଗଲା ତୋ ମୁଖ ବଦନ
ହଜିଗଲା ତୋର ଖିଲିଖିଲି ହସ
ହଜିଗଲା ତୋ ଗୀତ ଭଜନ ।
ଦଶ ମାସ ଗର୍ଭେ କରିଲୁ ଧାରଣ
ବଢାଇଲୁ ଦେଇ ପ୍ରାଣ
ଟିକେ ସେବା ପାଇଁ ଦେଲୁନି ସୁଯୋଗ
ଶୁଝିଦେବି ବୋଲି ମାତୃ ଋଣ ।
ଜନମଟା ମୋର ହୋଇଗଲା ବୃଥା
ଆଉ କିଛି ନାହିଁ ଆସକ୍ତି
ତୋ ବିହୁନେ ଆଉ ପାଉନି ଟିକିଏ
କୋଉଠି ହେଲେ ହେଁ ଶାନ୍ତି ।
ପାଇଗଲୁ ମୁକ୍ତି ହୋଇଗଲୁ ଶାନ୍ତି
ଛନ୍ଦ କପଟ ଏ ସଂସାର ଭିତରୁ
କେତେ କଲବଲ ହୋଇଥାନ୍ତୁ ଆଉ
ନେଇ ତୋ ନିଷ୍କପଟ ମନ ତରୁ ।
ପାଇବିନି ଆଉ ଏ ଜନମେ କେବେ
ତୋ ପରିକା ମାଆ ଟିଏ
କହିବେନି କେହି ମୋ ଦୁଃଖ ବେଳରେ
ତୋ ପରିକା ଆହା ଟିଏ ।
ଝୁରୁଅଛି କେତେ ଝୁରୁଥିବ ତୋତେ
ଆଜି ତୋର ନନ୍ଦ ଭବନ
ସବୁ ମୋହ ମାୟା ଲିଭାଇ ଦେଇଣ
ଲୁଚାଇଲୁ କି ତୋର ନାମ ।
ସବୁ ମାତିଛନ୍ତି ପତ୍ନୀଙ୍କ ସେବାରେ
ପୁଣି ସ୍ଵାମୀ ସନ୍ତାନଙ୍କୁ ନେଇ
ତୁ ଚାଲିଗଲେ ଫରକ ପଡୁନି
ଗଦ୍ଦାର ଏ ଦୁନିଆ ପାଇଁ ।
ଏ ସଂସାର ନୁହେଁ ତୋ ପରିକା
ଦେବୋପମ ବ୍ୟକ୍ତି ପାଇଁ
ଦାନବ ଏଠାରେ ରୁହନ୍ତି ଖୁସିରେ
ମାତା ପିତାଙ୍କୁ ପାଦେ ଏଡାଇ ।
ଝୁରୁଛନ୍ତି ଆଜି ତୋ ନାତୁଣୀ ଲାଲି
କେତେ କଲବଲ ହୋଇ
ଆଈଙ୍କୁ ତାଙ୍କର ଭୁଲିବେନି ବୋଲି
ସ୍ମରଣିକା ପ୍ରକାଶିଲେ ସେହି ।
ମାଆ ରୂପେ ତାଙ୍କୁ(ଲାଲି)
ଦେଖିବୁ ବୋଲି କେତେ କରିଥିଲୁ ମନ
ସେ ଆଜି ମାଆ ହୋଇଲା ବେଳକୁ
ଚାଲିଗଲୁ କରି ଅଭିମାନ ।
ମୋ ଧନ ଇନ୍ଦିରା ହଜିଗଲା କେଉଁ
କାଳର କରାଳ ଗର୍ଭରେ
ମାମା ଶବ୍ଦଟିକୁ ପୋଛି ଦେଲା ମୁଖୁ
ବିଧାତା ନିର୍ଦ୍ଦୟ ଭାବରେ ।