Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Tragedy

3  

DR SAMIR KUMAR NANDA

Tragedy

ପ୍ରେମ ଉପହାର

ପ୍ରେମ ଉପହାର

1 min
163



ପ୍ରେମର ସେ ସୁନ୍ଦର ଦିନ

ଯୌବନର ଖୁସି ରାତି,

ବିଚ୍ଛେଦରେ ଆସେ ନଜର

ସବୁ ଏହି ସ୍ଵପ୍ନର ସାଥି ।


   ନଥିଲା ଗନ୍ଧ ନିଃସଙ୍ଗତାର ଏଠି

   ମେଖଳା ଚାଲିଥିଲା ପ୍ରେମର,

   ହୃଦୟ ଦୁଃଖରେ କାନ୍ଦୁ ତ ନଥିଲା

   କଟୁଥିଲା ରଜନୀ ଜ୍ୟୋସ୍ନାର ।


ଭିଜା ବୈଶାଖରେ ଥିଲ ପଲ୍ଲବିତ

ରଙ୍ଗୀନ କୃଷ୍ଣଚୂଡାରେ,

ଆଜି ଝରିପଡେ ବେସୁରା ରାଗିଣୀ

ତୁମ ଶୁଖିଲା ଶ୍ରାବଣରେ    ।


   ବର୍ଷା ଆଉ ବାଦଲ ପରି

   ଥିଲା ସେ ସ୍ନେହର ରଙ୍ଗ,

   ଭରା ଫଗୁଣ ଫିକା ଲାଗୁଥିଲା

   ଦେଖି ତୁମ ରୂପ ଲାବଣ୍ୟ   ।


ଓଠ ମୋର ଶୁଖିଯାଏ ପୁଣି

ତୁମ ବିରହ ବେଦନାରେ,

କେତେ ଲୁହ କେତେ ଆହା

ମିଳେ ଆଜି ତୁମ ପ୍ରେମ ଉପହାରେ   ।


ରାତି କାଟିବ ବୋଲି

ମୋ ବାହୁରେ

ଆସିଥିଲ ଅଭାଗିନୀ,

ହେଲେ ଅଭାବ

ଅନଟନ ଛଡା

ତୁମକୁ କିଛି ଦେଇ ପାରିଲିନି ।


ସପନ ଦେଖିବ ବୋଲି

ନିଦ ରାଣୀ ସାଥେ ମିଶି

ଦେଇଥିଲ ତୁମେ ମନ,

ହୃଦୟକୁ ତୁମ

ଭାଙ୍ଗି ଦେଲି ସିନା

ଖୁସି କରିଲିନି ଗୋଟେ ଦିନ ।

   

ତୁମ ହାତ ଧରି ଚାଲିବି ବୋଲି

ଦେଇଥିଲି କେତେ କଥା,

ଏକୁଟିଆ କରି ରଖି

ଦେଲି ସିନା

ବୁଝି ପାରିଲିନି ତୁମ

ମନବ୍ୟଥା ।


ତୁମେ ଢାଳି ଦେଲ କେତେ

ସେନେହ ପରଶ

କେତେ ମମତାର କଳସୀ,

ମୁଁ କିଛି ତୁମକୁ

ଦେଇ ପାରିଲିନି

ନେଇ ଗଲି ସବୁ କିଛି ।


ପୂନେଇ ଜହ୍ନ ସଜାଇ

ମୋତେ

ତୁମେ କରି ଦେଲ ଧନବାନ,

ସବୁ ଲୁଟି ନେଲି

ନଦେଇ କିଛି

କରି ତୁମକୁ

ହିନୀମାନ   ।



Rate this content
Log in

Similar oriya poem from Tragedy