STORYMIRROR

DR SAMIR KUMAR NANDA

Romance

3  

DR SAMIR KUMAR NANDA

Romance

ସ୍ୱର୍ଣ୍ଣଜୟନ୍ତୀର ଶୁଭକାମନା

ସ୍ୱର୍ଣ୍ଣଜୟନ୍ତୀର ଶୁଭକାମନା

1 min
137

ସ୍ୱର୍ଣ୍ଣଜୟନ୍ତୀ ବର୍ଷର ଅନେକ ଅଭିନନ୍ଦନ          କିଆ କେତକୀ ମଲ୍ଲୀ ମାଳତୀ ହେନା

ବିଗତ ବର୍ଷରୁ ସୁଖରେ କଟୁ ଆଗାମୀ ଦିନ         ହସନ୍ତିି ମର୍ତ୍ୟର କାନନେ ଖିଲିଖିଲି 

ଖଟା ମିଠାର ଅନୁଭବ କେତେ ଯେ ପାଇଛ        କାକପିକ ମୟୂରୀ ଅଂଟାକୁ ହଲାଇ

ସାହସ ଧୈର୍ଯ୍ୟ ମହାନତା ଅର୍ପଣ କରିଛ । ୧ ।      ନାଚନ୍ତି ଖୁସିରେ କେତେ ଝୁଲୁଝୁଲି ।୭ ।


ଈଶ୍ୱର ବିଶ୍ୱାସୀ ତବ ମନ ବିଭୁଙ୍କ ପୟରେ         ଯେତେଦିନ ପର୍ଯ୍ୟନ୍ତ ଝଟକିବେ ଚନ୍ଦ୍ର

କୁଶଳ ବ୍ୟବହାର ଭରା ସଦା ବଚନରେ          ନୀଳ ଆକାଶର ନୀଳ ନୀଳ ବୁକୁରେ 

କେତେ ଝଡଝଂଜା ଯାଇଛି ବିତି ଜୀବନେ         ସେତେଦିନ ଫୁଲ ତାରା ଯେ ରହିବେ

ଛାତିକୁ ସର୍ବଦା କରି ପଥର ରହିଛ ମଉନେ ।୨ ।      ସର୍ବଦା ତୁମରି ସାଥିରେ ସାଥିରେ ।୮।


ବହୁତ ଖାସ ଅଟଇ ଆଜିର ଏହି ଶୁଭ ଦିନ         ନଭେ ଥାଇ ସୁରୁଜ ଦେବତା ଯେତେଦିନ

କେତେ ଶୀଘ୍ର ଆସିଲ ଡେଇଁ ପଚାଶ ଫଗୁଣ        ପ୍ରକାଶ ଢାଳିବେ ଏ ଜଗତେ ବିସ୍ତାରି 

ତୁମେ ଗୋ ମମତାମୟୀ ଅଟ ଭାରି ସୁନ୍ଦରୀ        ସେତେବେଳ ତୁମେ ହସୁଥିବ ଗୋ ଏମିତି

ମିଷ୍ଟଭାଷୀ ତୁମେ ଆଉ ନ୍ୟାୟର ପୁଜାରୀ ।୩।    ବଗିଚାର ସଦ୍ୟ ପ୍ରସ୍ଫୁଟିତ ଗୋଲାପ ପରି।୯।


କରୁଛି ଠାକୁର ଚରଣେ ସଦା ଗୁହାରୀ          ଉପହାର କିଛି ଦେଇ ପାରୁନି ଗୋ ଆଜି

ସଂସାର ସାରା ର ଖୁସି ଦିଅନ୍ତୁ ଭରି           ଶୁଭକାମନା ଖାଲି ମେଂଚାଏ ଆଣିଛି 

ପ୍ରତ୍ୟେକ ବରଷ ଆସୁ ତୁମ ଜନମ ଦିନ         ଭାସ୍କରଙ୍କ ତାପରୁ ଉଦ୍ଧାରିବା ପାଇଁ

ସମସ୍ତେ ସଦା ମିଶି ମନାଇବା ଖୁସି ମନ ।୪।        ବାଦଲଭରା ଛାଇ ଛାଇଁ ଦେଉଛି ।୧୦।


ତୁମେ ଯେବେଠୁଁ ଆସିଛ ମୋ ଜୀବନେ          ପଚାଶ ଫଗୁଣର କେତେ ଯେ ଜ୍ୟୋତି

କେତେ ଯେ ଅମାପ ଖୁସି ଯାଇଛି ଭରି          ଆଣିଛନ୍ତି ସତେ ଆମ ସୂରୁଜ ଦେବତା 

କେବଳ ଅର୍ଦ୍ଧାଙ୍ଗିନି ନୁହଁ ଗୋ ତୁମେ          କୁହୁ କୁହୁ ତାନେ ଆଜି ଗାଉଛି କୋଇଲି

ମୋ ଜୀବନ ଡଙ୍ଗାର ଅଟ ନାଉରୀ ।୫।        ଚମ୍ପୁ ଛାନ୍ଦ ଭରା ସୁନ୍ଦର ସୁନ୍ଦର କବିତା ।୧୧।


ସର୍ବଦା ମିଳିଛି ତୁମଠୁଁ ଉତ୍ସାହ ପ୍ରେରଣା          ଚାଲିଥାଅ ଗୋ ସଦା ପୁଣ୍ୟର ପଥେ

ଆହେ ହାସ୍ୟମୟୀ ଲାସ୍ୟମୟୀ ଲଳନା          ସବୁ ଲକ୍ଷ୍ୟ ଖୁସିରେ ହାସଲ କରି 

ଅଖଣ୍ଡ ଶକ୍ତିର ଅଧିକାରୀଣି ଗୋ ତୁମେ          ହୃଦୟରୁ କରୁଛି ଏତିକି କାମନା 

ଉଜ୍ଜଳମୟ କରିଛ ମୋ ଜୀବନ ଭାବନା ।୬।       ସଦା ଜନମ ଲଭ ହୋଇ ମୋହରି ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance