ମାମୁଁ ଘରେ ନୀରବତା
ମାମୁଁ ଘରେ ନୀରବତା
1 min
326
କାହିଁଗଲା ସେ ବାଲ୍ୟ ଚପଳତା
କାହିଁଗଲା ଓଡିଆ ଭାଷାର ଭିନ୍ନତା,
ଛୁଆଙ୍କ କିଚିର ମିଚିରି ଯାଇଛି ହଜି
ଭରିଯାଇଛି ମାମୁଁ ଘରେ ନୀରବତା ।
ଅଗଣା ଆମର ଆଜି ଖାଲି ପଡିଛି
ନାହିଁ ଅଜା ଆଈ ଭଣଜା ଭାଣିଜୀ,
ଫେରିବନି ଆଉ ସେ ଗହଳି ଚହଳି
କେବେ ପିଲାଙ୍କ କାନ୍ଦ ବୋବାଳି ।
ଝୁରୁଛି ଅଗଣା ଝୁରୁଛି ଦଉଡି ଖଟ
ଝୁରୁଛି ମାମୁଁ ଘର ଝରକା କବାଟ,
ଫେରିଆସ ଫେରିଆସ କୋଳକୁ ମୋର
କୋହଭରି ଡାକେ ଆମ ଦଦରା ଘର ।
ସେକାଳ ପଖାଳ ଗଲାଣି ଚାଲି
ସବୁ ବାଳୁତ ଆଜି ଯୁବା ହେଲେଣି,
ଇତିହାସ ହୋଇଗଲା ଦଉଡି ଖଟ
ଖପର ଘର ଆଉ ହରି ର ଚାଟ ।
ଘରେ ଆଜି ଖେଳନ୍ତି ବାନର ଛୁଆ
ବେଙ୍ଗ,ମୂଷା ଆଉ ଚ ଢ଼େଇ କୁଆ
ଅନ୍ଧକାର ଆଉ ନୀରବତା ସାଥେ
ଶୁଭୁନି କାହାରି ମଧୁର ରାହା ।
