Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Children

3  

DR SAMIR KUMAR NANDA

Children

ମୁଁ ଏକ ଶିଶୁଟିଏ

ମୁଁ ଏକ ଶିଶୁଟିଏ

1 min
209



ମୁଁ

ଏକ ଶିଶୁଟିଏ,

କୁଆଁ କୁଆଁ କରି

ଜନ୍ମ ନେଲି

ବସୁଧାର ବକ୍ଷେ,

ମା'ର କୋଳରେ

ଚାରିକାନ୍ଥ ଘେରା

ଏନ୍ତୁଡ଼ି ଶାଳରେ

ଅବା ସରକାରୀ

ଡାକ୍ତରଖାନାର

ପ୍ରସୂତି ଘରେ ।

     

ମୁଁ

ଏକ ଶିଶୁଟିଏ,

କୁହନ୍ତି ଲୋକେ

ମୁଁ ଆଗାମୀ କାଲିର

ନାଗରିକ

ମୋ ଦେଶର ଭବିଷ୍ୟତ,

ମୁଁ କୁଆଡେ

ରକ୍ଷା କରିବି ମୋ ଦେଶକୁ

ସେଥିପାଇଁ ନେଲି

ପୋଲିଓ ବୁନ୍ଦାକୁ 

ଆଉ ସାଲାଇନ୍‌

ଇଂଜେକ୍‌ସନ୍ କେଞ୍ଚାକୁ ।

     

ମୁଁ

ଏକ ଶିଶୁଟିଏ,

ଚାଲି ଜାଣୁ ନଜାଣୁ

ମୋତେ ଦାଖଲ କଲେ

ନର୍ସରୀ ସ୍କୁଲରେ

ଭାରି ବହି ବସ୍ତାନୀର ସାଥେ,

ଖାଇବା ସ୍ୱାଦ

ଚାଖିବା ଆଗରୁ

ଇଂରାଜୀ ଶବ୍ଦ

ଗାଇଲି ମୁଖେ ।


ମୁଁ

ଏକ ଶିଶୁଟିଏ,

ଇଂରାଜୀ ସ୍କୁଲର

ଦାମୀ ୟୁନିଫର୍ମରେ

ଆଉ ଟାଇ ଓ ଜୋତାର

ବନ୍ଧନ ଭିତରେ,

ଶ୍ୱାସରୁଦ୍ଧ ହୋଇଗଲି

ସାରା ଜୀବନ

ହୋମୱାର୍କ, ଟିଉସନ

ଆଉ ପ୍ରୋଜେକ୍ଟ

କାମର

ଶୃଙ୍ଖଳା

ଭିତରେ ।


ମୁଁ

ଏକ ଶିଶୁଟିଏ,

ମୋତେ ଖେଳିବାକୁ

ସମୟ ନାହିଁ

ସାଂଗ ସାଥି ହୋଇ

ମୁଁ ଯାଏନା କାହିଁ,

ଯାନି ଯାତରା

ପୁନି ଓ ପରବ

କେବେ ଆସେ

ମୋତେ

ମାଲୁମ ନାହିଁ ।


ମୁଁ

ଏକ ଶିଶୁଟିଏ,

ବନ୍ଧୁ ବାନ୍ଧବଙ୍କୁ

ଚିହ୍ନଇ ନାହିଁ

ବିଭା ବ୍ରତ ଘରେ

ମିଳଇ ନାହିଁ

ଆଜି ୟୁନିଟ୍ ଟେଷ୍ଟ

ଓ କାଲି

କଂପ୍ୟୁଟର ଟେଷ୍ଟରେ

ମୁଁ ସର୍ବଦା

ଘାଣ୍ଟି ହେଉଥାଇ ।


ମୁଁ ଏକ ଶିଶୁଟିଏ,

ମାଡିଚାଲି ଅଛି

କରୋନାର ଲହର ପରେ

ଲହର,

ମାସ୍କ, ସାନିଟାଇଜର ଆଉ

ତାଲାବନ୍ଦର କହର,

ବିଦ୍ୟାଳୟ ପାଠପଢା

ସବୁ ଅଟେ ଆଜି ଜହର,

ଭବିଷ୍ୟତ ମୋର ଅନ୍ଧକାର

ମୋ ସାଙ୍ଗପିଲାଏ ଆଜି

ଶିଶୁଶ୍ରମିକର ଶିକାର ।


Rate this content
Log in

Similar oriya poem from Children