STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ମାଆ

ମାଆ

1 min
169

କେବେ ସେ କାନ୍ଦଇ କେବେ ଋଷିଯାଏ

ଅନାହାରେ ତ ଆହାରେ,

ହିତାହିତ ଜ୍ଞାନ ରହେ ଯେ ମଉନ

ପୁଣି ଉଲଗ୍ନ ଶରୀରେ।

ବୁଝି ପାରେ ନାହିଁ ଭୁଲ କି ଠିକ

ବାଉଳା ବାତୁଳା ହୁଏ,

ତଥାପି ଆଦର ସେନେହ ମମତା

ଡୋରରେ ସେ ଛନ୍ଦି ଦିଏ।

ସେ ଆଉ ତ କେହି ନୁହେଁ

ମାତୃ ସୁଲଭ ଗୁଣ ସଦା ତାହାର

ମୁଖେ ଫୁଟିଠୁଥାଏ।

ସନ୍ତାନ ବତ୍ସଳ ମାତୃତ୍ଵ ମନ ତା

ଡହଳ ବିକଳ ହୁଏ,

ପାଗେଳୀ ମନରେ ଅନାବିଳ ସ୍ନେହ

ପିଲା ପାଇଁ ତାର ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational