ମାଆ
ମାଆ
କେବେ ସେ କାନ୍ଦଇ କେବେ ଋଷିଯାଏ
ଅନାହାରେ ତ ଆହାରେ,
ହିତାହିତ ଜ୍ଞାନ ରହେ ଯେ ମଉନ
ପୁଣି ଉଲଗ୍ନ ଶରୀରେ।
ବୁଝି ପାରେ ନାହିଁ ଭୁଲ କି ଠିକ
ବାଉଳା ବାତୁଳା ହୁଏ,
ତଥାପି ଆଦର ସେନେହ ମମତା
ଡୋରରେ ସେ ଛନ୍ଦି ଦିଏ।
ସେ ଆଉ ତ କେହି ନୁହେଁ
ମାତୃ ସୁଲଭ ଗୁଣ ସଦା ତାହାର
ମୁଖେ ଫୁଟିଠୁଥାଏ।
ସନ୍ତାନ ବତ୍ସଳ ମାତୃତ୍ଵ ମନ ତା
ଡହଳ ବିକଳ ହୁଏ,
ପାଗେଳୀ ମନରେ ଅନାବିଳ ସ୍ନେହ
ପିଲା ପାଇଁ ତାର ଥାଏ।
