ଚମକ୍
ଚମକ୍


ଖସି ଯାଉଥିଲା..
ତଳକୁ..ଆହୁରି ତଳକୁ..
ଆଉ ବର୍ଷା ପାଣି ସହ ମିଶି
ଆହୁରି..ଆହୁରି.. ଚମକି ଯାଉଥିଲା ।
ଭିଜି ଯାଇଥିବା ତନ ..
ଥରି ଯାଉଥିବା ଓଠ..
ଆଉ ଆର୍ଦ୍ର କେଶରାଜି ଭିତରେ
ଚମତ୍କାର..ଅନୁପମ.. ଦେଖା ଯାଉଥିଲା ।
ବନ୍ଦ ଆଖିପତା ଦେଇ..
ଗୋଲାପି ଚିବୁକ ଛୁଇଁ..
ଅତି ସନ୍ତର୍ପଣରେ..ଧୀରେ ଧୀରେ..
ବୋହି ଆସୁଥିଲା..ଆଉ..ଚମକି ଯାଉଥିଲା !
ତା ଅବପାତ ଆଗରୁ ..
ତାକୁ ଥରେ ଶୋଷି ନେବାପରେ..
ଜଣା ଗଲା.. ସେ ବାଦଲର ପ୍ରେମ ନ ଥିଲା..
କି.. ଆକାଶର ହୃଦ ନିଃସୃତ ସନ୍ତକ ବି ନ ଥିଲା.. !
ବରଂ..
ଏକ ଯନ୍ତ୍ରଣାସିକ୍ତ ମନର ହାହାକାର ଥିଲା..
ଯାହା..ନିଜ ଆନର୍ତମାନ୍ ସହ ସାକ୍ଷାତକାର ପୂର୍ବରୁ...
ଶାଶ୍ଵତ ସମର୍ପଣ ଅନ୍ତର.. ଅନ୍ତିମ ସ୍ୱାକ୍ଷର ଥିଲା !
ଖସି ଯାଉଥିଲା..
ତଳକୁ..ଆହୁରି ତଳକୁ..
ଖସି ଯାଉଥିବା ନଜରର ରାସ୍ତା ଦେଇ....
ଆଉ..ନିଜ ସମାପ୍ତି ଦେଖି..ଚମକି ଯାଇଥିଲା.. !