ଗୁରୁ ଭକ୍ତି
ଗୁରୁ ଭକ୍ତି


ଗୁରୁ,
ଉତ୍ପନ୍ନ ତ ଦୁଇଟି
ସାମାନ୍ୟ ଅକ୍ଷରରୁ
କିନ୍ତୁ;
ଗଭୀରତମ ସାଗର ଠାରୁ
ଔଜଲ୍ୟମାନ ସୂର୍ଯ୍ୟାଲୋକ ଠାରୁ
ସେ
ଆତ୍ମା ପରମାତ୍ମାଙ୍କ
ସଂଯୋଗର ମାଧ୍ୟମ,
ବ୍ୟକ୍ତିସତ୍ତା ନ ମାନିବା
ଶକ୍ତିସତ୍ତାଟିଏ ।
ବୈଦିକଯୁଗେ ଗୁରୁକୂଳାଶ୍ରମେ
ନିଷ୍ପାପ, କୋମଳମତି ଶିଶୁ
ଗ୍ରହଣ କରୁଥିଲେ ଶିକ୍ଷା ।
ଗୁରୁଙ୍କ ଆଦେଶରେ ଅନୁପ୍ରାଣିତ ହୋଇ
ବ୍ରହ୍ମଚର୍ଯ୍ୟ ବ୍ରତ ପାଳନରେ
ନେଉଥିଲେ ଗୁରୁଦୀକ୍ଷା ।
ଜୀବନର ଜଟିଳ ଅଙ୍କକଷା,
ଦୁର୍ବୋଧ୍ୟ ତତ୍ତ୍ଵସାର ନିର୍ଯ୍ୟାସରେ
ଗୁରୁ କରନ୍ତି ଜ୍ଞାନାଞ୍ଜନ
ଭବିଷ୍ୟକୁ କରନ୍ତି ସୁରଭିତ, ସଂରକ୍ଷଣ ।
ଗୁରୁ ଶୁଭାଶିଷ ,
ଗୁରୁ ପଦେ ଲୟ
ହୁଏ ଜ୍ଞାନୋଦୟ ।
କେବେ ନିର୍ଜନ ପଥରେ ସାଜନ୍ତି ପଥିକ
କେବେ ପୁଣି ଜଗତ ନଈରେ
ଜୀବନ ରୂପୀ ନାଆର ନାବିକ ।
ଅଜ୍ଞାନ ଅନ୍ଧକାରକୁ
ଯେ କରେ ଆଲୋକିତ,
ସେ ନର ରୂପି ଈଶ୍ୱରଙ୍କୁ
ମୋର ସାଷ୍ଟାଙ୍ଗ ପ୍ରଣିପାତ ।