STORYMIRROR

DEEPIKA DASH

Abstract

2  

DEEPIKA DASH

Abstract

ସ୍ୱାଧୀନତା

ସ୍ୱାଧୀନତା

1 min
62


ସ୍ୱାଧୀନତା

ଦୀର୍ଘ ଦିନର ଧର୍ଯ୍ୟ,ଆନ୍ଦୋଳନ,ଉତ୍ସର୍ଗର ଗାଥା

ଆମର ଏଇ ବୀର ପ୍ରସବିନୀ

ଭାରତବର୍ଷର ସ୍ଵାଧୀନତା ।


କଷଟି କଷଣେ ନିଷ୍ପେସିତଭାରତବାସୀ

ସହିଥିଲେ ଦାରୁଣ ନିର୍ଯ୍ୟାତନା

କ୍ଷମତା ପାଇଁ ଚେଷ୍ଟିତ ବିଦେଶୀ 

ସ୍ବର୍ଣ୍ଣପସୂ ଭାରତବର୍ଷକୁ,

କରିଥିଲେ ତନାଘନା ।


ଅତୀତ ପରମ୍ପରା,ଐତିହ

ସ୍ୱାଧୀନତା ହରାଇ ପରପଦାନତ ଥିଲା ଭାରତବର୍ଷ,

ପରାଧୀନତାର ହରିକାଠ ରେ

 ପ୍ରଜ୍ବଳିତ କଲା ନୂତନ ହରଷ


ମାଟି ସ୍ୱାଧୀନର ଦୁର୍ବାର ଲାଳସା 

 ଜନତାଙ୍କ ହେଲା ଐକ୍ୟଵଦ୍ଧ

ଜୀବନ ବିନିମୟେ ଜୀବନ ଦେଇ  

 ସ୍ୱର ଉତ୍ତୋଳନେ କଲେ କଣ୍ଠରୋଧ


ନିରସ୍ତ୍ର ଜନତା ଅହିଂସା ଅସ୍ତ୍ରରେ

ପରାଜିତ କଲେ ସଶସ୍ତ୍ର ବାହିନୀ

ଭାରତମାଆର ବିଜୟ ଘଟିଲା ଅକାଶମାର୍ଗେ ସୃଷ୍ଟିହେଲା ଶଙ୍ଖଧ୍ୱନି ।

         

ତଥାପି ବାରମ୍ବାର ମାନସପଟ୍ଟେ

ଭାସିଆସେ ଗୋଟିଏ ପ୍ରଶ୍ନ

ସତରେ କଣ ଆମେ ସ୍ଵାଧୀନ?

 

ସ୍ଵାଧୀନତା ପରେ ବି,

 ସ୍ଥାଣୁ ପାଲଟିଛି ଦେଶ,

ବିଳାସ ଉପଭୋଗର ସାମଗ୍ରୀ 

ପାଲଟିଛି ନାରୀ


ଅନ୍ଧକାର କାରାବକ୍ଷେ କାଳାତିପାତ ନାରୀ ସମାଜକୁ,

ପଛକୁ ବୁଲି ଟିକେ ଦେଖି ହସେ,

ଆଉ, ସ୍ଵାଧୀନତା ଉପରେ

ସୃଷ୍ଟି କରେ ପ୍ରଶ୍ନବାଚୀ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract