STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନ ନିଅ ମେଲାଣି

ନ ନିଅ ମେଲାଣି

1 min
214


ଗୁଞ୍ଜେ ଚତୁର୍ଦ୍ଦିଗ ନାମ ତୋ ଭବାନୀ


ଅତି ପୁଲକିତ ଆଜି ମା ଧରଣୀ !!


ନବରାତ୍ର ଯହୁଁ ବ୍ୟତୀତ ଭକ୍ତିରେ


ଆଜି ବିଜୟା ଦଶମୀ ମା ମର୍ତ୍ତରେ !!


ଶତ୍ରୁ ବିନାଶିନୀ ବିନାଶ କରିଲୁ


ଭକ୍ତ ଜନ ପାଇଁ ଖୁସି ଆଣି ଦେଲୁ  !!


ଯାଇ ନାହିଁ ଏଠୁ ଶତ୍ରୁର ତାଣ୍ଡବ 


ଅସ୍ଥିର କରନ୍ତି ସଂସ୍କୃତି ବୈଭବ !!


ପ୍ରଶ୍ନ କରୁଛନ୍ତି ସଂସ୍କୃତି ସଂସ୍କାର


ସନାତନ ଧର୍ମ ବିରୋଧ ତାଙ୍କର  !!


କାଳ୍ପନିକ ବୋଲି କହୁଛନ୍ତି ଶତ୍ରୁ


ନଜର ମା ଦିଅ ତୋ ଦିବ୍ୟ ନେତ୍ରୁ !!


ଦୁର୍ଗତି ନାଶିନୀ ନ ନିଅ ମେଲାଣି 


ପାପରଭାରାରେ ଧରା ବୁଢିଲାଣୀ !!


ମନୁଷ୍ୟ ବିଭକ୍ତ  କରନ୍ତି ଜାତିରେ


ତାଣ୍ଡବ ନେତାଙ୍କ ସତ୍ତାର ପାଇଁରେ !!


ଦେଶଯେ ପଡୋଶୀ ଶତ୍ରୁସେ ସାଜିଛି


ଆତଂକବାଦୀରେ  ଅସ୍ଥିର କରୁଛି !!


ହିଂସା ଅହଂକାର ଦେଶରେ ପୁରିଛି


ନାରୀ ନିର୍ଯାତନା ନିତିଯେ ହେଉଛି !!


ଗୁରୁ ଜନ ସେବା କାହିଁ ମା ଏଠାରେ


ନାହଁ ଟି କର୍ତ୍ତବ୍ୟ ଗୃହସ୍ଥା ଧର୍ମରେ !!


ଦୁର୍ଗତିତାରିଣୀ ଦେଖ ତୁ ନେତ୍ରରେ 


ଦୂରକର ମାତା ନୂଆ ଭାରତରେ !!


ନ ନିଅ ମେଲାଣି ଅମୃତ କାଳରେ


କର ତୁ କରୁଣା ପବିତ୍ର ରାଷ୍ଟ୍ରରେ !!


ଆତ୍ମନିର୍ଭର ତୁ କର ମା ଭାରତ


ଯୁବ ଓ ଯୁବତୀ କର ମା ଶିକ୍ଷିତ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract