STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନମଃ ସ୍କନ୍ଧମାତା ହେ

ନମଃ ସ୍କନ୍ଧମାତା ହେ

1 min
154


ପବିତ୍ର  ପାର୍ବଣ  ଭକ୍ତି ଉମଙ୍ଗ


ମର୍ତ୍ତ୍ୟଧାମେ ଆଜି ପ୍ରୀତି ଉମଙ୍ଗ


ପଞ୍ଚମ ଦିନେ ମା ଦୁର୍ଗା ସ୍ବରୂପ


ନମଃ ସ୍କନ୍ଧମାତା ପୂଜନ ରୂପ 


    ଭକ୍ତି ରାବ ପରା


ଦେବୀଙ୍କ ମଣ୍ଡପ ରହିଛି ଭରା !



ମାତା କାର୍ତ୍ତିକେୟ ସ୍କନ୍ଧମାତାହେ


ଗର୍ଭ ଆସିନ ଟି ଦେବ ସ୍କନ୍ଧହେ


କମଳ  ଆସନେ  ବିରାଜମାନ


ପଦ୍ମାସନ ଦେବୀ ଶକ୍ତିଙ୍କ ନାମ


   ଗୌରୀ ମାହେଶ୍ୱରୀ


ପାର୍ବତୀ ଓ ଉମା ନାମ ତାଙ୍କରି !



ଚାରି ଭୁଜା ଶଭେ ସ୍କନ୍ଧମାତାରେ


ଏକ ହସ୍ତେ  ଧରି ଛନ୍ତି ସ୍କନ୍ଧରେ


କମଳ  ପୁଷ୍ପ  ଦୁଇଟି  ହସ୍ତରେ


ଅନ୍ୟହସ୍ତ ଟା କରୁଣା ମୁଦ୍ରାରେ


    ମନ୍ତ୍ର ଅହିଂସାର


ତାଙ୍କ ଆଶୀର୍ବାଦ ଦେଶ ହିତରେ।



କଲ୍ୟାଣ କରିବେ ଜୀବ ଜନ୍ତୁ କୁ


ଶକ୍ତି ଭରିବେ  ମାନବ  ଜାତିକୁ 


ଶାନ୍ତି ଆଣି ଦେବେ ବିଶ୍ବର ପାଇଁ 


କରିବେ ବିନାଶ  ଆତଂକ ତହିଁ 


    ସ୍କନ୍ଧମାତା ପରା


କରିବେ ସୁରକ୍ଷା ଭାରତ ସାରା।



କଲ୍ୟାଣମୟୀ କରିବେ କଲ୍ୟାଣ


ଗୌରବ ଗୁଞ୍ଜିବ ଦେଶର ଜାଣ


ଆବିଷ୍କାର ହେ  ବିଜ୍ଞାନ କରିବ


ଗୌରବର ଗାଥା ବିଶ୍ବେ ଲେଖିବ


     ବ୍ରହ୍ମାଣ୍ଡ ଗୁଞ୍ଜିବ 


ଶକ୍ତିରୂପାଙ୍କର  କରୁଣା  ଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract