Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Abstract

4.5  

Dharitri Das

Abstract

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
667


ବନ୍ଧୁ ମିଳନ ଆଉ ଗୁରୁ ବନ୍ଦନା

ଗୁରୁ ଆଶିଷ ଯୋଗୁଁ ସମ୍ଭବ ସିନା।

ଆସ ବନ୍ଧୁ ପାଳିବା ନବ ବରଷ

ବନ୍ଦି ଗୁରୁ ପାଦ ହୋଇ ହରଷ।

ସାଉଁଟି ଆମେ ଗୁରୁଙ୍କ ଆଶିଷ

ଗଢିବା ସଭିଏଁ ନିଜର ଭବିଷ୍ୟ ।

ସହାୟତାର ହାତ ଦେବା ବଢ଼ାଇ

ଦୁଃଖ ଦୁର୍ଦ୍ଦଶା ଦେବା ସବୁ ଏଡାଇ ।

ବନ୍ଧୁର ଦୁର୍ଦ୍ଦିନ କେବେ ନ ଦେଖିବା

ତେବେ ସିନା ଉତ୍ତମ ବନ୍ଧୁ ହୋଇବା ।

ନବ ବରଷର ଏ ବନ୍ଧୁ ମିଳନ

ନେଉରେ କିଛିଟା ସ୍ୱତନ୍ତ୍ର ସ୍ଥାନ ।

ବନ୍ଧୁତା ଆମର ସର୍ବଦା ରହିବ

କାହାରି ଦୁଃଖକୁ କେହି ନ ଦେଖିବ ।

ବନ୍ଧୁତାକୁ ଆମ କରିଣ ପବିତ୍ର

ରଖି ଆମେ ଦେଶ ଜାତିର ମହତ୍ୱ ।

ବାକି ଜୀବନକୁ ଦେବାରେ ବିତାଇ

ବନ୍ଧୁଙ୍କୁ ଭାବି ନିଜ ଭଉଣୀ ଭାଇ ।

ନ ଥାଉ ଆମଠି ରକ୍ତର ସମ୍ପର୍କ

ସୁସମ୍ପର୍କ ଗଢିବା ନକରି ତର୍କ ।

ନବ ବରଷେ ଆମେ ନେବା ସଂକଳ୍ପ

ପୂର୍ଣ୍ଣ କରିବା ବନ୍ଧୁତାର ଆଳାପ ।

ଆସ ବନ୍ଧୁ ଆସ ହୋଇ ସଜବାଜ

ଶିରରେ ଘେନିବା ଗୁରୁ ପାଦରଜ।



Rate this content
Log in

Similar oriya poem from Abstract