STORYMIRROR

Dharitri Das

Abstract Classics

4  

Dharitri Das

Abstract Classics

ସୁନାବେଶ

ସୁନାବେଶ

1 min
60


ଜଗତର ନାଥ     କାଳିଆ ସାଆନ୍ତ

     ଆଜି ହେବେ ସୁନାବେଶ

ଯେଉଁ ବେଶ ଥରେ ଦେଖିଦେଲେ ସହି

     ରହିବନି ଅବସୋସ ।

ବରଷକେ ଥରେ    ରଥର ଉପରେ

     ବସି କାଳିଆ ଠାକୁରେ

ଭାଇ ଭଉଣୀଙ୍କ    ସାଥେ ସୁସଜ୍ଜିତ 

     ବଡ଼ ତଢ଼ାଉ ବେଶରେ।

କିମ୍ବଦନ୍ତୀ କହେ   ରାଜା ଇନ୍ଦ୍ରଦ୍ୟୁମ୍ନ 

     ନିର୍ଘଣ୍ଟ ଦିନ ପୂର୍ବରୁ

ଦ୍ୱାର ଖୋଲିବାରୁ  ଅସମ୍ପୂର୍ଣ୍ଣ ହେଲେ

     ଶ୍ରୀବିଗ୍ରହ ଜାଣିବାରୁ।

ନିଜେ ହିଁ ନିଜକୁ  ଦୋଷୀ ମନେକରି

     ନିରାହାରେ ରହିଥିଲେ

ଅବୟବ ହୀନ    ବ୍ରହ୍ମ ବୋଲି ପ୍ରଭୁ 

     ସୂଚନା ପ୍ରଦାନ କଲେ ।

ଅସମ୍ପୂର୍ଣ୍ଣ ନୁହେଁ ଏହା କେବଳ ମୋ

     ଇଛାର ପରିପ୍ରକାଶ

ଚାହିଁଲେ ରାଜନ     ସୁବର୍ଣ୍ଣ ନିର୍ମିତ

     ହସ୍ତ ପାଦେ ବିଗ୍ରହକୁ

ସଂପୂର୍ଣ୍ଣ କରିବ      ନିଜର ମନକୁ

     ତୁମେ ତୃପ୍ତ କରିବାକୁ।

ସେହି ଆଦେଶକୁ   ସମ୍ମାନ ଦେବାକୁ 

    ନିର୍ମାଣ କରିଲେ ରାଜା

ନଳୀ ଭୂଜ ନାମେ   ସ୍ଵର୍ଣ୍ଣ ଆଭୁଷଣ

     ସୁନାବେଶ ଲାଗି ଖୋଜା।

ଶ୍ରୀପୟର ଶ୍ରୀଭୂଜ   ଘାଗଡା ମାଳି

     ଓଡ଼ିଆଣୀ ଝୋବା କଣ୍ଠି 

କିରୀଟ କୁଣ୍ଡଳ    ବାଘନଖ ମାଳି

    ଶ୍ରୀଭୁଜେ ଶୋହେ ଆଙ୍ଗୁଠି।

ଚନ୍ଦ୍ରସୂର୍ଯ୍ୟ ଆଡ    କାନି ତ୍ରିଖଣ୍ଡିକା 

     ହରିଡ଼ା ବାହାଡ଼ା ମାଳି

ସ୍ୱର୍ଣ୍ଣ ଚକ୍ର ରୌପ୍ୟ  ଶଙ୍ଖ ସହ ଆଉ 

     କେତେ ପ୍ରକାରର ମାଳି।

ସଜାଇ ସେବକ   ଆଷାଢ଼ ଶୁକଳ 

    ଏକାଦଶୀ ତିଥି ଦିନ

ହରଷିତ ମନେ    ମନ୍ତ୍ର ଉଚାରାନ୍ତି

     ଥୋକାଏ ହୋଇ ମଉନ।

ନୟନ ହୋଇବ     ନିଶ୍ଚୟ ପବିତ୍ର

     ମିଳିଯିବ ମୁକ୍ତି ପଥ

ଉପବାସ ରହି     ଏକାଦଶୀ ପାଳି 

    ପୂଜିବାରେ ଜଗନ୍ନାଥ।

ହୁଳହୁଳି ସହ    ହରିବୋଲ ଦେଇ 

     ଗାଇବା ମଙ୍ଗଳ ଗୀତ

ଆହାର ନିଦ୍ରାଦି    ପରିତ୍ୟାଗ କରି

     ଭକ୍ତିରେ ପୂଜିବା ମିତ।

ସାର୍ଥକ ହୋଇବ     ମଣିଷ ଜନମ

      ପୂର୍ଣ୍ଣ ହେବ ମନସ୍କାମ

ଉଚ୍ଚସ୍ୱରେ ଗାଅ    ଜୟ ଜଗନ୍ନାଥ

    ଥରେ ଯାଇ ପୁରୀ ଧାମ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract