STORYMIRROR

Dharitri Das

Inspirational

3  

Dharitri Das

Inspirational

ଅସହାୟ ନୁହେଁ ବୃଦ୍ଧାବସ୍ଥା

ଅସହାୟ ନୁହେଁ ବୃଦ୍ଧାବସ୍ଥା

1 min
23


ଅସହାୟ ନୁହେଁ ବୃଦ୍ଧାବସ୍ଥା ଭାଇ

    ରୁଗ୍ଣ ଯେ ମାନସିକତା

ଏହାଠାରୁ ଦୂରେ ରହିବାକୁ ହେବ

    ଦେଖାଇ ସାହସିକତା।

ବୃଦ୍ଧ ବୃଦ୍ଧା ଆଜି ସଙ୍ଗ ହୀନ ହୋଇ 

    ବଞ୍ଚିବାକୁ ଶିଖିନେବା

ଅତ୍ୟନ୍ତ ଜରୁରୀ  ଜାଣି ରଖ ବନ୍ଧୁ

    ବେଳୁଁ ଅଭ୍ୟାସ କରିବା।

ନିଜ କାମ ନିଜେ  କରିବାକୁ ହେବ

    ଦେହକୁ ରଖିବା ସୁସ୍ଥ

ଅଳସୁଆ ନୋହି କର୍ମଠ ହୋଇବା

    ନୋହିବାଟି ଅସକତ।

ମନର ଦୃଢ଼ତା   ଅକ୍ଷୁର୍ଣ୍ଣ ରଖିବା 

   ଆଶା କରିବାନି କିଛି 

ଦୁଃଖ ସୁଖ ସବୁ ଏକାକାର କରି

   ମୁଖର ହସକୁ ଇଛି।

ନିଜ ପର ଭାବ ଦୂର କରିଦେଇ

   ବିଶ୍ୱାସକୁ କରି ବନ୍ଧୁ

ସମ୍ପର୍କର ସେତୁ ନିର୍ମାଣ କରିଲେ

   ଲଂଘିଯିବା ଆମେ ସିନ୍ଧୁ।

ଦୁଶ୍ଚିନ୍ତାର ପାଶ ନ ମାଡ଼ିବା ପାଇଁ 

    ଶତଚେଷ୍ଟା କରୁଥିବା 

ସଭିଙ୍କର ପ୍ରିୟ ଜନ ମଧ୍ୟେ ଗଣା

   ଆମେ ସଦା ହେଉଥିବା।

ବିପଦ ଆପଦ ଆସେ ଯଦି କେବେ

    ବିଭୁ ପାଦେ ଆଶ୍ରା ନେବା

ତାଙ୍କ ଠାରୁ ପ୍ରିୟ ଅତ୍ୟନ୍ତ ନିଜର

    ଅଛି ଆଉ କିଏ ଅବା।

ରଖିବତ ହରି   ମାରିବଟି କିଏ

    ସାଧ୍ୟ ଅଛି ବା କାହାର

ସେଥିପାଇଁ ତାର ଗୁଣ କୀର୍ତ୍ତନର

    ଅଭ୍ୟାସ କର ନିକର।

ସହଜ ହୋଇବ ଜୀବନର ଗତି

    ସଂସାର ହିତରେ ରହି

ଆଗେଇ ଯିବାରେ ଆଶାତୀତ ପଥ

    ଜୀବନ ନଉକା ବାହି।

ସରସ ସୁନ୍ଦର   ସଫଳ ହୋଇବ 

     ସମ୍ପର୍କର ଯାଦୁଘର 

ନୈରାଶ୍ୟ ଭାବର ବିନାଶ ହୋଇବ

    ସୁଖୀ ହେବେ ପରିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational