STORYMIRROR

Dharitri Das

Abstract Children Stories

4  

Dharitri Das

Abstract Children Stories

ଆହା କି ସୁନ୍ଦର ଗାଆଁ ମାଟି ମୋର

ଆହା କି ସୁନ୍ଦର ଗାଆଁ ମାଟି ମୋର

1 min
26

ଆହା କି ସୁନ୍ଦର ଗାଆଁ ମାଟି ମୋର

      ନଦୀ ତଟେ ଅବସ୍ଥିତ

କୁଳୁ କୁଳୁ ନାଦେ ନୀଳ ଜଳ ରାଶି

      ବହିଯାଏ ଅବିରତ।

ମାଆ ହର୍ତ୍ତାଶୁଣି ମନ୍ଦିରରେ ବସି

      କରନ୍ତି ସକଳ ହିତ

ଚତୁଃର୍ପାଶ୍ୱେ ଯାର ସବୁଜିମା କ୍ଷେତ

     ଖୁସିରେ ଗାଏ ସଙ୍ଗୀତ।

ଶିବ ମନ୍ଦିରକୁ     ମଙ୍ଗଳା ମନ୍ଦିର

     ପାଖେ ଅଛି ବିଦ୍ୟାଳୟ

ସବୁଜ କ୍ଷେତରେ ସଦା ଭରପୁର

     ଲାଗେ କେଡ଼େ ମଧୁମୟ।

ଆହା କି ସୁନ୍ଦର ଗାଆଁ ମାଟି ମୋର

      ରାଉତରା ପୁର ନାମ

ଶୋଭାର ଭଣ୍ଡାର  ଅତୀବ ଉଜ୍ଜଳ

       କିଣିନିଏ ପ୍ରାଣ ମମ।

ଗ୍ରାମବାସୀ ଭାଇ ଭଉଣୀ ମୋହର

       କରୁଅଛି ନିବେଦନ

ନିଃସ୍ୱାର୍ଥପରତା ଆପଣେଇ ଆସ

      କାଟିବା ଆମେ ଜୀବନ।

ପୃଥିବୀଟା ପରା   ଏକ ରଙ୍ଗମଞ୍ଚ

      ଆମେ ସବୁ ଅଭିନେତା

ଶେଷ ହେବ ଦିନେ ଅଭିନୟ ଆମ

      ସାକ୍ଷୀ ଥିବେ ତ୍ରାଣକର୍ତ୍ତା।

ଆହା କି ସୁନ୍ଦର ଗାଆଁ ମାଟି ମୋର

     ପ୍ରୀତି ଭରା ବସୁନ୍ଧରୀ

ଆସୁ ଯେତେ ଝଡ ଭୁଲିବାନି କେବେ

     ମାଆ ଟି ସିଏ ଆମରି।

ଈର୍ଷା ଦ୍ୱେଷ ଭାବ ଛାଡ଼ି ଆସ ଆସ

       ରଖିବା ତାହାର ଟେକ

ବେଳ ଥାଉଁ ଥାଉଁ ବୁଝିବାକୁ ହେବ

      ଭେକ ଥିଲେ ମିଳେ ଭିକ।

ଏକାଠି ଲଢ଼ିବା     ଶତ୍ରୁ ବିନାଶିବା

       ପରକୁ ଆପଣା କରି

ମାଆର ସୁରକ୍ଷା   କରିବାକୁ ହେବ

       ଗାନ୍ଧୀ ଗୋପବନ୍ଧୁ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract