STORYMIRROR

Dharitri Das

Abstract Classics

4  

Dharitri Das

Abstract Classics

ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର

1 min
47

କାହିଁ କେଉଁ କାଳୁ ଶ୍ରୀକ୍ଷେତ୍ର ପୁରୀରେ

          ମହାପ୍ରଭୁ ଆବିର୍ଭୁତ

ପରମ ପାବନ କ୍ଷେତ୍ର ରୂପେ ସେତ

      ପୁରୀ ଧାମେ ଅବସ୍ଥିତ।

କିମ୍ବଦନ୍ତୀ କହେ ମାଳବର ରାଜା

      ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠାତା

ମାତ୍ର ଐତିହାସିକ  ପ୍ରମାଣ ବିନା

      ନୋହିଛି ଏହା ଗୃହିତା।

ମନ୍ଦିରର ଚାରିଗୋଟି ଭାଗ ଯଥା-

        ବିମାନ ଓ ମୁଖଶାଳା,

ନାଟମନ୍ଦିର ଆଉ ଭୋଗମଣ୍ଡପ

       ମଧ୍ୟରେ କରନ୍ତି ଲୀଳା।

ଇତିହାସ କହେ ଚୋଡ଼ଗଙ୍ଗ ଦେବ

    ଗଢାଇ ଥିଲେଟି ଏହା

ଶେଷ କରିଲେ ଅନଙ୍ଗ ଭୀମ ଦେବ

      କଥିତ ହୋଇଛି ଯାହା।

ସ୍କନ୍ଦ ପୁରାଣର ବୈଷ୍ଣବ ଖଣ୍ଡରେ

    ମାହାତ୍ମ୍ୟ' ସ୍ଥାନ ପାଇଛି

'ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମହିମା

      ଦେବେ ଅଗୋଚର ଅଛି।

ଆନନ୍ଦ ବଜାର କୋଳାହଳ ମୟ

     ଅବଢ଼ା ମିଳଇ ଯହିଁ

ଜାତି ଭେଦ ନାହିଁ ହାତରୁ ଛଡାଇ

     ସଭିଏଁ ଖାଆନ୍ତି ତହିଁ।

ଧର୍ମ ,ଅର୍ଥ ,କାମ ,ମୋକ୍ଷ ନାମେ ଅଛି

      ଚାରିଦିଗେ ଚାରି ଦ୍ଵାର

ଖୋଲିଦିଏ ସେହି ଭକତଙ୍କ ପାଇଁ

      ନିଷ୍ଠୁର ନୁହେଁ ବେଭାର।

ଘଣ୍ଟ ଘଣ୍ଟା ଧ୍ଵନି ମୁଖରିତ ହୁଏ

      ଜଗା ନାମ ଗାଇ ଗାଇ

ସୁଭଦ୍ରା ବସିଛି କାଳିଆ ବଳିଆ

      ମଝି ଆସନରେ ଯାଇ।

ପତିତ ପାବନ ବାନା ଉଡୁଅଛି

     ପତିତ ଉଦ୍ଧାର ପାଇଁ

ଫର୍ ଫର୍ ହୋଇ ଉଡ଼ୁଅଛି ଦେଖ

      ପାପୀଙ୍କ ଦର୍ଶନ ପାଇଁ।

ଦେଖିଦେଲେ ଥରେ ନେତ୍ର ପୁରି ଉଠେ

    ଆନନ୍ଦ ସାଗରେ ଭାସି

କୋଟି ବ୍ରହ୍ମାଣ୍ଡର ଚଳନ୍ତି ଦେବତା

      ବଜାନ୍ତି ଅଧରେ ବଂଶୀ।

ହାତ ନାହିଁ ତାର କୋଳେଇ ନିଏ ସେ

      ଦୁଃଖ ପାରେ ନାହିଁ ସହି

ପାଦ ନାହିଁ ତାର ଭ୍ରମଇ ଜଗତ

     ଆଖି ପିଚ୍ଛୁଳାକେ ଯାଇ।

ବଡ଼ ଦେଉଳର ବଡ ଠାକୁର ସେ

    ବଡ଼ ପଣ୍ଡା ସେବା କରେ

ବଡ଼ ଦିଅଁ ସାଜି ବଡ଼ ଦାଣ୍ଡେ ଆସି

     ପାପ ତାପ ସର୍ବ ହରେ।

ସମୁଦ୍ର କୂଳିଆ ମୋ ଜଗା କାଳିଆ

     ରଥରେ ଆସଇ ଝୁଲି

ମାଉସୀ ମା ଘରେ ପୋଡ଼ ପିଠା ଖାଇ

      ମାରୁଥାଏ କେତେ ଗୁଲି।

ଶ୍ରୀକ୍ଷେତ୍ର ମହିମା ବର୍ଣ୍ଣନା କରିବା

    କ୍ଷମତା ମୋହର କାହିଁ 

ଜାଣିଥିଲି ଯାହା ରଚିଦେଲି ମୁଁହି

   କ୍ଷମିବ ଜଗତ ସାଇଁ।

ଛାର ଦାସ କରେ ନିବେଦନ ପ୍ରଭୁ

     ଘେନିବ ମିନତୀ ମୋର

ଦରଶନ ଦେଇ ଉଦ୍ଧାର କରିବ

      କରିଥିଲେ ପାପ ଘୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract