STORYMIRROR

Sarada Parida

Others Abstract Inspirational

4  

Sarada Parida

Others Abstract Inspirational

ସ୍ଵେଚ୍ଛାଚାର ଓ ସ୍ଵାଧୀନତା

ସ୍ଵେଚ୍ଛାଚାର ଓ ସ୍ଵାଧୀନତା

1 min
27K


କୁହ ନାହିଁ  ଆଉ କୁହ ନାହିଁ,

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି

ଶୃଙ୍ଖଳା ର ବନ୍ଧ ଡିଅଁ ନାହିଁ !

 

ଉଚ୍ଛୃଙ୍ଖଳ ହୋଇ ଅସ୍ମିତା ହରାଇ

ଅପସଂସ୍କୃତି କୁ  ବର ନାହିଁ ,

ଆଧୁନିକତା ର ଦ୍ଵାହି ଦେଇ କେବେ

ସଂସ୍କାର କୁ ଆଉ  ଭୁଲ ନାହିଁ ,

ମୁକ୍ତ ପକ୍ଷୀ ହୋଇ ଉଡିବା ମାୟାରେ

ସଂସାର ପଞ୍ଜୁରୀ ଛାଡ ନାହିଁ ,

ହାନି ଲାଭ ଖୋଜି ନିଜ ପାଇଁ ବଞ୍ଚି

ସମ୍ପର୍କରୁ  ମୁହଁ ମୋଡ ନାହିଁ.

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି

ଶୃଙ୍ଖଳା ର ବନ୍ଧ ଡିଅଁ ନାହିଁ  !

 

ଯାଅ ନାହିଁ କେବେ ଯାଅ ନାହିଁ,

ଅନ୍ଧାର ଗଳିରେ ରୋମାଞ୍ଚ ର ଆଶେ

ପଥହୁଡି  ଆଉ ଯାଅ ନାହିଁ,

ଏକୁ ବଳିଆର ଆରେକ ତ ସେଠି,

ବାଟକଟା କଟି ନିଶ୍ଚେ ହେବ ଜାଣ 

ଜାଣି ବିପତ୍ତି କୁ ବର ନାହିଁ,

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି

ଶୃଙ୍ଖଳା ର ବନ୍ଧ ଡିଅଁ ନାହିଁ  !

 

 

କର ନାହିଁ ଆଉ କର ନାହିଁ,

ସମ୍ପତ୍ତିର ମୋହେ ଅନ୍ୟାୟ ଅନୀତି,

ଭ୍ରଷ୍ଟାଚାର ଆଉ କର ନାହିଁ,

କେଇଟା ଟଙ୍କାରେ ଆଖି ମୁଦି ଦେଇ

ଗରିବ ର ପେଟ ମାର ନାହିଁ,

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି

ଅନ୍ୟାୟ ଅନୀତି କର ନାହିଁ !

 

ଅପଶବ୍ଦ ଆଉ ଅପନିନ୍ଦା କରି,

ବାକ୍ ସ୍ଵାଧୀନତା କୁହ ନାହିଁ, 

ବସନ ବ୍ୟସନେ ସଂସ୍କାର ହରି,

ଆଧୁନିକତା  ନାମ ଦିଅ ନାହିଁ,

ନିଜ ଭାଷା ଭୁଲି ଉଧାର ଭାଷାରେ,

ସ୍ଵାଧୀନତା ବୋଲି ବୋଲ ନାହିଁ,

ସ୍ଵେଚ୍ଛାଚାର କୁ ସ୍ଵାଧୀନତା କହି,

ଶୃଙ୍ଖଳାର ବନ୍ଧ ଡିଅଁ ନାହିଁ  !

 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍