Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PrasannaKumar Das

Abstract Inspirational

4  

PrasannaKumar Das

Abstract Inspirational

ସମ୍ପର୍କ

ସମ୍ପର୍କ

1 min
395


ସମ୍ପର୍କ ଏକ ସୂକ୍ଷ୍ମ ରେଶମର ଡୋର,

ପ୍ରୀତି ଅଗଣାର ତୁଳସୀ ଚଉଁରା

ବିଶ୍ବାସର ବାଲିଘର ।


ସେ ଡୋରରେ ଗୁନ୍ଥା ସେନେହ ବିଶ୍ବାସ

ନିରିମଳ ପ୍ରେମ ମୂର୍ତ୍ତି,

ଓଠ ସୁଧାରସ ସୁମଧୁର ହସ 

ତ୍ୟାଗ ନିଷ୍ଠାବାନ କୀର୍ତ୍ତି ।

ଭାବ ସ୍ରୋତସ୍ବିନୀ ଧାର ,

ସ୍ୱାଭିମାନେ ହସେ ଅଭିମାନେ ରୁଷେ

ପର ହୁଏ ଆପଣାର... ।୧।

ପ୍ରୀତି ଅଗଣାର ତୁଳସୀ ଚଉଁରା...


ସ୍ବାର୍ଥ ଅହଙ୍କାର କ୍ରୋଧର ଅନଳ

ଜଳାଏ ସମ୍ପର୍କ ଜୁଇ,

ଶାନ୍ତ ଚେତ୍ତନାର ବିବେକ ବିଚାର 

ଅନୁତାପ କରେ ରହି । 

କୋମଳ ମନ ମୁକୁର

ଛିଣ୍ଡିଲେ ଭାଂଗିଲେ ସଜାଡି ନ ହୁଏ,

ରହ ସଦା ହୁସିଆର ।୨।

ପ୍ରୀତି ଅଗଣାର ତୁଳସୀ ଚଉଁରା

ବିଶ୍ବାସର ବାଲିଘର...।।

    


Rate this content
Log in