STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ପ୍ରେମ

ପ୍ରେମ

1 min
21

ପ୍ରେମ ଅଣାକାର ରୂପ ଈଶ୍ବର ପ୍ରତିମ,

ସେବା ତ୍ୟାଗ ବଳିଦାନ ଦୟା ଭାବ ପ୍ରେମ ।

ସରଗ ସରଳ ପଦ ମୁକତି ଦାୟିନୀ, 

ଜୀବ ପରମ ତୋଷଣେ ରସ ମନ୍ଦାକିନୀ।


ଶତ୍ରୁ ମିତ୍ର ବୁଝେନା ସେ ଯା' ହୃଦୟେ ପ୍ରେମ 

ଦୃଷ୍ଟିରେ ବିପ୍ର ଚଣ୍ଡାଳ ସଦା ଏକସମ 

ତୃଣ ମହାଦ୍ରୁମ ହେତୁ ସମଦର୍ଶୀ ସେହି

ନିତ୍ୟ ପ୍ରେମ ଭାବ ଯାର ହୃଦେ ଉପୁଜଇ ।


ଅଢେ଼ଇ ଅକ୍ଷର ପ୍ରେମ ପରିଭାଷା ଭାବ 

କି' ବର୍ଣ୍ଣିବି ଅସମର୍ଥ ଶବ୍ଦର ଅଭାବ

ବ୍ୟାସ ବାଲ୍ମିକୀ କବୀର ମୀରା ସୁରଦାସ

ଗାଇଛନ୍ତି ଭାବମୟ ପ୍ରେମ ସୁଧାରାସ ।


ରସ ବାସ ଶବ୍ଦ ସ୍ପର୍ଶ ଦୃଶ୍ୟ ଆକର୍ଷଣ 

ମନୁଷ୍ୟ ଜନ୍ମ ସ୍ବଭାବ ଇନ୍ଦ୍ରିୟ ପୋଷଣ

ଲୋଭ ମୋହ କାମ ତୃପ୍ତି ପ୍ରୀତିର ବର୍ଦ୍ଧନ

ଦେହ ପ୍ରେମ ବୋଲାଏ ସେ ନୁହେଁ ଦେହୀ ପ୍ରେମ ।


ପ୍ରୀତି ଅନୁରକ୍ତି ଭାବ ଅନୁରାଗ ସ୍ନହ

ପ୍ରଣୟ ବାତ୍ସଲ୍ୟମୋହ ଆତ୍ମୀୟ ଉତ୍ସାହ

ସ୍ଥାବର ଜଙ୍ଗମ କୀଟ ତରୁ ଲତା ତୃଣ 

ପ୍ରକୃତିର ଅନୁରୂପ କରୁଛନ୍ତି ପ୍ରେମ।


ଚତୁଃବର୍ଗ ପ୍ରାପ୍ତି ଜୀବ ପରମ କାରଣ

ପ୍ରେମରୁ ସମ୍ଭବ ହୁଏ ଭବ ଉନ୍ମୋଚନ

ଈଶ୍ବର ଶରଣାଗତି ନିତ୍ୟ ପ୍ରେମ ମନ୍ତ୍ର 

ଏଣୁ ସେବା ତ୍ୟାଗ ପ୍ରେମ ବିନୁ ପ୍ରାଣ ବ୍ୟର୍ଥ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract