STORYMIRROR

Bharati Bhusan Das

Abstract Others

3  

Bharati Bhusan Das

Abstract Others

ଜୀବନ ଟା ଚୋରାବାଲି....

ଜୀବନ ଟା ଚୋରାବାଲି....

1 min
152

ଚକବନ୍ଦା ଶାଢ଼ୀ ସଜେଇ ଦେଲିଲୋ

ମୁରୁଜ ମୁଁ ବିଞ୍ଚିଦେଲି....

ସୋଧୁଅ ବଟାରେ ଝୋଟି କାଟିଦେଇ

ମୁକୁଟକୁ ବାନ୍ଧି ନେଲି....

ସଜ ପତରରେ ହଳଦୀ ବଟା କୁ

ସାଇତି ରଖିଲି ନେଇ...

ସିନ୍ଦୁର ଫରୁଆ ଧଇଲି ବଉଳ

ମଥାକୁ ଯତନେ ବହି....

ବେଦୀରେ ବସିଲି କନିଆଁ ହୋଇ ମୁଁ

ଦେଖିଲି ସପନ କେତେ......

ରାଜବେଶେ ମୋର ବର ଆଉଛିଲୋ

ଦିଶୁଛି ସୁନ୍ଦର ସତେ......

ନଇଁ ନଇଁ ଚାଲି ପକେଇ ଲୋ ମିତ

ସାତଘେରା ଅଗ୍ନି ପାଖେ

ସାକ୍ଷୀ ରଖି ଅଗ୍ନି ଦେବାତାଙ୍କୁ ମୁହିଁ

ସିନ୍ଦୂର ଭରିଲି ମାଥେ.....

ଆଇନା ଆଗରେ ଠିଆ ହୋଇ ଯେବେ

ଦେଖିଲି ମୁହଁ ଟି ମୋର

ଚନ୍ଦର ଉଦିଆ ଜୋଛନା ଠାରୁ ଲୋ

ଦିଶୁଥିଲି ଫରଫର.........

ଲାଜରେ ଲାଜେଇ ଗଲିଲୋ ବଉଳ

ହସିଦେଲି ଖିଲିଖିଲି......

ବହକାଏ ସୁଲୁସୁଲିଆ ବାଆରେ

ବିଛଣାକୁ ଭିଡି ନେଲି...    

ନିଦ ମାଉସୀ ର ପଣତଟି ଯହୁଁ

ଉଡିଗଲା ପବନରେ.......

ସପନଟା ମୋର ସତ ହେଲାନିଲୋ

ବସିଲି ଖଟ ଉପରେ........

ଏସନ ସରିକି ଲାଜେଇ ଗଲିଲୋ

ଦେଖିଲି ଝରକା ଖୋଲି......

ଆଖିର ତନ୍ଦରା କରିଛି ହୁନ୍ଦର

ଜୀବନଟା ଚୋରା ବାଲି.................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract